Skip to main content

ଅସମତଳ ନିର୍ବାଚନୀ କ୍ରୀଡ଼ାଙ୍ଗନ !

କୌଣସି କୁସ୍ତି ଆରମ୍ଭ ହେବା ପୂର୍ବରୁ ଯଦି ଜଣେ ପହିଲମାନଙ୍କ ହାତକୁ ପଛ ପାଖରୁ ବାନ୍ଧି ଦେଇ ଲଢ଼େଇରେ ଭାଗ ନେବାକୁ ବାଧ୍ୟ କରାଯାଏ, ତେବେ ଲଢ଼େଇର ଫଳାଫଳ କ’ଣ ହେବ ? ସୁତରାଂ, ପ୍ରତିଯୋଗିତାରେ ଉଭୟ ପକ୍ଷଙ୍କ ଲାଗି ଖେଳର ନିୟମ ସମାନ ହେବା ଜରୁରୀ । ତେଣୁ କୁହାଯାଏ ଯେ କ୍ରୀଡ଼ାଙ୍ଗନ ସମତଳ ନଥିଲେ ତାହା ଅଂଶଗ୍ରହଣକାରୀଙ୍କ ପ୍ରତି ଅନ୍ୟାୟ ଏବଂ ଦର୍ଶକମାନଙ୍କ ଲାଗି ଏକ ପ୍ରକାର ବେଇମାନୀ ହୋଇଥାଏ । ନିର୍ବାଚନୀ କୁସ୍ତି ପାଇଁ ଉପରୋକ୍ତ କଥାଟି ସର୍ବାଧିକ ପ୍ରଯୁଜ୍ୟ । କିନ୍ତୁ ବିଡ଼ମ୍ୱନା ହେଲା, ତାହାର ଅନୁପାଳନ ହେଉଥିବା ପରିଲକ୍ଷିତ ହେଉନାହିଁ । ନିର୍ବାଚନରେ ‘ଲେଭଲ୍ ପ୍ଲେଇଂ ଫିଲ୍ଡ’ ବା ‘ସମତଳ କ୍ରୀଡ଼ାଙ୍ଗନ’ ଉପଲବ୍ଧ ହେଉ ନଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲେଣି । ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ କରିବା ଲାଗି ସମତଳ କ୍ରୀଡ଼ାଙ୍ଗନ ସୁନିଶ୍ଚିତ ହେବା କେତେ ଅପରିହାର୍ଯ୍ୟ, ତାହା ବୁଝିବାର ଆବଶ୍ୟକତା ରହିଛି ।

ଅସମତଳ ନିର୍ବାଚନୀ ରଣାଙ୍ଗନ କହିଲେ ସେହି ଅବସ୍ଥାନକୁ ବୁଝାଏ ଯେଉଁଠି କ୍ଷମତାସୀନ ଦଳ କ୍ଷମତାର ଅପବ୍ୟବହାର କରି ସମ୍ୱଳ, ଗଣମାଧ୍ୟମ ଓ ରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ନିଜ ଅକ୍ତିଆରକୁ ନେଇ ବିରୋଧୀ ଦଳଗୁଡ଼ିକ ପାଇଁ ସେଗୁଡ଼ିକର ପହଞ୍ଚରେ ଏପରି ଅନ୍ତରାୟ ସୃଷ୍ଟି କରିଦିଏ ଯେ ସେମାନଙ୍କ ପକ୍ଷରେ ନିଜକୁ ସଂଗଠିତ କରିବା ତଥା ଗମ୍ଭୀରତାର ସହ ନିର୍ବାଚନ ଲଢ଼ିବା ଦୁରୁହ ହୋଇପଡ଼େ । ଅସମତଳ ନିର୍ବାଚନୀ କ୍ରୀଡ଼ାଙ୍ଗନର କୁପ୍ରଭାବ ସମ୍ପର୍କରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଷ୍ଟିଭେନ ଲେଭିଟସ୍କିଙ୍କ ମତ ହେଉଛି ବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ବିଭିନ୍ନ ଦେଶରେ ବହୁଦଳୀୟ ନିର୍ବାଚନୀ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ ହୋଇଥିଲେ ହେଁ ଅନେକ ଦେଶରେ ପ୍ରକୃତ ଅର୍ଥରେ ଗଣତନ୍ତ୍ରର ଚେର ସୁଦୃଢ଼ ହୋଇପାରିନାହିଁ । ଏହାର ଏକ ପ୍ରମୁଖ କାରଣ ହେଉଛି ଏକଚ୍ଛତ୍ରବାଦୀ ଶାସକମାନେ ଅଗଣତାନ୍ତ୍ରିକ ଉପାୟର ଅବଲମ୍ୱନରେ ନିର୍ବାଚନକୁ ଏଭଳି ଅସମତୁଲ କରି ଦେଉଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତାରେ ତିଷ୍ଠି ରହି ପାରୁନାହାନ୍ତି । ମାଲେସିଆ, କିରଗିଜସ୍ତାନ, ବତସ୍ୱାନା, ତାଞ୍ଜାନିଆ, ମୋଜାମ୍ୱିକ, ଜର୍ଜିଆ ଭଳି ବିଭିନ୍ନ ଦେଶରେ ଏଣିକି ‘ଦମନମୂଳକ ନୀତି ଆପଣାଇ’ ବା ‘ନିର୍ବାଚନୀ ଜାଲିଆତି’ କରି ଜନମତକୁ ଏକପାଖିଆ କରି ଦିଆଯାଉନାହିଁ , ବରଂ ଅସମତଳ ନିର୍ବାଚନୀ କ୍ରୀଡ଼ାଙ୍ଗନ ପ୍ରସ୍ତୁତ କରି ବିରୋଧୀ ଦଳଙ୍କୁ ମାତ୍ ଦେବାର ବ୍ୟବସ୍ଥା କରାଯାଉଛି । କାରଣ ‘ଦମନମୂଳକ ନୀତି’ ବା ‘ନିର୍ବାଚନୀ ଜାଲିଆତି’ ଭଳି ପଦ୍ଧତି ସହଜରେ ଆଖିରେ ପଡ଼ୁଥିବାରୁ ଆନ୍ତର୍ଜାତିକ ସ୍ତରରେ ଅପନିନ୍ଦିତ ହେବାକୁ ହୋଇଥାଏ । ତେଣୁ ବିରୋଧୀଙ୍କ ଲାଗି ଅସମତଳ କ୍ରୀଡ଼ାଙ୍ଗନଟିଏ ପ୍ରସ୍ତୁତ କରି ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ କରାଯାଇପାରିଲେ ବିନା ସନ୍ଦେହ ଓ ସମାଲୋଚନାରେ ନିର୍ବାଚନ ଜିଣିବା ସହଜ ହୋଇଥାଏ । ଏଥିରେ ବ୍ୟବସ୍ଥିତ ଢଙ୍ଗରେ ବିରୋଧୀ ଦଳଗୁଡ଼ିକୁ ନିର୍ବାଚନରେ ଅର୍ଥ ବ୍ୟୟ କରିବାରୁ ଏବଂ ଗଣମାଧ୍ୟମ ଜରିଆରେ ଜନମତ ଜୁଟାଇବାର ପ୍ରୟାସରୁ ବଞ୍ଚିତ କରାଯାଏ । ଏହା ନିର୍ବାଚନକୁ ଏକତରଫା କରିଦିଏ । ଫଳରେ ବିରୋଧୀ ଦଳଗୁଡ଼ିକ ଉଚିତ ଢଙ୍ଗରେ ନିର୍ବାଚନ ଲଢ଼ିବାକୁ ସକ୍ଷମ ନହୋଇ କାଁ ଭାଁ ବିଜୟ ଲାଭ କରିବାକୁ ସମର୍ଥ ହେଉଥିଲେ ବି ପ୍ରାୟତଃ ହାରିଥାନ୍ତି । କେବଳ ସେତିକି ନୁହେଁ, ନିର୍ବାଚନ ସରିଲା ପରେ ସମ୍ୱଳହୀନ ବିରୋଧୀ ଦଳଗୁଡ଼ିକ ‘ଉତ୍କୋଚ ବଦଳରେ ଦଳବଦଳ’ ଭଳି ସମସ୍ୟାର ଏପରି ଶିକାର ହୁଅନ୍ତି ଯେ ସ୍ଥଳ ବିଶେଷରେ ଦଳ ବିଭାଜିତ ହୋଇ ନିଜ ସତ୍ତା ହରାଇବାର ବିପଦ ମଧ୍ୟ ଉପୁଜିଥାଏ । ଏହିପରି ଏକ ଅସମତଳ କ୍ରୀଡ଼ାଙ୍ଗନ ଏକଚ୍ଛତ୍ରବାଦୀ ଶାସକକୁ ନିଜ ଗାଦି ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ । କ୍ଷମତା ରାଜନୀତିରେ ଗୋଟିଏ ବିଷୟ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ, କୌଣସି ଦଳ ପାଇଥିବା ଆସନ ଓ ଭୋଟ ସଂଖ୍ୟା, ଯାହା ଜନସମର୍ଥନର ପରିଚାୟକ । ତେଣୁ ଅସମତଳ କ୍ରୀଡ଼ାଙ୍ଗନ ଜରିଆରେ କ୍ଷମତାସୀନ ଦଳ ବିପୁଳ ଜନ ସମର୍ଥନ ହାସଲ କରୁଥିବା ଦର୍ଶାଇ ସମାଲୋଚନାକୁ ନିଷ୍ପ୍ରଭ କରିଦିଆଯାଇଥାଏ ଓ ଆନ୍ତର୍ଜାତିକ ସ୍ତରରେ ଶାସକର ଭାବମୂର୍ତ୍ତିକୁ ମଳିନ ହେବାକୁ ଦେଇନଥାଏ ।     

