Skip to main content

‘ମିତ୍ର ପୁଞ୍ଜିବାଦ’ ମୁହାଁ ଭାରତ !

ଯେତେବେଳେ ଜଣେ ‘ମିତ୍ର ପୁଞ୍ଜିପତି’ଙ୍କ ପୁଅର ବିବାହୋତ୍ସବରେ ଯୋଗ ଦେବା ଲାଗି ବିଦେଶରୁ ଆସୁଥିବା ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସୁବିଧା ଲାଗି ଗୁଜରାଟର ଜାମନଗର ଘରୋଇ ବିମାନ ବନ୍ଦର (ଯହିଁରେ କେବଳ ଦେଶ ଭିତରର ବିମାନ ଉଡ଼ାଣ ଓ ଅବତରଣ କରିଥାଏ)କୁ ୧୦ ଦିନ ଲାଗି ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପ୍ରଦାନ କରାଯାଏ, ଭାରତୀୟ ବାୟୁ ସେନା ତା’ର ସମ୍ୱେଦନଶୀଳ ‘ବୈଷୟିକ’ ଅଞ୍ଚଳର ଘରୋଇ ବ୍ୟବହାର ଲାଗି ଅନୁମତି ପ୍ରଦାନ କରେ, ଟିକସ ଦାତାଙ୍କ ଅର୍ଥରେ ବିମାନ ବନ୍ଦରର ସମ୍ପ୍ରସାରଣ କରାଯାଏ, ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ବହିର୍ବ୍ୟାପାର, ଅପ୍ରବାସନ (ଇମିଗ୍ରେସନ), ସଂଗରୋଧନ (କ୍ୱାରାଣ୍ଟାଇନ୍) ସୁବିଧା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାରଙ୍କ ଗୃହ, ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତତ୍ପରତା ପ୍ରଦର୍ଶନ କରନ୍ତି, ବିମାନ ବନ୍ଦରରେ ସୁରକ୍ଷା ବୃଦ୍ଧି ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରେ, ସେତେବେଳେ ଅନୁମାନ କରିହୁଏ ଭାରତର ଶାସନ ତନ୍ତ୍ରରେ ମିତ୍ର ପୁଞ୍ଜିପତିମାନଙ୍କ ପ୍ରଭାବ ଓ ନିୟନ୍ତ୍ରଣ କେତେ ଅଧିକ । ଗତ କିଛି ବର୍ଷ ଧରି ମିତ୍ର ପୁଞ୍ଜିପତିମାନେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଶାସନ ତନ୍ତ୍ରରେ ଏପରି ଏକଚାଟିଆ ପ୍ରଭାବ ବିସ୍ତାର କରିସାରିଲେଣି ଯେ ଅର୍ଥବ୍ୟବସ୍ଥା ‘ମିତ୍ର ପୁଞ୍ଜିବାଦ’ (କ୍ରୋନି କ୍ୟାପିଟାଲିଜମ୍) ମୁହାଁ ହୋଇ ଦେଶରେ ଗଣତନ୍ତ୍ରକୁ ବିପନ୍ନ କଲାଣି । ତେଣୁ ଦେଶରେ କ୍ରମ ବର୍ଦ୍ଧିଷ୍ଣୁ ‘ମିତ୍ର ପୁଞ୍ଜିବାଦ’ର ଚିତ୍ର ଓ ଚରିତ୍ରକୁ ବୁଝିବାର ଚେଷ୍ଟା କରିବାକୁ ହେବ ।

