Skip to main content

ଅଧିଗୃହୀତ ଜମି ଫେରସ୍ତର ଏକ ନଜିର

ଛତିଶଗଡରେ ଶାସନକୁ ଆସିବାର ମାତ୍ର ମାସକ ମଧ୍ୟରେ ନିଜ ପ୍ରତିଶ୍ରୁତି ରକ୍ଷା କରି ନବ ନିର୍ବାଚିତ କଂଗ୍ରେସ ସରକାର ବସ୍ତର ଜିଲ୍ଲାର ଲୋହାଣ୍ଡିଗୁଡା ଅଞ୍ଚଳରେ ଏକ ଇସ୍ପାତ କାରଖାନା ପାଇଁ ଚାଷୀଙ୍କ ନିକଟରୁ ଅଧିଗୃହୀତ ପ୍ରାୟ ୧୭୬୫ ହେକ୍ଟର ଚାଷ ଜମିର ପଟ୍ଟା ଫେରସ୍ତ କରି ଅନେକଙ୍କୁ ଚକିତ କରାଇଲେ । ଏହା ଥିଲା ସାରା ଭାରତରେ ସରକାରଙ୍କ ଦ୍ୱାରା ଅଧିଗୃହୀତ ଜମିକୁ ସରକାର ନିଜ ତରଫରୁ ଚାଷୀଙ୍କୁ ଫେରାଇବାର ପ୍ରଥମ ଘଟଣା । ତେବେ ସରକାରଙ୍କ ଏ ନିଷ୍ପତ୍ତିର ପୃଷ୍ଠଭୂମି ସମ୍ପର୍କରେ ଜାଣିଲେ ହୁଏତ ଅଧିଗୃହୀତ ଜମି ଫେରସ୍ତର ଓଡିଶାରେ କେତେ ସମ୍ଭାବନା ରହିଛି, ତାହା ତର୍ଜମା କରିହେବ ।

ଛତିଶଗଡର ବସ୍ତରସ୍ଥିତ ଲୋହାଣ୍ଡିଗୁଡାଠାରେ ଏକ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୨୦୦୫ ମସିହାରେ ତତ୍କାଳୀନ ବିଜେପି ସରକାର ଟାଟା କମ୍ପାନୀ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ । ତଦନୁସାରେ ୨୦୦୮ ମସିହାରୁ ଆଖପାଖ ୧୦ଟି ଗାଁର ଚାଷୀଙ୍କ  ନିକଟରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା । ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ଏହି ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ଦ୍ରୁତ ଅର୍ଥନୈତିକ ବିକାଶ ହେବାର ଦ୍ୱାହି ଦେଇ ସରକାର ସେଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଡି ବସିଲେ ଓ ଜମି ଅଧିଗ୍ରହଣ ଜାରି ରହିଲା । ପ୍ରକଳ୍ପକୁ ବିରୋଧ କରୁଥିବା ଆଦିବାସୀଙ୍କୁ ନାନା ଭାବେ ହଇରାଣ ହରକତ କରାଗଲା । ଏ ସବୁ ମଧ୍ୟରେ ୨୦୧୬ ମସିହାରେ ଟାଟା କମ୍ପାନୀ ତାଙ୍କ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପରୁ ଓହରିଗଲେ ମଧ୍ୟ ସରକାର ସମ୍ପୃକ୍ତ ଚାଷୀଙ୍କୁ ସେମାନଙ୍କ ଜମି ଫେରାଇବାକୁ ଅରାଜି ହୋଇ ସେହି ଜମିକୁ ଏକ ଭୂ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ନେଲେ । ସରକାରଙ୍କ ଏହି ନିଷ୍ପତ୍ତିର ମଧ୍ୟ ବିରୋଧ ହୋଇଥିଲା ଓ କଂଗ୍ରେସ ଦଳ ଆଦିବାସୀଙ୍କ ଦାବିକୁ ସମର୍ଥନ ଜଣାଇବା ସହିତ କ୍ଷମତାକୁ ଆସିଲେ ଜମି ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କଂଗ୍ରେସ କ୍ଷମତାସୀନ ହେବା ପରେ କେବଳ ଯେ ଚାଷୀମାନେ ସେମାନଙ୍କ ଜମି ପଟ୍ଟା ଫେରି ପାଇଲେ ତାହା ନୁହେଁ, ସେ ପର୍ଯ୍ୟନ୍ତ ଚାଷୀମାନେ ପାଇଥିବା ପ୍ରାୟ ୪୨ କୋଟି ଟଙ୍କାର କ୍ଷତିପୂରଣ ରାଶିକୁ ମଧ୍ୟ ସରକାର ସେମାନଙ୍କଠାରୁ ଆଦାୟ ନକରି ଛାଡ କରି ଦେଇଥିଲେ ।

କେନ୍ଦ୍ରୀୟ ଜମି ଅଧିଗ୍ରହଣରେ ପାରଦର୍ଶିତା ଓ ଉଚିତ କ୍ଷତିପୂରଣ, ରିଲିଫ ଓ ପୁନର୍ବାସନ ଅଧିକାର ଆଇନ ୨୦୧୩ (ଆରଏଫସିଟିଏଲଏଆରଆର ଆକ୍ଟ, ୨୦୧୩)ର ପ୍ରାବଧାନ ଅନୁସାରେ ଅଧିଗୃହୀତ ଜମି ପାଞ୍ଚ ବର୍ଷ ମଧ୍ୟରେ ବ୍ୟବହୃତ ନହେଲେ ତାକୁ ସମ୍ପୃକ୍ତ ଜମି ମାଲିକଙ୍କୁ ଫେରାଇ ଦିଆଯିବ ବା ରାଜ୍ୟ ସରକାର ସେହି ଜମିକୁ ଭୂ ବ୍ୟାଙ୍କକୁ ହସ୍ତାନ୍ତର କରିପାରିବେ । ଏହି ଆଇନ ଆଧାରରେ ଓଡିଶାରେ ୨୦୧୬ରେ ପ୍ରସ୍ତୁତ ନିୟମ ଅନୁସାରେ ଅଧିଗୃହୀତ ଜମିକୁ କେବଳ ଔଦ୍ୟୋଗିକ ଭୂ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇପାରିବ । ଅର୍ଥାତ, ଜମି ମାଲିକଙ୍କୁ ଜମି ଫେରାଇବା ପ୍ରାବଧାନଟିକୁ ରାଜ୍ୟ ସରକାର ଜାଣିଶୁଣି ବାଦ ଦେଇଛନ୍ତି । କୌଣସି ବଡ ରାଜ୍ୟ ଲୋକଙ୍କୁ ସେମାନଙ୍କ ଜମି ଫେରି ପାଇବାର ଅଧିକାରରୁ ବଞ୍ଚିତ କରିନାହାନ୍ତି । ଏହାଦ୍ୱାରା ରାଜ୍ୟ ସରକାର କେନ୍ଦ୍ରୀୟ ଆଇନର ଭାବନାର ପ୍ରତିକୂଳରେ ନିୟମ ପ୍ରଣୟନ କରି ପୁଞ୍ଜି ନିବେଶକାରୀଙ୍କ ସ୍ୱାର୍ଥରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ-ଜୀବିକାର ପ୍ରଶ୍ନକୁ ଅଣଦେଖା କରିଥିବା ଭଳି ଜଣା ପଡୁଛି ।

