Skip to main content

ଦୂରେଇ ଯାଉଛି ଆଉ ଏକ ପଡ଼ୋଶୀ ରାଷ୍ଟ୍ର

ମାଲଦିଭ ବା ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତକୁ ତାଙ୍କ ଦେଶରୁ ସୈନ୍ୟ ପ୍ରତ୍ୟାହାର କରିବା କଥା ଦୋହରାଇ ସାରିଲେଣି ।  ଭାରତ ତା’ର ସୈନ୍ୟ ପ୍ରତ୍ୟାହାର ନ କଲେ ତାହା ମାଲଦିଭ ଜନତାଙ୍କ ଗଣତାନ୍ତ୍ରିକ ଆକାଂକ୍ଷାର ଅସମ୍ମାନ ହେବା ସହ ସେଠାକାର ଗଣତାନ୍ତ୍ରିକ ଭବିଷ୍ୟତକୁ ବିପନ୍ନ କରିବ ବୋଲି ସେ ଆଶଙ୍କା କରିଛନ୍ତି । ସଦ୍ୟ ଅନୁଷ୍ଠିତ ନିର୍ବାଚନର ଫଳାଫଳ ମାଧ୍ୟମରେ ମାଲଦିଭ ଜନତା ତାଙ୍କ ଦେଶରେ କୌଣସି ପ୍ରକାର ବିଦେଶୀ ସାମରିକ ଉପସ୍ଥିତିକୁ ଅଗ୍ରାହ୍ୟ କରିଛନ୍ତି । ତେଣୁ ଜନମତକୁ ସମ୍ମାନ ଜଣାଇ ଭାରତ ତୁରନ୍ତ ସାମରିକ ଉପସ୍ଥିତିକୁ ପ୍ରତ୍ୟାହାର କରୁ ବୋଲି ସେ ଅନୁରୋଧ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ ମହାସାଗରର ଏହି ଦ୍ୱୀପ ରାଷ୍ଟ୍ରରେ ସାମରିକ ଉପସ୍ଥିତି ଭାରତ ପାଇଁ କୌଶଳଗତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମାଲଦିଭର ଭାରତ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ । ଠିକ୍ ଏତିକି ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଯୋଗୁଁ ମାଲଦିଭର ପର୍ଯ୍ୟଟନ ଶିଳ୍ପ ପରୋକ୍ଷରେ ପ୍ରଭାବିତ ହେବାର ଆଶଙ୍କା କରି ସେଠାକାର ସରକାରଙ୍କ ମନ୍ତ୍ରୀ ଓ ଅନ୍ୟ କେତେକ ରାଜନୀତିଜ୍ଞ ମୋଦୀଙ୍କ ପ୍ରତି ଯେଉଁ ଭଳି ଅଶାଳୀନ ମନ୍ତବ୍ୟ ପ୍ରଦାନ କଲେ ତାହା କେବଳ ନିନ୍ଦନୀୟ ନୁହେଁ, ବରଂ ତଦ୍ଦ୍ୱାରା ଭାରତ-ମାଲଦିଭ ସମ୍ପର୍କ ଏକ ନୂତନ ନିମ୍ନ ସ୍ତରକୁ ଛୁଇଁଲା କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରଶ୍ନ ଉଠିଥାଏ ଯେ ବର୍ଷ ବର୍ଷ ଧରି ମାଲଦିଭ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଥିବା ବେଳେ କ’ଣ ଏମିତି ଘଟିଲା ଯେ ସେ ରାଷ୍ଟ୍ର ଭାରତଠାରୁ ଦୂରେଇଯିବାର ଉପକ୍ରମ କଲା ? 