ବ୍ରିଟେନରେ ସପ୍ତଦଶ ଶତାବ୍ଦୀରେ ସାମୁଏଲ ବଟଲରଙ୍କ ଏକ କବିତାରେ ପ୍ରଥମ ଥର ଲାଗି ‘କ୍ରୋନି’ ଶବ୍ଦର ବ୍ୟବହାର ହୋଇଥିବା ଜଣାଯାଏ । ଅକ୍ସଫୋର୍ଡ ଡିକସନାରି ଅନୁସାରେ ‘କ୍ରୋନି’ ଶବ୍ଦର ଅର୍ଥ ହେଉଛି ‘ଏ କ୍ଲୋଜ୍ ଫ୍ରେଣ୍ଡ ଅର କମ୍ପାନିଅନ’ ବା ଜଣେ ଘନିଷ୍ଠ ବନ୍ଧୁ, ମିତ୍ର ବା ସଖା । ଏହାର ଉତ୍ପତ୍ତି ଗ୍ରୀକ୍ ଶବ୍ଦ ‘କ୍ରୋନିଅସ୍’ରୁ ହୋଇଛି ଯାହାର ଅର୍ଥ ‘ଦୀର୍ଘକାଳୀନ’ । ତେବେ ଗତ ଶତାବ୍ଦୀର ଅଷ୍ଟମ ଦଶକରେ ଫିଲିପାଇନ୍ସର ବିଶେଷ ରାଜନୈତିକ ପରିସ୍ଥିତିର ବଖାଣ କରିବାକୁ ଯାଇ ସାମ୍ୱାଦିକ ଜର୍ଜ ଟେବର ‘ଟାଇମ’ ପତ୍ରିକାରେ ପ୍ରଥମ ଥର ଲାଗି ‘କ୍ରୋନି କ୍ୟାପିଟାଲିଜମ୍’ ଶବ୍ଦର ଉଲ୍ଲେଖ କରିଥିଲେ । ଏହା ଏପରି ଏକ ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ଯେଉଁଥିରେ ଗୋଟିଏ କମ୍ପାନୀର ଲାଭ ତା’ର କ୍ଷମତାଶାଳୀଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ଉପରେ ନିର୍ଭର କରିଥାଏ । ଶାସକ ଓ ପ୍ରଶାସକଙ୍କ ସହ ଘନିଷ୍ଠ ସମ୍ୱନ୍ଧ ଥିବା ପୁଞ୍ଜିପତିମାନେ ସେମାନଙ୍କ ସମ୍ପର୍କର ଅପବ୍ୟବହାର କରି ଅନ୍ୟାୟ ଭାବେ ସୁବିଧା ହାତେଇ ଥଆନ୍ତି, ଯାହା ସେମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦୌଡ଼ରେ ଆଗରେ ରଖିଥାଏ । ରାଜନୈତିକ ନେତା ଓ ମିତ୍ର ପୁଞ୍ଜିପତିଙ୍କ ମିଳିତ ସହଯୋଗରେ କୌଣସି ବ୍ୟବସାୟର ସଫଳତା ସୁନିଶ୍ଚିତ ହୋଇଥାଏ । ଏହି ବ୍ୟବସ୍ଥାରେ ସରକାରୀ ହସ୍ତକ୍ଷେପ, ପକ୍ଷପାତିତା, ଅଗ୍ରାଧିକାରଭିତ୍ତିକ ଆଚରଣ ମାଧ୍ୟମରେ ମିତ୍ର ପୁଞ୍ଜିପତିମାନଙ୍କୁ ଲାଭବାନ୍ କରାଯାଇଥାଏ ।    