ଓଡିଶାରେ ସରକାର ଶିଳ୍ପୋଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏକ ଔଦ୍ୟୋଗିକ ଭୂ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି । ନୂଆ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଜମି ଆହରଣ ପ୍ରକ୍ରିୟା ମୁଖ୍ୟ ବାଧକ ସାଜୁଥିବାରୁ ସରକାର ଭୂ ବ୍ୟାଙ୍କରେ ୧.୨୦ ଲକ୍ଷ ଏକର ଜମି ଠୁଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯଦ୍ଦ୍ୱାରା ନିବେଶକଙ୍କୁ ସୁରୁଖୁରୁରେ ଜମି ମିଳି ପାରିବ । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଅବ୍ୟବହୃତ ସରକାରୀ ଜମି ଚିହ୍ନଟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ହେଲେ ସଂଲଗ୍ନ ଘରୋଇ ଜମିକୁ ମଧ୍ୟ ଅଧିଗ୍ରହଣ କରି ହେବ । ଜମି ଅଧିଗ୍ରହଣ ପାଇଁ ଇଡକୋକୁ ନୋଡାଲ ସଂସ୍ଥା ଭାବେ ଚିହ୍ନିତ କରାଯାଇଛି । ଶିଳ୍ପ ପାଇଁ ଜମି ଅଧିଗ୍ରହଣର ତୀବ୍ର ସ୍ଥାନୀୟ ବିରୋଧ ପରେ ମିତଲ ଓ ପସ୍କୋ ଭଳି ବଡ ବଡ ଶିଳ୍ପାନୁଷ୍ଠାନମାନେ ଓଡିଶା ଛାଡି ଚାଲିଯିବା ପରେ ଚାଷ ଜମି ଚାଷୀଙ୍କୁ ଫେରାଇବା ପାଇଁ ଦାବି ଉଠିଥିଲେ ବି ସରକାର ତାହା ଇଡକୋ ପରିଚାଳିତ ଭୂ ବ୍ୟାଙ୍କକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଲେ ।

ଶିଳ୍ପକୁ ପ୍ରୋତ୍ସାହନ ଦେଇ ଶିଳ୍ପାୟନ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ଓଡିଶା ସରକାର ୨୦୦୪ ମସିହାରେ ଏକକ ଝରକା ମଞ୍ଜୁରୀ ପ୍ରଣାଳୀ (ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ସିଷ୍ଟମ)ର ପ୍ରଚଳନ କଲେ । ଏହି କ୍ରମରେ ବଡ ବଡ ଶିଳ୍ପାନୁଷ୍ଠାନକୁ ଆକୃଷ୍ଟ କରିବା ପାଇଁ ମୁକ୍ତ ହସ୍ତରେ ଜମି ଯୋଗାଇ ଦିଆଗଲା । ସିଏଜି ରିପୋର୍ଟ ଅନୁଯାୟୀ ୨୦୦୧ରୁ ୨୦୧୨ ମଧ୍ୟରେ ଇଡକୋ ମାଧ୍ୟମରେ ଏମଓୟୁ କରିଥିବା ୮୯ଟି ମଧ୍ୟରୁ ୫୨ଟିକୁ ଓ ଏମଓୟୁ କରି ନଥିବା ୧୧୩ଟି ମଧ୍ୟରୁ ୫୪ଟି ଶିଳ୍ପ ସଂସ୍ଥାକୁ ୨୯୭୬୯ ଏକର ଘରୋଇ ଜମି ଓ ୧୬୯୬୩ ଏକର ସରକାରୀ ଜମି ଯୋଗାଇ ଦିଆଗଲା । ଏହି ଜମି ଅଧିଗ୍ରହଣ ସମୟରେ ଅନେକ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ‘ସର୍ବ ସାଧାରଣ ଉଦ୍ଦେଶ୍ୟ’ (ପବ୍ଲିକ ପରପସ), ଜରୁରୀ (ଇମର୍ଜେନ୍ସି) ପ୍ରାବଧାନଗୁଡିକର ଭୁଲ ପ୍ରୟୋଗ କରିବା, କ୍ଷତିପୂରଣର ସଠିକ ନିର୍ଦ୍ଧାରଣ ନହେବା, ଜମିମାଲିକଙ୍କୁ ଅଧିଗ୍ରହଣ ବିରୁଦ୍ଧରେ ଆପତ୍ତି ଦାଖଲ କରିବାକୁ ସୁଯୋଗ ନ ଦେବା, କୌଣସି ସର୍ଭେ ନ କରି ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପ ସଂସ୍ଥାଙ୍କ ଚିହ୍ନିତ ସ୍ଥାନରେ ଜମି ଯୋଗାଇ ଦେବା ପାଇଁ ସରକାର ରାଜି ହେବା, ଶିଳ୍ପ ସଂସ୍ଥାଙ୍କୁ ଆବଶ୍ୟକତାଠାରୁ ଅଧିକ ଜମି ଯୋଗାଇ ଦେବା, ପ୍ରାୟ ୨୦୦୦ ଏକର ଜଳସେଚିତ ଜମି ଅଧିଗୃହୀତ ହୋଇ ପାଖାପାଖି ୨୩୦୦ ଏକର ଜଳସେଚନ କ୍ଷମତା ହ୍ରାସ ହେବା ଭଳି ଅନିୟମିତତା ପରିଲକ୍ଷିତ ହୋଇଛି ।

ବିଗତ ଦୁଇ ଦଶନ୍ଧିି ମଧ୍ୟରେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନାମରେ ସରକାରଙ୍କ ପ୍ରଚେଷ୍ଟାରେ ଚାଷୀଙ୍କ ନିକଟରୁ ବିଭିନ୍ନ ସ୍ଥାନରେ ଯେଉଁ ପରିମାଣର ଚାଷ ଜମି ଅଧିଗୃହୀତ ହୋଇଛି ସେଥିରୁ ଅନେକ ଜମି ଏବେ ମଧ୍ୟ ଅବ୍ୟବହୃତ ଅବସ୍ଥାରେ ପଡି ରହିଥିବା ବେଳେ କିଛି ଜମି ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି । ଗୋପାଳପୁରଠାରେ ଟାଟା କମ୍ପାନୀର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ ବାତିଲ ହେବା ପରେ ସେଥିପାଇଁ ଅଧିଗୃହୀତ ଜମି ଫେରାଇ ଆଣିବା ପାଇଁ ଅନେକ ସମୟରେ ଦାବି ଉଠିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କମ୍ପାନୀ ତରଫରୁ ସେଠାରେ ୨୫୭୦ ଏକର ପରିମିତ ଅଞ୍ଚଳରେ ଏକ ବହୁବିଧ ଏସଇଜେଡ ଓ ଶିଳ୍ପ ପାର୍କ, ଏକ କୌଶଳ ବିକାଶ କେନ୍ଦ୍ର ଓ ୪୦୦ ଏକର ପରିମିତ ଅଞ୍ଚଳରେ ଏକ ଫେରୋକ୍ରୋମ କାରଖାନା ପ୍ରତିଷ୍ଠା ପାଇଁ ନିଷ୍ପତି କାର୍ଯ୍ୟକାରି ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଅଧିଗୃହୀତ ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ପୂର୍ବରୁ ଜନଶୁଣାଣି କରିବା କଣ ଉଚିତ ନୁହେଁ ? ତାଛଡା ପରିବର୍ତ୍ତିତ ଉଦ୍ଦେଶ୍ୟ ପାଇଁ କେତେ ପରିମାଣର ଜମି ଅଧିଗୃହୀତ ହେବା ଯୁକ୍ତିସଙ୍ଗତ, ତାହା ମଧ୍ୟ ଜନ ସାଧାରଣଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ସେମାନଙ୍କୁ ବିଶ୍ୱାସକୁ ନେବା ଦରକାର ।

