Skip to main content

ନଦୀରେ ! ତୁ ନିଜ ଛନ୍ଦରେ ବହି ଚାଲ

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ତତକାଳୀନ କେନ୍ଦ୍ର ଜଳ ସମ୍ବଳ ଓ ନଦୀ ବିକାଶ ମନ୍ତ୍ରୀ ନୀତିନ ଗଡକରି ଯେତେବେଳେ ଦମ୍ଭୋକ୍ତି କଲେ ଯେ ପାକିସ୍ତାନକୁ ଆଉ ଆଦୌ ଉଦବୃତ୍ତ ନଦୀ ଜଳ ଛଡାଯିବ ନାହିଁ, ମନେ ହେଲା ସତେ ଯେମିତି ସରକାର ଜଳ ନିୟନ୍ତ୍ରଣ ମାଧ୍ୟମରେ ପାକିସ୍ତାନକୁ ସାବାଡ କରିବା ପାଇଁ କିଛି ନୂଆ ନିଷ୍ପତ୍ତି ଗ୍ରହଣ କଲେ । ଏହାଦ୍ୱାରା ବୋଧେ ଭାରତଠାରୁ ପାଣି ନ ପାଇ ସିନ୍ଧୁ ନଦୀ ଶୁଖିଯିବ ଆଉ ପାଣି ପାଇଁ ପାକିସ୍ତାନର ଲୋକେ ଡହଳ ବିକଳ ହୋଇ ପାନେ ପାଇବେ ବୋଲି ଅନେକଙ୍କ ଧାରଣା ସୃଷ୍ଟି ହେଲା । ବାସ୍ତବତା ହେଉଛି, ଏ ନିଷ୍ପତ୍ତି ଆଦୌ ନୂଆ ନୁହେଁ, ବରଂ ବହୁ ପୂର୍ବରୁୁ ଏ ସମସ୍ତ ନିଷ୍ପତ୍ତି ନିଆଯାଇ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଖସଡା ପ୍ରସ୍ତୁତ ହୋଇ ସାରିଥିଲା । ସେଗୁଡିକୁ ଦୋହରାଇ ସରକାର ପାକିସ୍ତାନ ବିରୁଦ୍ଧରେ କଡା ପଦକ୍ଷେପ ନେଉଥିବାର ପ୍ରତ୍ୟୟ ସୃଷ୍ଟି କରି ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଏକ ଉଦ୍ୟମ କରିଛନ୍ତି ଯାହା । ପ୍ରତ୍ୟୁତ୍ତରରେ ପାକିସ୍ତାନ ‘ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଭାରତ ତା ଭାଗର ପାଣି ଯେମିତି ଇଚ୍ଛା ବ୍ୟବହାର କରିବାକୁ ଚାହୁଁଛି କରୁ, ସେଥିରେ ଆମର ଚିନ୍ତା ବା ବିରୋଧ କରିବାର କିଛି ନାହିଁ’ ବୋଲି କହି ଏ ନିଷ୍ପତ୍ତିର ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେଠାକାର ଲୋକଙ୍କ ମଧ୍ୟରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କଲା । ତେବେ ପ୍ରକୃତ ପକ୍ଷେ ଏ ନିଷ୍ପତ୍ତିର ପାକିସ୍ତାନ ଉପରେ କି ପ୍ରଭାବ ପଡିପାରେ ତାହା ବୁଝିବାକୁ ହେଲେ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନରୁ ହୋଇଥିବା ସିନ୍ଧୁ ଜଳ ଚୁକ୍ତିର ସର୍ତ୍ତାବଳୀ ସମ୍ପର୍କରେ ସମ୍ୟକ ଧାରଣା ଆବଶ୍ୟକ ।

