Skip to main content

ଗାନ୍ଧୀଜୀ ବି ଲଢିଥିଲେ ନିର୍ବାଚନ

ଅନେକଙ୍କର ବିଶ୍ୱାସ ଯେ ଗାନ୍ଧୀଜୀ ଦେଶସେବାରେ ବ୍ରତୀ ଥିବାରୁ ଓ ତାଙ୍କର କୌଣସି ପଦରେ ଅଭିଷିକ୍ତ ହେବାର ଲାଳସା ନଥିବାରୁ ସେ ନିର୍ବାଚନ ଲଢି ନ ଥିଲେ l ଗାନ୍ଧୀଜୀଙ୍କ ଆତ୍ମଜୀବନୀରେ ତାଙ୍କ ନିର୍ବାଚନୀ ଅଭିଜ୍ଞତା ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିବାରୁ ସେ ବୋଧହୁଏ ନିର୍ବାଚନକୁ ସେତେ ଗୁରୁତ୍ୱ ଦେଉ ନ ଥିଲେ ବୋଲି ବାର୍ତ୍ତାଟିଏ ଯାଇ ଲୋକଙ୍କ ଉପରୋକ୍ତ ବିଶ୍ୱାସଟି ସୁଦୃଢ ହୋଇ ଥାଇପାରେ l ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ୱାସୀ ଗାନ୍ଧୀଜୀ ନିର୍ବାଚନ ପ୍ରକ୍ରିୟାକୁ କେବଳ ଯେ ଗୁରୁତ୍ୱ ଦେଉଥିଲେ ତାହା ନୁହେଁ, ବରଂ ସେ ନିଜେ ମଧ୍ୟ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ l ସେ ସମୁଦାୟ କେତେ ଥର ନିର୍ବାଚନ ଲଢିଥିଲେ, ତାହା ବିଧିବଦ୍ଧ ଭାବେ କୌଣସିଠାରେ ଉଲ୍ଲେଖ ହୋଇ ନ ଥିଲେ ବି ଅନ୍ତତଃ ଚାରି ଥର ନିର୍ବାଚନ ଲଢିଥିବାର ତଥ୍ୟ ଉପଲବ୍ଧ ହେଉଛି l ତେବେ ଐତିହାସିକ ରିଜଓ୍ୱାନ କାଦରିଙ୍କ ଅନୁସାରେ ଗାନ୍ଧୀଜୀ ସର୍ବମୋଟ ପାଞ୍ଚ ଥର ନିର୍ବାଚନ ଲଢିଥିଲେ l ଏ ସମ୍ପର୍କରେ ଅଧିକ ଗବେଷଣା ହେଲେ ହୁଏତ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ପାରିବ l ତଥାପି ଉପଲବ୍ଧ ତଥ୍ୟ ଆଧାରରେ ଗାନ୍ଧୀଜୀଙ୍କ ନିର୍ବାଚନୀ ରଣାଙ୍ଗନରେ ଥିବା ଖଟାମିଠା ଅନୁଭୂତିର ବିଶ୍ଳେଷଣ କରା ଯାଇପାରେ l

ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରି ଜାନୁଆରୀ ୯, ୧୯୧୫ରେ ଭାରତରେ ପହଞ୍ଚିଲା ପରେ ଗାନ୍ଧୀଜୀ ଅହମ୍ମଦାବାଦଠାରେ ଏକ ଆଶ୍ରମ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖି ସେହି ସହରକୁ ନିଜ କର୍ମଭୂମି କରିବା ଆରମ୍ଭ କରିଥାଆନ୍ତି l ସେତିକିବେଳେ ଅହମ୍ମଦାବାଦରେ ଏକ ପ୍ରକାର ନିର୍ବାଚନୀ ଋତୁ ଆରମ୍ଭ ହୋଇ ଯାଇଥାଏ l ମାର୍ଚ୍ଚ ମାସ ଅହମ୍ମଦାବାଦ ମ୍ୟୁନିସିପାଲିଟି ପାଇଁ ନିର୍ବାଚନ ଘୋଷଣା ହୋଇ ସାରିଥାଏ l ଗାନ୍ଧୀଜୀ ସେହି ନିର୍ବାଚନରେ ଭାଗ ନେବା ପାଇଁ ମନ ବଳାଇ ଥିଲେ ବି କୌଣସି କାରଣ ବଶତଃ ତାହା ଫଳବତୀ ହୋଇ ପାରି ନ ଥିଲା l ସେତେବେଳେ ଅହମ୍ମଦାବାଦର ଓକିଲ, ଡାକ୍ତର, ଅଧ୍ୟାପକ ଓ ଅନ୍ୟ ବୁଦ୍ଧିଜୀବୀମାନେ ମୋଟାମୋଟି ଦୁଇଟି ଅନୁଷ୍ଠାନ ସହ ଜଡିତ ଥିଲେ l ଅବସର ବିନୋଦନ ପାଇଁଗୁଜରାଟ କ୍ଲବଓ ଆଲୋଚନା, ବିଚାର ବିମର୍ଶ ପାଇଁଗୁଜରାଟ ସଭା’ l ବଲ୍ଲଭଭାଇ ପଟେଲଗୁଜରାଟ କ୍ଲବର ଜଣେ ମୁଣ୍ଡିଆଳ ରୂପେ ଗଣା ହେଉଥିଲେ l ଏହି ସମୟରେ ଗାନ୍ଧୀଜୀ ବେଳେବେଳେଗୁଜରାଟ କ୍ଲବକୁ ଯାଉଥିଲେ l ଉଲ୍ଲେଖଯୋଗ୍ୟ, ଏହିଠାରେ ହିଁ ଜୁନ, ୧୯୧୬ ରେ ବଲ୍ଲଭଭାଇ ପଟେଲଙ୍କ ସହ ତାଙ୍କର ପ୍ରଥମ ଐତିହାସିକ ସାକ୍ଷାତ ହୋଇଥିଲା ଓ ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ବନ୍ଧୁତ୍ୱ ସାରା ଜୀବନ ଅତୁଟ ରହିଥିଲା l ଅନ୍ୟ ପକ୍ଷରେଗୁଜରାଟ ସଭାଏକ ସାର୍ବଜନୀନ ରାଜନୈତିକ ସଂଗଠନ ଥିଲା ଓ ଓକିଲଙ୍କଠାରୁ ଆରମ୍ଭ କରି ନାଗରିକ ସମାଜର ବିଶିଷ୍ଟ ଲୋକମାନେ ଏଥି ସହ ସଂଶ୍ଳିଷ୍ଟ ଥିଲେ l ସେତେବେଳେ ଗୁଜରାଟରୁ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନରେ ଅଂଶଗ୍ରହଣ କରିବା ଲାଗିଗୁଜରାଟ ସଭାପ୍ରତିନିଧି ବାଛି ପଠାଉଥିଲା l ସେଥିପାଇଁ ଗାନ୍ଧୀଜୀ ୧୯୧୫ରେଗୁଜରାଟ ସଭାର ନିର୍ବାଚନରେ ଭାଗ ନେଇ ଏହାର ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ l ଏହା ହିଁ ଥିଲା ସେ ଲଢିଥିବା ପ୍ରଥମ ନିର୍ବାଚନ ଓ ସେଥିରେ ସେ ସଫଳତାର ସ୍ୱାଦ ଚାଖିଥିଲେ୧୯୧୭ ରେ ଚମ୍ପାରଣ ସତ୍ୟାଗ୍ରହରେ ଗାନ୍ଧୀଜୀଙ୍କ ଭୂମିକା ଓ ସଫଳତାରେ ବିମୋହିତ ହୋଇଗୁଜରାଟ ସଭାତରଫରୁ, ବିଶେଷ କରି ପରବର୍ତ୍ତୀ ସମୟରେ ଲୋକସଭାର ପ୍ରଥମ ବାଚସ୍ପତି ହୋଇଥିବା ଗଣେଶ ବାସୁଦେବ ମାଭଲଙ୍କରଙ୍କ ଦ୍ୱାରା, ତାଙ୍କୁଗୁଜରାଟ ସଭାର ସଭାପତି ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରା ଯାଇଥିଲା l ଗାନ୍ଧୀଜୀ ତାହା ସ୍ୱୀକାର କରି ୧୯୧୮-୧୯ରେଗୁଜରାଟ ସଭାର ସଭାପତି ଭାବେ ଦାୟିଚ୍ୱ ଗ୍ରହଣ କରିଥିଲେ l ଅବଶ୍ୟ ଏଥିପାଇଁ କୌଣସି ନିର୍ବାଚନ ହୋଇ ନ ଥିଲା ଓ ତାଙ୍କ ସହ ମାଭଲଙ୍କର ମଧ୍ୟ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ସମୟରେ ଖେଡାରେ ହୋଇଥିବା ବିଦ୍ରୋହରେଗୁଜରାଟ ସଭାଏକ ପ୍ରମୁଖ ଭୂମିକା ଗହଣ କରିଥିଲା୧୯୨୧ରେଗୁଜରାଟ ସଭାକୁ ଭାରତୀୟ ଜାତୀୟ କଂଗ୍ରେସରେ ବିଲୟ କଲା ପରେ ଏହାକୁ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି କୁହାଯିବାକୁ ଲାଗିଲା l

