Skip to main content

ଓଡିଆ ସିନେମା ପତ୍ରିକାର ସୁଦୀର୍ଘ ଇତିହାସ

ଓଡିଆ ସିନେମା ଭଳି ଓଡିଆ ସିନେମା ପତ୍ରିକାର ମଧ୍ୟ ଏକ ସୁଦୀର୍ଘ ଇତିହାସ ରହିଛି । ଓଡିଶାର ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଓ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ହେଉଥିବା ଛାୟାଲିପି ପ୍ରଦର୍ଶନୀ (ଫେବୃଆରୀ ୧୮ରୁ ୨୪, ୨୦୨୦)ରେ ପ୍ରଦର୍ଶିତ ହୋଇଥିବା ଓଡିଆ ସିନେମା ପତ୍ରିକାର ପ୍ରଚ୍ଛଦଗୁଡିକୁ ଅବଲୋକନ କଲେ କେବଳ ଏହାର ଇତିହାସ ନୁହେଁ ବରଂ କିପରି ପ୍ରତିକୂଳ ପରିବେଶ ସତ୍ତ୍ଵେ ଏହି ସବୁ ପତ୍ରିକାର ପ୍ରକାଶନ କରାଯାଇ ପାରିଥିଲା ସେ ନେଇ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଏଥି ସହ ଓଡିଆ ସିନେମା ପତ୍ରିକାର କ୍ରମ ବିକାଶ ସମ୍ପର୍କରେ ମଧ୍ୟ ଧାରଣା କରିହୁଏ ।

୧୯୩୬ ମସିହାରେ ପ୍ରଥମ ଓଡିଆ ସିନେମା ‘ସୀତା ବିବାହ’ ମୁକ୍ତିଲାଭ କରିବା ପରେ କେତେକ ସମ୍ବାଦପତ୍ରରେ ସିନେମା ସଂକ୍ରାନ୍ତୀୟ ଖବର ଓ ସମୀକ୍ଷା ପ୍ରକାଶ ପାଇଥିଲେ ମଧ୍ୟ କାଳୀଚରଣ ତ୍ରିପାଠୀଙ୍କ ସମ୍ପାଦନାରେ ବ୍ରହ୍ମପୁରରୁ ଅପ୍ରେଲ ୧୯୫୧ମସିହାରେ ପ୍ରକାଶିତ ‘ସିନେ ଓଡିଶା’ ହେଉଛି ପ୍ରଥମ ଓଡିଆ ସିନେମା ପତ୍ରିକା । ପ୍ରଥମେ ପ୍ରକାଶିତ ପାଞ୍ଚଟି ଓଡିଆ ସିନେମା ପତ୍ରିକା ମଧ୍ୟରୁ ତିନିଟି ଯଥା- ‘ସିନେ ଓଡିଶା’, ‘କଳାଶ୍ରୀ’ (ଅଗଷ୍ଟ ୧୯୫୨, ସଂ. ଶିଶିର କୁମାର ପଟ୍ଟଦେବ) ଓ ‘ରୂପକଥା’ (ଫେବୃଆରୀ, ୧୯୫୬, ସଂ. ଗୋପାଳକୃଷ୍ଣ ପାଠୀ) ବ୍ରହ୍ମପୁରରୁ ପ୍ରକାଶିତ ହୋଇଥିଲା ବେଳେ, ‘ଚିତ୍ରଲେଖା’ (ଜୁଲାଇ ୧୯୫୧ ସଂ.ଲକ୍ଷ୍ମୀଧର ନାୟକ) କଟକରୁ ଓ  ‘ସିନେମା’ (ନଭେମ୍ବର, ୧୯୫୫, ସଂ ରାଜେନ୍ଦ୍ର ପ୍ରସାଦ ମହାପାତ୍ର) କଲିକତାରୁ ପ୍ରକାଶିତ ହୋଇଥିଲା । ହୁଏତ ଦକ୍ଷିଣ ଓଡିଶାରେ ସିନେମା ପ୍ରତି ଆଗ୍ରହ ତଥା ତେଲୁଗୁ ସିନେମା ଓ ପତ୍ରିକାର ପ୍ରଭାବରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଏତେ ସଂଖ୍ୟକ ସିନେମା ପତ୍ରିକା ପ୍ରକାଶ ପାଇ ଥାଇପାରେ ।

ବସନ୍ତ ପଟ୍ଟନାୟକଙ୍କ ସମ୍ପାଦନାରେ କଟକରୁ ପ୍ରକାଶିତ ‘ଚିତ୍ରପୁରୀ’ ପତ୍ରିକା ପାଠକ ମହଲରେ ବେଶ ଆଦୃତ ହୋଇଥିଲା । କଟକରୁ ପ୍ରକାଶ ପାଇବା ପୂର୍ବରୁ ଏହା ଲିଥୋ ପ୍ରକ୍ରିୟାରେ ଛପା ହୋଇ କିଛି ଦିନ ପାଇଁ ବମ୍ବେରୁ ପ୍ରକାଶ ଲାଭ କରିଥିଲା । ସେହିପରି କଟକରୁ ପ୍ରକାଶିତ ବଂଶୀଧର ଭୂୟାଁଙ୍କ ସମ୍ପାଦନାରେ ‘ଇନ୍ଦ୍ରଧନୁ’(୧୯୬୪) ଓ ରଣଧୀର ଦାସଙ୍କ ସମ୍ପାଦନାରେ ‘ଜୀବନରଙ୍ଗ’ (୧୯୭୭) ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା । ତେବେ ପରୀକ୍ଷିତ ଜେନାଙ୍କ ସମ୍ପାଦନାରେ ଭୁବନେଶ୍ୱରରୁ ପ୍ରକାଶିତ ‘ବାଣୀଚିତ୍ର’ (୧୯୭୦) ଓ କଟକରୁ ପ୍ରକାଶିତ ‘ଚଳଚ୍ଚିତ୍ର ଜଗତ’ (୧୯୭୭, ସଂ, ମଞ୍ଜୁଷା ପଟ୍ଟନାୟକ, ପରବର୍ତ୍ତୀ ସମୟରେ ଆଦିକନ୍ଦ ରାଉତ) ବେଶ ଆଦୃତ ହୋଇଥିଲା । କାଳୀ ପ୍ରସାଦ ଦାସ, ମଞ୍ଜୁଷା ପଟ୍ଟନାୟକ, ତପନ ବରାଳ, ସମରେନ୍ଦ୍ର ମହାପାତ୍ର, ଗୌରହରି ଦାସଙ୍କ ଭଳି କେତେକ ସମ୍ପାଦକ ଏକାଧିକ ସିନେମା ପତ୍ରିକାର ସମ୍ପାଦନା ଦାୟିତ୍ୱ ନିର୍ବାହ କରିଛନ୍ତି । ତେବେ ପ୍ରଖ୍ୟାତ ନିର୍ଦ୍ଦେଶକ କାର୍ତ୍ତିକ ଘୋଷଙ୍କ ସମ୍ପାଦନାରେ 'ଚିତ୍ର ଜଗତ' (୧୯୫୮) ଓ ନୀରଦ ମହାପାତ୍ରଙ୍କ ସମ୍ପାଦନାରେ 'ମନ ଫସଲ' (୧୯୭୮) ପତ୍ରିକା ପ୍ରକାଶିତ ହେବା ଉଲ୍ଲେଖଯୋଗ୍ୟ । ସମ୍ପଦ ମହାପାତ୍ରଙ୍କ ସମ୍ପାଦନାରେ ‘ସିନେ ସମ୍ବାଦ’ ମଧ୍ୟ ଜନପ୍ରିୟତା ଲାଭ କରିଥିଲା ।
                
