Skip to main content

ବିଶ୍ୱ ଶାନ୍ତି ସୂଚକାଙ୍କ ତାଲିକାରେ ଭାରତ ତଳେ କାହିଁକି ?

ବିଶ୍ୱାସ କରିବା କଠିନ ଯେ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରି ଆସିଥିବା ଭାରତ ବର୍ତ୍ତମାନ ବିଶ୍ୱର ପଚିଶଟି ସର୍ବାଧିକ ଅଶାନ୍ତ ଦେଶମାନଙ୍କ ତାଲିକାରେ ସ୍ଥାନିତ । ୧୬୩ଟି ଦେଶରେ ଶାନ୍ତିର ସ୍ଥିତିକୁ ଦର୍ଶାଇ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ୍ସ ଆଣ୍ଡ ପିସ (ଆଇଇପି) ଦ୍ୱାରା ୨୦୧୯ ମସିହା ପାଇଁ ସଦ୍ୟ ପ୍ରକାଶିତ ବିଶ୍ୱ ଶାନ୍ତି ସୂଚକାଙ୍କରେ ଭାରତ ଗତ ବର୍ଷ ତୁଳନାରେ ୫ଟି ସ୍ଥାନ ତଳକୁ ଖସି ୧୪୧ତମ ସ୍ଥାନରେ ପହଞ୍ଚିଛି । ଗତ ୧୩ ବର୍ଷ ଧରି ଏହି ସଂସ୍ଥା ପ୍ରତି ବର୍ଷ ଭିନ୍ନ ଭିନ୍ନ ତଥ୍ୟକୁ ଆଧାର କରି ବିଭିନ୍ନ ଦେଶରେ ଶାନ୍ତିର ସ୍ଥିତିକୁ ମାପି ଏହି ସୂଚକାଙ୍କ ପ୍ରକାଶ କରି ଆସୁଛି । ଆଇଇପି ଦ୍ୱାରା ପ୍ରସ୍ତୁତ ଏହି ବିଶ୍ୱ ଶାନ୍ତି ସୂଚକାଙ୍କକୁ ଶାନ୍ତିର ସବୁଠାରୁ ନିର୍ଭରଯୋଗ୍ୟ ପରିମାପକ ଭାବେ ଗ୍ରହଣ କରାଯାଇଥାଏ । ବାହ୍ୟ ସଂଘର୍ଷ, ଘରୋଇ ସଂଘର୍ଷ, କଏଦିଙ୍କ ହାର, ହିଂସାତ୍ମକ ପ୍ରଦର୍ଶନ, ଆତଙ୍କବାଦୀ ଗତିବିଧି, ଅସ୍ତ୍ରଶସ୍ତ୍ର ଆମଦାନୀ ଓ ରପ୍ତାନୀ, ହିଂସ୍ର ଅପରାଧ, ରାଜନୈତିକ ଅସ୍ଥିରତା, ପଡୋଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ, ଆତ୍ମହତ୍ୟା ହାର, ପୋଲିସ ସଂଖ୍ୟା, ସେନା ସଂଖ୍ୟା, ସାମରିକ ବ୍ୟୟ ଭଳି ୨୩ଟି ବିଷୟରେ ତଥ୍ୟକୁ ଏକତ୍ର କରି ପ୍ରସ୍ତୁତ ହୋଇଥିବା ଏହି ସୂଚକାଙ୍କକୁ ମୋଟାମୋଟି ଯେଉଁ ତିନୋଟି ବିଷୟଗତ ବିଭାଗରେ ରଖାଯାଇଛି ସେଗୁଡିକ ହେଲା ସେହି ଦେଶରେ, (୧) ସାମାଜିକ ସୁରକ୍ଷା ଓ ନିରାପତ୍ତାର ସ୍ତର, (୨) ଜାରିି ରହିଥିବା ଘରୋଇ ଓ ଆନ୍ତର୍ଜାତିକ ସଂଘର୍ଷର ସୀମା, (୩) ସାମରିକୀକରଣର ମାତ୍ରା ।