ସିନ୍ଧୁ ନଦୀ ତିବ୍ଦତୀୟ ପାର୍ବତ୍ୟାଞ୍ଚଳର ମାନ ସରୋବର ହ୍ରଦ ସନ୍ନିିକଟରୁ ବାହାରି ଜାମ୍ମୁ-କାଶ୍ମୀରର ଲଦ୍ଦାଖ ଅଞ୍ଚଳରେ ପ୍ରବେଶ କଲା ପରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନ ଦେଇ ଶେଷରେ କରାଚୀ ନିକଟରେ ଆରବ ସାଗରରେ ମିଶିଛି । ଏହାର ବାମ ପାଶ୍ୱର୍ରେ ଥିବା ପାଞ୍ଚଟି ଉପନଦୀ ମଧ୍ୟରୁ ପୂର୍ବ ଭାଗର ନଦୀ କୁହାଯାଉଥିବା ରାବି, ବ୍ୟାସ ଓ ସତଲେଜ ଭାରତର ହିମାଚଳ ପ୍ରଦେଶ, ପଞ୍ଜାବ, ଜାମ୍ମୁ-କାଶ୍ମୀର ଆଦି ରାଜ୍ୟରେ ପ୍ରବାହିତ ହୋଇ ସିନ୍ଧୁରେ ମିଶିଥିବା ବେଳେ ପଶ୍ଚିମ ଭାଗର ଉପନଦୀ କୁହାଯାଉଥିବା ଝେଲମ ଓ ଚେନାବ କାଶ୍ମୀର ଉପତ୍ୟକାରେ ପ୍ରବାହିତ ହୋଇ ସିନ୍ଧୁୁ ନଦୀରେ ମିଶିଛନ୍ତି । ୧୯୬୦ ମସିହାରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଝେଲମ, ଚେନାବ ଓ ସିନ୍ଧୁ ନଦୀର ପ୍ରାୟ ୧୩୫ ମିଲିଅନ ଏକର ଫୁଟ (ଏମଏଏଫ) ଜଳ ଉପରେ ପାକିସ୍ତାନର ସମ୍ପୂର୍ଣ୍ଣ ଅଧିକାର ରହିଛି । କାଶ୍ମୀର ଉପତ୍ୟକାରେ ଏହି ନଦୀଗୁଡିକ ଉପରେ ନଦୀବନ୍ଧ ନିର୍ମାଣର ଅନୁମତି ନ ଥିଲେ ମଧ୍ୟ ପ୍ରବହମାନ ଅବସ୍ଥାରେ ଭାରତ ଏହାର ଜଳକୁ ଘରୋଇ, କୃଷି କାର୍ଯ୍ୟ ଓ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରି ପାରିବ । ସେହିପରି ରାବି, ବ୍ୟାସ ଓ ସତଲେଜ ନଦୀର ୩୩ ଏମଏଏଫ ଜଳ ରାଶି ଉପରେ ଭାରତର ସମ୍ପୂର୍ଣ୍ଣ ଅଧିକାର ରହିଛି ।

