ମନୋରଞ୍ଜନ କ୍ଷେତ୍ରରେ ନାଟକ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଓ ମାନବ ଜୀବନରେ ତାହା ଯେଉଁ ପରିବ ର୍ତ୍ତ ନ ଆଣିବାକୁ ସକ୍ଷମ ହୋଇଥାଏ ସେ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୬୧ ମସିହାରୁ ଷାଠିଏ ବର୍ଷ ଧରି ଇ ଣ୍ଟ ରନ୍ୟାସନାଲ ଥିଏଟର ଇନଷ୍ଟିଚ୍ୟୁଟ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖଟି ବିଶ୍ୱ ନାଟ୍ୟ ଦିବସ ରୂପେ ପାଳିତ ହୋଇଆସୁଛି । ଏହି ଅବସରରେ ବିଶ୍ୱର ଜଣେ ନିର୍ବାଚିତ ସ୍ଵନାମଧନ୍ୟ ନାଟ୍ୟକାର ବା ନାଟ୍ୟ ବ୍ୟକ୍ତିତ୍ୱଙ୍କଠାରୁ ବା ର୍ତ୍ତା ସଂଗୃହୀତ ହୋଇଥାଏ ଯେଉଁଥିରେ ନାଟକ ଓ ତାର ଭବିଷ୍ୟତକୁ ନେଇ ସେ ନିଜର ଦୃଷ୍ଟିଭଙ୍ଗୀ ରଖିଥାନ୍ତି । ପ୍ରଦ ତ୍ତ ବା ର୍ତ୍ତା ଟି ୫୦ଟିରୁ ଊର୍ଦ୍ଧ୍ୱ ଭାଷାରେ ଅନୁଦିତ ହୋଇ ସେହି ବର୍ଷର ବିଶ୍ୱ ନାଟ୍ୟ ଦିବସର ବା ର୍ତ୍ତା ରୂପେ ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଥାଏ । ୧୯୬୨ରେ ପ୍ରସାରିତ ପ୍ରଥମ ବା ର୍ତ୍ତା ଟି ପ୍ରଦାନ କରିଥିଲେ ଫରାସୀ ନାଟ୍ୟକାର ଜଁ କୁକତୁ । ୨୦୦୨ ମସିହା ବିଶ୍ୱ ନାଟ୍ୟ ଦିବସ ଅବସରରେ ପ୍ରଖ୍ୟାତ ନାଟ୍ୟକାର ଗିରିଶ କନ୍ନଡଙ୍କ ପ୍ରଦ ତ୍ତ ବା ର୍ତ୍ତା ପ୍ରସାରିତ ହୋଇଥିଲା । ଏ ବର୍ଷ ପାଇଁ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ବା ର୍ତ୍ତା ପ୍ରଦାନ କରିଛନ୍ତି ପ୍ରସିଦ୍ଧ ପାକିସ୍ତାନୀ ନାଟ୍ୟକାର ସାହିଦ ନଦିମ । ୧୯୪୭ରେ କାଶ୍ମୀରର ସୋପୋରଠାରେ ଜନ୍ମିତ...