ବିବାଦୀୟ ତିନିଟି କୃଷି ଆଇନ ପ୍ରତ୍ୟାହୃତ ହୋଇ କୃଷକ ଆନ୍ଦୋଳନ ସ୍ଥଗିତ ରହିବା ପରେ ଏ ବର୍ଷ କେନ୍ଦ୍ର ବଜେଟରେ କୃଷିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଥିଲା ବେଳେ ପ୍ରମୁଖ ଚାଷୀ ସଙ୍ଗଠନଗୁଡିକ ବଜେଟଟି ନିରାଶାଜନକ ବୋଲି ଅଭିହିତ କରିଛନ୍ତି । ସେ ସମ୍ପର୍କରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ଲାଗେ ।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପାଇଁ ୨୦୨୨-୨୩ ବଜେଟରେ ପ୍ରାୟ ୧.୩୩ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଗତ ବର୍ଷ ସଂଶୋଧିତ ବଜେଟ ଆକଳନ ଅନୁଯାୟୀ ଏହି ରାଶି ୧.୨୭ ଲକ୍ଷ କୋଟି ଟଙ୍କା ଥିଲା, ଯେଉଁଥିରେ ଏ ବର୍ଷ ମାତ୍ର ୪.୫ ପ୍ରତିଶତ ବୃଦ୍ଧି ଘଟିଛି । ଏହି ଆବଣ୍ଟିତ ରାଶି ମଧ୍ୟରୁ ୬୮ ହଜାର କୋଟି ଟଙ୍କା ବା ଅଧାରୁ ବେଶି କେବଳ ପିଏମ-କିସାନ ଯୋଜନା ପାଇଁ ଆବଣ୍ଟିତ ହୋଇଛି । ଚାଷୀ ପରିବାରଙ୍କୁ ମିଳୁଥିବା ବାର୍ଷିକ ୬୦୦୦ ଟଙ୍କା ଏହି ପାଣ୍ଠିରୁ ଦିଆଯାଇଥାଏ । ତେଣୁ ଅନ୍ୟାନ୍ୟ କାର୍ୟ୍ୟକ୍ରମ ପାଇଁ ଉପଲବ୍ଧ ରାଶି ସୀମିତ ଅଟେ ।
ଏ ବର୍ଷ ବଜେଟରେ କୃଷି କ୍ଷେତ୍ରରେ ଯେଉଁ ନୂଆ କାର୍ୟ୍ୟକ୍ରମଗୁଡିକର ଘୋଷଣା କରାଯାଇଛି ତନ୍ମଧ୍ୟରେ ପିପିପି ମାଧ୍ୟମରେ କୃଷକଙ୍କୁ ଡିଜିଟାଲ, ହାଇ-ଟେକ ସେବା ପ୍ରଦାନ, କୃଷି ଓ ଗ୍ରାମୋଦ୍ୟୋଗ ପାଇଁ ନାବାର୍ଡ ମାଧ୍ୟମରେ ଏକ ଷ୍ଟାର୍ଟ-ଅପ ପାଣ୍ଠିର ପ୍ରତିଷ୍ଠା, ଜଳସେଚନର କ୍ଷେତ୍ର ବିସ୍ତାର ଉଦ୍ଦେଶ୍ୟରେ ପାଇଲଟ ଭିତ୍ତିରେ କେନ-ବେତୱା ନଦୀ ସଂଯୋଗୀକରଣ ଆଦି ଅନ୍ୟତମ । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗକୁ ବଢାଇବା ପାଇଁ ‘କିସାନ ଡ୍ରୋନ’ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ଡ୍ରୋନ ମାଧ୍ୟମରେ ଆକାଶମାର୍ଗରୁ ଫସଲର ସ୍ଥିତି ଆକଳନ, ଜମିଜମା ରେକର୍ଡକୁ ଡିଜିଟାଇଜ କରିବା, କୀଟନାଶକ ଓ ପୋଷକ ସିଞ୍ଚନ ଆଦି କରାଯାଇପାରିବ । ଡ୍ରୋନ ଦ୍ୱାରା କୀଟନାଶକ ସ୍ପ୍ରେ କରାଗଲେ ଚାଷୀମାନେ ସିଧାସଳଖ କ୍ଷତିକାରକ କୀଟନାଶକ ସଂସ୍ପର୍ଶରେ ନ ଆସି ରୋଗାକ୍ରାନ୍ତ ହେବାର ଆଶଙ୍କା କମିଯିବ, ଯାହା ଏକ ପ୍ରଶଂସନୀୟ ପରିକଳ୍ପନା । ହେଲେ ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ସେମାନେ ଏହି ଜ୍ଞାନକୌଶଳକୁ ନିକଟ ଭବିଷ୍ୟତରେ ଆଦରିବାର ସମ୍ଭାବନା କ୍ଷୀଣ ଓ ଏହା କେବଳ ସଂଖ୍ୟାଲଘୁ ବଡ ଓ କର୍ପୋରେଟ ଚାଷୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ତେଣୁ ସାମଗ୍ରିକ ଭାବେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିରେ ଏହା ତତ୍କାଳ ସହାୟକ ହୋଇ ନ ପାରେ ।