 ଭାରତର ମୁଖ୍ୟ ଭୂ-ଭାଗର ଦକ୍ଷିଣ-ପଶ୍ଚିମରେ ପ୍ରାୟ ୭୫୦ କିଲୋମିଟର ଦୂରରେ ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ମାଲଦିଭରେ ହଜାରେରୁ ଅଧିକ ଦ୍ୱୀପ ରହିଛି । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଦ୍ୱୀପ ଜନଶୂନ୍ୟ । ଏହାର ଭୂ-ଭାଗର କ୍ଷେତ୍ରଫଳ ମାତ୍ର ୩୦୦ ବର୍ଗ କିଲୋମିଟର ହୋଇଥିଲେ ହେଁ ପ୍ରାୟ ୯୦୦୦୦ ବର୍ଗ କିଲୋମିଟରର ବିସ୍ତୀର୍ଣ୍ଣ ସାମୁଦ୍ରିକ ଅଞ୍ଚଳ ଉପରେ ଏହାର ସାର୍ବଭୌମତ୍ୱ ରହିଛି । ୧୯୬୫ରେ ବ୍ରିଟେନ ନିକଟରୁ ସ୍ୱାଧୀନତା ହାସଲ କରିବା ପରେ ଏହାକୁ ସ୍ୱୀକୃତି ପ୍ରଦାନ କରିଥିବା ପ୍ରଥମ କେତୋଟି ଦେଶ ମଧ୍ୟରେ ଭାରତ ଥିଲା ଅନ୍ୟତମ । ତା’ ପରଠାରୁ ଉଭୟ ଦେଶ ମଧ୍ୟରେ କ୍ରମାଗତ ଭାବେ କୌଶଳଗତ, ସାମରିକ, ଅର୍ଥନୈତିକ ତଥା ସାଂସ୍କୃତିକ ସମ୍ପର୍କ ବିକଶିତ ହୋଇ ବନ୍ଧୁତା ଦୃଢ଼ତର ହୋଇଆସିଛି ।

୧୯୮୨ରେ ମିନିକୟ ଦ୍ୱୀପର ମାଲିକାନାକୁ ନେଇ ଉଭୟ ଦେଶ ମଧ୍ୟରେ ସାମୟିକ ମତାନ୍ତର ପ୍ରକାଶ ପାଇଥିଲେ ବି ତୁରନ୍ତ ତାହା ଦୂରୀଭୁତ ହୋଇଥିଲା । କିନ୍ତୁ ଗତ ଏକ ଦଶନ୍ଧି ଧରି ବିଭିନ୍ନ କାରଣରୁ ମାଲଦିଭରେ ଭାରତ ବିରୋଧୀ ମନୋଭାବ ବୃଦ୍ଧି ପାଇଚାଲିଛି । ତେବେ ଭାରତ ସହ ମାଲଦିଭର ସମ୍ପର୍କ ତିକ୍ତ ହେବା ପଛରେ ମାଲଦିଭର ଆଭ୍ୟନ୍ତରୀଣ ରାଜନୀତି ଅନେକାଂଶରେ ଦାୟୀ । ସେଠାରେ ପ୍ରତି ୫ ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ୨୦୧୮ରେ ଅନୁଷ୍ଠିତ ନିର୍ବାଚନରେ ରାଷ୍ଟ୍ରପତି ତଥା ପିପିଏମ ଦଳର ନେତା ଅବଦୁଲ୍ଲା ୟାମିନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଏମଡ଼ିପି ଦଳର ପ୍ରାର୍ଥୀ ଇବ୍ରାହିମ ମହମ୍ମଦ ସୋଲିହ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଭାରତ ସପକ୍ଷବାଦୀ ରୂପେ ତାଙ୍କର ପରିଚିତି ଥିବାବେଳେ ୟାମିନ ଚୀନ ସପକ୍ଷବାଦୀ ଭାବେ ପରିଚିତ । କ୍ଷମତାକୁ ଆସିଲା ପରେ ରାଷ୍ଟ୍ରପତି ସୋଲିହଙ୍କ ଦ୍ୱାରା ୟାମିନଙ୍କ ବିରୋଧରେ ଥିବା ଦୁର୍ନୀତି ଓ ଅନ୍ୟାନ୍ୟ ମାମଲାଗୁଡ଼ିକର ତଦନ୍ତ ଆରମ୍ଭ କରାଯାଇଥିଲା । ସେଥିରୁ ଧ୍ୟାନ ହଟାଇ ନିଜ ସପକ୍ଷରେ ଜନ ସମର୍ଥନ ଜୁଟାଇବା ଲାଗି ୟାମିନ ୨୦୨୦ର ଶେଷାର୍ଦ୍ଧରେ ‘ଭାରତକୁ ବିଦା କର’ (ଇଣ୍ଡିଆ ଆଉଟ) ଅଭିଯାନର ଆରମ୍ଭ କରିଦେଇଥିଲେ । ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା ମାଲଦିଭରେ ଅବସ୍ଥାପିତ ଭାରତୀୟ ସୈନ୍ୟଙ୍କୁ ମାଲଦିଭରୁ ବିଦା କରିବା ଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା । ପ୍ରାରମ୍ଭିକ ପର୍ଯ୍ୟାୟରେ ତାହା ଆଶାନୁରୂପ ସଫଳତା ହାସଲ କରିପାରି ନଥିଲା । ତଥାପି ମାଲଦିଭ ସରକାର ଅହେତୁକ ପ୍ରତିକ୍ରିୟା ପ୍ରଦର୍ଶନ କରି ଅଭିଯାନକୁ ବେଆଇନ ଘୋଷଣା କରିଦେଲେ । ତା’ପରେ ଦେଖାଗଲା ଯେ ୟାମିନଙ୍କ ସପକ୍ଷରେ ଜନମତ କ୍ରମେ ବୃଦ୍ଧି ପାଉଛି ।

ମାଲଦିଭର ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଭାରତ ପ୍ରସଙ୍ଗକୁ ନେଇ ଏହିପରି ଭାବେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ନିୟମିତ ନିର୍ଦ୍ଦେଶ କ୍ରମେ ମାଲଦିଭରେ ଅବସ୍ଥାପିତ ଭାରତୀୟ ହାଇକମିସନଙ୍କ ଦ୍ୱାରା ସେଠାକାର ଗାଲୋଲୁ ଫୁଟବଲ ଷ୍ଟାଡ଼ିଅମରେ ୨୧ ଜୁନ ୨୦୨୨ରେ ଆଡ଼ମ୍ୱର ସହକାରେ ‘ଆନ୍ତର୍ଜାତୀୟ ଯୋଗ ଦିବସ’ର ଆୟୋଜନ କରାଯାଇଥିଲା । କିନ୍ତୁ କାର୍ୟ୍ୟକ୍ରମ ଚାଲୁଥିଲା ବେଳେ କିଛି ମୌଳବାଦୀ ଷ୍ଟାଡ଼ିଅମ ଭିତରକୁ ପଶି ଆସି ସେମାନଙ୍କୁ ଆକ୍ରମଣ କରି କାର୍ୟ୍ୟକ୍ରମକୁ ଭଣ୍ଡୁର କରିଥିଲେ । ସେମାନଙ୍କ ହାତରେ ଥିବା ପ୍ଲାକାର୍ଡରେ ଲେଖାଥିଲା ଯେ ‘ଯୋଗ ଇସଲାମ ସିଦ୍ଧାନ୍ତର ପରିପନ୍ଥୀ’ । ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଲାଗି ପୁଲିସକୁ ଅଧିକ ବଳ ପ୍ରୟୋଗ କରିବାକୁ ପଡ଼ିଲା, ଯାହାର ଫଳ ଓଲଟା ହେଲା ଓ ସାଧାରଣ ଜନତା ସରକାର ବିରୋଧୀ ହେବାକୁ ଲାଗିଲେ । ଉଲ୍ଲେଖଯୋଗ୍ୟ ଯେ ସମ୍ୱିଧାନ ଅନୁଯାୟୀ ମାଲଦିଭ ଏକ ସୁନ୍ନୀ ଇସଲାମୀୟ ଦେଶ ହୋଇଥିବାରୁ ସେଠାରେ ଅନ୍ୟ ଧର୍ମାବଲମ୍ୱୀମାନେ ସର୍ବସାଧାରଣରେ ଧାର୍ମିକ କାର୍ୟ୍ୟକ୍ରମ କରିବା ସମ୍ପୂର୍ଣ୍ଣ ବେଆଇନ । ତେଣୁ ଯୋଗ ଦିବସ ପାଳନ ‘ଅଣ-ଇସଲାମୀୟ’ ବୋଲି ପ୍ରତିପକ୍ଷ ପ୍ରଚାର କଲେ ଯାହା ଲୋକଙ୍କୁ ଭାରତ ବିରୋଧୀ ମନୋଭାବ ପୋଷଣ କରିବା ଲାଗି ଉସୁକାଇଲା । ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ କୂଟନୈତିକ ବୁଦ୍ଧିମତ୍ତା ପ୍ରଦର୍ଶନ କରି ମାଲଦିଭର ଆଭ୍ୟନ୍ତରୀଣ ପରିସ୍ଥିତି ପରଖି ଯୋଗ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲେ, ହୁଏତ ଏଭଳି ସ୍ଥିତି ଉପୁଜି ନଥାଆନ୍ତା । ବସ୍ତୁତଃ ୨୦୨୨ ମସିହାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହିଁ ମାଲଦିଭରେ ପ୍ରତିପକ୍ଷଙ୍କ ଦ୍ୱାରା ଭାରତ ବିରୋଧୀ ପ୍ରଚାରକୁ ବଳ ଓ ଗତି ପ୍ରଦାନ କରିବାରେ ସହାୟକ ହୋଇଥିଲା ବୋଲି କୁହାଯାଇପାରିବ । ଏହି ଘଟଣା ପରେ ଭାରତର କେଉଁଠି ହେଲେ ବି ଯଦି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହୋଇଥିବାର ଖବର ମିଳିଲା, ମାଲଦିଭରେ ତାହାର ପ୍ରତିକ୍ରିୟା ଅନୁଭୂତ ହେବାକୁ ଲାଗିଲା । ଏହିପରି ଭାବେ ପୂର୍ବତନ ରାଷ୍ଟ୍ରପତି ୟାମିନ ଆଗାମୀ ନିର୍ବାଚନରେ ନିଜ ସ୍ଥିତିକୁ ମଜବୁତ କରିବାର ପ୍ରୟାସ କରୁଥିଲା ବେଳେ ୨୦୨୨ ମସିହା ଡିସେମ୍ୱର ମାସରେ ସେ ଏକ ମାମଲାରେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ତାଙ୍କର ନିର୍ବାଚନ ଲଢ଼ିବାର ସ୍ୱପ୍ନ ଧୂଳିସାତ୍ ହୋଇଗଲା । ତେଣୁ ବାଧ୍ୟ ହୋଇ ତାଙ୍କୁ ଦଳର ପ୍ରାର୍ଥୀ ମହମ୍ମଦ ମୁଇଜୁଙ୍କ ପ୍ରାର୍ଥୀତ୍ୱକୁ ସ୍ୱୀକାର କରିବାକୁ ହେଲା । ଅତୀତରେ ମୁଇଜୁ ୟାମିନଙ୍କ ଅଧୀନରେ ମନ୍ତ୍ରୀ ରୂପେ କାର୍ୟ୍ୟ କରିଥିଲେ ଓ ସେ ମଧ୍ୟ ଚୀନ ସପକ୍ଷବାଦୀ । ସେପ୍ଟେମ୍ୱର ୨୦୨୩ରେ ଅନୁଷ୍ଠିତ ନିର୍ବାଚନରେ ସେ ରାଷ୍ଟ୍ରପତି ସୁଲିହଙ୍କୁ ହରାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ । ଶାସନ ଭାର ଗ୍ରହଣ କରିବା ପରେ ତାଙ୍କ ଆଚରଣ ଓ ଉଚ୍ଚାରଣରେ ଭାରତ ବିରୋଧୀ ମନୋଭାବ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି । ମାଲଦିଭର ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରଥମେ ଭାରତ ଗସ୍ତରେ ଯିବାର ପରମ୍ପରା ଥିଲା ବେଳେ ତାକୁ ଭଙ୍ଗ କରି ସେ ପ୍ରଥମେ ତୁର୍କୀକୁ ଯାଇଥିଲେ ।

‘ଭାରତକୁ ବିଦା କର’ ଅଭିଯାନ କେବଳ ସୈନ୍ୟ ପ୍ରତ୍ୟାହାର ଯାଏଁ ସୀମିତ ରହିବ ନାହିଁ । ଭାରତ ସହ ହୋଇଥିବା ଶତାଧିକ ବ୍ୟାବସାୟିକ ଓ ଅନ୍ୟାନ୍ୟ ଚୁକ୍ତିର ପୁନଃସମୀକ୍ଷା ପର୍ଯ୍ୟନ୍ତ ତାହା ବିସ୍ତାରିତ ହେଲାଣି ।   