ବିଗତ ବର୍ଷମାନଙ୍କରେ ଭାରତ ସତଲେଜ ନଦୀ ଉପରେ ଭାକ୍ରା ନଦୀବନ୍ଧ, ବ୍ୟାସ ନଦୀ ଉପରେ ପୋଙ୍ଗ ଓ ପାଣ୍ଡୋ ନଦୀ ବନ୍ଧ, ରାବି ନଦୀ ଉପରେ ରଣଜିତ ସାଗର ବନ୍ଧ ନିର୍ମାଣ କରିବା ସହ ବ୍ୟାସ-ସତଲେଜ ଲିଙ୍କ, ମାଧୋପୁର-ବ୍ୟାସ ଲିଙ୍କ, ଇନ୍ଦିରା ଗାନ୍ଧୀ କେନାଲ ପ୍ରକଳ୍ପ ଆଦି ମାଧ୍ୟମରେ ନିଜ ଭାଗର ପ୍ରାୟ ଶତକଡା ୯୫ ଭାଗ ପାଣି ବ୍ୟବହାର କରିବାକୁ ସକ୍ଷମ ହୋଇଛି । ଅବଶିଷ୍ଟ ଶତକଡା ୫ ଭାଗ ବା ପ୍ରାୟ ୨ ଏମଏଏଫ ଉଦବୃତ୍ତ ଜଳ ପାକିସ୍ତାନକୁ ପ୍ରବାହିତ ହେଉଛି । ଏହି ଜଳକୁ ହିଁ ପାକିସ୍ତାନକୁ ନ ଛାଡି ଭାରତରେ ବ୍ୟବହାର କରିବା ପାଇଁ ଯେଉଁ ତିନୋଟି ପ୍ରକଳ୍ପ କଥା ସରକାର ଉଲ୍ଲେଖ କରୁଛନ୍ତି ସେଗୁଡିକ ହେଲା, ସାହାପୁରକାଣ୍ଡି ନଦୀବନ୍ଧ, ଉଝ ନଦୀବନ୍ଧ ଓ ଦ୍ୱିତୀୟ ରାବି-ବ୍ୟାସ ଲିଙ୍କ କେନାଲ । ସାହାପୁରକାଣ୍ଡି ନଦୀବନ୍ଧଟି ରାବି ନଦୀ ଉପରେ ନିର୍ମାଣ ହେବ ଯାହା ୨୦୧୩ ମସିହାରେ ଆରମ୍ଭ ହୋଇ ୨୦୧୬ ସୁଦ୍ଧା ସରିବାର ଥିଲା । ଜାମ୍ମୁ-କାଶ୍ମୀର ଓ ପଞ୍ଜାବ ମଧ୍ୟରେ ବିବାଦ ଲାଗି ରହିବା ଯୋଗୁ କାମ ବନ୍ଦ ଥିଲା । ସେପ୍ଟେମ୍ବର ୨୦୧୮ରେ ଉଭୟ ରାଜ୍ୟଙ୍କ ମଧ୍ୟରେ ସହମତି ପରେ କେନ୍ଦ୍ର ସରକାର ଡିସେମ୍ବର ୨୦୧୮ରେ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଓ ଏହି ପ୍ରକଳ୍ପର କାମ ପୁଣି ଆରମ୍ଭ ହୋଇଛି । ଜାମ୍ମୁ-କାଶ୍ମୀରରେ ରାବି ନଦୀର ଉପନଦୀ ଉଝ ନଦୀ ଉପରେ ଏକ ନଦୀ ବନ୍ଧ ନିର୍ମାଣ ପ୍ରସ୍ତାବକୁ ୨୦୧୭ରୁ ମଞ୍ଜୁରୀ ଦିଆ ସରିଛି । ମାଧୋପୁର ହେଡଓ୍ଵାର୍କସ ପରେ ରାବି ନଦୀର ସମସ୍ତ ପାଣି ପାକିସ୍ତାନକୁ ଚାଲି ଯାଉଥିବାରୁ ୨୦୦୮ରେ ତତ୍କାଳୀନ କେନ୍ଦ୍ର ସରକାର ଦ୍ୱିତୀୟ ରାବି-ବ୍ୟାସ ଲିଙ୍କ କେନାଲ ନିର୍ମାଣକୁ ଏକ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ଆଜି ଯାଏଁ ତାହା ଆଗେଇ ପାରି ନଥିଲା । ଏଗୁଡିକ ବର୍ଷ ବର୍ଷ ତଳର ପ୍ରକଳ୍ପ ଓ ସରିବାକୁ ମଧ୍ୟ ଅନ୍ତତଃ ପକ୍ଷେ ଆହୁରି ୫-୬ ବର୍ଷ ସମୟ ଲାଗିଯିବ ।

ପାକିସ୍ତାନର ଜଳ ସେଚନ ବିଭାଗର ତଥ୍ୟ ଅନୁଯାୟୀ ସେଠାରେ ବର୍ଷକୁ ପ୍ରାୟ ୨୧ ମିଲିଅନ ଏକର ଫୁଟ (ଏମଏଏଫ) ପାଣି ସମୁଦ୍ରକୁ ବହି ଯାଉଛି । ନଦୀବନ୍ଧ ଓ ଅନ୍ୟ ଜଳ ସଂରକ୍ଷଣର ଆବଶ୍ୟକୀୟ ବ୍ୟବସ୍ଥା ନଥିବାରୁ ସେହି ପାଣିକୁ ଧରି ରଖି ହେଉନାହିଁ । ତେଣୁ ଭାରତରୁ ୨ ଏମଏଏଫ ପାଣି ନ ଆସିଲେ ସେମାନଙ୍କର କଣ ବା ଅଧିକ ବିଗିଡିଯିବ? ସେଠାରେ ୮୪ ଭାଗ ଜଳ ମୌସୁମୀ ବର୍ଷାରୁ ହିଁ ମିଳିଥାଏ, ଯାହାକୁ ଧରି ରଖିବା ପାଇଁ ପାକିସ୍ତାନ ବର୍ଷ ବର୍ଷ ଧରି କୌଣସି ନୂଆ ନଦୀବନ୍ଧ ତିଆରି କରି ନଥିବାରୁ ଶତକଡା ୩୬ ଭାଗ ଖରିଫ ଚାଷ ପ୍ରଭାବିତ ହେଉଛି । ପାକିସ୍ତାନକୁ ପାଣି ଛାଡିବ ନାହିଁ ବୋଲି ଦୀର୍ଘ ଦିନରୁ ଭାରତ ପରୋକ୍ଷରେ ଧମକାଇ ଆସୁଥିବାରୁ ପାକିସ୍ତାନ ମଧ୍ୟ ନିଜକୁ ସେଥିପାଇଁ ପ୍ରସ୍ତୁତ କରିବା ପ୍ରକ୍ରିୟା ଜାରି ରଖିିଛିି । ବସ୍ତୁତଃ, ପ୍ରଧାନମନ୍ତ୍ରୀ ହେବା ପରେ ଇମରାନ ଖାଁ ପାକିସ୍ତାନରେ ତିନୋଟି ବୃହଦ୍ ପ୍ରକଳ୍ପ ମାଧ୍ୟମରେ ୯ ଏମଏଏଫ ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନେଇ ସାରିଛନ୍ତି । ଏଥିରୁ ସ୍ପଷ୍ଟ, ଉଭୟ ଦେଶ ପରସ୍ପରକୁ ମାତ୍ ଦେବା ପାଇଁ ‘ତୁ ଡାଳରେ ଡାଳରେ ତ ମୁଁ ପତ୍ରରେ ପତ୍ରରେ’ ନୀତି ଅବଲମ୍ବନ କରୁଛନ୍ତି । ଭାରତ ଦ୍ୱାରା ରାବି, ବ୍ୟାସ ଓ ସତଲେଜ ନଦୀ ଜଳର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଘୋଷଣା ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ ହେଉ ନଥିବାରୁ ଓ ଏହାର ବିଶେଷ କିଛି ପ୍ରଭାବ ପଡିବାର ନଥିବାରୁ ପାକିସ୍ତାନ ଏ ନେଇ ବିଚଳିତ ହେବା ପରି ଜଣା ପଡୁନାହିଁ ।