ଦେଶରେ ମାଣ୍ଡିଆ ଜାତୀୟ ଶସ୍ୟ (ମିଲେଟ)ର ବ୍ୟବହାରକୁ ବଢାଇବା ଲାଗି ସେଗୁଡିକର ଅମଳ ପରବର୍ତ୍ତୀ ମୂଲ୍ୟ ସଂବର୍ଦ୍ଧନ (ଭାଲ୍ୟୁ ଆଡିସନ) ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି । ଓଡିଶାରେ ‘ମିଲେଟ ମିଶନ’ ସଫଳତାର ସହ କାର୍ୟ୍ୟ କରୁଥିବାରୁ ଏହି କାର୍ୟକ୍ରମରୁ ରାଜ୍ୟ କିପରି ଲାଭବାନ ହୋଇପାରିବ, ସେ ନେଇ ପ୍ରୟାସ ହେବା ଆବଶ୍ୟକ । ସେହିପରି ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତୈଳବୀଜର ଉତ୍ପାଦନକୁ ବଢାଇବା ଲାଗି ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ ଖାଦ୍ୟ ପ୍ରକ୍ରିୟାକରଣର ସମନ୍ୱିତ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବଜେଟରେ ସାରା ଦେଶରେ ରାସାୟନିକ ସାର ମୁକ୍ତ ପାରମ୍ପରିକ ଚାଷକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ ହୋଇଥିଲେ ବି ଗଙ୍ଗା ନଦୀ କୂଳକୁ ଲାଗି ୫ କିଲୋମିଟର ଚଉଡାର ବିସ୍ତୀର୍ଣ୍ଣ ଅଞ୍ଚଳରେ ପାରମ୍ପରିକ ଚାଷକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । ପାରମ୍ପରିକ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବା ଏକ ପ୍ରଶଂସନୀୟ ବିଚାର ହୋଇଥିଲେ ବି ଏହାର ବ୍ୟାବହାରିକତା ଓ ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଥାଏ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ କେହି କେହି ଏହାକୁ ଏକ ନିର୍ବାଚନୀ ଘୋଷଣା ଭାବେ ଗ୍ରହଣ କରୁଛନ୍ତି । ଅଧିକନ୍ତୁ, କୃଷି ଗବେଷଣା ଓ ଶିକ୍ଷା ବାବଦରେ ପ୍ରାୟ ୮୫୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ଯାହା ପୂର୍ବ ବର୍ଷ ସହ ସମାନ । ଏଥିରେ କୌଣସି ବୃଦ୍ଧି ନ ହୋଇ ସ୍ଥିର ରହିବା ଦ୍ୱାରା ସରକାରଙ୍କ ଦୃଷ୍ଟିରେ କୃଷି ଗବେଷଣା ଓ ଶିକ୍ଷା ଅଗ୍ରାଧିକାର ହରାଇଥିବା ପରି ମନେହୁଏ ।