ଗତ ଦଶ ବର୍ଷ ମଧ୍ୟରେ ବିଶ୍ୱଶାନ୍ତିରେ ୩.୭୮ ପ୍ରତିଶତ ଅବନତି ଘଟିଥିଲେ ମଧ୍ୟ ଗତ ବର୍ଷ ତୁଳନାରେ ଏ ବର୍ଷ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ଏ ବର୍ଷ ପ୍ରକାଶିତ ସୂଚକାଙ୍କରେ ୮୬ଟି ଦେଶର ପ୍ରଦର୍ଶନରେ ଉନ୍ନତି ଘଟିଥିିବା ବେଳେ ୭୬ଟି ଦେଶର ଅବନତି ଘଟିଛି । ଏହି ସୂଚକାଙ୍କ ଅନୁଯାୟୀ ବିଗତ ଦଶ ବର୍ଷ ପରି ଏ ବର୍ଷ ମଧ୍ୟ ଆଇସଲାଣ୍ଡ ସର୍ବାଧିକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ରର ମାନ୍ୟତା ହାସଲ କରିିଛି । ପ୍ରଥମ ପାଞ୍ଚଟି ସ୍ଥାନରେ ରହିଥିବା ଅନ୍ୟ ଦେଶଗୁଡିକ ହେଲେ ନିଉଜିଲାଣ୍ଡ, ପର୍ତ୍ତୁଗାଲ, ଅଷ୍ଟ୍ରିଆ ଓ ଡେନମାର୍କ । ସର୍ବାଧିକ ଅଶାନ୍ତ ପାଞ୍ଚଟି ରାଷ୍ଟ୍ରଙ୍କ ତାଲିକାରେ ରହିଛନ୍ତି ଆଫଗାନିସ୍ତାନ, ସିରିଆ, ଦକ୍ଷିଣ ସୁଦାନ, ୟେମେନ ଓ ଇରାକ । ଲଗାତାର ଭାବେ ଉନ୍ନତ ପ୍ରଦର୍ଶନ କରି ଭାରତର ପଡୋଶୀ ଦେଶ ଭୁଟାନ ଏହି ତାଲିକାରେ ପଞ୍ଚଦଶ ସ୍ଥାନରେ ପହଞ୍ଚି ପାରିଛି ।

ଶାନ୍ତି ସୂଚକାଙ୍କ ମାପିବା ପାଇଁ ବ୍ୟବହୃତ ତିନୋଟି ବିଷୟଗତ ବିଭାଗ ମଧ୍ୟରୁ ସୁରକ୍ଷା ଓ ନିରାପତ୍ତା ବିଭାଗ ଓ ଜାରି ରହିଥିବା ସଂଘର୍ଷ ବିଭାଗର ସ୍ଥିତିରେ ପୂର୍ବାପେକ୍ଷା ଅବନତି ଦୃଷ୍ଟିଗୋଚର ହୋଇଛି । ଅନ୍ୟ ପକ୍ଷରେ ସାମରିକୀକରଣ ବିଭାଗରେ ଉନ୍ନତି ଘଟି ସ୍ଥିତି ଶାନ୍ତି ଅନୁକୁଳ ହୋଇଛି । ଏହି ବିଷୟଗତ ବିଭାଗରେ ଥିବା ୬ଟି ସୂଚକ ମଧ୍ୟରୁ ୪ଟିରେ ଉନ୍ନତି ଘଟିଛି । ବିଶେଷ କରି ସାମରିକ ବ୍ୟୟ ମୋଟ ଘରୋଇ ଉତ୍ପାଦର ପ୍ରତିଶତ ଭାବେ କମ ହେବା, ପ୍ରତି ଲକ୍ଷେ ଲୋକଙ୍କ ପାଇଁ ସେନା ସଂଖ୍ୟା ୪୦୦କୁ ଖସି ଆସିବା ଦ୍ୱାରା ସାମରିକୀକରଣ ହ୍ରାସ ପାଇଛି । ତେବେ ସାମରିକ ବ୍ୟୟ ୧୭.୭୪ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇବା, ମୁଣ୍ଡପିଛା ସାମରିକ ବ୍ୟୟ ୨୦୧୭ ଡଲାରରେ ପହଞ୍ଚିବା ଓ ଦେଶ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ର ଆମଦାନୀ ଓ ରପ୍ତାନୀ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି । ସୁରକ୍ଷା ଓ ନିରାପତ୍ତା ବିଷୟଗତ ବିଭାଗରେ ଥିବା ୧୧ଟି ସୂଚକ ମଧ୍ୟରୁ ୯ଟିରେ ଅବନତି ହୋଇଥିଲେ ମଧ୍ୟ ଆତଙ୍କବାଦ ପ୍ରଭାବ ସୂଚକରେ ସର୍ବାଧିକ ଅବନତି ଘଟିଥିବା ପରିଲକ୍ଷିତ ହୋଇଛି । ଅନ୍ୟ ପକ୍ଷରେ ଜାରି ରହିଥିବା ସଂଘର୍ଷ ବିଭାଗରେ ଥିବା ସମସ୍ତ ୬ଟି ସୂଚକରେ ଅବନତି ଘଟିଥିଲେ ବି ଅଧିକାଂଶ ଦେଶରେ ହିଂସା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ତେବେ ରିପୋର୍ଟରେ ସକାରାତ୍ମକ ଶାନ୍ତିି (ପଜିଟିଭ ପିସ୍)ର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି, କାରଣ ଏହା ଗୋଟିଏ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶର ପଥ ପ୍ରଶସ୍ତ କରିବା ସହ ଭବିଷ୍ୟତରେ ହିଂସା ରୋକିବାରେ ସହାୟକ ହୋଇଥାଏ ।
       
