Skip to main content

କରୋନା : ଖାଦ୍ୟ ସଙ୍କଟ ଆଶଙ୍କା

ଭାରତରେ ଲକଡାଉନର ପ୍ରଭାବ କୃଷି କ୍ଷେତ୍ର ଉପରେ ଏପରି ପଡିଛି ଯେ ଚାଷୀ ତା ଉତ୍ପାଦିତ ଫସଲ ଅମଳ ଓ ବିକ୍ରି କରିବା ପାଇଁ ଅସମର୍ଥ ହୋଇ ବିଲରେ ନଷ୍ଟ ହେବାକୁ ଛାଡି ଦେଉଥିବା ବେଳେ ସହରମାନଙ୍କରେ ଆବଶ୍ୟକ ପରିମାଣର ପନିପରିବା ଉପଲବ୍ଧ ହେଉ ନଥିବାରୁ ଗ୍ରାହକମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ଆଗାମୀ ଦିନରେ କେବଳ ପନିପରିବା ନୁହେଁ ବରଂ ଦେଶରେ ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଉପଲବ୍ଧତା ହ୍ରାସ ପାଇ ଦରଦାମ ହୁ ହୁ ହୋଇ ବଢିପାରେ ବୋଲି କେହି କେହି ଏବେଠୁ ଆଶଙ୍କା ବ୍ୟକ୍ତ କଲେଣି । ବିଭିନ୍ନ ଦେଶ କରୋନା ଭାଇରସ ବିପତ୍ତିର ସୁପରିଚାଳନା କରିବାକୁ ଅସମର୍ଥ ହେଲେ ବିଶ୍ୱବ୍ୟାପୀ ଏକ ଉତ୍କଟ ଖାଦ୍ୟସଙ୍କଟ ଦେଖା ଦେଇପାରେ ବୋଲି ଇତିମଧ୍ୟରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ବାଣିଜ୍ୟ ସଂଗଠନ ମିଳିତ ଭାବେ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି । ଅଧିକାଂଶ ଦେଶ ଲକଡାଉନକୁ ପାଳନ କରୁଥିବାରୁ ଅନ୍ତର୍ଜାତୀୟ ବାଣିଜ୍ୟ ଯଥେଷ୍ଟ ହ୍ରାସ ପାଇବା ସହ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ଅତିମାତ୍ରାରେ ବାଧାପ୍ରାପ୍ତ ହୋଇସାରିଛି । ଅବଶ୍ୟ ଭାରତରେ ଆବଶ୍ୟକ ପରିମାଣରେ ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଦେଶବାସୀ ସେଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଇ ଆସୁଥିଲେ ମଧ୍ୟ ସାରା ବିଶ୍ୱରେ କରୋନାଜନିତ ଖାଦ୍ୟ ସଙ୍କଟ ଦେଖା ଦେବାର ଆଶଙ୍କା ପ୍ରକାଶ ପାଇ ସାରିଥିବାରୁ ଭାରତ ଯେ ସେଥିରେ ସମ୍ପୂର୍ଣ୍ଣ ଭାବେ ଅପ୍ରଭାବିତ ରହିବ, ତାହା ଗ୍ରହଣ କରି ହେଉନାହିଁ ।
  