ଭାରତୀୟ କଂଗ୍ରେସର ସବଜେକ୍ଟ କମିଟି ପାଇଁ ୧୯୧୫ରେ ହୋଇଥିବା ନିର୍ବାଚନରେ ଗାନ୍ଧୀଜୀ ଅଂଶ ଗ୍ରହଣ କରି ପାରି ନ ଥିଲେ l ତେବେ ତତକାଳୀନ ଭାରତୀୟ କଂଗ୍ରେସ ସଭାପତି ତାଙ୍କୁ ସେହି କମିଟିକୁ ମନୋନୀତ କରିଥିଲେ l ସବଜେକ୍ଟ କମିଟି ପାଇଁ ୧୯୧୭ ରେ ହୋଇଥିବା ନିର୍ବାଚନରେ ଗାନ୍ଧୀଜୀ ଭାଗ ନେଇ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲେ l ଏହି ନିର୍ବାଚନରେ ତାଙ୍କୁ ମାତ୍ର ତିନି ଖଣ୍ଡ ଭୋଟ ମିଳିଥିଲା ଓ ଏହା ଥିଲା ତାଙ୍କ ପାଇଁ କୌଣସି ନିର୍ବାଚନରେ ପ୍ରଥମ ପରାଜୟର ସ୍ୱାଦ l

ଏତିକିବେଳେ ସେନବଜୀବନପତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଉଥିବାରୁ ଅନେକ ଗୁଜରାଟୀ ସାହିତ୍ୟିକଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା l ଏହି ସମୟରେ ୧୯୦୫ରେ ରଞ୍ଜିତରାମ ମେହଟ୍ଟାଙ୍କ ଦ୍ୱାରା ପ୍ରତିଷ୍ଠିତଗୁଜରାଟୀ ସାହିତ୍ୟ ପରିଷଦଅନୁଷ୍ଠାନଟି ଗୁଜରାଟୀ ସାହିତ୍ୟିକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଏକ ପ୍ରମୁଖ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା l ଗୁଜରାଟୀ ଭାଷା ଓ ସାହିତ୍ୟର ବିକାଶ କ୍ଷେତ୍ରରେ ଏହି ଅନୁଷ୍ଠାନଟି ଏ ଯାବତ୍ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଛି୧୯୧ ମସିହାରେ ଏହାର ପଞ୍ଚମ ସଭାପତି ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଗାନ୍ଧୀଜୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ଏହି ନିର୍ବାଚନରେ ଅଂଶଗ୍ରହଣ ତାଙ୍କ ପାଇଁ ଏକ ପ୍ରକାର ସମ୍ମାନର ପ୍ରଶ୍ନ ହୋଇ ଯାଇଥିଲା l ଗାନ୍ଧୀଜୀଙ୍କ  ନିର୍ବାଚନରେ ଭାଗ ନେବାକୁ ଅନେକେ ସାଦରେ ଗ୍ରହଣ କରି ପାରି ନ ଥିଲେ ଓ କେହି କେହି ତ ତାଙ୍କୁ ଖୋଲାଖୋଲି ବିରୋଧ କରିଥିଲେ l ତାଙ୍କୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ଥିଲେ ତାଙ୍କ ସହକର୍ମୀ ନରହରି ପାରିଖ l ନିର୍ବାଚନରେ ଗାନ୍ଧୀଜୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ ହରଗୋବିନ୍ଦ ଦାସ କାଣ୍ଟାଓ୍ୱାଲା l ହରଗୋବିନ୍ଦ ଜଣେ ସମାଜ ସଂସ୍କାରକ ଥିଲେ ଓ ତାଙ୍କ ଦ୍ୱାରା ରଚିତ ସଂସାର ସୁଧାରୋନାମକ ପୁସ୍ତକ ୧୯୨୦ରେ ପ୍ରକାଶ ପାଇଥିଲା l ସେ ମଧ୍ୟ ବରୋଦା ରାଜ୍ୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିବାରୁ ଅନେକ ସାହିତ୍ୟିକ ତାଙ୍କୁ ସମର୍ଥନ କରୁଥିଲେ l ଶେଷରେ ସେପ୍ଟେମ୍ୱର ୧୯୧ରେ ଅହମ୍ମଦାବାଦରେ ଅନୁଷ୍ଠିତ ନିର୍ବାଚନରେ ହରଗୋବିନ୍ଦ ଦାସ କାଣ୍ଟାଓ୍ୱାଲା  ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିଲା ବେଳେ ଗାନ୍ଧୀଜୀଙ୍କୁ ମିଳିଥିଲା ୧୫ ଖଣ୍ଡ ଭୋଟ l ନିର୍ବାଚନରେ ପରାଜୟ ଯୋଗୁ ସେ ଦୁଃଖରେ ଭାଙ୍ଗି ପଡି ନ ଥିଲେ ବା ପ୍ରତିକ୍ରିୟାଶୀଳ ହୋଇ ନ ଥିଲେ l ସେ ଏହି ପରାଜୟକୁ ସ୍ୱାଭାବିକ ଭାବେ ଗ୍ରହଣ କରିଥିଲେ l ଏହାପରେ ସେ ଗୁଜରାଟୀ ସାହିତ୍ୟ ପରିଷଦଠାରୁ ଦୂରେଇ ଯାଇଥିଲେ ବି ପରିଷଦ ତରଫରୁ ତାଙ୍କୁ ୧୯୨୫ ରେ ପୁଣି ଥରେ ସଭାପତି ପଦରେ ଅଳଙ୍କୃତ କରିବା ପାଇଁ ଚେଷ୍ଟା ହୋଇଥିଲା, ଯେଉଁଥିରେ ସେ ରାଜି ହୋଇ ନ ଥିଲେ l କିନ୍ତୁ ବାରମ୍ବାର ଅନୁରୋଧ କ୍ରମେ ୧୯୩୬ ମସିହାରେ ସେ ଗୁଜରାଟୀ ସାହିତ୍ୟ ପରିଷଦର ଦ୍ୱାଦଶ ସଭାପତି ହେବାକୁ ସମ୍ମତି ଜଣାଇ ଦାୟିତ୍ୱ ଗ୍ରହଣ କରିଥିଲେ l ଅବଶ୍ୟ ଏଥିପାଇଁ କୌଣସି ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିଲା l

ଗାନ୍ଧୀଜୀ ୧୯୨୦ରେଅଲ ଇଣ୍ଡିଆ ହୋମ ରୁଲ ଲିଗର ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ l ଏଥିପାଇଁ ବି ତାଙ୍କୁ ନିର୍ବାଚନ ଲଢିବାକୁ ପଡି ନ ଥିଲା l ଏହାପରେ ତାଙ୍କ ନେତୃତ୍ୱରେ ସାରା ଦେଶରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଗଲା ଓ ସେଥିରେ ସକ୍ରିୟ ଅଂଶଗ୍ରହଣ କରି ତାଙ୍କୁ ୧୯୨ରେ ୬ ବର୍ଷ ଲାଗି ଜେଲ ଦଣ୍ଡ ଭୋଗିବାକୁ ହେଲା l ଅବଶ୍ୟ ଖରାପ ସ୍ୱାସ୍ଥ୍ୟାବସ୍ଥା କାରଣରୁ ତାଙ୍କୁ  ବର୍ଷ ପରେ ୧୯୨୪ ରେ ମୁକ୍ତି ପ୍ରଦାନ କରା ଯାଇଥିଲା l ଜେଲରୁ ଫେରିବା ପରେ ସେହି ବର୍ଷ ଭାରତୀୟ କଂଗ୍ରେସର ବେଲଗାଓଁଠାରେ ଅନୁଷ୍ଠିତ ହୋଇଥିବା ତମ ଅଧିବେଶନରେ ତାଙ୍କୁ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରା ଯାଇଥିଲା l ସେତେବେଳର ନିୟମାନୁସାରେ କେବଳ କଂଗ୍ରେସର ଆଞ୍ଚଳିକ କମିଟିର ନିର୍ବାଚିତ ସଦସ୍ୟମାନେ ହିଁ ଅଧିବେଶନରେ ଅଂଶଗ୍ରହଣ କରି ପାରୁଥିଲେ l ତେଣୁ ଗାନ୍ଧୀଜୀଙ୍କୁ ଅଧିବେଶନରେ ଅଂଶଗ୍ରହଣ କରିବା ଲାଗି ନିର୍ବାଚିତ ହେବା ଅନିବାର୍ଯ୍ୟ ଥିଲା l ଗୁଜରାଟ ଆଞ୍ଚଳିକ କମିଟିର  ଜଣିଆ ପ୍ରତିନିଧି ଦଳ ବାଛିବା ପାଇଁ ହେଉଥିବା ନିର୍ବାଚନରେ ଗାନ୍ଧୀଜୀ ଅହମ୍ମଦାବାଦର ଦକ୍ସରୋଇ ତାଲୁକାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ l ଏହି ନିର୍ବାଚନରେ ସେ ସର୍ବାଧିକ  ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ l ବଲ୍ଲଭଭାଇ ପଟେଲ ଗୁଜରାଟ ଆଞ୍ଚଳିକ କମିଟିର ନିର୍ବାଚିତ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ l

୧୯୨୦ରେ ଅହମ୍ମଦାବାଦ ମ୍ୟୁନିସିପାଲିଟି ପାଇଁ ହେବାକୁ ଥିବା ନିର୍ବାଚନରେ ଅଂଶଗ୍ରହଣ କରିବା ଲାଗି ମଧ୍ୟ ଗାନ୍ଧୀଜୀଙ୍କ ଇଚ୍ଛା ଥିଲା l ହେଲେ ସେତେବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇ ଯାଇଥିବାରୁ ସେ ଆଉ ନିର୍ବାଚନରେ ଭାଗ ନେଇ ପାରି ନ ଥିଲେ୧୯୨୪  ପରେ ସେ ଆଉ କେବେ ହେଲେ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିନାହାନ୍ତି l ନିର୍ବାଚନରେ ଭାଗ ନେବାକୁ ଏତେ ଆଗ୍ରହୀ ଗାନ୍ଧୀଜୀ କେବେ ଓ କାହିଁକି ନିର୍ବାଚନ ନ ଲଢିବା ପାଇଁ ମନସ୍ଥ କଲେ ସେ ସମ୍ପର୍କରେ ସୂଚନା ଓ ତଥ୍ୟ ଉପଲବ୍ଧ ନାହିଁ l ତେବେ ସେତେବେଳକୁ ଭାରତୀୟ ରାଜନୀତିରେ ଗାନ୍ଧୀଜୀଙ୍କ ଆକାର ଓ ଉଚ୍ଚତା ଏତେ ବିଶାଳ ହୋଇ ସାରିଥିଲା ଯେ କୌଣସି ପଦ ପଦବୀ ତାଙ୍କ ଆଗରେ ଗୌଣ ହୋଇ ଯାଉଥିଲା l ହୁଏତ ସେ ଚାହିଁଥିଲେ ଯେ କୌଣସି ପଦ ତାଙ୍କୁ ଅଯାଚିତ ଭାବେ ମିଳି ପାରିଥାଆନ୍ତା ଓ ସେଥିପାଇଁ ତାଙ୍କୁ ନିର୍ବାଚନର ସମ୍ମୁଖୀନ ହେବାକୁ ବି ପଡି ନ ଥାଆନ୍ତା l ଆଉ ସମ୍ଭବତଃ ସେଥିପାଇଁ ସେ କୌଣସି ପଦ ପାଇଁ କାହା ସହିତ ନିର୍ବାଚନ ଲଢି ନିଜର ସେହି ଛବିଟିକୁ କ୍ଷୁଦ୍ର ବା ମଳିନ କରି ଦେବାକୁ ଚାହୁଁ ନ ଥିଲେ l ନିଜେ ନିର୍ବାଚନରେ ଅବତୀର୍ଣ୍ଣ ହୋଇ ନ ଥିଲେ ବି