ଉପରୋକ୍ତ ତିନୋଟି ବିଷୟଗତ ବିଭାଗ ମଧ୍ୟରୁ ଜାରି ରହିଥିବା ଘରୋଇ ଓ ଆନ୍ତର୍ଜାତିକ ସଂଘର୍ଷ ବିଭାଗରେ ଭାରତ ୧୪୯ତମ ସ୍ଥାନରେ ରହି ବିଶ୍ୱର ସର୍ବାଧିକ ୧୫ଟି ଆଶାନ୍ତ ଦେଶର ତାଲିକାରେ ସ୍ଥାନ ପାଇଛି । ସେହିପରି ସାମରିକୀକରଣ କ୍ଷେତ୍ରରେ ଏହା ୧୫୨ତମ ସ୍ଥାନରେ ରହିଛି । ଏହାର ମୁଖ୍ୟ କାରଣ ହେଉଛି ଭାରତର ସାମରିକ ବ୍ୟୟ ୬୬୫୦ କୋଟି ଡଲାର (କ୍ରୟଶକ୍ତି ସମତୁଲତା ବା ପରଚେଜିଙ୍ଗ ପାଓ୍ଵାର ପାରିଟି ଆଧାରରେ) ଯାହା ରୁଷିଆ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ଭଳି ଅନେକ ବିକଶିତ ରାଷ୍ଟ୍ରଙ୍କ ସାମରିକ ବ୍ୟୟ ତୁଳନାରେ ମଧ୍ୟ ଅଧିକ । ବସ୍ତୁତଃ ଏ କ୍ଷେତ୍ରରେ ଆମେରିକା, ଚୀନ ଓ ସାଉଦି ଆରବ ପଛକୁ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଅବଶ୍ୟ ଭାରତର ମୁଣ୍ଡପିଛା ସାମରିକ ବ୍ୟୟ ଓ ସାମରିକ ବ୍ୟୟ-ଜିଡିପିର ପ୍ରତିଶତ ଅନ୍ୟ ଅନେକ ଦେଶ ତୁଳନାରେ କମ । ସାମାଜିିକ ସୁରକ୍ଷା ଓ ନିରାପତ୍ତା ବିଷୟଗତ ବିଭାଗରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଭଲ ଓ ଏହା ୬୧ତମ ସ୍ଥାନରେ ରହିଛି । ଏହି ବିଭାଗରେ ଉନ୍ନତ ପ୍ରଦର୍ଶନ ହୋଇ ନଥିଲେ ହୁଏତ ବିଶ୍ୱ ଶାନ୍ତି ସୂଚକାଙ୍କରେ ଭାରତର ସ୍ଥାନ ଆହୁରି ତଳକୁ ଖସି ଯାଇଥାନ୍ତା । ଗତ ଦଶ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ୨୫ଟି ଅଶାନ୍ତ ଦେଶରେ ହିଂସା ଅଧିକ ହୋଇ ଅଶାନ୍ତିର ହାର ୧୧.୮ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଭାରତରେ ମଧ୍ୟ ହିଂସା ଓ ଅଶାନ୍ତିର ହାର ବୃଦ୍ଧି ପାଇଛି ।

ସାରା ବିଶ୍ୱରେ ହିଂସା ଓ ଅଶାନ୍ତ ପରିବେଶ ଯୋଗୁ ବିଶ୍ୱ ଅର୍ଥନୀତି ଉପରେ ଯେଉଁ କୁପ୍ରଭାବ ପଡିଛି ତାର ପରିମାଣ ୧୪.୧ ଲକ୍ଷ କୋଟି ଡଲାର ବୋଲି ଆକଳନ କରାଯାଇଛି । ଏହା ସାରା ବିଶ୍ୱର ସମଗ୍ର ଅର୍ଥନୈତିକ ଗତିବିଧିର ୧୧.୨୭ ପ୍ରତିଶତ ଅର୍ଥାତ ମୁଣ୍ଡ ପିଛା ପ୍ରାୟ ୧୮୫୩ ଡଲାର । ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧେ ଲୋକ ମୁଣ୍ଡପିଛା ଦିନକୁ ଅଢେଇ ଡଲାର ବା ବର୍ଷକୁ ୯୧୨ ଡଲାର ଖର୍ଚ୍ଚ କରିବାକୁ ମଧ୍ୟ ସମର୍ଥ ହୋଇ ପାରୁ ନଥିବା ବେଳେ ହିଂସା ଓ ଅଶାନ୍ତ ପରିବେଶ ଯୋଗୁ ମୁଣ୍ଡପିଛା ତାର ଦୁଇ ଗୁଣ ଅର୍ଥ ଅପଚୟ ହେବା ବାସ୍ତବିକ ଏକ ବିଡମ୍ବନା । ଅବଶ୍ୟ ଖୁସିର କଥା, ଗତ ବର୍ଷ କିଛି ଦେଶରେ ହିଂସା ହ୍ରାସ ପାଇଥିବାରୁ ଅର୍ଥନୀତି ଉପରେ ତାର କୁପ୍ରଭାବ ପ୍ରାୟ ୩.୩ ପ୍ରତିଶତ କମିିିଛି ।  ତେବେ ହିଂସାଜନିତ ଅର୍ଥନୈତିକ କୁପ୍ରଭାବର ଆକଳନ କରାଯାଇଥିବା ପରିମାଣର ପ୍ରାୟ ୪୦ ପ୍ରତିଶତ ସାମରିକ ବ୍ୟୟ ଯୋଗୁ ହେଉଥିବା ବେଳେ, ପୋଲିସ, ବିଚାର ବିଭାଗ ଓ ଜେଲ ବ୍ୟବସ୍ଥା ଭଳି ଘରୋଇ ସୁରକ୍ଷା ଉଦ୍ଦେଶ୍ୟରେ ହେଉଥିବା ବ୍ୟୟ ପାଇଁ ପ୍ରାୟ ୩୨ ଭାଗ ପ୍ରଭାବିତ ହେଉଛି । ଏହି ତାଲିକାରେ ହତ୍ୟା, ଆତ୍ମହତ୍ୟା, ହିଂସ୍ର ଅପରାଧ, ସଶସ୍ତ୍ର ସଂଘର୍ଷ ଭଳି କାରଣଗୁଡିକ ମଧ୍ୟ ରହିଛି । ବିଭିନ୍ନ ଦେଶର ଅର୍ଥନୀତି ଉପରେ ହିଂସାର ପଡୁଥିବା ପ୍ରଭାବକୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ତାଲିକାରେ ଭାରତ ୧୦୮ତମ ସ୍ଥାନରେ ରହିଛି । ହିଂସା ଓ ଅଶାନ୍ତି ଯୋଗୁ ଗତ ବର୍ଷ ଭାରତର ଅର୍ଥନୀତିକୁ ପ୍ରାୟ ୮୫,୨୬୦ କୋଟି ଡଲାର (କ୍ରୟଶକ୍ତି ସମତୁଲତା ଆଧାରରେ) କ୍ଷତି ସହିବାକୁ ହୋଇଛି, ଯାହା ମୁଣ୍ଡପିଛା ୩୬୭ ଡଲାର ହୋଇଥିବା ବେଳେ ଦେଶର ମୋଟ ଘରୋଇ ଉତ୍ପାଦର ପ୍ରାୟ ୫ ପ୍ରତିଶତ । ହୁଏତ ଏହି ରାଶି ଅନେକ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର ହୋଇ ପାରିଥାନ୍ତା ।

