Skip to main content

Posts

ନାଗରିକତା ଆଇନ ସଂଶୋଧନ ପ୍ରୟାସ

ନାଗରିକତା ସଂଶୋଧନ  ବିଲକୁ  ବିରୋଧ କରି ଆସାମ ଆନ୍ଦୋଳନ ସମୟରେ ଜୀବନ ହରାଇଥିବା ଆନ୍ଦୋଳନକାରୀଙ୍କୁ ମିଳିଥିବା ସ୍ମୃତିଚିହ୍ନ ଓ ମାନପତ୍ରକୁ ଫେରାଇବା ପାଇଁ ୮୫୫ ଜଣ ପରିବାର ସଦସ୍ୟ ଏକତ୍ରିତ ହେବା, ମଣିପୁରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅରିବମ ଶ୍ୟାମ ଶର୍ମା ମିଳିଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିବା ପରେ ପ୍ରଖ୍ୟାତ ଆସାମୀ ଗାୟକ ଭୁପେନ ହଜାରିକାଙ୍କୁ ସଦ୍ୟ ପ୍ରଦାନ କରାଯାଇଥିବା ଭାରତରତ୍ନ ପୁରସ୍କାର ଗ୍ରହଣ କରିବାକୁ ତାଙ୍କ ପୁଅ ମନା କରିଦେବା ଘଟଣାରୁ ସ୍ପଷ୍ଟ ହେଲା ଯେ ସମଗ୍ର ଉତ୍ତର-ପୂର୍ବା ଞ୍ଚ ଳରେ ସେହି ବିଲକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ କେତେ ଅଧିକ ଓ ପ୍ରତିବାଦର ସ୍ୱର କେତେ ଶାଣିତ ।   ରାଜ୍ୟସଭାର ବିଧି ବ୍ୟବସ୍ଥା ଅନୁଯାୟୀ ଲୋକସଭାରେ ପାରିତ ନ ହୋଇ ଯଦି କୌଣସି ବିଲ ରାଜ୍ୟସଭାରେ ବିଚାରାଧୀନ ଥାଏ ତେବେ ତାହା ବିଲୋପ (ଲାପ୍ସ) ହୋଇ ନଥାଏ । ମାତ୍ର ଲୋକସଭାରେ ପାରିତ ହୋଇ ଯଦି କୌଣସି ବିଲ ଲୋକସଭାର କାର୍ଯ୍ୟକାଳ ପୂରିବା ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇ ନଥାଏ ତେବେ ସେହି  ବିଲଟି  ବିଲୋପ ହୋଇଯାଏ । ଫଳରେ ତାହା ଆଉ ରାଜ୍ୟସଭାରେ ଆଗତ ଓ ପାରିତ ହୋଇ ନଥାଏ । ତଦନୁସାରେ ଲୋକସଭାରେ ଜାନୁଆରୀ ୮ ତାରିଖ ଦିନ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ, ୨୦୧୬ ଷୋଡଶ ଲୋକସଭାର ଶେଷ କାର୍ଯ୍ୟ ଦିବସ, ଅର୍ଥାତ୍ ୧୩  ଫେବୃ ଆରୀ ୨୦୧୯ ସୁଦ୍ଧା...