ରାସାୟନିକ ସାର ଉପରୁ ସବସିଡି ପରିମାଣ ଲଗାତାର ହ୍ରାସ ପାଇ ଚାଲିବା ଚାଷୀଙ୍କ ପାଇଁ ଉଦବେଗର କାରଣ ପାଲଟିଛି । ୨୦୨୦-୨୧ରେ ସାର ସବସିଡିର ପରିମାଣ ପ୍ରାୟ ୧.୨୮ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୧-୨୨ର ବଜେଟରେ ତାକୁ ପ୍ରାୟ ୪୮ ହଜାର କୋଟି ଟଙ୍କା କମ କରି ୮୦ ହଜାର କୋଟି ଟଙ୍କା କରି ଦିଆଯାଇଥିଲା । ତେବେ କୃଷକ ଆନ୍ଦୋଳନର ହଟ୍ଟଗୋଳ ମଧ୍ୟରେ ସେହି ସବସିଡି ପରିମାଣକୁ ସଂଶୋଧିତ ବଜେଟରେ ୧.୪୦ ଲକ୍ଷ କୋଟି ଟଙ୍କା କରାଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ରାସାୟନିକ ସାର ଦର ହୁ ହୁ ହୋଇ ବଢି ଦେଶରେ ସାରର ଅଭାବ ଦେଖା ଦେଇଥିବା ବେଳେ ଏ ବର୍ଷ ବଜେଟରେ ସବସିଡି ଆବଣ୍ଟନ ପ୍ରାୟ ୩୫ ହଜାର କୋଟି ଟଙ୍କା ହ୍ରାସ ପାଇ ୧.୦୫ ଲକ୍ଷ କୋଟି ଟଙ୍କା ହେବା ଗ୍ରହଣ କରି ହେଉନାହିଁ ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବଜେଟ ଆବଣ୍ଟନ ଗତ ବର୍ଷର ୧୫୯୮୯ କୋଟି ଟଙ୍କାରୁ ପ୍ରାୟ ୫୦୦ କୋଟି ଟଙ୍କା ହ୍ରାସ କରି ୧୫୫୦୦ କୋଟି ଟଙ୍କା କରାଯାଇଛି । ପ୍ରତିବର୍ଷ ଚାଷ ଖର୍ଚ୍ଚ ବଢି ବଢି ଚାଲିଛି ଓ ସେଥିପାଇଁ ଫସଲ ଋଣ ମାପଦଣ୍ଡରେ ପ୍ରତି ଫସଲର ଋଣ ପରିମାଣ ବାର୍ଷିକ ହାରାହାରି ପ୍ରାୟ ୧୦ ପ୍ରତିଶତ ବଢିଥାଏ । ଏପରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବଜେଟ ଆବଣ୍ଟନ ବୃଦ୍ଧି ନ ପାଇ ହ୍ରାସ ପାଇବା କାର୍ୟ୍ୟକ୍ରମର ସଫଳତା ଉପରେ ପ୍ରଶ୍ନ ଉଠାଉଛି । ଗୁଜରାଟ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ଭଳି ରାଜ୍ୟ ଏହି ବୀମା ଯୋଜନାରୁ ଓହରି ଯିବା ବଜେଟ ଆବଣ୍ଟନ ହ୍ରାସର ଅନ୍ୟତମ କାରଣ ହୋଇପାରେ । ତେବେ ଓଡିଶା ଏହି ବୀମା ଯୋଜନାରେ ଅଂଶଗ୍ରହଣ ଜାରି ରଖିବା ଏଠାକାର ଚାଷୀଙ୍କ ହିତରେ କେତେ, ସେ ନେଇ ବିମର୍ଶ ହେବା ଆବଶ୍ୟକ । ଫସଲ ଉତ୍ପାଦନ ଖର୍ଚ୍ଚ କମ କରିବା ପାଇଁ ଟ୍ରାକ୍ଟର, ପାୱାର ଟିଲର, ରାସାୟନିକ ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ଉପକରଣ ଓ ଉପାଦାନ ଆଦି ଉପରୁ ଜିଏସଟି ହଟାଇବା ବା ଟିକସ ଦର ହ୍ରାସ କରିବା ନେଇ ଚାଷୀମାନେ ଦାବି କରି ଆସୁଛନ୍ତି । ହେଲେ ଜିଏସଟି ଦର କମ ହେବା ତ ଦୂରର କଥା ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ କିପରି କମ କରି ହେବ, ସେଥିପ୍ରତି ମଧ୍ୟ ବଜେଟରେ ବିଶେଷ ଧ୍ୟାନ ଦିଆଯାଇଥିଲା ପରି ଜଣା ପଡୁନାହିଁ । ବିଡମ୍ୱନାର ବିଷୟ ଏହି ଯେ ଅନ୍ୟ ପକ୍ଷରେ ରତ୍ନ ପଥର ଓ ସୁନା ଗହଣା (ଜୁଏଲାରୀ) କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ତାହା ଉପରେ ଆମଦାନୀ ଶୁଳ୍କ ୭.୫ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯାଇଛି ।
ଚାଷୀଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଦେଶରେ କୃଷି ଭିତ୍ତିଭୂମିର ବିକାଶ ପାଇଁ ମେ ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧ ଲକ୍ଷ କୋଟି ଟଙ୍କାର ଏକ ବ୍ୟାଙ୍କ ଋଣ ଆଧାରିତ କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ)ର ଘୋଷଣା କରାଯାଇଥିଲା, ଯେଉଁଥିରେ କେନ୍ଦ୍ର ସରକାର ସୁଧ ରିହାତି, ଗ୍ୟାରେଣ୍ଟି ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୦ ବର୍ଷରେ ୧୦୭୩୬ କୋଟି ଟଙ୍କା ବହନ କରିବାର ପ୍ରାବଧାନ ଥିଲା । କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଏହି ଯୋଜନାରେ ଅନ୍ୟାନ୍ୟ ଅନେକ ଅଂଶଗ୍ରହଣକାରୀଙ୍କ ତାଲିକାରେ ଏପିଏମସିକୁ ନୂଆ କରି ସାମିଲ କରି ଏପରି ପ୍ରଚାର କରାଗଲା ସତେ ଯେପରି ଏପିଏମସିଗୁଡିକ ଦ୍ୱାରା ମଣ୍ଡିଗୁଡିକର ଆଧୁନିକୀକରଣ ପାଇଁ ଏହି ପାଣ୍ଠି ସମ୍ପୂର୍ଣ୍ଣ ଭାବେ ଉଦ୍ଦିଷ୍ଟ, ଯାହା ଠିକ୍ ନୁହେଁ । ଇତି ମଧ୍ୟରେ ୨ ବର୍ଷ ପୂରିବାକୁ ଯାଉଥିଲେ ବି ସାରା ଦେଶରେ ଏହି ପାଣ୍ଠିରୁ ମାତ୍ର ୨୬୫୪ କୋଟି ଟଙ୍କା ଋଣ ପ୍ରଦାନ ହୋଇଛି । ଏହା ଯୋଜନାର ସାଫଲ୍ୟ ସମ୍ଭାବନାକୁ ନେଇ ପ୍ରଶ୍ନ ଉଠାଉଛି । ସରକାରଙ୍କ ଦ୍ୱାରା ଗତ ବର୍ଷର ସଂଶୋଧିତ ବଜେଟ ଆକଳନରେ ଏଥିପାଇଁ ୨୦୦ କୋଟି ଟଙ୍କା ଓ ଏ ବର୍ଷ ମାତ୍ର ୫୦୦ କୋଟି ଟଙ୍କା ଆବଣ୍ଟନରୁ ଯୋଜନାଟିର ମନ୍ଥର ଗତି ସମ୍ପର୍କରେ ଅଧିକ ସ୍ପଷ୍ଟ ହେଉଛି । କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା ପ୍ରତି ବିଶେଷ ଧ୍ୟାନ ପ୍ରଦାନ କରା ନ ଗଲେ, ଏହା ଅନ୍ୟାନ୍ୟ ଅନେକ କାର୍ୟ୍ୟକ୍ରମ ପରି କେବଳ କାଗଜ କଲମରେ ରହିଯିବ ।
ଆସନ୍ତା ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ଧାନ ଓ ଗହମ ସଂଗ୍ରହକୁ ଗୁରୁତ୍ୱ ପ୍ରଦାନ କରାଯାଇ ଏଥିପାଇଁ ୨.୩୭ ଲକ୍ଷ କୋଟି ଟଙ୍କାର ବଜେଟୀୟ ଆବଣ୍ଟନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୧-୨୨ର ସଂଶୋଧିତ ବଜେଟ ଆକଳନ ଅନୁଯାୟୀ ଏମଏସପିରେ ସଂଗ୍ରହ ପାଇଁ ୨.