ଅନ୍ୟ ପକ୍ଷରେ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ଝେଲମ, ଚେନାବ ଓ ସିନ୍ଧୁ ନଦୀର ଜଳକୁ ଅଟକାଇ ପାରିଲେ ପାକିସ୍ତାନ ନିଶ୍ଚିତ ଭାବେ ଜଳ ସଙ୍କଟରେ ପଡିବ ଓ ପାକିସ୍ତାନ ତାର ତୀବ୍ର ବିରୋଧ କରିବ । ସିନ୍ଧୁ ଜଳ ଚୁକ୍ତିର ସର୍ତ୍ତ ଅନୁଯାୟୀ କାଶ୍ମୀର ଉପତ୍ୟକାରେ ପ୍ରବାହିତ ହେଉଥିବା ଅବସ୍ଥାରେ ଭାରତ ଏହି ନଦୀଗୁଡିକର ଜଳକୁ କୌଣସି ବନ୍ଧ ତିଆରି ନ କରି କେବଳ ଘରୋଇ, କୃଷି କ୍ଷେତ୍ରରେ ଓ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରିପାରିବ । ୨୦୧୬ ମସିହାରେ ଉରି ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଅଗ୍ରାହ୍ୟ କରି ସମ୍ପୂର୍ଣ୍ଣ ଓହରି ଆସୁ ବୋଲି ଯେଉଁ ଦାବି ଉଠୁଥିଲା, ଚଳିତ ନିର୍ବାଚନରେ ଶାସକ ଦଳର ବିପୁଳ ବିଜୟ ପରେ ସେହି ଦାବିର ଗୁଞ୍ଜରଣ ଶୁଣିବାକୁ ମିଳିଲାଣି । ତେବେ ପାଣିକୁ ଧରି ରଖିବା ପାଇଁ କାଶ୍ମୀର ଉପତ୍ୟକାରେ ବନ୍ଧ ତିଆରି ହୋଇ ନଥିବାରୁ ପାଣି ଅଟକାଇବାର ଅର୍ଥ ବନ୍ୟାକୁ ଆମନ୍ତ୍ରଣ ଦେବା । କାଶ୍ମୀରରେ ବନ୍ଧ ନିର୍ମାଣ କରି ଉଦବୃତ୍ତ ଜଳକୁ ଅନ୍ୟ ରାଜ୍ୟକୁ ଆଣିବାକୁ ହେଲେ ବହୁ ସଂଖ୍ୟାରେ ସୁଦୀର୍ଘ କେନାଲମାନ ତିଆରି କରିବାକୁ ହେବ । କାଶ୍ମୀର ଏକ ପାର୍ବତ୍ୟାଞ୍ଚଳ ହୋଇଥିବାରୁ ଏଥିପାଇଁ ଅଜସ୍ର ପରିମାଣରେ ଅର୍ଥ ବ୍ୟୟ ହେବା ସହିତ ପ୍ରାୟ ୧୦-୧୫ ବର୍ଷ ସମୟ ମଧ୍ୟ ଲାଗିଯାଇପାରେ । ତାଛଡା ବୈଷୟିକ ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତିର କ୍ରିୟାନ୍ୱୟନ ଭାରତ ହିତର ପରିପନ୍ଥୀ ହୋଇପାରେ ବୋଲି କେହି କେହି ବିଶେଷଜ୍ଞ ମତବ୍ୟକ୍ତ କରୁଛନ୍ତି । ଏ ସବୁକୁ ଅଣଦେଖା କରି ଭାରତ ଚୁକ୍ତିରୁ ଓହରିବାକୁ ସ୍ଥିର କଲେ ତାହାର ସମ୍ଭାବ୍ୟ ଆନ୍ତର୍ଜାତିକ ପ୍ରତିକ୍ରିୟା ଭାରତ ପକ୍ଷେ ମହଙ୍ଗା ହୋଇପାରେ । କାରଣ ଆଇଆରଡିବି (ଏବର ବିଶ୍ୱ ବ୍ୟାଙ୍କ) ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତିଟିର ତୃତୀୟ ଲାଭାର୍ଥୀ ହେଉଛି ଚୀନ । ପ୍ରଥମତଃ, ସିନ୍ଧୁ ନଦୀର ଆଦ୍ୟାଂଶ ଚୀନରେ ଥିବା ଦୃଷ୍ଟିରୁ ଭାରତ ପାକିସ୍ତାନକୁ ପାଣି ବନ୍ଦ କଲେ, ଚୀନ ମଧ୍ୟ ଅନୁରୂପ ଭାବେ ଭାରତକୁ ପାଣି ବନ୍ଦ କରିବା ପାଇଁ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରିପାରେ । ଦ୍ୱିତୀୟତଃ, ଚୁକ୍ତି ସମୟରେ ରାବି, ବ୍ୟାସ ଓ ସତଲେଜର ପାଣି ଭାରତକୁ ଛାଡିବା ବଦଳରେ ପାକିସ୍ତାନରେ ସିନ୍ଧୁ ନଦୀର ଅବବାହିକାରେ ବନ୍ଧ ଓ କେନାଲ ନିର୍ମାଣର ସମସ୍ତ ଖର୍ଚ୍ଚ ଭାରତ ବହନ କରୁ ବୋଲି ପାକିସ୍ତାନର ଦାବିକୁ ଭାରତ ଅଗ୍ରାହ୍ୟ କଲା ପରେ ସେଥିପାଇଁ ଅଷ୍ଟ୍ରେଲିଆ, କାନାଡା, ପଶ୍ଚିମ ଜର୍ମାନୀ, ନିଉଜିଲାଣ୍ଡ, ବ୍ରିଟେନ, ଆମେରିକା ଓ ଆଇଆରଡିବି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତେଣୁ ପରୋକ୍ଷରେ ଏହି ସବୁ ଦେଶଙ୍କର ସ୍ୱାର୍ଥ ମଧ୍ୟ ସିନ୍ଧୁ ଚୁକ୍ତି ସହ ଜଡିତ ।  ଏ ପରିପ୍ରେକ୍ଷୀରେ ଭାରତ ପକ୍ଷେ ଏ ଭଳି ଏକ ନିଷ୍ପତ୍ତି ନେବା ସହଜ ହୋଇ ନପାରେ । ତେଣୁ ସିନ୍ଧୁ ଜଳ ଚୁକ୍ତିର ପରିଧି ମଧ୍ୟରେ ରହି ଭାରତର ପାକିସ୍ତାନକୁ ଉଦବୃତ୍ତ ପାଣି ନ ଦେବା ଘୋଷଣାର ପ୍ରଭାବ କଣ ହେବ ତାହା ଏକକ ଭାବେ ବିଚାର କରିବା ଅପେକ୍ଷା ଏହାକୁ ଏକ ବହୁ-କେନା ବିଶିଷ୍ଟ ଆକ୍ରମଣ (ମଲଟି ପ୍ରଙ୍ଗଡ ଆଟେକ) କୌଶଳର ଅଂଶ ବିଶେଷ ଭାବେ ବିବେଚନା କରିିବା ବରଂ ଉଚିତ ହେବ । 

