Skip to main content

Posts

ବୁଲଡୋଜର ନ୍ୟାୟର ଦିନ ଶେଷ !

ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ନିୟମିତ ଭାବେ ବୁଲଡୋଜର ବ୍ୟବହୃତ ହୋଇଆସୁଛି । ତେବେ ଗତ କିଛି ବର୍ଷ ଧରି ଏହା ହଠାତ୍ ନ୍ୟାୟ ପ୍ରଦାନର ଏକ ମାଧ୍ୟମ ରୂପେ ଉଭା ହେବାକୁ ଲାଗିଲା । ବିଭିନ୍ନ କାରଣରୁ ନ୍ୟାୟ ମିଳିବାରେ ଅନେକ ବିଳମ୍ୱ ହେଉଥିବାରୁ ଓ ସ୍ଥଳ ବିଶେଷରେ ଅପରାଧୀଟିଏ ଦଣ୍ଡିତ ହେଉ ନଥିବାରୁ ନ୍ୟାୟ ବ୍ୟବସ୍ଥାର ଉପଯୋଗିତା ଉପରେ ପ୍ରଶ୍ନ ଉଠି ତାତ୍କାଳିକ ଦଣ୍ଡବିଧାନ ବ୍ୟବସ୍ଥା ପ୍ରତି ସାଧାରଣ ଜନତା ଆକୃଷ୍ଟ ହେବା ସ୍ୱାଭାବିକ । ତେଣୁ ‘ବୁଲଡୋଜର ନ୍ୟାୟ’ ପ୍ରଦାନ ବ୍ୟବସ୍ଥାଟି କ୍ରମଶଃ ଜନ ସମର୍ଥନ ହାସଲ କରିବାକୁ ଲାଗିଥିଲା ଏବଂ ଏଭଳି ଦଣ୍ଡ ବିଧାନ କରିପାରୁଥିବା ଶାସକ ଓ ପ୍ରଶାସକମାନେ କ୍ରମେ ମହିମାମଣ୍ଡିତ ହେବାକୁ ଲାଗିଥିଲେ । ତେବେ ଏହି ବିଚାର ବହିର୍ଭୁତ ତାତ୍କାଳିକ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରତି ଅସହମତି ପ୍ରକାଶ କରି ସୁପ୍ରିମକୋର୍ଟ ଏହାର ଯଥେଚ୍ଛା ପ୍ରୟୋଗ ଉପରେ କଟକଣା ଲଗାଇଛନ୍ତି ଏବଂ ନିକଟରେ ଏ ସଂକ୍ରାନ୍ତରେ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି ।  ଉତ୍ତର ପ୍ରଦେଶରେ ଗୁଣ୍ଡା, ବଦମାସ ଓ ଗାଙ୍ଗଷ୍ଟରମାନେ ନିଜ ନିଜର ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲେ ହେଁ ସେମାନଙ୍କୁ ଦଣ୍ଡିତ କରାଯାଇ ପାରୁ ନ ଥିବାରୁ ସେମାନେ ନିର୍ଭୟରେ ସେମାନଙ୍କ କାର୍ଯ୍ୟ କରିଚାଲିଥିଲେ । ଏହା ସାଧାରଣରେ ଭୟ ଓ କ୍ଷୋଭ ଜାତର କାରଣ ହୋଇଥିଲା । ରାଜ୍ୟରେ...