ଆରମ୍ଭରୁ ଓଡିଆ ସିନେମା ପତ୍ରିକା ଓଡିଶାର ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ଭଳି ବଡ ସହର ଓ ବମ୍ବେ କଲିକତା ଭଳି ଓଡିଶା ବାହାରର ସହରମାନଙ୍କରୁ ପ୍ରକାଶିତ ହୋଇ ଆସୁଥିଲା । ସର୍ବାଧିକ ସଂଖ୍ୟକ ପତ୍ରିକା କଟକରୁ ପ୍ରକାଶିତ ହୋଇଛି । ତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ପ୍ରଯୋଜକ, ବିତରକଙ୍କଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ଗାୟକ ଓ ସିନେମା ଶିଳ୍ପ ସହିତ ସମ୍ପୃକ୍ତ ଅଧିକାଂଶ କଟକ, ଭୁବନେଶ୍ୱରରେ ରହୁଥିଲେ । ତେବେ କୌଣସି ଛୋଟ ସହରରୁ ପ୍ରକାଶିତ ସର୍ବ ପ୍ରଥମ ଓଡିଆ ସିନେମା ପତ୍ରିକାଟି ହେଉଛି ‘ଚିତ୍ରଧାରା’ । ଅଗଷ୍ଟ ୧୯୭୭ରେ ଭଦ୍ରକରୁ ପ୍ରକାଶ ପାଇଥିବା ଏହି ପତ୍ରିକାଟିରେ ସମାନ୍ତରାଳ ସିନେମା ‘ଶୀତରାତି’ର ଫଟୋ ପ୍ରଚ୍ଛଦରେ ସ୍ଥାନ ପାଇଥିଲା । ଏଥି ପୂର୍ବରୁ କୌଣସି ଓଡିଆ ସିନେମା ପତ୍ରିକାର ପ୍ରଚ୍ଛଦରେ ସମାନ୍ତରାଳ ଓଡିଆ ସିନେମାର ଫଟୋ ସ୍ଥାନ ପାଇ ନ ଥିଲା । ଏହି ପତ୍ରିକାର ସମ୍ପାଦକ ସରଳ କୁମାର ଦାସ କଲେଜରେ ଅଧ୍ୟୟନ କଲା ବେଳେ ଏହାର ସମ୍ପାଦନା କରିଥିଲେ । ପରବର୍ତ୍ତୀ ସମୟରେ ପୁରୀ, ବାଲେଶ୍ୱର, ବରଗଡ, ପାରାଦ୍ୱୀପ, ଯାଜପୁର ରୋଡ ଆଦି ଛୋଟ ସହରମାନଙ୍କରୁ ମଧ୍ୟ ସିନେମା ପତ୍ରିକାମାନ ପ୍ରକାଶ ପାଇଛି । ଶ୍ରୀକାନ୍ତ ମହାନ୍ତିଙ୍କ ସମ୍ପାଦନାରେ ପୁରୀରୁ ପ୍ରକାଶିତ ‘ମନୋରଞ୍ଜନ’ ପତ୍ରିକା ପ୍ରାୟ ୧୨ ବର୍ଷ ପ୍ରକାଶ ପାଇଥିଲା ।
    
ବିଭିନ୍ନ କାରଣରୁ ଅନେକ ପତ୍ରିକାର ପ୍ରକାଶନ ଅକାଳରେ ବନ୍ଦ ହୋଇ ଯାଇଥିଲେ ମଧ୍ୟ କଟକରୁ ପ୍ରକାଶିତ 'ଚିତ୍ରପୁରୀ', 'ଚଳଚ୍ଚିତ୍ର ଜଗତ' ଓ ଭୁବନେଶ୍ୱରରୁ ପ୍ରକାଶିତ 'ବାଣୀଚିତ୍ର' ପତ୍ରିକାଗୁଡିକର ୨୦୦ରୁ ଊର୍ଦ୍ଧ୍ୱ ସଂଖ୍ୟା ପ୍ରକାଶିତ ହୋଇଛି । କିଛି ବର୍ଷ ଧରି ନିୟମିତ ପ୍ରକାଶ ପାଇଥିବା ପତ୍ରିକାଙ୍କ ମଧ୍ୟରେ 'ସିନେ ସମ୍ଵାଦ' ଓ 'ସିନେ ସମୟ' ପତ୍ରିକା ଅଗ୍ରଗଣ୍ୟ l ତେବେ ବର୍ଷକୁ ୧୨ଟି ଲେଖାଏଁ ସଂଖ୍ୟା ସହ ୧୦ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇଥିବା ପ୍ରଥମ ପତ୍ରିକାଟି ହେଉଛି ‘ସିନେମା ସଂସାର’ ଯାହା ମୂରଲୀଧର ନାୟକଙ୍କ ସମ୍ପାଦନାରେ ୧୯୯୯ ମସିହାରେ କଟକରୁ ପ୍ରକାଶ ପାଉଥିଲା ।