୨୦୦୮ ମସିହାରେ ସାରା ବିଶ୍ୱ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେହି ବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ବିଶ୍ୱ ବଜାରରେ ଚାଉଳର ଦର ହଠାତ ଟନ ପିଛା ୩୦୦ ଡଲାରରୁ ବଢି ୧୨୦୦ ଡଲାର ଛୁଇଁଲା । ଏହାର ପ୍ରମୁଖ କାରଣ ଥିଲା ଭାରତ ଓ ଭିଏତନାମ ଚାଉଳ ରପ୍ତାନୀ ପରିମାଣ ଉପରେ କଟକଣା ଲଗାଇବା । ଅବଶ୍ୟ ପରେ ଇଜିପ୍ଟ, ପାକିସ୍ତାନ ଓ ବ୍ରାଜିଲ ମଧ୍ୟ ସେମାନଙ୍କ ଦେଶରୁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ତୈଳ ରପ୍ତାନୀକାରୀ ଦେଶଙ୍କ ସଂଗଠନ ଓପେକ ଢାଂଚାରେ ଚାଉଳ ରପ୍ତାନୀକାରୀ ଦେଶଙ୍କ ଏକ ସଂଗଠନ ତିଆରି କରି ଚାଉଳର ଦର ନିର୍ଦ୍ଧାରଣ କରିବା ପାଇଁ ଥାଇଲାଣ୍ଡ ପ୍ରସ୍ତାବ ଦେଇଥିଲା । ଅବଶ୍ୟ ସେହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରି ନଥିଲା । ଚାଉଳକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରି ଆମଦାନୀ ଉପରେ ନିର୍ଭର କରୁଥିବା ପଶ୍ଚିମ ଆଫ୍ରିକାର କିଛି ଦେଶ ଓ ସର୍ବାଧିକ ପରିମାଣର ଚାଉଳ ଆମଦାନୀ କରୁଥିବା ଫିଲିପାଇନ୍ସ, ଏହି ଦରବୃଦ୍ଧିରେ ଅନେକଟା ପ୍ରଭାବିତ ହୋଇଥିଲେ । ହାଇତିରେ ଖାଦ୍ୟ ପାଇଁ ଦଙ୍ଗା ହୋଇ ଛଅ ଜଣଙ୍କୁ ପ୍ରାଣ ହରାଇବାକୁ ପଡିଥିଲା । ଫଳରେ ସେଠାକାର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ହୋଇଥିଲା । ଏହି ସମୟରେ ଚୁକ୍ତି ଅନୁଯାୟୀ ଜାପାନ ନିକଟରୁ ଆମେରିକା କିଣିବାକୁ ଥିବା ଚାଉଳକୁ ଆମେରିକାକୁ ନ ପଠାଇ ବିଶ୍ୱ ବଜାରରେ ତାହା ବିକ୍ରି କରିବା ପାଇଁ ଆମେରିକା ଜାପାନକୁ ଅନୁମତି ଦେବାରୁ ସପ୍ତାହକ ମଧ୍ୟରେ ଚାଉଳ ଦର ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇଥିଲା ଓ ସେହି ବର୍ଷ ଡିସେମ୍ବର ସୁଦ୍ଧା ଚାଉଳର ଦର ଅନେକଟା ନିୟନ୍ତ୍ରିତ ହୋଇ ପାରିଥିଲା । ଅର୍ଥାତ୍‌, ବିଶ୍ୱ ବଜାରରେ ଖାଦ୍ୟଶସ୍ୟର ପ୍ରକୃତ ଅଭାବ ନ ଥିଲେ ମଧ୍ୟ ଯୋଗାଣ ଶୃଙ୍ଖଳରେ ବାଧା ଉତ୍ପନ୍ନ ହୋଇ ସେତେବେଳେ ଦର ବୃଦ୍ଧି ସହ କୃତ୍ରିମ ଅଭାବ ସୃଷ୍ଟି ହୋଇଥିଲା ।
  