କ୍ରେତା ଏକାଧିପତ୍ୟ ଓ ‘ୱାଲମାର୍ଟ’ ପ୍ରଭାବ

ମହାନଗରଠାରୁ ଆରମ୍ଭ କରି ଛୋଟ ଛୋଟ ସହର ପର‌୍ୟ୍ୟନ୍ତ ଏଣିକି ଆଖି ଝଲସା ବଡ଼ ବଡ଼ ମଲ୍ ଯେପରି କାୟା ବିସ୍ତାର କରି ଗ୍ରାହକମାନଙ୍କୁ ଯେପରି ଆକର୍ଷିତ କରି ଚାଲିଛନ୍ତି, ମନେ ହେଉଛି  ସତେ ଯେମିତି ଏହା ହିଁ ବିକାଶର ନୂତନ ସୂଚକ । ସେମିତି ‘ଜମାଟୋ’ ବା ‘ସ୍ୱିଗି’ ବ୍ୟାଗଧାରୀ ତରୁଣର ବାଇକ୍ ଯେଉଁ ସହରର ରାସ୍ତାରେ ଗଡ଼ୁନାହିଁ, ସେ ସହର ସତେ ଯେମିତି ସଭ୍ୟତା ଓ ବିକାଶଠାରୁ ବହୁ ଦୂରରେ ବୋଲି ମନେ ହେଉଛି । ହେଲେ ଏଗୁଡ଼ିକ ଯେ ବିକାଶର ପରିପନ୍ଥୀ ହୋଇପାରନ୍ତି, ତାହା ସ୍ପଷ୍ଟ ହୋଇଛି ବିଶ୍ୱର ସର୍ବବୃହତ୍ ଖୁଚୁରା ସୁପର ଷ୍ଟୋର ’ ୱାଲମାର୍ଟ’ ଉପରେ ନିକଟରେ ପ୍ରକାଶିତ ଦୁଇଟି ସନ୍ଦର୍ଭରୁ । ତହିଁରେ କୁହାଯାଇଛି ଯେ ୱାଲମାର୍ଟ ଭଳି ‘କ୍ରେତା ଏକାଧିପତ୍ୟବାଦୀ’ କମ୍ପାନୀଗୁଡ଼ିକ ଦ୍ୱାରା ସ୍ଥାନୀୟ ଅର୍ଥନୀତି କ୍ଷତିଗ୍ରସ୍ତ ଓ ଦୁର୍ବଳ ହୋଇଛି, ଯାହାକୁ ‘ୱାଲମାର୍ଟ’ ପ୍ରଭାବ କୁହାଯାଉଛି । ଗତ କିଛି ବର୍ଷ ଧରି ‘ୱାଲମାର୍ଟ’ ଢାଞ୍ଚାରେ ଭାରତରେ କାୟା ବିସ୍ତାର କରିଥିବା ସଂଗଠିତ ଖୁଚୁରା ବ୍ୟବସାୟ, ମଲ୍ ଓ ଅନ୍ୟ କେତେକ ବ୍ୟବସାୟ ଆଡୁ ସ୍ଥାନୀୟ ଅର୍ଥନୀତି ପ୍ରତି ଅନୁରୂପ ବିପଦର ଆଶଙ୍କା ଦେଖା ଦେଇଥିବାରୁ ‘କ୍ରେତା ଏକାଧିପତ୍ୟ’ର ଅବଗୁଣଗୁଡ଼ିକ ପ୍ରତି ସତର୍କତା ଅବଲମ୍ୱନ କରି ସ୍ଥାନୀୟ ଅର୍ଥନୀତିକୁ ‘ୱାଲମାର୍ଟ’ ପ୍ରଭାବ ମୁକ୍ତ କରିବାର ଆବଶ୍ୟକତା ରହିଛି ।  କୌଣସି ବିକ୍ରେତାଙ୍କର ବଜାର ଉପରେ ଏକଚାଟିଆ ଅଧିକାର ଥିଲେ ତାକୁ ...