୨୦୧୪ରୁ ଗତ ଦଶ ବର୍ଷ ଧରି ପ୍ରତି ବର୍ଷ ଲଣ୍ଡନସ୍ଥିତ ‘ଦି ଇକୋନୋମିଷ୍ଟ’ ପତ୍ରିକା ଦ୍ୱାରା ଏକ ‘ମିତ୍ର ପୁଞ୍ଜିବାଦ ସୂଚକାଙ୍କ’ (କ୍ରୋନି କ୍ୟାପିଟାଲିଜମ୍ ଇଣ୍ଡେକ୍ସ) ପ୍ରସ୍ତୁତ ହୋଇଆସୁଛି । ୨୫୦୦୦ କୋଟି ଡଲାରରୁ ଅଧିକ ଜିଡିପି ଥିବା ୪୩ଟି ଦେଶକୁ ନେଇ ପ୍ରସ୍ତୁତ ୨୦୨୩ର ସୂଚକାଙ୍କରେ ଭାରତ ଦଶମ ସ୍ଥାନରେ ରହିଛି । ଚିନ୍ତାର ବିଷୟ ଯେ ଭାରତ ଏହି ସୂଚକାଙ୍କରେ ଗତ ୧୦ ବର୍ଷ ଧରି ଶୀର୍ଷ ଦଶଟି ଦେଶ ମଧ୍ୟରେ ରହିଆସିଛି । ଏହି ତାଲିକାର ଶୀର୍ଷରେ ରୁଷିଆ ଥିବା ବେଳେ ଅଧିକ ଧନକୁବେର (ବିଲିଅନେୟାର) ଥିବା ଚୀନ, ଆମେରିକା, ଜାପାନ ଓ ଜର୍ମାନୀ ଦେଶଗୁଡ଼ିକ ଯଥାକ୍ରମେ ୨୧, ୨୬, ୩୬ ଓ ୩୭ତମ ସ୍ଥାନରେ ଅଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମିତ୍ର ପୁଞ୍ଜିପତିଙ୍କ ସମ୍ପତ୍ତିର ମୂଲ୍ୟ ୩୧୫୦୦ କୋଟି ଡଲାର ବା ବିଶ୍ୱ ଜିଡିପିର ୧ ପ୍ରତିଶତରୁ ବଢ଼ି ୩ ଲକ୍ଷ କୋଟି ଡଲାର ବା ବିଶ୍ୱ ଜିଡିପିର ୩ ପ୍ରତିଶତ ହୋଇସାରିଲାଣି । ଏମାନଙ୍କ ସମୁଦାୟ ସମ୍ପତ୍ତିର ପ୍ରାୟ ୪୦ ପ୍ରତିଶତ ଏକଚ୍ଛତ୍ରବାଦ ଶାସନବ୍ୟବସ୍ଥା ଥିବା ଦେଶଗୁଡ଼ିକର ପୁଞ୍ଜିପତିଙ୍କ ନିକଟରେ ରହିବା ବାସ୍ତବିକ ଚିନ୍ତାଜନକ । ଏହି ସମ୍ପତ୍ତି ବୃଦ୍ଧିର ୬୦ ପ୍ରତିଶତ କେବଳ ଆମେରିକା, ଚୀନ, ରୁଷିଆ ଓ ଭାରତ ଭଳି ଚାରିଟି ଦେଶର ମିତ୍ର ପୁଞ୍ଜିପତିଙ୍କ ସମ୍ପତ୍ତି ବୃଦ୍ଧି ଯୋଗୁଁ ହୋଇଛି । ଏହି ଅହେତୁକ ସମ୍ପତ୍ତି ବୃଦ୍ଧିର କାରଣ ସେମାନଙ୍କ ‘ରେଣ୍ଟ-ସିକିଂ ଆଚରଣ’ ବୋଲି ଦର୍ଶାଯାଇଛି । ତେବେ ‘ରେଣ୍ଟ-ସିକିଂ’ ବୋଇଲେ କ’ଣ ? ଶ୍ରମ ଓ ପୁଞ୍ଜି ଭଳି ଆବଶ୍ୟକ ଉପାଦାନ ବାବଦ ଦେୟ ଦେଇ ସାରିଲା ପରେ ବ୍ୟବସାୟରେ ଯାହା ବଳକା ରହେ ତାକୁ ଅର୍ଥନୀତିର ଭାଷାରେ ‘ରେଣ୍ଟ’ ବା ଭଡ଼ା କୁହାଯାଏ । ପୁଞ୍ଜି ଲଗାଣ ଅନୁପାତରେ ଲାଭର ଆଶା ଅପେକ୍ଷା ଚାଲବାଜି ମାଧ୍ୟମରେ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱିତାକୁ ନିଜ ସପକ୍ଷରେ କରି ଅଧିକ ଲାଭ କରିବାର ମନୋବୃତ୍ତିକୁ ‘ରେଣ୍ଟ-ସିକିଂ ଆଚରଣ’ ବୋଲି କୁହାଯାଇଥାଏ । ଏଥିପାଇଁ ଯେଉଁ ଦେଶରେ ଶାସନ ବ୍ୟବସ୍ଥାର ସମ୍ପୃକ୍ତି ଯେତେ ଅଧିକ ସେଠାରେ ‘ରେଣ୍ଟ-ସିକିଂ ଆଚରଣ’ ସେତେ ଅଧିକ ବିକଶିତ ହୋଇଥାଏ । ଶାଗ ମାଛ ଦରରେ ଜମି, ଜଙ୍ଗଲ, ଖଣି, ପାଣି ଭଳି ବିଭିନ୍ନ ପ୍ରାକୃତିକ ସମ୍ୱଳ ଓ ଅନ୍ୟାନ୍ୟ ସାର୍ବଜନୀନ ସଂସାଧନକୁ ହାତେଇବା, ଉତ୍ପାଦକୁ ଅତ୍ୟଧିକ ଦରରେ ବିକିବା, ଅନୈତିକ ଗୋଷ୍ଠୀ (କାର୍ଟେଲ୍) ତିଆରି କରିବା, ନିୟମକୁ ନିଜ ସପକ୍ଷରେ ବୁଲାଇବା ଲାଗି କୌଶଳ କରିବା, ଆଦି ‘ରେଣ୍ଟ-ସିକିଂ ଆଚରଣ’ର ଅଂଶବିଶେଷ । ଯେଉଁ ଦେଶର ମିତ୍ର ପୁଞ୍ଜିପତିମାନଙ୍କ ଏହି ରେଣ୍ଟ-ସିକିଂ ଆଚରଣ ଜନିତ ଆୟ ସେହି ଦେଶର ଜିଡିପିର ପ୍ରତିଶତ ହିସାବରେ ଯେତେ ଅଧିକ ସେହି ଦେଶଗୁଡ଼ିକ ସୂଚକାଙ୍କର ଶୀର୍ଷରେ ରହିଥିବାରୁ ସେଗୁଡ଼ିକ ସେତେ ଅଧିକ ‘ମିତ୍ର ପୁଞ୍ଜିବାଦ’ କବଳିତ ବୋଲି ବୁଝିବାକୁ ହେବ । ସୂଚକାଙ୍କର ଶୀର୍ଷରେ ଥିବା ରୁଷିଆରେ ଏହା ଜିଡିପିର ପ୍ରାୟ ଏକ ପଞ୍ଚମାଂଶ । ଭାରତରେ ଏହି ଧରଣର ପୁଞ୍ଜିପତିମାନଙ୍କ ସମ୍ପତ୍ତିର ମୂଲ୍ୟ ଦଶ ବର୍ଷ ତଳେ ଦେଶର ଜିଡିପିର ୫ ପ୍ରତିଶତ ଥିବା ବେଳେ ତାହା ବୃଦ୍ଧି ପାଇ ଜିଡିପିର ପ୍ରାୟ ୮ ପ୍ରତିଶତ ହେବା ବାସ୍ତବିକ୍ ଉଦବେଗଜନକ । 