ନିର୍ବାଚନରେ ଅର୍ଥ ଓ ବାହୁବଳ

ନିର୍ବାଚନରେ  ପ୍ରାର୍ଥୀ ଚୟନ ବେଳେ ଆମେ ଉଇନେବିଲିଟି (ଜିତିବା ସମ୍ଭାବନା) ଉପରେ ଅଧିକ ଗୁରୁତ୍ୱ ଦେଉଛୁ’, ଏ କଥା ଯେ କୌଣସି ରାଜନୈତିକ ଦଳର ମୁଣ୍ଡିଆଳମାନେ ମୁଖସ୍ତ କଲା ଭଳି କହିଥାନ୍ତି । ତେବେ ଏହି ଉଇନେବିଲିଟିର ଅର୍ଥ, ନିର୍ବାଚନରେ ଟିକେଟ ଆଶାୟୀ ଜଣେ ନେତାଙ୍କୁ ଏକ ନୂଆ ଦଳରେ ଯୋଗ ଦେବା ଅବସରରେ ପଚରା ଯାଉଥିବା ପ୍ରଶ୍ନରୁ ହିଁ ବୁଝି ହେବ । ‘କେତେ ଖର୍ଚ୍ଚ କରି ପାରିବେ (ପାଖରେ କଳା ଟଙ୍କା କେତେ ଅଛି)?’ ‘ହାତରେ କେତେ ଟୋକା (ବେକାର, ଅସାମାଜିକ ହେଲେ ଆହୁରି ଭଲ) ଅଛନ୍ତି?’ ଅର୍ଥାତ୍, ଏଣିକି ଟଙ୍କା ଆଉ ଟୋକା ଉଇନେବିଲିଟିର ପରିମାପକ ପାଲଟିଛି । ନିଜ ପାଖରେ ଟଙ୍କା ନଥିଲେ ବି ଚଳିବ, ଯଦି ଆପଣଙ୍କ ସମର୍ଥନରେ କିଛି ମାଲଦାର ଅସାଧୁ ବ୍ୟବସାୟୀ, କ ଣ୍ଟ୍ରା କ୍ଟର ବା ଶିଳ୍ପପତି ଛିଡା ହୋଇ ଟଙ୍କା ଢାଳିବାକୁ ପ୍ରସ୍ତୁତ ଥାଆନ୍ତି । କ୍ରମଶଃ, ଅନେକ ପ୍ରାର୍ଥୀଙ୍କ ଦକ୍ଷତା, ଯୋଗ୍ୟତା ଗୌଣ ହୋଇ ପଡୁଛିି । ବ୍ୟୟ ବହୁଳ ହୋଇ ପଡିଥିବାରୁ ସାଧାରଣ ଲୋକଟିଏ ପକ୍ଷରେ ନିର୍ବାଚନ ଲଢିବା ଅସମ୍ଭବ ହୋଇ ପଡିଲାଣି । ଟଙ୍କା ଫୋପାଡି ପାରୁଥିବା ଲୋକଟି ପଛରେ ଜନ୍ଦାପିମ୍ପୁଡି ଭଳି କର୍ମୀମାନେ ମାଳମାଳ ବୁଲିଥାନ୍ତି । ତାକୁ ‘ପାରିବାର ଲୋକ’ କୁହା ଯାଉଥିବା ବେଳେ ଟଙ୍କା ଫୋପାଡିବାର କ୍ଷମତା ନଥିଲେ ‘ଧଇଁଆ ପାର୍ଟି’ ବୋଲି ଅଭିହିତ କରିଥାନ୍ତି । ଉଦବେଗର ବିଷୟ, ନିର୍ବାଚନୀ ରାଜନୀତି ଅର୍ଥସର୍ବସ୍ୱ ହୋଇ ପଡିଥିବାରୁ ଏଣିକି ବିଧା...

ଅଧିଗୃହୀତ ଜମି ଫେରସ୍ତର ଏକ ନଜିର

ଛତିଶଗଡରେ ଶାସନକୁ ଆସିବାର ମାତ୍ର ମାସକ ମଧ୍ୟରେ ନିଜ ପ୍ରତିଶ୍ରୁତି ରକ୍ଷା କରି ନବ ନିର୍ବାଚିତ କଂଗ୍ରେସ ସରକାର ବସ୍ତର ଜିଲ୍ଲାର ଲୋହାଣ୍ଡିଗୁଡା  ଅଞ୍ଚଳ ରେ ଏକ ଇସ୍ପାତ କାରଖାନା ପାଇଁ ଚାଷୀଙ୍କ ନିକଟରୁ ଅଧିଗୃହୀତ ପ୍ରାୟ ୧୭୬୫ ହେକ୍ଟର ଚାଷ ଜମିର ପଟ୍ଟା ଫେରସ୍ତ କରି ଅନେକଙ୍କୁ ଚକିତ କରାଇଲେ । ଏହା ଥିଲା ସାରା ଭାରତରେ ସରକାରଙ୍କ ଦ୍ୱାରା ଅଧିଗୃହୀତ ଜମିକୁ ସରକାର ନିଜ ତରଫରୁ ଚାଷୀଙ୍କୁ ଫେରାଇବାର ପ୍ରଥମ ଘଟଣା । ତେବେ ସରକାରଙ୍କ ଏ  ନିଷ୍ପତ୍ତି ର ପୃଷ୍ଠଭୂମି ସମ୍ପର୍କରେ ଜାଣିଲେ ହୁଏତ ଅଧିଗୃହୀତ ଜମି ଫେରସ୍ତର ଓଡିଶାରେ କେତେ ସମ୍ଭାବନା ରହିଛି, ତାହା ତର୍ଜମା କରିହେବ । ଛତିଶଗଡର ବସ୍ତରସ୍ଥିତ ଲୋହାଣ୍ଡିଗୁଡାଠାରେ ଏକ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୨୦୦୫ ମସିହାରେ  ତତ୍କାଳୀନ  ବିଜେପି ସରକାର ଟାଟା କମ୍ପାନୀ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ । ତଦନୁସାରେ ୨୦୦୮ ମସିହାରୁ ଆଖପାଖ ୧୦ଟି ଗାଁର ଚାଷୀଙ୍କ  ନିକଟରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା । ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ  ସତ୍ତ୍ଵେ  ଏହି ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ସମ୍ପୃକ୍ତ  ଅଞ୍ଚଳ ର ଦ୍ରୁତ ଅର୍ଥନୈତିକ ବିକାଶ ହେବାର ଦ୍ୱାହି ଦେଇ ସରକାର ସେଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଡି ବସିଲେ ଓ ଜମି ଅଧିଗ୍ରହଣ ଜାରି ରହିଲା । ପ୍ରକଳ୍ପକୁ ବିରୋଧ କରୁଥିବା ଆଦିବାସୀଙ୍କୁ ...