ଆବଶ୍ୟକ ପରିମାଣରେ ଖାଦ୍ୟାନ୍ନ ଉତ୍ପାଦନ ନ ହେବା ଯୋଗୁ ବିଶ୍ୱରେ ଖାଦ୍ୟାଭାବ ଦେଖା ଦେବା ତ ସ୍ୱାଭାବିକ । ତେବେ ଏଥି ସହିତ ଉତ୍ପାଦିତ ଖାଦ୍ୟାନ୍ନ ନିରାପଦ ଭାବେ ଗଚ୍ଛିତ ନ ରହିଲେ ଓ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେଲେ ବିଶ୍ୱରେ ଖାଦ୍ୟସଙ୍କଟ ଉତ୍କଟ ହୋଇଥାଏ । ତେଣୁ କରୋନାଜନିତ ସ୍ଥିତିରେ ଏହି ଦିଗଗୁଡିକ ପ୍ରତି ଯେଉଁ ନୂତନ ଆହ୍ୱାନମାନ ସୃଷ୍ଟି ହୋଇଛି ତାହା ବିଶ୍ୱକୁ ଖାଦ୍ୟସଙ୍କଟ ଆଡକୁ ଟାଣି ନେଇ ଯାଇପାରେ । ବିଭିନ୍ନ ଦେଶରେ ଲକଡାଉନ ଯୋଗୁ କୃଷି ଶ୍ରମିକଙ୍କ ଅଭାବ ଦେଖା ଦେଇ ଶସ୍ୟ ଅମଳ ନ ହୋଇ ବିଲରେ ଠିଆ ହୋଇ ରହିଛି । ଭାରତରେ ପଞ୍ଜାବ, ହରିଆଣା ଆଦି ରାଜ୍ୟମାନଙ୍କରୁ ବିହାର ଓ ଉତ୍ତରପ୍ରଦେଶର ପ୍ରବାସୀ କୃଷି ଶ୍ରମିକମାନେ ଅଧିକ ସଂଖ୍ୟାରେ ନିଜ ରାଜ୍ୟକୁ ଫେରି ଯାଇଥିବାରୁ ସେଠାରେ ଗହମ ଫସଲ ଅମଳ ହୋଇ ପାରୁନାହିଁ । ଏହି ସ୍ଥିତି ଆଉ କିଛି ଦିନ ଲାଗି ରହିଲେ ସେଠାରେ ଗହମ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେବ । ଭାରତର ଅନ୍ୟାନ୍ୟ ପ୍ରଦେଶମାନଙ୍କରେ ମଧ୍ୟ କୃଷି ଶ୍ରମିକଙ୍କ ଅଭାବ ଯୋଗୁ ଅନ୍ୟ ରବି ଫସଲଗୁଡିକର ଅମଳ ବାଧାପ୍ରାପ୍ତ ହୋଇଛି । ତା ଛଡା ଖାଦ୍ୟଶସ୍ୟ ସଂଗ୍ରହ, ବିକ୍ରି ଓ ଭଣ୍ଡାରରେ ଗଚ୍ଛିତ ରଖିବା ପାଇଁ ବି କୃଷି ଶ୍ରମିକଙ୍କ ଆବଶ୍ୟକତା ଥାଏ, ଯାହା ଏବେ ଉପଲବ୍ଧ ନୁହେଁ । ସଡକ ଓ ରେଳ ପରିବହନ ସାମାନ୍ୟ ହୋଇ ନଥିବାରୁ ବନ୍ଦରରେ ପଡି ରହିଥିବା ରାସାୟନିକ ସାର ଠିକ ସମୟରେ ଚାଷୀଙ୍କ ନିକଟରେ ପହଞ୍ଚିବା ନେଇ ଆଶଙ୍କା ଉତ୍ପନ୍ନ ହେଲାଣି, ଯଦ୍ଦ୍ୱାରା ଆଗାମୀ ଖରିଫ ଚାଷ ମଧ୍ୟ ପ୍ରଭାବିତ ହୋଇପାରେ । କରୋନା ଯୋଗୁ ବିଭିନ୍ନ ଦେଶ ନିଜ ଦେଶ ଭିତରକୁ ବିଦେଶୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇଥିବାରୁ ପ୍ରବାସୀ କୃଷି ଶ୍ରମିକମାନେ ସେଠାକୁ ଯାଇ ପାରୁନାହାନ୍ତିି । ଫଳରେ ନିୟମିତ ମେକ୍ସିକୋରୁ ଆମେରିକାକୁ ସାମୟିକ ଭାବେ ଆସୁଥିବା କୃଷି ଶ୍ରମିକଙ୍କୁ ଭିସା ପ୍ରଦାନ କରା ଯାଉନାହିଁ, ଯଦ୍ଦ୍ୱାରା ଆମେରିକାରେ ଫଳ, ପନିପରିବା ଅମଳ ପ୍ରଭାବିତ ହେବା ସହ ସେଠାକାର ସ୍ଲଟର ହାଉସଗୁଡିକରେ ଉତ୍କଟ ଶ୍ରମିକ ଅଭାବ ଦେଖାଦେବ ବୋଲି ଆଶଙ୍କା ବ୍ୟକ୍ତ ହୋଇସାରିଲାଣି । ଉତ୍ତର ଆଫ୍ରିକା ଓ ପୂର୍ବ ଇଉରୋପର ପ୍ରବାସୀ କୃଷି ଶ୍ରମିକଙ୍କୁ ପଶ୍ଚିମ ଇଉରୋପର ଦେଶଗୁଡିକୁ ଯିବା ଲାଗି ଅନୁମତି ମିଳୁ ନଥିବାରୁ ସେଠାରେ ମଧ୍ୟ ଫସଲ ଅମଳ ବାଧାପ୍ରାପ୍ତ ହୋଇଛି । ସେହି ଏକା କାରଣରୁ କୃଷି ଉତ୍ପାଦର ଅମଳ ପାଇଁ ବିଦେଶୀ କୃଷି ଶ୍ରମିକଙ୍କ ଉପରେ କିଛି ମାତ୍ରାରେ ନିର୍ଭର କରୁଥିବା ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, କାନାଡା, ବ୍ରିଟେନରେ କିଓି ଫଳ ତୋଳିବାଠାରୁ ଆରମ୍ଭ କରି ଲେଟ୍ୟୁସ ଓ ଷ୍ଟ୍ର ବେରିର ଅମଳ ଯାଏଁ ଏବଂ ମାଂସ ପ୍ରକ୍ରିୟାକରଣ ଶିଳ୍ପ ବି ଗମ୍ଭୀର ଭାବେ ପ୍ରଭାବିତ ହେବାକୁ ଲାଗିଲାଣି । ଏଦଦବ୍ୟତୀତ ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ ଦେଶଗୁଡିକରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡିକ ମଧ୍ୟ ବହୁଳ ଭାବେ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭର କରୁଥିବାରୁ ସେହି ଶିଳ୍ପଗୁଡିକର ଉତ୍ପାଦନ ହ୍ରାସ ପାଇପାରେ । ବର୍ତ୍ତମାନ ସାରା ବିଶ୍ୱରେ ଗ୍ରାହକମାନେ ବ୍ୟବହାର କରୁଥିବା ଖାଦ୍ୟପଦାର୍ଥର ହାରାହାରି ୮୦ ପ୍ରତିଶତ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଉପଲବ୍ଧ ହୋଇଥାଏ । ଅର୍ଥାତ୍‌, ଗ୍ରାହକ ବ୍ୟବହାର କରୁଥିବା ଖାଦ୍ୟପଦାର୍ଥରୁ ଯେତିକି ସେହି ଦେଶ ବା ଅଞ୍ଚଳରେ ଉତ୍ପାଦିତ ହୋଇଥାଏ ତାର ପ୍ରାୟ ଚାରିଗୁଣ ବାହାରୁ ଆମଦାନୀ ହୋଇ ଆସିଥାଏ । ଏଭଳି ପରିସ୍ଥିତିରେ ଯଦି କୌଣସି କାରଣରୁ ଏହି ଯୋଗାଣ ଶୃଙ୍ଖଳଟି ବାଧାପ୍ରାପ୍ତ ହୁଏ ତେବେ ତାର ପରିଣାମ ସ୍ୱରୂପ ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇଥାଏ । ଏବେ ଏହି ଶୃଙ୍ଖଳ ବାଧାପ୍ରାପ୍ତ ହେବାର ମୁଖ୍ୟ କାରଣ ପାଲଟିଛି କରୋନା ଆତଙ୍କ ଯୋଗୁ ବିଭିନ୍ନ ଦେଶ ଗ୍ରହଣ କରୁଥିବା ସତର୍କତାମୂଳକ ପଦକ୍ଷେପ । ବିଶ୍ୱ ବଜାରକୁ ସର୍ବାଧିକ ଚାଉଳ ରପ୍ତାନୀ କରୁଥିବା ଭାରତ ଓ ଭିଏତନାମ ଭଳି ଦେଶ ନିଜ ଦେଶରେ ଚାଉଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇ ସାରିଲେଣି । ସେହିପରି ଗହମ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇ ସାରିଥିବା ଋଷିଆ ଇତିମଧ୍ୟରେ ସେଠାରୁ ସମସ୍ତ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନୀ ଉପରେ କଟକଣା ଲଗାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଦେଶ ମଧ୍ୟ ନିଜ ଦେଶର ନାଗରିକଙ୍କ ସ୍ୱାର୍ଥରକ୍ଷା କରି ସେମାନଙ୍କ ଦେଶରେ ଉତ୍ପାଦିତ ହେଉଥିବା ଖାଦ୍ୟଦ୍ରବ୍ୟର ରପ୍ତାନୀ ଉପରେ କଟକଣା ଲଗାଇବା କିଛି ବିଚିତ୍ର ନୁହେଁ । ତେବେ ବିଶ୍ୱର ପ୍ରାୟ ସବୁ ଦେଶ ନିଜର ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଚାହିଦା ନିଜ ଦେଶ ବା ଅଞ୍ଚଳରୁ ଉତ୍ପାଦନ କରି ମେଣ୍ଟାଇବାକୁ ଅସମର୍ଥ ଥିବାରୁ ଭିନ୍ନ ଭିନ୍ନ ଖାଦ୍ୟଶସ୍ୟ ପାଇଁ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥାନ୍ତି । ଯେମିତି ଦେଶରେ ଖାଇବା ତେଲ ଓ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ଯଥେଷ୍ଟ ହେଉ ନଥିବାରୁ ଚାହିଦା ମେଣ୍ଟାଇବା ପାଇଁ ଭାରତ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିଥାଏ । ସୁନିୟନ୍ତ୍ରିତ ଖାଦ୍ୟଶସ୍ୟ ସରବରାହ ଯୋଗାଣ ଶୃଙ୍ଖଳକୁ ବଳିଷ୍ଠ କରିଥାଏ ଓ ସେ କ୍ଷେତ୍ରରେ ସଡକ ଓ ରେଳପଥ ପରିବହନ ସହ, ଜଳପଥ ଓ ବାୟୁମାର୍ଗରେ ପରିବହନ ଏକ ବଡ ଭୂମିକା ନିର୍ବାହ କରିଥାଏ । ବିଶ୍ୱର ଅଧିକାଂଶ ପ୍ରମୁଖ ବନ୍ଦର ଏବେ କାର୍ଯ୍ୟକ୍ଷମ ନ ଥିବାରୁ ଜାହାଜ ଚଳାଚଳ ହୋଇ ଖାଦ୍ୟଦ୍ରବ୍ୟର ପରିବହନ ସାମାନ୍ୟ ହେବାକୁ ଆହୁରି ଅନେକ ସମୟ ଲାଗିବ । ତେଣୁ ଖାଦ୍ୟ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେଲେ ଦେଶ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇ ସମଗ୍ର ବିଶ୍ୱରେ ଖାଦ୍ୟପଦାର୍ଥ ଉପଲବ୍ଧତାର ସନ୍ତୁଳନ ବିଗିଡିଯିବ ଯଦ୍ଦ୍ୱାରା ଏକ ଭୟଙ୍କର ଖାଦ୍ୟ ସଙ୍କଟ ଉତ୍ପନ୍ନ ହେବ, ଏଥିରେ ସନ୍ଦେହ ନାହିଁ ।