ଭାରତରେ ୧୯୯୧ ମସିହାରେ ଆର୍ଥିକ ଉଦାରୀକରଣ ପ୍ରକ୍ରିୟା ଆରମ୍ଭ ହେବା ସହ ‘ମିତ୍ର ପୁଞ୍ଜିବାଦ’ ତା’ର କାୟା ବିସ୍ତାର କରିବାକୁ ଲାଗିଲା । ଏଠାରେ ମିତ୍ର ପୁଞ୍ଜିବାଦର ଯେଉଁ ସ୍ୱରୂପ ପରିଲକ୍ଷିତ ହେଉଛି ତା’ର କୁପ୍ରଭାବ ଅନୁଭୂତ ହେବାକୁ ଲାଗିଲାଣି । ଏହା ଦ୍ୱାରା କିଛି ସ୍ୱଳ୍ପ-ଟିକସ ପ୍ରଦାନକାରୀ କମ୍ପାନୀଙ୍କ ଉଦ୍ଭବ ହେବା ସହ ବ୍ୟାଙ୍କ ନିକଟରୁ ସନ୍ଦେହଜନକ ଭାବେ ଋଣ ନେଉଥିବା କମ୍ପାନୀଙ୍କ ସଂଖ୍ୟା ବୃଦ୍ଧି ପାଇ ଅର୍ଥବ୍ୟବସ୍ଥା ଉପରେ ଚାପ ପଡ଼ିଲାଣି । ଶ୍ରମବଳଙ୍କୁ କମ ଦରମା ଓ ପାରିଶ୍ରମିକ ଦିଆଯିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟକୁ ହ୍ରାସ କରାଗଲାଣି । ପରିବେଶଜନିତ ପ୍ରସଙ୍ଗ ପ୍ରତି ପ୍ରାୟତଃ ସେମାନଙ୍କ ଉଦବେଗ ପରିଲକ୍ଷିତ ହୁଏନାହିଁ । ସାଧାରଣତଃ ସେମାନେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନ, ବିଭିନ୍ନ ଜନସେବା ଯୋଗାଣ ଭଳି ଅ-ବାଣିଜ୍ୟଯୋଗ୍ୟ (ନନ-ଟ୍ରେଡେବଲ୍) ପଣ୍ୟ ବା ଅତ୍ୟଧିକ ନିୟନ୍ତ୍ରିତ ପଣ୍ୟର ବାଣିଜ୍ୟ କ୍ଷେତ୍ରରେ ନିୟୋଜିତ । ଫଳରେ ମିତ୍ର ପୁଞ୍ଜିପତିଙ୍କ ସମ୍ପତ୍ତି ତ ବହୁଗୁଣିତ ହେଉଛି, କିନ୍ତୁ ସେଥିରେ ସାଧାରଣ ଜନତା ଲାଭବାନ ହୋଇପାରୁନାହାନ୍ତି ।