ସର୍ବାଧିକ ପସନ୍ଦର ଦେଶ ପାକିସ୍ତାନ !

ଜାମ୍ମୁ-କାଶ୍ମୀରର ପୁଲ ଓ୍ଵା ମାଠାରେ  କ୍ରୁର ଆତଙ୍କବାଦୀ  ଆକ୍ରମଣର ବିଭୀଷିକା ପରେ ଭାରତ ସରକାର ପାକିସ୍ତାନଠାରୁ ‘ମୋଷ୍ଟ ଫେଭର୍ଡ ନେସନ’ (ଏମଏଫଏନ) ବା ‘ସର୍ବାଧିକ ପସନ୍ଦର ଦେଶ’ ମାନ୍ୟତା ପ୍ରତ୍ୟାହାର କରିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କଲେ । ବର୍ଷ ବର୍ଷ ଧରି ପାକିସ୍ତାନ ସହ ଶତୃତା ଲାଗି ରହିଥିବା ବେଳେ ପାକିସ୍ତାନ  କିପରି  ଭାରତର ସର୍ବାଧିକ ପସନ୍ଦର ଦେଶ ହୋଇ ରହିଥିଲା, ଏମଏଫଏନ ମାନ୍ୟତା ପ୍ରତ୍ୟାହାରର ଅର୍ଥ କଣ ଓ ଉଭୟ ଦେଶ ଉପରେ ଏହାର କି ପ୍ରଭାବ ପଡିବାକୁ ଯାଉଛି, ତାହା ବିଶ୍ଳେଷଣର ଅପେକ୍ଷା ରଖେ । ବିଶ୍ୱ ସ୍ତରରେ ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ ସୁଗମ ଓ ବୃଦ୍ଧି କରିବା ପାଇଁ ପ୍ରତିଷ୍ଠିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବଲ୍ୟୁଟିଓ)ର ଶୁଳ୍କ ଓ ବାଣିଜ୍ୟ ପାଇଁ ସାଧାରଣ ଚୁକ୍ତି (ଗାଟ)ର ଧାରା ୧ ଅନୁଯାୟୀ ସଦସ୍ୟ ରାଷ୍ଟ୍ରମାନେ ପରସ୍ପରକୁ ଏମଏଫଏନ ମାନ୍ୟତା ପ୍ରଦାନ କରିଥାନ୍ତି । ଏହା ଦ୍ୱାରା ଉଭୟ ମାନ୍ୟତା ପ୍ରଦାନ କରୁଥିବା ଓ ପାଉଥିବା ଦେଶ ସେମାନଙ୍କ ବାଣିଜ୍ୟିକ ଆଚରଣକୁ ଏ ଭଳି ସ ଞ୍ଚା ଳନ କରିଥାନ୍ତି ଯେପରି ଅନ୍ୟ ଦେଶ ତୁଳନାରେ ମାନ୍ୟତା ପାଇଥିବା ଦେଶଟି ବୈଷମ୍ୟର ଶିକାର ହୋଇ ନଥାଏ । ମାନ୍ୟତା ପ୍ରଦାନ କରୁଥିବା ଦେଶଟି ମାନ୍ୟତା ପାଉଥିବା ଦେଶକୁ ବାଣିଜ୍ୟ କ୍ଷେତ୍ରରେ କେତେକ ରିହାତି, ସୁବିଧା ଓ ସଂରକ୍ଷଣ ପ୍ରଦାନ କରିଥାଏ । ଫଳରେ ମାନ୍ୟତା ପାଇଥିବା ଦେଶରୁ ଆମଦାନୀ ହେଉଥି...

ବୁଲେଟ ଟ୍ରେନ ବନାମ ବୁଲେଟ ପ୍ରୁଫ ଜାକେଟ

ଦେଶର ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଟପିଲା ବୋଲି ଅର୍ଥମନ୍ତ୍ରୀ ଏ ବର୍ଷ ବଜେଟ ଅଭିଭାଷଣରେ ଘୋଷଣା କରିବା ମାତ୍ରେ ସଂସଦରେ ତାକୁ ହର୍ଷୋଲ୍ଲାସର ସହ ସ୍ଵାଗତ କରାଗଲା l ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରତିରକ୍ଷା ବାବଦକୁ ୩.୧୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଶତକଡା ୭ ଭାଗ ଅଧିକ l ତେବେ ପରିମାଣ ଦୃଷ୍ଟିରୁ ଏହି ଆବଣ୍ଟିତ ରାଶି ଅଧିକ ଭଳି ଜଣା ପଡୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେଥି ମଧ୍ୟରୁ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ (କ୍ୟାପିଟାଲ ଏକସପେଣ୍ଡିଚର) ଆବଣ୍ଟିତ ରାଶି ଆଦୌ ଯଥେଷ୍ଟ ନୁହେଁ l ଉଦାହରଣ ସ୍ଵରୂପ, ୨୦୧୩-୧୪ରେ ପ୍ରତିରକ୍ଷା ବାବଦରେ ପ୍ରାୟ ୨.୦୯ ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ତନ୍ମଧ୍ୟରୁ ପ୍ରାୟ ୮୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ବାବଦରେ ବ୍ୟୟ ହୋଇଥିଲା l ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ବଜେଟ ପ୍ରାୟ ଏକ ଲକ୍ଷ ଦଶ ହଜାର କୋଟି ଟଙ୍କା ବଢିଥିଲେ ମଧ୍ୟ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ ଆବଣ୍ଟନରେ ସେଭଳି ବୃଦ୍ଧି ପରିଲକ୍ଷିତ ହୋଇନାହିଁ l ପ୍ରତିରକ୍ଷା ବିଭାଗର ଦରମା ଓ ଅନ୍ୟାନ୍ୟ ରାଜସ୍ଵ ବ୍ୟୟ ବାବଦରେ ଅର୍ଥ ବରାଦରେ ଯଥେଷ୍ଟ ବୃଦ୍ଧି ଘଟିଛି, ହେଲେ ପୁଞ୍ଜି ବିନିଯୋଗ ବାବଦରେ ଅର୍ଥ ବରାଦ ମାତ୍ର ୨୮ ହଜାର କୋଟି ଟଙ୍କା   ବଢିଛି, ଯାହା ଏହି ସମୟ ମଧ୍ୟରେ ହୋଇଥିବା ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ନଗଣ୍...

Soil Health Management issues in India

Soil and nutrient loss are among the major impediments to a stable and sustained agricultural development. Admittedly modern agricultural practices with excessive thrust on use of chemical fertilizers helped in increasing agricultural production manifold in the country. However, indiscriminate and irrational use of chemical fertilizers such as nitrogen, phosphorus and potassium (NPK) has caused excessive damage to the soil, soil erosion, soil salinisation, depletion of groundwater and loss of balance of natural habitat. Some of these agricultural practices have resulted in causing irreversible damage to the soil health. There is an urgent need to make people aware about taking good care of the soil. Maintaining healthy soil implies managing the land sustainably. The International Union of Soil Sciences (ISUS) in 2002, had adopted a resolution proposing the 5 th of December as World Soil Day to celebrate the importance of soil as a critical component of natural system and a vital c...