୪୨ ଲକ୍ଷ କୋଟି ଟଙ୍କାର ରାଶି ଆବଣ୍ଟିତ ହୋଇଥିଲା । ଅର୍ଥାତ୍, ପୂର୍ବ ବର୍ଷ ତୁଳନାରେ ଏଥର ଏମଏସପିରେ ସଂଗ୍ରହ ପାଇଁ ଆବଣ୍ଟନ ରାଶି ପ୍ରାୟ ୫ ହଜାର କୋଟି ଟଙ୍କା ହ୍ରାସ ପାଇବା ପ୍ରକୃତରେ ଚିନ୍ତାଜନକ । ଏତଦବ୍ୟତୀତ ପ୍ରତିବର୍ଷ ଧାନ ଓ ଗହମର ଏମଏସପି ଦର ପ୍ରାୟ ୪ରୁ ୫ ପ୍ରତିଶତ ବଢିଥାଏ । ତେଣୁ ଏଥିପାଇଁ ଆବଣ୍ଟନ ରାଶି ହ୍ରାସ ପାଇବା ଦ୍ୱାରା ବର୍ଦ୍ଧିତ ଏମଏସପି ଦରରେ ସଂଗ୍ରହ ପରିମାଣ ହ୍ରାସ ହୋଇପାରେ ବୋଲି ସ୍ପଷ୍ଟ ସଂକେତ ମିଳୁଛି । ଅର୍ଥମନ୍ତ୍ରୀଙ୍କ ଅନୁସାରେ ୨୦୨୧-୨୨ରେ ୧.୬୩ କୋଟି ଚାଷୀଙ୍କଠାରୁ ୧୨.୦୮ କୋଟି ଟନ ଧାନ ଓ ଗହମ ସଂଗ୍ରହ ହୋଇଥିଲା । ଅନ୍ୟ ପକ୍ଷରେ ୨୦୨୦-୨୧ରେ ୧.୯୭ କୋଟି ଚାଷୀଙ୍କ ନିକଟରୁ ୧୨.୮୬ କୋଟି ଟନ ଧାନ ଓ ଗହମ ସଂଗୃହୀତ ହୋଇଥିଲା । ତେଣୁ ବର୍ଷ ପରେ ବର୍ଷ ଏମଏସପିରେ କମସଂଖ୍ୟକ ଚାଷୀଙ୍କ ନିକଟରୁ ସଂଗ୍ରହ ହେଉଥିବା ବେଳେ ସଂଗ୍ରହ ପରମାଣ ମଧ୍ୟ କମି ଚାଲିବା କ୍ରମଶଃ ଏକ ଧାରାରେ ପରିଣତ ହେବାକୁ ବସିଲାଣି । କୃଷକ ସଙ୍ଗଠନଗୁଡିକ ଏମଏସପିକୁ ଆଇନଗତ ବୈଧତା ପ୍ରଦାନ କରି ୨୩ଟି ଯାକ ଫସଲ ସଂଗ୍ରହ ପାଇଁ ଦାବି କରି ଆସୁଥିବା ବେଳେ ସରକାରଙ୍କ ଦ୍ୱାରା ଏମଏସପିରେ କେବଳ ଧାନ ଓ ଗହମ ସଂଗ୍ରହକୁ ଗୁରୁତ୍ୱ ଦେବା ସହ ଆବଣ୍ଟନ ରାଶିକୁ ହ୍ରାସ କରିବା ସେହି ଦାବିର ବିରୋଧାଚରଣ କଲା ଭଳି ପ୍ରତୀତ ହେଉଛି । ଏମଏସପି ପ୍ରସଙ୍ଗର ପର୍ୟ୍ୟାଲୋଚନା ପାଇଁ ପ୍ରସ୍ତାବିତ କମିଟିର ଗଠନରେ ବିଳମ୍ୱ ହେବା ମଧ୍ୟ ସେମାନଙ୍କ ଉଦବେଗକୁ ବଢାଉଛି ।
ଗ୍ରାମାଞ୍ଚଳର ଦରିଦ୍ରଙ୍କ ଶ୍ରମ ବିନିମୟରେ କର୍ମ ନିଯୁକ୍ତିକୁ ସୁନିଶ୍ଚିତ କରୁଥିବା ଏମଜିଏନଆରଇଜିଏ କାର୍ୟ୍ୟକ୍ରମରେ ଏ ବର୍ଷ ମାତ୍ର ୭୩୦୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଥିପାଇଁ ୧.୧୧ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଗତ ବର୍ଷ ବଜେଟରେ ସେହି ରାଶିକୁ ଯଥେଷ୍ଟ ହ୍ରାସ କରି ୭୩ ହଜାର କୋଟି ଟଙ୍କା କରି ଦିଆଯାଇଥିଲା । ଅବଶ୍ୟ ସଂଶୋଧିତ ବଜେଟରେ ତାହା ବୃଦ୍ଧି ପାଇ ୯୮ ହଜାର କୋଟି ଟଙ୍କା ହେଲା । ଅର୍ଥାତ୍, ଗତ ବର୍ଷର ସଂଶୋଧିତ ବଜେଟ ତୁଳନାରେ ଏ ବର୍ଷ ବଜେଟରେ ଏହା ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି । କୋଭିଡ କାଳରେ ସହରାଞ୍ଚଳରେ ବସବାସ କରୁଥିବା ଶ୍ରମିକମାନେ ବହୁ ସଂଖ୍ୟାରେ ଗ୍ରାମାଞ୍ଚଳକୁ ଫେରିବା ପରେ ଏହି ଏମଜିଏନଆରଇଜିଏ କାର୍ୟ୍ୟକ୍ରମ ମାଧ୍ୟମରେ ହିଁ ଅନେକଙ୍କୁ ଶ୍ରମ ଆଧାରିତ ନିଯୁକ୍ତି ପ୍ରଦାନ କରାଯାଇ ବେକାରୀ ସମସ୍ୟାକୁ କିଛିଟା ଲାଘବ କରାଯାଇ ପାରିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଏବେ ବି ଗାଁମାନଙ୍କରେ ରହୁଥିବାରୁ ଗତ ବର୍ଷ ତୁଳନାରେ ବଜେଟ ରାଶିକୁ ପ୍ରାୟ ୨୫ ହଜାର କୋଟି ଟଙ୍କା କମ କରିବା ଉଚିତ ମନେ ହେଉନାହିଁ । ଏହାଦ୍ୱାରା ନିଯୁକ୍ତି ସୁଯୋଗ ହ୍ରାସ ପାଇବ ।
ଦେଶରେ କୃଷିକୁ ବୈଷୟିକ ଆଧୁନିକ ଜ୍ଞାନକୌଶଳ ଆଧାରିତ କରିବା ପାଇଁ ବଜେଟରେ ହୋଇଥିବା ପ୍ରୟାସ ପ୍ରଶଂସନୀୟ ହୋଇଥିଲେ ବି ଏହାକୁ ଅତି ବେଶିରେ ଭବିଷ୍ୟତର କୃଷି ଲାଗି ଏକ ବଜେଟ ବୋଲି କୁହାଯାଇପାରେ, କାରଣ ଏଥିରେ ଚାଷୀ ସମ୍ମୁଖୀନ ହେଉଥିବା ତାତ୍କାଳିକ ମୌଳିକ ପ୍ରସଙ୍ଗ ଓ ସମସ୍ୟାଗୁଡିକ ସମ୍ପର୍କରେ ବିଶେଷ ଉଲ୍ଲେଖ ନାହିଁ । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବାର ଲକ୍ଷ୍ୟ ଥିବା ବେଳେ ବଜେଟରେ ସେଥିଲାଗି କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା, ଚାଷୀଙ୍କୁ ନିରାଶ କରିବା ସ୍ୱାଭାବିକ ।
(Published in Sambad on February 09, 2002)
ଖୁବ୍ ସୁନ୍ଦର ଭାବରେ ବିଶ୍ଳେଷଣ କରିଛନ୍ତି କୃଷି ବଜେଟ୍ ର ବିଭିନ୍ନ ଦିଗକୁ। ସରକାର କୃଷି କୁ ଉନ୍ନତ କରିବା ପାଇଁ ବଜେଟ୍ ତିଆରୁଛନ୍ତି ହେଲେ ସେ ସୁବିଧା ସୁଯୋଗ ସିଧା କୃଷକ ପାଖରେ ପହଞ୍ଚି ପାରୁନାହିଁ କେବଳ ଆମରି ଭିତରେ ଥିବା କିଛି ସ୍ୱାର୍ଥାନ୍ଧ ମଣିଷଙ୍କ ପାଇଁ । କୃଷକ ଟିଏ ବର୍ଷ ସାରା ଖରାବର୍ଷା ରେ ଖଟିଖଟି ବିଲ ରେ ସୁନା ବଦଳାଉଛି ହେଲେ ସେ ଫସଲ ର ଫାଇଦା ଉଠାଉଛନ୍ତି ଲାଭଖୋର ବେପାରୀ, ସରକାର ଆଉ ବେପାରୀଙ୍କ ମଧ୍ୟସ୍ଥତା କରୁଥିବା ସଂସ୍ଥା । ଗାନ୍ଧୀଜୀ ଙ୍କର ରାମରାଜ୍ୟ ଭଳି ଏ କୃଷି ବଜେଟ୍ କେବଳ ଏକ ଧୂଆଁ ବାଣ। ଏହା ମୋ’ର ନିଜସ୍ବ ମତ।
ReplyDeleteଧନ୍ୟବାଦ ।
DeleteI think the budget is aligned with the long term goals of increasing farmers income. For example, the world is moving away from chemical fertilizers so also we. Some states have already imposed ban on chemical fertilizers and pesticides. So naturally the subsidy towards the same is supposed to go down. At the same time use of chemicals in farming can not be encouraged by reducing taxes.