ଇତିମଧ୍ୟରେ ଅନେକ ଜାତୀୟ ସ୍ତରର ଛାପା ଓ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ ମିତ୍ର ପୁଞ୍ଜିପତିଙ୍କ ନିୟନ୍ତ୍ରଣକୁ ଚାଲିଯିବା ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା ପ୍ରତି ସଙ୍କଟ ଉତ୍ପନ୍ନ କରିଛି । ନିଜ ଅନୈତିକ କାର୍ଯ୍ୟକଳାପର ଗଣମାଧ୍ୟମରେ ସମାଲୋଚନାରେ ପ୍ରତିକ୍ରିୟାଶୀଳ ମିତ୍ର ପୁଞ୍ଜିପତିମାନେ କଳେ ବଳେ କୌଶଳେ ଗଣମାଧ୍ୟମକୁ ନିଜ ଅକ୍ତିଆରକୁ ଅଣିବାର ଅନେକ ଉଦାହରଣ ଇଦାନୀଂ ଦେଖିବାକୁ ମିଳୁଛି । ଗଣମାଧ୍ୟମରେ ସମ୍ପୃକ୍ତ ପୁଞ୍ଜିପତିଙ୍କ କମ୍ପାନୀ ସମୂହ ଦ୍ୱାରା ହେଉଥିବା ଜନ କଲ୍ୟାଣକାରୀ କାର୍ଯ୍ୟଗୁଡ଼ିକର ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଥାଏ, ଯଦ୍ଦ୍ୱାରା ଜନମାନସରେ ତାଙ୍କର ‘ବଦାନ୍ୟ’ ଛବିଟିଏ ନିର୍ମାଣ ହୋଇପାରିବ । ତେବେ ଏହି ଧରଣର ଗଣମାଧ୍ୟମଗୁଡ଼ିକ ମୁଖ୍ୟତଃ କ୍ଷମତାସୀନ ଶାସକ ଓ ଶାସକଦଳର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରି ଗଢ଼ି ତୋଳିବା ଲାଗି ନିରନ୍ତର ପ୍ରୟାସରତ । ତେଣୁ ଜନତାଙ୍କ ମୁଖ୍ୟ ସମସ୍ୟାଗୁଡ଼ିକୁ ଯଥାସମ୍ଭବ  ଚର୍ଚ୍ଚାର ପରିଧି ଭିତରକୁ ଆସିବାକୁ ଦିଆ ନଯାଇ ସେଗୁଡ଼ିକୁ ଗୌଣ କରିଦେବାର ଅପଚେଷ୍ଟା ହୋଇଥାଏ ।        