ସେପ୍ଟେମ୍ବର ୨୦୧୬ରେ ସଂଘଟିତ ଉରି ଆକ୍ରମଣରେ ୨୦ ଜଣ ଯବାନ ଶହୀଦ ହେବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରକ୍ତ ଓ ପାଣି ଏକ ସଙ୍ଗେ ପ୍ରବାହିତ ହୋଇ ପାରିବନାହିଁ । ତାଙ୍କର ଏ ଭଳି ଚେତାବନୀର ତାତ୍ପର୍ଯ୍ୟ ଥିଲା, ପାକିସ୍ତାନ ଯଦି ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହିତ କରିବାରୁ ନିବୃତ୍ତ ନହୁଏ, ତେବେ ଭାରତ ବାଧ୍ୟ ହୋଇ ସିନ୍ଧୁ ଜଳ ଚୁକ୍ତିରୁ ଓହରି ଆସି ପାକିସ୍ତାନକୁ ପାଣି ଛାଡିବ ନାହିଁ । କଳିଙ୍ଗ ଯୁଦ୍ଧ ସମୟରେ ରକ୍ତରଞ୍ଜିତ ଦୟା ନଦୀର ପାଣିର ଲାଲ ରଙ୍ଗକୁ ଦେଖି ଅଶୋକଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା ବୋଲି କୁହାଯାଏ । ତେଣୁ ହୃଦୟ ପରିବର୍ତ୍ତନ ପାଇଁ ପାଣି ଓ ରକ୍ତ ଏକ ସଙ୍ଗେ ପ୍ରବାହିତ ହେବା ବୋଧେ ଜରୁରୀ ! ଅବଶ୍ୟ ଇତି ମଧ୍ୟରେ କାଶ୍ମୀରରେ ଉଭୟ ସାଧାରଣ ଲୋକ ଓ ସୁରକ୍ଷା କର୍ମୀଙ୍କ ଅନେକ ରକ୍ତ କ୍ଷରଣ ହୋଇଥିଲେ ମଧ୍ୟ ନିର୍ବିଘ୍ନରେ ଭାରତରୁ ପାକିସ୍ତାନକୁ ଜଳପ୍ରବାହ ହୋଇଚାଲିିଛି । କଠୋର ହୃଦୟର ପାକିସ୍ତାନର ଶାସକମାନେ ରକ୍ତମିଶା ସେହି ପାଣିର ରଙ୍ଗକୁ ବୋଧେ ଦେଖି ପାରୁନାହାନ୍ତି କି ତାହା ସେମାନଙ୍କର ହୃଦୟ ପରିବର୍ତ୍ତନ ପାଇଁ ଯଥେଷ୍ଟ ହେଉନାହିଁ ।