ଷ୍ଟାଚ୍ୟୁ ଯେବେ ଧରାଶାୟୀ ହୁଏ

ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ଲାଗି ଟେଲିଭିଜନରେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ଗଲା ଅଗଷ୍ଟ ୩୦, ୨୦୨୪ରେ ମହାରାଷ୍ଟ୍ରର ଏକ ଜନସଭାରେ ସେ ଦ୍ୱିତୀୟ ଥର ଲାଗି ସର୍ବସମକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ଥର କ୍ଷମାପ୍ରାର୍ଥନାର କାରଣ ଥିଲା ମହାରାଷ୍ଟ୍ରରେ ମାତ୍ର ୯ ମାସ ତଳେ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଛତ୍ରପତି ଶିବାଜୀଙ୍କର ଷ୍ଟାଚ୍ୟୁଟି ଖଣ୍ଡ ବିଖଣ୍ଡିତ ହୋଇ ଧରାଶାୟୀ ହୋଇଯିବା । ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହା ଡିସେମ୍ୱର ୪ ତାରିଖ ଦିନ ‘ନୌବାହିନୀ ଦିବସ’ ଉପଲକ୍ଷେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାସ୍ଥିତ ରାଜକୋଟ ଦୁର୍ଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଛତ୍ରପତି ଶିବାଜୀଙ୍କର ଏକ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ୟୁର ଅନାବରଣ କରାଯାଇଥିଲା । ଏତେ ଶୀଘ୍ର ପ୍ରତିମୂର୍ତ୍ତିଟି ଧରାଶାୟୀ ହୋଇଯିବା ପରେ ନୌବାହିନୀ ଓ ମହାରାଷ୍ଟ୍ର ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରୁଛନ୍ତି । ମରାଠୀମାନଙ୍କ ପାଇଁ ଶିବାଜୀ ଦେବତୁଲ୍ୟ ମାନ୍ୟତା ପାଉଥିବାରୁ ଏ ଘଟଣା ପରେ ରାଜନୀତି ମଧ୍ୟ ସରଗରମ ହୋଇଛି ।  ତାଙ୍କ ପ୍ରତିମୂର୍ତ୍ତିର ଏହି ଦୁର୍ଦ୍ଦଶାକୁ ଏକ ଅଶୁଭ ଲକ୍ଷଣ ଭାବେ ବିବେଚନା କରାଯାଉଛି । ଆଉ ମାତ୍ର ୨ରୁ ୩ ମାସ ମଧ୍ୟରେ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଶିବାଜୀଙ୍କ ଷ୍ଟାଚ୍ୟୁ ଭୂପତିତ ହେବା ଘଟଣା ମହାରାଷ୍ଟ୍ର ରାଜନୀତି...