ଭାରତରେ ଏବେ ‘ଆଦାନୀ-ଆମ୍ୱାନୀ’ ଶବ୍ଦଟି ‘ମିତ୍ର ପୁଞ୍ଜିବାଦ’ର ପର୍ଯ୍ୟାୟବାଚୀ ଶବ୍ଦ ପାଲଟି ସାରିଥିଲେ ବି ସବୁ ଶିଳ୍ପପତି ବା ପୁଞ୍ଜିପତି ‘ମିତ୍ର ପୁଞ୍ଜିପତି’ ନୁହନ୍ତି । କାରଣ ସମସ୍ତଙ୍କ ପ୍ରତି ସମାନ ଅନୁଗ୍ରହ ରହିଲେ ଅଳ୍ପ କିଛି ପୁଞ୍ଜିପତି ଅହେତୁକ ଲାଭବାନ ହେବେ ବା କିପରି ? ଯେଉଁ କିଛି ପୁଞ୍ଜିପତିଙ୍କ ଉପରେ ଶାସକଙ୍କ ଆଶିଷ ଥାଏ କେବଳ ସେହିମାନେ ହିଁ ମିତ୍ର ପୁଞ୍ଜିପତି ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ! ‘ମାର୍ସେଲସ୍ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସ’ ନାମକ ସଂସ୍ଥାର ଏକ ଆକଳନ ଅନୁସାରେ ୧୯୯୦ ମସିହାରେ ଦେଶର ଶୀର୍ଷ ୨୦ଟି ଲାଭକାରୀ କମ୍ପାନୀ ସମୁଦାୟ କର୍ପୋରେଟ ଲାଭର ୧୪ ପ୍ରତିଶତ ଲାଭ କରିବାକୁ ସମର୍ଥ ହୋଇଥିବା ବେଳେ ୨୦୧୯ରେ ତାହା ୭୦ ପ୍ରତିଶତରେ ପହଞ୍ଚି ସାରିଲାଣି, ଯାହା କର୍ପୋରେଟ ଦୁନିଆରେ ସୃଷ୍ଟି ହୋଇଥିବା ଉତ୍କଟ ବୈଷମ୍ୟକୁ ଦର୍ଶାଉଛି । ଅର୍ଥାତ୍, ମୁଷ୍ଟିମେୟ ମିତ୍ର ପୁଞ୍ଜିପତିଙ୍କ ନିକଟରେ ଦେଶର ଅଧିକାଂଶ ସମ୍ପତ୍ତି ଓ ଲାଭ ଠୁଳ ହେବାରେ ଲାଗିଛି । ସରକାର ପରିବର୍ତ୍ତନ ହେଲେ ଯେ ମିତ୍ର ପୁଞ୍ଜିପତିମାନଙ୍କର ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇଥାଏ, ତାହା ମଧ୍ୟ ନୁହେଁ । କାରଣ ଭୌତିକ ଭିତ୍ତିଭୂମି-ବିକାଶ-କୈନ୍ଦ୍ରିକ ଏବର ବିକାଶ ମଡେଲରେ ଯେ କୌଣସି ମେଗା ପ୍ରକଳ୍ପ ପାଇଁ ବିଶାଳ ପୁଞ୍ଜିର ଆବଶ୍ୟକତା ଥାଏ ଓ ଏହି ମିତ୍ର ପୁଞ୍ଜିପତିମାନଙ୍କ ନିକଟରେ ସେଭଳି ବିଶାଳ ପୁଞ୍ଜିର ପହଞ୍ଚ ଥିବାରୁ ଯେ କୌଣସି ଦଳ ଶାସନକୁ ଆସିଲେ ବି ସେମାନେ ପୁଣି ଲୋଡ଼ା ହୁଅନ୍ତି । ଅଧିକନ୍ତୁ, ବ୍ୟୟବହୁଳ ନିର୍ବାଚନୀ ରାଜନୀତି ଏବେ ପାଣ୍ଠି ଲାଗି ଏହି ପୁଞ୍ଜିପତିମାନଙ୍କ ଉପରେ ନିର୍ଭରଶୀଳ, ଯାହା ଗଣତନ୍ତ୍ରର ସୁରକ୍ଷା ପ୍ରତି ଏକ ବଡ଼ ଆହ୍ୱାନ । 