ବିଶ୍ୱର ଖାଦ୍ୟ ବାଣିଜ୍ୟର ଏକ-ତୃତୀୟାଂଶ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କ ଦ୍ୱାରା ହୋଇଥାଏ ଯେଉଁମାନେ ସେମାନଙ୍କ ଖାଦ୍ୟ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭରଶୀଳ । ଏହି ସବୁ ଦେଶରେ ନାଗରିକଙ୍କ ପାରିବାରିକ ବ୍ୟୟର ଏକ ବଡ ଅଂଶ ଖାଦ୍ୟଦ୍ରବ୍ୟ କିଣିବା ପାଇଁ ହୋଇଥାଏ । ଏମିତିରେ ପଶ୍ଚିମ ଆଫ୍ରିକାର ସାହାରା ସଂଲଗ୍ନ ଦେଶଗୁଡିକରେ କ୍ରମାଗତ ମରୁଡି ଓ ଅନ୍ୟ କାରଣ ଯୋଗୁ ଖାଦ୍ୟ ସଙ୍କଟ ଲାଗି ରହିଛି । ସମୁଦାୟ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖା ଦେଲେ ଖାଦ୍ୟଦ୍ରବ୍ୟର ଖୁଚୁରା ମୂଲ୍ୟ ହଠାତ ବଢିଯିବ, ଯାହା ଫଳରେ ଲକଡାଉନ କାରଣରୁ ରୋଜଗାର ହରାଇଥିବା ବା ରୋଜଗାର କମ ହୋଇଥିବା ଉପରୋକ୍ତ ଦେଶଗୁଡିକର ଲୋକମାନଙ୍କ ଉପରେ ତାହା ବୋଝ ଉପରେ ନଳିତା ବିଡା ସଦୃଶ ହେବାର ଆଶଙ୍କା ଦେଖା ଦେବ । ପ୍ରତ୍ୟେକ ଦେଶ ନିଜ ନାଗରିକଙ୍କ ସ୍ୱାର୍ଥରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବା ସ୍ୱାଭାବିକ ହୋଇଥିଲେ ମଧ୍ୟ ଏହି ବିପତ୍ତି ସମୟରେ ଦୁର୍ବଳ ଦେଶର ନାଗରିକଙ୍କ ସ୍ୱାର୍ଥକୁ ଅଣଦେଖା କରିବା ସମୀଚୀନ ହେବନାହିଁ । ତେଣୁ ଖାଦ୍ୟଶସ୍ୟର ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ସମସ୍ତ ବାଧାକୁ ଦୂର କରିବା ପାଇଁ ସମ୍ପନ୍ନ ଦେଶମାନେ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କଲେ ହୁଏତ ଆସନ୍ନ ଖାଦ୍ୟ ସଙ୍କଟକୁ ବିଶ୍ୱବାସୀ ଏଡାଇ ଦେବାକୁ ସକ୍ଷମ ହୋଇପାରନ୍ତି । ନହେଲେ ଜୀବନ ରକ୍ଷା କରିବାକୁ କରୋନା ବିରୁଦ୍ଧରେ ଲଢେଇ ଜାରି ଥିବା ବେଳେ ଅଜାଣତରେ ହୁଏତ ଅଧିକ ସଂଖ୍ୟକ ଲୋକ କ୍ଷୁଧା ଓ ଅପପୁଷ୍ଟିର ଶିକାର ହୋଇ ଜୀବନ ହରାଇ ସାରିଥିବେ ।

Publisged in Odisha Reporter on March 18, 2020

Comments

  1. ସୁନ୍ଦର ଉପସ୍ଥାପନା, ଉତ୍କଟ ଖାଦ୍ୟାଭାବ ର

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...