ଭାରତ ସମ୍ୱିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ କରାଇବା ଦାୟିତ୍ୱ ନିର୍ବାଚନ କମିସନଙ୍କର ଓ ସେଥିପାଇଁ ସେ ସମସ୍ତ କ୍ଷମତାର ଅକୁଣ୍ଠ ପ୍ରୟୋଗ କରିପାରିବେ । ୧୯୫୦ ଓ ୧୯୫୧ର ଜନପ୍ରତିନିଧିତ୍ୱ ଆଇନ ତଥା ବିଭିନ୍ନ ନିୟମ ଅନୁଯାୟୀ ନିର୍ବାଚନ ପରିଚାଳିତ ହେଉଥିଲେ ବି ‘ଆଦର୍ଶ ଆଚାର ସଂହିତା’ (ଏମ.ସି.ସି.) ଏ କ୍ଷେତ୍ରରେ ଏକ ବଡ଼ ଭୂମିକା ନିର୍ବାହ କରିଥାଏ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ସରକାର ତଥା ରାଜନୈତିକ ଦଳଗୁଡ଼ିକ କ’ଣ କ’ଣ କରିପାରିବେ ବା କରି ନପାରିବେ ସେଗୁଡ଼ିକର ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି । ବସ୍ତୁତଃ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକଙ୍କ ପାଇଁ ଏକ ସମତଳ କ୍ରୀଡ଼ାଙ୍ଗନ ସୁନିଶ୍ଚିତ କରିବା । କିନ୍ତୁ, ବେଳେବେଳେ ନିର୍ବାଚନ କମିସନଙ୍କ ଆଚରଣ ମଧ୍ୟ ନିରପେକ୍ଷ ହେଉନାହିଁ, ଯାହା ନିର୍ବାଚନୀ କ୍ରୀଡ଼ାଙ୍ଗନକୁ ଅସମତଳ କରି ପକାଉଥିବାର ଅଭିଯୋଗ ହେଉଛି ।

ଏଥର ନିର୍ବାଚନୀ ରଣାଙ୍ଗନକୁ ତିନି ପ୍ରକାରେ ଅସମତଳ କରିବାର ପ୍ରୟାସ ହେଉଛି ବୋଲି ବିରୋଧୀ ପକ୍ଷର ଅଭିଯୋଗ । ପ୍ରଥମତଃ ବିରୋଧୀ ଦଳଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ଅପେକ୍ଷାକୃତ ଦୁର୍ବଳ କରିଦିଆଯାଉଛି । ଏହା ସର୍ବଜନ ବିଦିତ ଯେ ଏଣିକି ନିର୍ବାଚନ ଟଙ୍କାର ଖେଳ ହୋଇସାରିଲାଣି । ଏପରି ସ୍ଥଳେ  ନିର୍ବାଚନୀ ବଣ୍ଡ ଜରିଆରେ ଶାସକ ଦଳ ବିପୁଳ ଚାନ୍ଦା ସଂଗ୍ରହ କରି ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏଥିରେ ଯଥେଷ୍ଟ ପଛରେ ପଡ଼ିଛନ୍ତି । ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ସେମାନଙ୍କ ଉଚିତ ଢଙ୍ଗରେ ନିର୍ବାଚନ ଲଢ଼ିବାର ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆୟକର ବିଭାଗର ନିର୍ଦ୍ଦେଶାନୁସାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଖାତା ଅକାମୀ କରିଦିଆଯିବା ଦ୍ୱାରା ଦଳର ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡ଼ିଛି ଯାହା ନିର୍ବାଚନ ଗତିବିଧିକୁ ସଂକୁଚିତ କରିବା ଅନିବାର୍ଯ୍ୟ । ଦଳ ପକ୍ଷରୁ ଏ କଥା ମଧ୍ୟ ଜଣାଇ ଦିଆଗଲାଣି । ଦ୍ୱିତୀୟତଃ, ଅଧିକାଂଶ ଗଣମାଧ୍ୟମ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଶାସକ ଦଳର ଅନୁଗତ ହୋଇ ତା'ର ମୁଖପାତ୍ରରେ ପରିଣତ ହେଲେଣି । କେବଳ ସରକାର ଏବଂ ଶାସକ ଦଳ ଓ ନେତାଙ୍କ ମହିମାମଣ୍ଡନ ସେମାନଙ୍କ ଏକମାତ୍ର ଧ୍ୟେୟରେ ପରିଣତ ହେଲାଣି । ଅପର ପକ୍ଷରେ ବିରୋଧୀ ଦଳଗୁଡ଼ିକର ସନ୍ଦେଶ ଓ ବକ୍ତବ୍ୟ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି । ତୃତୀୟତଃ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଇଡି, ସିବିଆଇ, ଆୟକର ବିଭାଗ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବିରୋଧୀ ପକ୍ଷର ନେତାମାନଙ୍କ ବିରୋଧରେ ପ୍ରୟୋଗ କରାଯାଉଛି ବୋଲି ବିରୋଧୀ ଦଳଗୁଡ଼ିକ ତରଫରୁ ଅଭିଯୋଗ ହେଉଛି । ଶାସକ ଦଳର କୌଣସି ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ତତ୍ପରତା ପ୍ରକାଶ ପାଇବା ଦେଖିବାକୁ ମିଳୁନାହିଁ । ନିର୍ବାଚନ ଦ୍ୱାର ଦେଶରେ ଉପନୀତ ଥିବା ବେଳେ ଇଡ଼ି ଦ୍ୱାରା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଆରଏସର ନେତ୍ରୀ କେ. କବିତାଙ୍କୁ ଜେଲରେ ପୂରାଇବା ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରାଯିବା ତୁମୁଳ ବିବାଦକୁ ଜନ୍ମ ଦେଇଛି । ବିଶେଷ କରି ଗିରଫର ସମୟକୁ ନେଇ । ଯେଉଁ ମଦ ଦୁର୍ନୀତି ଆରୋପରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି ଇଡି ଦ୍ୱାରା ଗତ ଦୁଇ ବର୍ଷ ଧରି ତା’ର ତଦନ୍ତ ଚାଲିଆସିଛି । ଅଥଚ, ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ କି ବିଚାର ଆରମ୍ଭ ହୋଇନାହିଁ । ବିରୋଧୀ ଦଳ କହିଥାନ୍ତି ଯେ ତାଙ୍କୁ ଗିରଫ କରିବା ଯଦି ଅନିବାର୍ଯ୍ୟ ଥିଲା, ତେବେ ଦୁଇ ବର୍ଷ ବିତି ସାରିଥିବା ବେଳେ ଆଉ ଦୁଇ ମାସ ପରେ, ଅର୍ଥାତ୍ ନିର୍ବାଚନ ପରେ ଗିରଫ କରିବାରେ ଅସୁବିଧା ଥିଲା କେଉଁଠି ? କେଜ୍ରିୱାଲ କେବଳ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ନୁହନ୍ତି, ସେ ତାଙ୍କ ଦଳର ମୁଖ୍ୟ, ଆପ୍ ଦଳର ତାରକା ପ୍ରଚାରକ ଓ ‘ଇଣ୍ଡିଆ’ ମେଣ୍ଟର ଜଣେ ପ୍ରମୁଖ ନେତା । ତେଣୁ ଅଭିଯୋଗ ହେଉଛି ତାଙ୍କ କଥିତ ଅପରାଧ ପାଇଁ ନୁହେଁ ବରଂ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି, ଯାହା ବିରୋଧୀ ପକ୍ଷର ମନୋବଳକୁ ଦୁର୍ବଳ କରିବା ଲାଗି ଉଦ୍ଦିଷ୍ଟ । ବିରୋଧୀଙ୍କ ମତରେ ସଂସ୍ଥାଙ୍କ ଦୁରୁପଯୋଗରେ ନିର୍ବାଚନୀ କ୍ରୀଡ଼ାଙ୍ଗନକୁ ଅସମତଳ କରାଯିବାର ଇଏ ହେଉଛି ଗୋଟିଏ ଉଦାହରଣ । ଅପରାଧ ସାବ୍ୟସ୍ତ ହୋଇ ଦୋଷୀ ଦଣ୍ଡିତ ହେବା ବିଧେୟ, କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାର୍ଜସିଟ ଦାଖଲ ନହୋଇ ବା ବିଚାର ଆରମ୍ଭ ନହୋଇ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଦଳ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ବାଚନୀ କ୍ରୀଡ଼ାଙ୍ଗନକୁ ଅସମତଳ କରିବାର ପ୍ରୟାସ ନୁହେଁ କି ? ନିର୍ବାଚନ ସମୟରେ କୌଣସି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ତାଙ୍କ ଭାବମୂର୍ତ୍ତି ମଳିନ ହୋଇଥାଏ । ଏହାଦ୍ୱାରା ପ୍ରତିଦ୍ୱନ୍ଦ୍ୱୀ ପରୋକ୍ଷରେ ଲାଭବାନ ହୋଇଥାନ୍ତି । ତେଣୁ କୌଣସି ସଂସ୍ଥା ଦ୍ୱାରା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ନିର୍ବାଚନ କମିସନଙ୍କ ଅନୁମତି ଗ୍ରହଣ ବାଧ୍ୟତାମୂଳକ ହେବା ଆଦର୍ଶ ଆଚାର ସଂହିତାର ଅଂଶବିଶେଷ ହେବା ଆବଶ୍ୟକ । ଏପରି କି ନିର୍ବାଚନ ପ୍ରକ୍ରିୟା  ନ ସରିବା ଯାଏଁ ସବୁ ଦଳ ଓ ନେତାଙ୍କୁ ଏଭଳି କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା (ଇମ୍ୟୁନିଟି) ମିଳିବା କଥା ମଧ୍ୟ ବିଚାର କରାଯାଇପାରେ ।         

ନିକଟ ଅତୀତରେ ସେନେଗାଲ, ଟ୍ୟୁନିସିଆଠାରୁ ଆରମ୍ଭ କରି ଭେନେଜୁଏଲା, ନିକାରାଗୁଆ ଆଦି ଅନେକ ଛୋଟ ଛୋଟ ଦେଶରେ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ଜେଲରେ ପୂରାଇ ଦିଆଯାଉଥିବାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ଏକଚ୍ଛତ୍ରବାଦୀ ଓ ଏକଚ୍ଛତ୍ରବାଦ ମୁହାଁ ରାଷ୍ଟ୍ରଗୁଡ଼ିକରେ ତ ଏହା ସାଧାରଣ ଘଟଣାରେ ପରିଣତ ହୋଇସାରିଲାଣି । ଏହି କାରଣରୁ ରୁଷିଆ ଭଳି ଦେଶରେ ୮୮ ପ୍ରତିଶତ ଭୋଟ ପାଇ ଭ୍ଲାଡିମିର ପୁଟିନ ପୁଣି ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଛନ୍ତି ଓ ସରକାରୀ କଳର ଅପବ୍ୟବହାର ମାଧ୍ୟମରେ ବିରୋଧୀ ଦଳ ଓ ନେତାମାନଙ୍କୁ ଏକପ୍ରକାର ନିଶ୍ଚିହ୍ନ କରି କାମ୍ୱୋଡିଆରେ ଶାସକ ଦଳ ସବୁ ଆସନରେ ବିଜୟୀ ହୋଇପାରିଛି । କିନ୍ତୁ ଯେତେ ଅଧିକ ଭୋଟ ଓ ଆସନ ପାଇଥିଲେ ସୁଦ୍ଧା ପୃଥିବୀର ଅନ୍ୟ ଦେଶ ଏହାକୁ ଗ୍ରହଣ କରିପାରୁନାହାନ୍ତି କି ସେଠାକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିଶ୍ୱବାସୀଙ୍କ ମନରେ ସମ୍ମାନ ଜାତ ହେଉନାହିଁ । ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ବଙ୍ଗଳାଦେଶରେ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତାମାନଙ୍କୁ ଜେଲରେ ପୂରାଇ ଦିଆଯାଇଥିବାର ଦୃଷ୍ଟାନ୍ତମାନ ରହିଛି । ସ୍ୱାଧୀନତା ପରବର୍ତ୍ତୀ ଭାରତରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ନେତାମାନଙ୍କୁ ଜେଲରେ ପୂରାଇ ଦେବା ଭଳି ଘଟଣା କେବେ ଦେଖିବାକୁ ମିଳି ନଥିଲା; ଏପରିକି ଜରୁରୀକାଳୀନ ପରିସ୍ଥିତି ଜାରି କରିଥିବା ଇନ୍ଦିରା ଗାନ୍ଧୀଙ୍କ ଅମଳରେ ମଧ୍ୟ ନୁହେଁ ।

କେଜ୍ରିୱାଲ ଗିରଫ ହେବା ଓ କଂଗ୍ରେସ ଦଳର ବ୍ୟାଙ୍କ ଖାତା ଅକାମୀ ହେବା ପରେ ଜର୍ମାନୀ, ଆମେରିକା ଏପରିକି ଜାତିସଂଘରେ ତା’ର ପ୍ରତିକୂଳ ମନ୍ତବ୍ୟମାନ ପ୍ରକାଶ ପାଇଛି । ଆମ ଦେଶର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀମାନେ କାହିଁକି ହସ୍ତକ୍ଷେପ କରୁଛନ୍ତି ବୋଲି କେହି କେହି ପ୍ରଶ୍ନ ଉଠାଉଛନ୍ତି । ଆମେ ଭାରତକୁ ‘ଗଣତନ୍ତ୍ରର ଜନନୀ’ ବୋଲି କହି ଗୌରବାନ୍ୱିତ ମନେ କରିଥାଉ । ଆମ ଆଚରଣରେ ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରମ୍ପରାର ନିରନ୍ତର ପ୍ରତିଫଳନ ନ ହୋଇ ଗଣତନ୍ତ୍ର ବିରୋଧୀ ଆଭାସ ମିଳିଲେ ବିଦେଶୀ ରାଷ୍ଟ୍ରମାନେ ତ ଆଙ୍ଗୁଳି ନିର୍ଦ୍ଦେଶ କରିବା ସ୍ୱାଭାବିକ । ଉଲ୍ଲେଖଯୋଗ୍ୟ ଯେ ପରିପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ଥା ଥିବା ବିଶ୍ୱର କୌଣସି ଦେଶରେ ନିର୍ବାଚନ ବେଳେ ଅସମତଳ ରଣାଙ୍ଗନ ମାଧ୍ୟମରେ ବିରୋଧୀ ଦଳଗୁଡ଼ିକୁ ଅସୁବିଧାରେ ପକାଇବାର ପ୍ରବୃତ୍ତିକୁ ସେଠାକାର ନାଗରିକମାନେ ସହଜରେ ଗ୍ରହଣ କରି ନଥାନ୍ତି, ନେତାଙ୍କୁ ଜେଲରେ ପୂରାଇବା ତ ଦୂରର କଥା । ତେଣୁ ଅସମତଳ କ୍ରୀଡ଼ାଙ୍ଗନର ଅଭିଯୋଗ ଆମ ଭାବମୂର୍ତ୍ତିକୁ ଗଭୀର ଭାବେ ଆକ୍ରାନ୍ତ କରିଛି । ଧାରଣାଟିଏ ସୃଷ୍ଟି ହେଉଛି ଯେ ଆମ ଗଣତନ୍ତ୍ର ବିପନ୍ନ । ଏହି ସ୍ଥିତିକୁ ସୁଧାରିବା ଲାଗି ନିର୍ବାଚନ କମିସନଙ୍କର ସକ୍ରିୟ ଭୂମିକା ଆଶା କରାଯାଏ । କିନ୍ତୁ ବଡ଼ କଥା ହେଲା ଯଦି ଏହି ଧାରଣା ବା ଆଶଙ୍କା ଜନମାନସକୁ ବିଚଳିତ କରିବ, ତେବେ ଜନମତ ଏପରି ତୀବ୍ର ହୋଇପାରେ ଯାହା ସବୁ ଖାଲ ଖମାକୁ ସମାନ କରି ସମ୍ପୂର୍ଣ୍ଣ ସମତଳ କ୍ରୀଡ଼ାଙ୍ଗନ ଲାଗି ବାଟ ଫିଟାଇବ ।


Published in Sambad on April 02, 2024


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