ପୋଲାଣ୍ଡର ସମାଜଶାସ୍ତ୍ରୀ ଷ୍ଟାନିସ୍ଲାଭ ଆନ୍ଦ୍ରେସ୍କିଙ୍କ ଅନୁଯାୟୀ ଯେତେବେଳେ କୌଣସି ଦେଶରେ ‘ମିତ୍ର ପୁଞ୍ଜିବାଦ’ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ମିତ୍ର ପୁଞ୍ଜିପତିମାନେ ନିଜକୁ ଏତେ ଅଧିକ ବିତ୍ତଶାଳୀ କରିବାରେ ମଦମତ୍ତ ହୋଇଯାଆନ୍ତି ଯେ ଦେଶ ଗରିବ ହୋଇଚାଲେ, ସେତେବେଳେ ଦେଶରେ ଚୌର୍ଯ୍ୟତନ୍ତ୍ର (କ୍ଲେପ୍ଟୋକ୍ରାସୀ)ର ଅନୁପ୍ରବେଶ ହୋଇସାରିଥାଏ । ଚୌର୍ଯ୍ୟତନ୍ତ୍ର ବା ଚୋରମାନଙ୍କ ଦ୍ୱାରା ଶାସନ ଏକ ପ୍ରକାର ଶାସନ ବ୍ୟବସ୍ଥା ଯେଉଁଥିରେ ଶାସକ ନିଜ କ୍ଷମତାର ଅପବ୍ୟବହାର କରି ନିଜ ସମ୍ପତ୍ତି ବୃଦ୍ଧି କରିବା ପାଇଁ ଦେଶର ସମ୍ୱଳ ଓ ସଂସାଧନର ଲୁଟ କରିବାକୁ ପଛାଇ ନଥାଏ । ଭବିଷ୍ୟତରେ କ୍ଷମତା ହରାଇବା ଆଶଙ୍କାରେ ଅସଦ୍ ଉପାୟରେ ଅର୍ଜିତ ସମ୍ପତ୍ତିକୁ ଅବୈଧ ଭାବେ ବିଦେଶରେ ବିନିଯୋଗ କରିଥାଏ, ଯେଉଁଥିରେ ମିତ୍ର ପୁଞ୍ଜିପତିମାନେ ସହାୟତା ପ୍ରଦାନ କରିଥାଆନ୍ତି । ଚୌର୍ଯ୍ୟତନ୍ତ୍ରଗ୍ରସ୍ତ ଦେଶରେ ସାଧାରଣ ଜନତାଙ୍କର ଉଭୟ ରାଜନୈତିକ ଓ ଆର୍ଥିକ କ୍ଷମତା ଏତେ ଦୁର୍ବଳ ହୋଇପଡ଼ିଥାଏ ଯେ ସେମାନେ ପ୍ରତିବାଦ କରିବା ସ୍ଥିତିରେ ବି ନଥାଆନ୍ତି ।