ReplyDeleteSimilarly MSP is a support system like saline given to a patient. But the emergence of a good number of private players, now farmers are able to sell at a better price.
Though officially 6% farmers(this includes 100% of Punjab and Haryana) are getting benefited from MSP, more than 98% farmers of rest of India never get any thing from MSP. At least by increasing "PM Kisham Samman Nidhi" allocation at least rest of the farmers get some benefit.
This budget for the first time linked government with private initiatives like river rejuvenation and ZBNF(Zero Budget Natural Farming) in a corporate scale. These initiatives have been improving the quality of life for farmers as well as general public, also the nature.
So I think you misread the budget. It's a very innovative budget for farmers keeping in view the long term sustainability of the system where farmers are the primary player.
Thanks. In my article I have categorically mentioned that it is a futuristic budget but it ignores the immediate concerns and demands of the farmers organisation. It is good to have natural and organic farming in the country. However, farming with use of chemical fertiliser has become a necessary evil, which can't be dispensed with so easily. The country faces twin challenges of - feeding its vast population and doubling the income income of the farmers. So far there is no robust research on natural farming and its impact on productivity, soil and plant health and farmers' income when it is practised over a vast area . On the contrary, there are innumerable instances of drop in productivity with the adoption of natural farming. This is not the first time that ZBNF has been mentioned in the budget. In fact it found a place for the first time in the budget speech of 2019. The country is unaware about its progress and acceptance during last 3 years. For my clear views on MSP you may go through my previous article on the subject which is available in the blog.
DeleteWe do not have shortage of food. So no need to focus on improving productivity. Right now our focus should be on improving storage and reducing waste. This govt is already giving interest free loan (also subsidy) for medium scale cold storage.
ReplyDeleteQuality of life is next on plan for every Indian. That's where natural farming comes to picture. That's why A2 milk is sold at Rs120/- per liter and pure mustard oil at Rs290/- per liter. Organic produce is sold at least 50% higher than regular. There is no municipality in India without a organic store.
There was a day when people used to say that country breed cows won't give more than 2-3 liters a day. But in Gujrat now our pure traditional breed cows are giving more than 8 liters a day.
Government and academic research was no match for private research on these matters. Good to know that now government is following the trend.
Although there is no shortage of food at present the productivity issue can't just be ignored for various reasons. Even now, we do not produce enough pulses and oilseeds and have to depend on import to a great extent. The productivity is a big issue for those crops. Rural godown scheme for storage was not started by this government and is in existence for almost two decades now. It is not an interest free loan although subsidy is available under the scheme. Similar schemes are available for setting up cold storage, onion storage etc. since last two decades. We have to ponder why there is hardly any progress under these schemes. Yes, there is a demand for organic produce. However, the market size is very much limited because of poor economic condition of vast majority of population. When the average income of farmers is just Rs27 per day, it is a luxury for them to even dream of quality of life. Everyone knows Palm oil is not good for health. But almost 50 percent of our edible oil requirement comes from Palm oil which is mostly imported. Pricewise this is the cheapest oil. Governments have accepted that common people can't just afford to pay the price of costly mustard oil and other oils. No one is against natural farming or organic farming. It is always feasible and viable in a limited scale. So far, efforts to upscale its expanse have not yielded positive response either from the farmers or from the consumers. The real challenge for any government is to make all efforts (acceptable to farmers) to increase the income of farmers. Government alone can't decide what is good for the farmers and they have to be taken on board for any policy decisions involving their life and livelihood. Otherwise the move will be resisted upon by them and we will be back to square one again.
Delete