ବର୍ଷ ବର୍ଷ ଧରି ଭାରତ ଅଶାନ୍ତ ଦେଶସମୂହର ତାଲିକାରେ ରହିବା ବାସ୍ତବିକ ଦେଶବାସୀଙ୍କ ପାଇଁ ଲଜ୍ଜାର ବିଷୟ । ପାକିସ୍ତାନ ସହ ତିକ୍ତ ସମ୍ପର୍କ, ଚୀନ ଆଡୁ ମୁଣ୍ଡବ୍ୟଥା, କାଶ୍ମୀର ସମସ୍ୟା, ଆତଙ୍କବାଦୀ ସମସ୍ୟା, ମାଓବାଦୀ ସମସ୍ୟା, ଧର୍ମ ଓ ଜାତିଗତ କାରଣରୁ ଉପୁଜୁଥିବା ହିଂସା ଭଳି ବିଭିନ୍ନ କାରଣରୁ ଭାରତ କ୍ରମାଗତ ଭାବେ ହିଂସା ଓ ଅଶାନ୍ତିର ଶିକାର ହୋଇ ଆସିଛି । ତାକୁ ପ୍ରଶମିତ କରି ଶାନ୍ତି ପ୍ରତିଷ୍ଠା କରିବା ଯେ କୌଣସି ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ । ତେବେ ଦେଶକୁ ଆଗ ଧାଡିର ଶାନ୍ତିପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଆମକୁ ପ୍ରତିରକ୍ଷା ଓ ଘରୋଇ ସୁରକ୍ଷା ସହ ସାଲିସ ନକରି ସେହି ଉଦ୍ଦେଶ୍ୟରେ ହେଉଥିବା ବ୍ୟୟକୁ କିପରି କମ କରି ହେବ ସେ ଦିଗରେ ଚିନ୍ତା କରିବାକୁ ହେବ । ଅଳ୍ପ କେତେକ ଯୁଦ୍ଧାକାଂକ୍ଷୀ ଦେଶକୁ ବାଦ ଦେଲେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଯଦି ସେମାନଙ୍କ ସାମରିକ ବ୍ୟୟକୁ ଯଥେଷ୍ଟ କମ କରିବାରେ ସଫଳ ହୋଇଛନ୍ତି, ତେବେ ଭାରତ ବା କାହିଁକି ନ ପାରିବ । ସେଥିପାଇଁ ଲୋକଙ୍କୁ ହିଂସା ଓ ଯୁଦ୍ଧମନସ୍କତା ପରିହାର କରି ଶାନ୍ତିକାମୀ ହେବାକୁ ପ୍ରୋତ୍ସାହିତ କରିବାକୁ ହେବ । ତାଛଡା ମାନବ ସଭ୍ୟତା ତିଷ୍ଠିି ରହିବା ପାଇଁ ଶାନ୍ତି ହିଁ ପ୍ରାକ୍-ସର୍ତ୍ତ । ବୁଦ୍ଧ, ଗାନ୍ଧୀଙ୍କ ଦେଶରେ ଯଦି ଲୋକେ ଶାନ୍ତି ଓ ଅହିଂସା ପାଇଁ ସ୍ୱର ନ ଉଠାଇବେ, ତାହାହେଲେ ଆମେ ହୁଏତ ଦେଶର ଆତ୍ମାକୁ ଚିହ୍ନିବାରେ ଭୁଲ କରିବା ଓ ଫଳସ୍ୱରୂପ ଆମକୁ ଭବିଷ୍ୟତରେ ଅନେକ ମୂଲ୍ୟ ଦେବାକୁ ପଡିପାରେ ।

Published in Sambad on July 29, 2019

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