ଗତ ୭୦ ବର୍ଷ ମଧ୍ୟରେ ‘ସିନେ ଓଡିଶା’ରୁ ଆରମ୍ଭ କରି ୨୦୧୭ରେ ପ୍ରକାଶିତ ‘ଓଲିଉଡ ମିରର’ ଯାଏଁ ପ୍ରାୟ ୮୦ଟି ଓଡିଆ ସିନେମା ପତ୍ରିକା ପ୍ରକାଶିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ଗୋଟିଏ ବି ସିନେମା ପତ୍ରିକା ନିୟମିତ ଭାବେ ପ୍ରକାଶ ପାଉନାହିଁ । ଗୋଟିଏ ସମୟ ଥିଲା ଗାଁ ଗଣ୍ଡାରେ ମଧ୍ୟ ସିନେମା ପତ୍ରିକା ପ୍ରତି ପାଠକଙ୍କ ଆଗ୍ରହ ଥିଲା । ସାଧାରଣ ଭାବେ ପତ୍ର ପତ୍ରିକା ପ୍ରତି ପାଠକମାନେ ବିମୁଖ ହେଉଥିବାରୁ ସିନେମା ପତ୍ରିକା ବା ସେଥିରୁ କିପରି ବର୍ତ୍ତି ପାରନ୍ତା । ତେବେ ଡିଟିପି, ଅଫସେଟ, କଲର ପ୍ରିଂଟିଙ୍ଗ ଆଦି ବୈଷୟିକ ଜ୍ଞାନ କୌଶଳ ମୁଦ୍ରଣ ଶିଳ୍ପରେ ପ୍ରବେଶ କରିବା ପୂର୍ବରୁ ଓଡିଆରେ ଛପା ହୋଇଥିବା ସିନେମା ପତ୍ରିକାଗୁଡିକର ସମ୍ପାଦକମାନଙ୍କୁ ଲେଟର ପ୍ରେସରେ ହାଫଟୋନ ବ୍ଲକରେ ଫଟୋ ଛାପି ପତ୍ରିକାକୁ ଆକର୍ଷଣୀୟ କରିବା ପାଇଁ କେତେ ଯେ ଅସୁବିଧାର ସମ୍ମୁଖୀନ ହେବାକୁ ହେଉଥିଲା, ତାହା ଅନୁମାନ କରିବା ମଧ୍ୟ କଷ୍ଟ । ଉପଯୁକ୍ତ ସଂରକ୍ଷଣ ଅଭାବରୁ ଯେତେବେଳେ ଅନେକ ଓଡିଆ ସିନେମା ଆଉ ଉପଲବ୍ଧ ହେଉ ନାହିଁ, ସେତେବେଳେ ଏହି ପତ୍ରିକାଗୁଡିକରେ ସ୍ଥାନିତ କିଛି କିଛି ତଥ୍ୟ ଅନ୍ତତଃ ସେହି ସିନେମାଗୁଡିକୁ ବଞ୍ଚାଇ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ସେ ସମସ୍ତ ପତ୍ରିକାର ସମ୍ପାଦକମାନେ ପ୍ରଶଂସାଯୋଗ୍ୟ ଓ ଧନ୍ୟବାଦାର୍ହ ।

Published in Odisha Reporter on February 19, 2020            

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