ଚାଷ ଜମି ଏକ ବିରଳ ସମ୍ବଳ ଓ ବିଭିନ୍ନ କାରଣରୁ କ୍ରମଶଃ ଏହା ହ୍ରାସ ହେବାରେ ଲାଗିଛି । ତେଣୁ ଯଥା ସମ୍ଭବ ଚାଷ ଜମିର ପୁନରୁଦ୍ଧାର ହୋଇ ତାହା ଚାଷ କାର୍ଯ୍ୟରେ ବିନିଯୋଗ ହେବା ଉଚିତ । ବିଗତ ବର୍ଷମାନଙ୍କରେ ବିଭିନ୍ନ ଶିଳ୍ପାନୁଷ୍ଠାନଙ୍କୁ ଦିଆଯାଇଥିବା ଜମି ମଧ୍ୟରୁ କେତେ ଜମି ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ଅବସ୍ଥାରେ ପଡି ରହିଛି ସେଗୁଡିକୁ ଚିହ୍ନଟ କରାଯାଇ ତନ୍ମଧ୍ୟରୁ ଚାଷୀଙ୍କ ନିକଟରୁ ଅଧିଗୃହୀତ ଜମିଗୁଡିକୁ ସମ୍ପୃକ୍ତ ଚାଷୀଙ୍କୁ ଫେରାଇବା ପାଇଁ ତୁରନ୍ତ ଉଦ୍ୟମ ହେବା ବାଞ୍ଛନୀୟ । ଯେପରି ଛତିଶଗଡ ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରି ଲୋହାଣ୍ଡିଗୁଡାରେ ଚାଷୀମାନଙ୍କୁ ଅଧିଗୃହୀତ ଚାଷଜମି ଫେରାଇ ଦେଲେ, ଓଡିଶାରେ ମଧ୍ୟ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଅବ୍ୟବହୃତ ଜମିକୁ ଫେରାଇ ଦେବା ପାଇଁ ପ୍ରତିଶ୍ରୁତି ଦେବେ ବୋଲି ଆଶା କରାଯାଏ । ପୁନଶ୍ଚ, ଆରଏଫସିଟିଏଲଏଆରଆର ଆକ୍ଟ, ୨୦୧୩ ଆଇନ  ଆଧାରରେ ଓଡିଶାରେ ୨୦୧୬ରେ ପ୍ରସ୍ତୁତ ନିୟମକୁ ସଂଶୋଧନ କରି ଅଧିଗୃହୀତ ଜମି ପାଞ୍ଚ ବର୍ଷ ମଧ୍ୟରେ ବ୍ୟବହୃତ ନହେଲେ ତାକୁ ସମ୍ପୃକ୍ତ ଜମି ମାଲିକଙ୍କୁ ଫେରାଇ ଦିଆଯିବାର ପ୍ରାବଧାନଟିକୁ ରାଜ୍ୟ ସରକାର ଯୋଡିବାର ଆବଶ୍ୟକତା ରହିଛି । ରାଜନୈତିକ ଦଳମାନେ ଏ ନେଇ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ତାହା ସେମାନଙ୍କ ଘୋଷଣାପତ୍ରରେ ସ୍ଥାନିତ କରିବା ଉଚିତ । ଔଦ୍ୟୋଗିକ ଭୂ ବ୍ୟାଙ୍କ ପାଇଁ ଅଧିଗୃହୀତ ଜମି ଶିଳ୍ପାନୁଷ୍ଠାନକୁ ଦିଆ ନ ଯିବା ପର୍ଯ୍ୟନ୍ତ ତାହା ଇଡକୋ ନିକଟରେ ବର୍ଷ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡି ରହୁଥିବାରୁ ସେଥି ମଧ୍ୟରୁ ଚାଷୋପଯୋଗୀ ଜମିକୁ କୃଷି ବିଭାଗ ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ଗୁଡିକୁ କୃଷି ଉଦ୍ଦେଶ୍ୟରେ ଅସ୍ଥାୟୀ ଭାବେ ସ୍ୱଳ୍ପକାଲୀନ ଲିଜ ଆକାରରେ ଦିଆଯିବା କଥା ବିଚାର କରାଯାଇ ପାରେ । ଏହା ଦ୍ୱାରା ସମ୍ବଳର ସଦୁପଯୋଗ ହେବା ସଙ୍ଗେ ସଙ୍ଗେ ଆବଶ୍ୟକତା ଉପୁଜିଲେ ତାହା ସେମାନଙ୍କଠାରୁ ତୁରନ୍ତ ପ୍ରତ୍ୟାହାର କରି ଶିଳ୍ପାନୁଷ୍ଠାନକୁ ଦିଆଯାଇପାରିବ । ରାଜ୍ୟର ସମସ୍ତ ସମ୍ବଳ, ବିଶେଷ କରି ଜମି ଭଳି ସୀମିତ ସମ୍ବଳଗୁଡିକର ସଦୁପଯୋଗ ପ୍ରତି ଉଚିତ ଧ୍ୟାନ ଦିଆଗଲେ ଯେ ତାହା ରାଜ୍ୟର ଆୟ ବୃଦ୍ଧି ସହ ସାଧାରଣ ଜନତାଙ୍କ ଜୀବନ-ଜୀବିକାର ପ୍ରଶ୍ନକୁ ସମାଧାନ କରିବାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।

Published in Odia dailies Samanya Kathan - 05.03.19, Amruta Dunia - 06.03.19, Pratidin - 06.03.19, Swadhikar - 06.03.19, Prajatantra - 07.03.19, Matrubhasha - 07.03.19, Odisha Bhasker - 07.03.19, Anupam Bharat - 07.03.19 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...