ନଦୀର ବି ମଣିଷ ପରି ଜୀବନ ଥାଏ । ସ୍ୱ ଇଚ୍ଛାରେ ସେ ଗତିପଥ ବଦଳାଇଥାଏ । ହେଲେ ଏଣିକି ମଣିଷ ତାର ଗତିପଥ ନିୟନ୍ତ୍ରଣ କରୁଛି । ଦେଶ ଦେଶ ମଧ୍ୟରେ ଲଢେଇରେ ବି ନଦୀ ବ୍ୟବହୃତ ହୋଇ ତାକୁ ବହୁ ମୂଲ୍ୟ ଦେବାକୁ ପଡୁଛି । ଦେଶ ଓ ସଂସ୍କୃତିକୁ ଯୋଡିଥାଏ ନଦୀ । ନଦୀ ଖାଲି ମଣିଷର ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ସମସ୍ତଙ୍କର । ଯେଉଁ ଜୀବ ଜଗତକୁ ସେ ଜୀବନ ପ୍ରଦାନ କରିଥାଏ ତାକୁ ସେମାନଙ୍କ ମୃତ୍ୟୁର କାରଣ କରା ନ ଯାଉ । ଦେଶ ଦେଶର ଲଢେଇରେ ନଦୀକୁ ମୋହରା କରା ନ ଯାଉ ଓ ଦେଶମାନେ ନଦୀକୁ ଏକ ଯୁଦ୍ଧାସ୍ତ୍ର ଭାବେ ପ୍ରୟୋଗ କରିବାରୁ ନିବୃତ୍ତ ରହନ୍ତୁ । କେଉଁ ଆବହମାନ କାଳରୁ ମଣିଷ ସଭ୍ୟତା, ସଂଘର୍ଷ ଓ ସହାବସ୍ଥାନର ମୂକସାକ୍ଷୀ ହୋଇ ବହିଚାଲିଛି ନଦୀ । ଏକ ସଂକ୍ଷିପ୍ତ କାଳଖଣ୍ଡର କିଛି ସଙ୍କୁଚିତ ଯୁଦ୍ଧ-ମନସ୍କ ମଣିଷଙ୍କ ଅନାବଶ୍ୟକୀୟ ଆଚରଣ ପାଇଁ ନିରନ୍ତର ବହି ଆସିଥିବା ନଦୀର ଧାରାକୁ ଚିର ଦିନ ଲାଗି ନିଃଶେଷ ହେବାକୁ ଦିଆଯାଇ ପାରିବ କି ? ଏ ପ୍ରସଙ୍ଗରେ ଭୁପେନ ହଜାରିକାଙ୍କ ସେହି କାଳଜୟୀ ଗୀତ ‘ଓ ଗଙ୍ଗା ବେହତି ହୋ କ୍ୟୁଁ...’ ସଂସ୍ମରଣରେ ଏତିକି ଅନ୍ତତଃ କୁହାଯାଇପାରେ, ଯୁଦ୍ଧ, ହିଂସା, ଅନ୍ୟାୟ, ଅତ୍ୟାଚାରକୁ ପ୍ରତ୍ୟକ୍ଷ କରି ମଧ୍ୟ ଅବିଚଳିତ ଭାବେ, ନଦୀରେ, ତୁ ନିଜ ଛନ୍ଦରେ ବହି ଚାଲ, ଜୀବନର ଗାଥା ଗାଇ ଚାଲ ।