ବଂଶବାଦ ନିଶ୍ଚିତ ରୂପେ ଗଣତନ୍ତ୍ର ପ୍ରତି ଏକ ବିପଦ ଓ ତାହାର ବିଭିନ୍ନ ସମୟରେ କଡ଼ା ସମାଲୋଚନା ହୋଇଥାଏ ମଧ୍ୟ । କିନ୍ତୁ ‘ମିତ୍ର ପୁଞ୍ଜିବାଦ’ ଗଣତନ୍ତ୍ର ପ୍ରତି ଅଧିକ ବିପଜ୍ଜନକ ହୋଇଥିଲେ ବି ସେ ନେଇ ସେତେଟା ଆଲୋଚନା ହୁଏନାହିଁ । ଉଦାହରଣ ସ୍ୱରୂପ, ବଂଶବାଦରେ ହୁଏତ ଶାସକଙ୍କୁ ସନ୍ତୁଷ୍ଟ କରିବା ପାଇଁ କ୍ଷମତାର ଅପବ୍ୟବହାର କରି ଗୋଟିଏ ବିମାନ ବନ୍ଦରର ନାମକରଣ ତାଙ୍କ ବଂଶର କୌଣସି ସଦସ୍ୟଙ୍କ ନାମାନୁସାରେ କରାଯାଇପାରେ, ତଥାପି ତାହା ଦେଶର ସମ୍ପତ୍ତି ହୋଇ ରହିଥାଏ । ଅନ୍ୟ ପକ୍ଷରେ ମିତ୍ର ପୁଞ୍ଜିବାଦରେ ସେହି ବିମାନ ବନ୍ଦରର ସମ୍ପୂର୍ଣ୍ଣ ମାଲିକାନା ହିଁ ହସ୍ତାନ୍ତର ହୋଇଯାଇପାରେ ଓ ତାହା ଆଉ ଦେଶର ସମ୍ପତ୍ତି ହୋଇ ରହି ନଥାଏ । ବିକାଶ ଓ ବିକାଶର ସ୍ୱପ୍ନ ସମସ୍ତଙ୍କୁ ଉଲ୍ଲସିତ କରିଥାଏ । ତେବେ ମିତ୍ର ପୁଞ୍ଜିପତିଙ୍କଠାରେ ଦେଶର ଗଣତନ୍ତ୍ରକୁ ବନ୍ଧା ପକାଇ ବିକାଶର ସ୍ୱପ୍ନ ଦେଖିବା କେତେ ଦୂର ସମୀଚୀନ ? ଗଣତନ୍ତ୍ର ବିପନ୍ନ ହେବା ପୂର୍ବରୁ ଦେଶବାସୀ ସେଥିପ୍ରତି ସଚେତନ ହେବା ଆବଶ୍ୟକ ।


Published in Sambad on March 05, 2024

Comments

  1. Well written and analytical article with a clear message

    ReplyDelete
  2. Congrats Saral Das for such bold & beautiful article

    ReplyDelete
  3. ବହୁତ ଭଲ ଲାଗିଲା ପଢି l କିଛି ଶିଖିଲି l

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