ଆଦାନୀ ସାମ୍ରାଜ୍ୟ ମୁହାଁ ଝଡ଼

ବିଶେଷ ଭୌଗୋଳିକ ଅବସ୍ଥିତିଜନିତ ପ୍ରାକୃତିକ କାରଣ ଯୋଗୁଁ ଓଡ଼ିଶା ଏକ ବାତ୍ୟାପ୍ରବଣ ଅଞ୍ଚଳରେ ପରିଣତ ହୋଇଥିଲା ବେଳେ ଆଦାନୀ କମ୍ପାନୀସମୂହ ଏବେ ନିୟମିତ ଅନ୍ତରାଳରେ ବିଭିନ୍ନ ଆର୍ଥିକ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହୋଇ କର୍ପୋରେଟ ଜଗତରେ କ୍ରମଶଃ ଏକ ବିବାଦପ୍ରବଣ କମ୍ପାନୀସମୂହରେ ପରିଣତ ହେଉଥିବା ପରିଲକ୍ଷିତ ହେଉଛି । ୨୦୨୩ ମସିହାରେ ହିଣ୍ଡେନବର୍ଗ ରିସର୍ଚ୍ଚର ହାନିକାରକ ରିପୋର୍ଟରେ ଥିବା ଆର୍ଥିକ ଅନିୟମିତତାର ଅଭିଯୋଗରେ ଏହାର ମେରୁଦଣ୍ଡ ଏକପ୍ରକାର ଦୋହଲି ଯାଇଥିଲା । ମାମଲା ବିଚାରାଧୀନ ଥିବା ବେଳେ ଭାରତରେ ଏହାର ଅନୁସନ୍ଧାନ କରୁଥିବା ‘ସେବି’ ସଂସ୍ଥାର ମୁଖ୍ୟଙ୍କ ଆଦାନୀ ସମୂହ ସହ ଥିବା ଅନୈତିକ ସ୍ୱାର୍ଥ-ଦ୍ୱନ୍ଦ୍ୱ ବିଷୟ ଲୋକଲୋଚନକୁ ଆସି ପୁଣି ଏକ ଝଡ଼ ସୃଷ୍ଟି ହେଲା । ଠିକ୍ ଏତିକିବେଳେ ୨୬.୫ କୋଟି ଡଲାର ବା ପ୍ରାୟ ୨୦୨୯ କୋଟି ଟଙ୍କାର ଭିନ୍ନ ଏକ ଲାଞ୍ଚ ପ୍ରଦାନ ମାମଲାରେ ଆମେରିକାର ନ୍ୟାୟ ବିଭାଗ ଓ ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନଙ୍କ ଦ୍ୱାରା ଅଭିଯୁକ୍ତ ୮ ଜଣଙ୍କ ମଧ୍ୟରେ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ନାମ ରହି ଗିରଫ ପରୁଆନା ଜାରି ହେବାକୁ ଆଦାନୀ ସାମ୍ରାଜ୍ୟ ମୁହାଁ ଆଉ ଏକ ବାତ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ । ଆଦାନୀ ପ୍ରକରଣରେ ସଂସଦ ଦିନ ଦିନ ଧରି ଅଚଳ ହେଉଥିବାରୁ ଏହାର ଗମ୍ଭୀରତା ଅନୁମେୟ । ତେବେ ଏଥି ଯୋଗୁଁ ଭାରତର ବିକାଶର ଗତି ମଧ୍ୟ ଶିଥିଳ ହେବାର ଆଶଙ୍କା ଥିବାରୁ ଏ ସମ୍ପର୍...

ଶବ୍ଦର ଆୟୁଷ

କିଛି ଦିନ ଧରି ‘ରାଣ୍ଡିପୁଅ ଅନନ୍ତା’ ସିନେମାର ନାମକରଣକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ବିତର୍କ ଲାଗିରହିଛି ।  ସୂକ୍ଷ୍ମ ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରଥମ ପର୍ଯ୍ୟାୟର ବିତର୍କରେ ମୁଖର ଭାବେ ଅଂଶ ଗ୍ରହଣ କରିଥିବା ପ୍ରାୟ ୯୫ ଭାଗ ପୁରୁଷ ହୋଇଥିଲା ବେଳେ ଅଧିକାଂଶ ମହିଳା ନୀରବ ରହିବାକୁ ପସନ୍ଦ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟର ବିତର୍କରେ କିଛି ମହିଳା ମୁଖର ହୋଇ “ରାଣ୍ଡି’ ଶବ୍ଦଟିର ବ୍ୟବହାରକୁ ଖୋଲାଖୋଲି ବିରୋଧ କରିବା ଦେଖାଯାଉଛି । ଫଳରେ ଏହି ପ୍ରସଙ୍ଗରେ ଲିଙ୍ଗଗତ ମତଭେଦ ଥିବା ସ୍ପଷ୍ଟ ବାରି ହେଉଛି । ତେବେ ବ୍ୟାସକବି ଫକିରମୋହନଙ୍କ ଏହି କାଳଜୟୀ କୃତିର ସାହିତ୍ୟିକ ଉତ୍କର୍ଷକୁ ନେଇ କାହାରି ମନରେ ସନ୍ଦେହ ଥିଲା ପରି ମନେ ହେଉନାହିଁ । ତେବେ ବିତର୍କରେ ଯେଉଁ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉତ୍ଥାପିତ ହୋଇଛି ତାହା ଫକିରମୋହନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇ ନଥିବାରୁ ଆବେଗିକ ସ୍ତରରେ ତାକୁ ଫକିରମୋହନଙ୍କ ସହ ନ ଯୋଡ଼ି ଏକ ବୌଦ୍ଧିକ ଆଲୋଚନା ଲାଗି ପ୍ରଯତ୍ନ କରାଯାଉ । ପ୍ରଥମ ପ୍ରସଙ୍ଗଟି ହେଉଛି ସାମ୍ପ୍ରତିକ ସମୟର କୃତିରେ (ସାହିତ୍ୟ ହେଉ ବା ସିନେମା) ‘ରାଣ୍ଡି’ ଶବ୍ଦର ପ୍ରୟୋଗ ଯୁକ୍ତିଯୁକ୍ତ କି ? ଦ୍ୱିତୀୟଟି ହେଉଛି ଜଣେ ଲେଖକଙ୍କ ବିନାନୁମତିରେ ତାଙ୍କ ଗପ, ଉପନ୍ୟାସ ବା ନାଟକ ଉପରେ ନିର୍ମାଣ ହେଉଥିବା ସିନେମାରେ ନିର୍ଦ୍ଦେଶକ ପରିବର୍ତ୍ତନ କରିପାରିବେ କି ଏବଂ କରିବା ଉଚିତ କି ? ‘ରାଣ୍ଡ’ ବା ...

ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାରକୁ ନେଇ ଉଦବେଗ

ସେପ୍ଟେମ୍ୱର ୨୭, ୨୦୨୪ରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୭୦୪୮୯ କୋଟି ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଗତ ୨ ମାସ ଧରି ଏହା ଲଗାତାର ଭାବେ ହ୍ରାସ ପାଇ ନଭେମ୍ୱର ୨୨, ୨୦୨୪ରେ ସମାପ୍ତ ହୋଇଥିବା ସପ୍ତାହରେ ୬୫୭୮୯ କୋଟି ଡଲାରରେ ଆସି ପହଞ୍ଚିଛି । ଏହି ଦୁଇ ମାସ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪୭୦୦ କୋଟି ଡଲାର ବା ପ୍ରାୟ ୬.୭ ପ୍ରତିଶତ ହ୍ରାସ ପାଇବା ଉଦବେଗର କାରଣ ପାଲଟିଛି । କେବଳ ଗତ ଏକ ସପ୍ତାହ ମଧ୍ୟରେ ଏହା ୧୭୭୬ କୋଟି ଡଲାର ହ୍ରାସ ପାଇଛି । ତେଣୁ ଏହି ଚିନ୍ତାଜନକ ସ୍ଥିତିର କାରଣ ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି । ଯେ କୌଣସି ଦେଶର ଅର୍ଥନୀତିରେ ବୈଦେଶିକ ମୁଦ୍ରା ଭଣ୍ଡାର ବା ଫରେକ୍ସ ରିଜର୍ଭ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆମଦାନି ରପ୍ତାନି ପରି ଆନ୍ତର୍ଜାତିକ ବାଣିଜ୍ୟ, ଦେଣନେଣ, ବିନିଯୋଗ ଆଦି ଅନେକ ଆର୍ଥିକ କାର୍ରେଯ୍ୟ ବୈଦେଶିକ ମୁଦ୍ରା ଆବଶ୍ୟକ ହେଉଥିବାରୁ ଏକ ବଳିଷ୍ଠ ବୈଦେଶିକ ମୁଦ୍ରା ଭଣ୍ଡାର ଯେ କୌଣସି ଦେଶ ପାଇଁ ବରଦାନ ସଦୃଶ । ସେ ଦୃଷ୍ଟିରୁ ଗତ କିଛି ବର୍ଷ ଧରି ବିଭିନ୍ନ କାରଣରୁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଉତ୍ସାହଜନକ ଭାବେ ବୃଦ୍ଧି ପାଇ ଚାଲିଥିଲା । ତେବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଥିବାରୁ ତାର ପ୍ରଭାବରେ ବୈଦେଶିକ ମୁଦ୍ରା ଚାପଗ୍ରସ୍ତ ହୋଇଛି । ବିଶ୍ୱର ସର୍ବାଧି...