ହୁଏତ ଏହି ଅଭିଯାନର ଆଗ ଧାଡ଼ିରେ ଥିବା ନେତାମାନଙ୍କର ବିସ୍ମୃତ ହୋଇ ନଥିବ ଯେ ୧୯୮୮ରେ ସେଠାରେ ବଳପୂର୍ବକ ଶାସନ ଦଖଲ ଲାଗି ସଂଘଟିତ ଏକ ବିଦ୍ରୋହକୁ ଭାରତ ଠିକଣା ସମୟରେ ସହାୟତା ପ୍ରଦାନ କରି ‘ଅପରେସନ କାକଟସ୍’ ମାଧ୍ୟମରେ ପ୍ରତିହତ କରିଥିଲା । ଆବଶ୍ୟକ ସାମରିକ କ୍ଷମତାର ଅଭାବ ଦର୍ଶାଇ ମାଲଦିଭ ସରକାରଙ୍କ ଅନୁରୋଧ କ୍ରମେ ଭାରତ ୨୦୦୯ ମସିହାରେ ପ୍ରଥମ କରି ମାଲଦିଭକୁ ତା’ର ସୁରକ୍ଷା ବଳୟ ଭିତରକୁ ଆଣିଥିଲା । ତଦନୁଯାୟୀ ଭାରତ ତରଫରୁ ମାଲଦିଭରେ ସ୍ଥାୟୀ ଭାବେ ଦୁଇଟି ହେଲିକପ୍ଟର ରଖାଯିବା ସହିତ ତଟୀୟ ରାଡ଼ାର ଶୃଙ୍ଖଳର ବ୍ୟବସ୍ଥା ଓ ଅନ୍ୟାନ୍ୟ ସାମରିକ ସହାୟତା ପ୍ରଦାନ କରାଗଲା । ବର୍ତ୍ତମାନ ଭାରତର ମାତ୍ର ୭୭ ଜଣ ସାମରିକ ପଦାଧିକାରୀ ସେଠାରେ ମୁତୟନ ଅଛନ୍ତି । ୨୦୧୪ରେ ମାଲେଠାରେ ପିଇବା ପାଣିର ସଙ୍କଟ ଦେଖା ଦେଇଥିବା ବେଳେ ଭାରତ ସହାୟତା ପ୍ରଦାନ କରିଥିଲା । ଏବେ ମଧ୍ୟ ସେଠାକାର ଲୋକେ ଉନ୍ନତ ଚିକିତ୍ସା ସୁବିଧା ପାଇବା ଲାଗି ଭାରତ ଉପରେ ନିର୍ଭର କରିଥାଆନ୍ତି ।                             

ମାଲଦିଭ ଭାରତଠାରୁ ଦୂରେଇ ଯାଇ ଚୀନର ନିକଟତର ହେବାକୁ ଚୀନର ‘ମୁକ୍ତା ହାର’ (ଷ୍ଟ୍ରିଙ୍ଗ ଅଫ୍ ପର୍ଲସ୍ ) କୌଶଳର ସଫଳତା ବୋଲି ମନେ କରାଯାଉଛି । ଏହି କୌଶଳ ଅନୁଯାୟୀ ଭାରତ ଚାରିପାଖରେ ରହିଥିବା ଅନ୍ୟ ଦେଶର ବନ୍ଦର ଓ ଅନ୍ୟ ଆନୁଷଙ୍ଗିକ ସୁବିଧାଗୁଡ଼ିକୁ ଚୀନ ନିଜ ନିୟନ୍ତ୍ରଣକୁ ନେଇ ଭାରତକୁ ଘେରିରଖିବା ପାଇଁ ପ୍ରୟାସ କରୁଛି । ‘ମୁକ୍ତା ହାର’ କୌଶଳ ଅନ୍ତର୍ଗତ ବନ୍ଦରଗୁଡିକ ଚୀନର ମୁଖ୍ୟ ଭୂ-ଭାଗରୁ ଆରମ୍ଭ ହୋଇ ଆଫ୍ରିକାର ଜିବୁଟି ବନ୍ଦର ପର୍ୟ୍ୟନ୍ତ ପରିବ୍ୟାପ୍ତ ।  ତଦନୁଯାୟୀ ପାକିସ୍ତାନର ଗ୍ୱାଦର, ଶ୍ରୀଲଙ୍କାର ହମ୍ୱନଟୋଟା, ମ୍ୟାନମାରର ସିଟ୍ଟୱେ, ବଙ୍ଗଳାଦେଶର ଚିଟ୍ଟାଗଙ୍ଗ ବନ୍ଦରଗୁଡ଼ିକୁ ଚୀନ ଅନେକାଂଶରେ ନିଜ ଅକ୍ତିଆରକୁ ନେଇସାରିଛି । ସେହି କ୍ରମରେ ମାଲଦିଭ ଚୀନର ନିକଟତର ହେବା ଦ୍ୱାରା ମାଲେ ବନ୍ଦର ମଧ୍ୟ ଚୀନ ନିୟନ୍ତ୍ରଣକୁ ଚାଲିଯିବାର ଆଶଙ୍କା ରହିଛି । ‘ମୁକ୍ତା ହାର’ କୌଶଳ ଭାରତ ମହାସାଗରରେ ଚୀନର ବ୍ୟାବସାୟିକ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ଓ ତାହା ଭାରତ ବିପକ୍ଷରେ ଅଭିପ୍ରେତ ନୁହେଁ ବୋଲି ଚୀନ ତରଫରୁ ସଫେଇ ଦିଆଯାଉଥିଲେ ବି ବିଶେଷଜ୍ଞମାନେ ସେହି ଯୁକ୍ତିକୁ ଗ୍ରହଣ କରିବାକୁ ନାରାଜ । କେବଳ ଭୁଟାନକୁ ବାଦ ଦେଲେ ଭାରତର ଅନ୍ୟ ସବୁ ପଡ଼ୋଶୀ ରାଷ୍ଟ୍ର ଚୀନର ବିଆରଆଇ (ବେଲଟ ଆଣ୍ଡ ରୋଡ଼ ଇନିସିଏଟିଭ) ଯୋଜନାରେ ସାମିଲ ହୋଇସାରିଲେଣି, ଯେଉଁଥିରେ ଭିତ୍ତିଭୂମି ବିକାଶ ମାଧ୍ୟମରେ ଚୀନ ତା’ର ବ୍ୟାବସାୟିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ଏହି ଦେଶଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରିବାରେ ପ୍ରୟାସରତ । ଭାରତର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଚୀନ ଆଡ଼କୁ ଢଳିବା ଭାରତ ପାଇଁ ଶୁଭଙ୍କର ହୋଇ ନପାରେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଦଫା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କଠାରୁ ଆରମ୍ଭ କରି ପଡ଼ୋଶୀ ସାର୍କ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟମାନେ ଆମନ୍ତ୍ରିତ ହୋଇଥିଲେ । ଉଦ୍ଦେଶ୍ୟ ଥିଲା ‘ପଡୋଶୀ ପ୍ରଥମେ’ (ନେବରହୁଡ଼୍ ଫାଷ୍ଟ୍) ନୀତିକୁ ଅନୁସରଣ କରି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ମୈତ୍ରୀପୂର୍ଣ୍ଣ ସମ୍ପର୍କ ଗଢ଼ି ତୋଳିବା । ମାତ୍ର ଗତ ଦଶ ବର୍ଷ ମଧ୍ୟରେ ଭାରତର ‘ପଡ଼ୋଶୀ ପ୍ରଥମେ’ ନୀତି ଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହୋଇଛି । ଭୁଟାନ ଭିନ୍ନ ଅନ୍ୟ ସବୁ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଭାରତର ସମ୍ପର୍କ ନିମ୍ନମୁଖୀ ହୋଇଛି । ହୁଏତ ଭାରତର ‘ବଡ଼ଭାଇ ପଣିଆ’ ସେମାନଙ୍କୁ ଭଲ ଲାଗୁ ନଥାଇପାରେ । ପ୍ରତି ଦୁଇ ବର୍ଷରେ ଥରେ ଆହୂତ ହେବାକୁ ଥିବା ‘ସାର୍କ ଶିଖର ସମ୍ମିଳନୀ’ ଗତ ନଅ ବର୍ଷ ଧରି ହୋଇ ନପାରିବା ଯୋଗୁଁ ସାର୍କ ସଂଗଠନ ବସ୍ତୁତଃ ନିଷ୍କ୍ରିୟ ହୋଇପଡ଼ିଛି । ପଡ଼ୋଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କକୁ ଦୃଢ଼ କରିବା ଦିଗରେ ସାର୍କ ଯେ ଏକ ଉତ୍କୃଷ୍ଟ ମଞ୍ଚ ତାହା କହିବା ବାହୁଲ୍ୟ । ତେଣୁ ଭାରତକୁ ଏହି ମଞ୍ଚର ସଫଳ ଉପଯୋଗ କରିବା ଦିଗରେ ତତ୍ପର ହେବାକୁ ପଡ଼ିବ । ଏବେ ବି ଅଧିକାଂଶ ମାଲଦିଭ ଅଧିବାସୀ ଭାରତକୁ ଏକ ବିଶ୍ୱସ୍ତ ବନ୍ଧୁ ଭାବେ ଦେଖୁଥିବାରୁ ଭାରତ ଏହାର ସୁଯୋଗ ନେଇ ପୁରୁଣା ସଦଭାବକୁ ପୁନଃପ୍ରତିଷ୍ଠା କରିବା ଦିଗରେ ଯତ୍ନଶୀଳ ହେବା ଜରୁରୀ ।  


Published in Sambad on January 09, 2024

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