Published in Odia daily Nitidin on July 11, 2019

Comments

  1. Very good analysis on the established facts . Nice coverage.

    ReplyDelete
  2. ଭଲଲାଗିଲା। ଶେଷ ଆଡକୁ ଆପଣ ଭାବପ୍ରବଣତାର ଝଲକ ଦେଖାଇଛନ୍ତି, ଯାହା ଶବ୍ଦସାହିତ୍ୟ ସମୃଦ୍ଧ ଲାଗିଲା।

    ମୋ ବିଚାରରେ, ନଦୀମାନେ କୁଳୁକୁଳୁ ନାଦରେ ତଳମୁଣ୍ଡକୁ ଆଉ ବୋହିବା ଅନାବଶ୍ୟକ। ଜଳକଷ୍ଟ ବଢିବାରେ ଲାଗିଛି, ଆମେ କେହିବି କ'ଣ ଚାହିଁବା ଯେ ସବୁତକ ଜଳ ସମୁଦ୍ରକୁ ବୋହିଯାଉ ! ବାଟସାରା ଆନିକଟ, ବ୍ୟାରେଜ ନିହାତି ଆବଶ୍ୟକ ପଡିବ।
    ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧ ଯଦି ହୁଏ, ତାହା ଜଳସମ୍ପଦ ଆଧାରିତ ହେବ ନାହିଁ କି?

    ReplyDelete
    Replies
    1. ଧନ୍ୟବାଦ l ନଦୀମାନେ ତଳମୁଣ୍ଡକୁ ପ୍ରବାହିତ ହେବା କେତେ ଆବଶ୍ୟକ ତାହା ଅନ୍ୟ ଏକ ଲେଖାରେ ଲେଖିବି l ତେବେ ନଦୀର ନ୍ୟୁନତମ କେତେ ଜଳ ସମୁଦ୍ରକୁ ପ୍ରବାହିତ ହେବା କେତେ ଜରୁରୀ ସେ ନେଇ ଆଇନ ମଧ୍ୟ ପ୍ରଣୟନ ହେଲାଣି l ନିକଟରେ ନିୟୁଜିଲାଣ୍ଡର ଏକ ନଦୀକୁ ନାଗରିକ ଅଧିକାର ଦିଆ ସରିଲାଣି l ମୋଟ ଉପରେ କଥା ହେଲା ମଣିଷ ଭାବୁଥିଲା ପରି ନଦୀ କେବଳ ମଣିଷର ସମ୍ପତ୍ତି ନୁହେଁ l

      Delete
  3. ନଦୀ ତ ନେଇଛି ତାର ଆପଣା ଗତି। ଦିନ ଯାଇଛି ବିତି ରାତି ଯାଇଚି ବିତି। ହେଲେ ଏବେକାର ପରିସ୍ଥିତି ବଢିଆ ଲେଖି ଜଣାଇଥିବାରୁ ଧନ୍ୟବାଦ।

    ReplyDelete
    Replies
    1. ଆପଣଙ୍କ ମତାମତ ପାଇଁ ଧନ୍ୟବାଦ

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