ଗଣତନ୍ତ୍ରରେ ଭରସା ଥିବାରୁ ନିର୍ବାଚନୀ ପ୍ରକ୍ରିୟା ଉପରେ ତାଙ୍କର ଅଗାଧ ବିଶ୍ୱାସ ଓ ରୁଚି ଅତୁଟ ରହିଥିଲା l ନିର୍ବାଚନରେ ତାଙ୍କ ପସନ୍ଦର ପ୍ରାର୍ଥୀଟିଏ ଜିତୁ ବୋଲି ସେ କେବଳ ଚାହୁଁ ନ ଥିଲେ ବରଂ ସେଥିପାଇଁ ପରୋକ୍ଷରେ ବା ପ୍ରତ୍ୟକ୍ଷ ଭାବେ ଉଦ୍ୟମ କରୁଥିଲେ ମଧ୍ୟ୧୯୨୫ରୁ ୧୯୪୮ ମଧ୍ୟରେ ତାଙ୍କ ନିଧନ ହେବା ପର୍ଯ୍ୟନ୍ତ ଭାରତୀୟ କଂଗ୍ରେସର ସଭାପତି ପଦ ଅଳଙ୍କୃତ କରିଥିବା  ଜଣଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତେ ଗାନ୍ଧୀଜୀଙ୍କ ଆନୁଗାମୀ ବା ଅନୁଗତ ଥିଲେ l ସେହିପରି କଂଗ୍ରେସ ଓ୍ୱାର୍କିଂ କମିଟିର ଅଧିକାଂଶ ସଦସ୍ୟ ବି ତାଙ୍କ ଅନୁଗତ ଥିଲେ l ଅବଶ୍ୟ ଏହି ସମୟରେ ସେ ମଝିରେ ମଝିରେ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହିଥିଲେ୧୯୩ରେ ନେତାଜୀ ସୁଭାଷ ବୋଷଙ୍କ ସଭାପତି ଭାବେ ପୁନର୍ନିର୍ବାଚନକୁ ଗାନ୍ଧୀଜୀ ଯେଉଁପରି ଖୋଲାଖୋଲି ବିରୋଧ କରିଥିଲେ, ତାହା ସର୍ବଜନ ବିଦିତ l ନେତାଜୀଙ୍କ ବିରୁଦ୍ଧରେ ଗାନ୍ଧୀଜୀ ପ୍ରଥମେ ନେହରୁଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ଥିଲେ, ହେଲେ ନେହରୁ ସୁଭାଷ ବୋଷଙ୍କ ବିରୁଦ୍ଧରେ ଲଢିବାକୁ ପ୍ରସ୍ତୁତ ନ ଥିବାରୁ ନେହରୁ ମୌଲାନା ଅବୁଲ କଲାମ ଆଜାଦଙ୍କ ନାମ ପ୍ରସ୍ତାବ ଦେଇଥିଲେ ମୌଲାନା ଆଜାଦ ପ୍ରଥମେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହୋଇଥିଲେ ବି ଶେଷରେ ଓହରି ଯାଇଥିଲେ l ବାଧ୍ୟ ହୋଇ ଗାନ୍ଧୀଜୀଙ୍କ ଅନୁଗତ ଆନ୍ଧ୍ରର ପଟ୍ଟାଭି ସୀତାରାମାୟାଙ୍କୁ ପ୍ରାର୍ଥୀ ହେବାକୁ ପଡିଥିଲା l ଏହି ନିର୍ବାଚନକୁ ଗାନ୍ଧୀଜୀ ନିଜ ସମ୍ମାନର ପ୍ରଶ୍ନ ବୋଲି ଧରି ନେଇ ସୁଭାଷ ବୋଷଙ୍କୁ ହରାଇବା ଲାଗି ସକଳ ଉଦ୍ୟମ କରିଥିଲେ ବି ଶେଷରେ ସୁଭାସ ବୋଷ ହିଁ ବିଜୟୀ ହୋଇଥିଲେ l ଜାନୁଆରୀ ୨୧୯୩ରେ ହୋଇଥିବା ଏହି ନିର୍ବାଚନରେ ସୁବାସ ବୋଷ ୧୫ଟି ଭୋଟ ପାଇଥିବା ବେଳେ ଗାନ୍ଧୀଜୀଙ୍କ ସମର୍ଥିତ ପ୍ରାର୍ଥୀ ପଟ୍ଟାଭି ସୀତାରାମାୟା ୧୩ ଖଣ୍ଡ ଭୋଟ ପାଇଥିଲେ l ତାଙ୍କ ପ୍ରାର୍ଥୀଙ୍କ ପରାଜୟ ଗାନ୍ଧୀଜୀଙ୍କୁ ଏକ ଶକ୍ତ ଆଘାତ ଦେଇଥିଲା l ସେ ଏତେ ବେଶି ମର୍ମାହତ ହୋଇ ପଡିଥିଲେ ଯେ ପଟ୍ଟାଭି ସୀତାରାମାୟା ତାଙ୍କ ପ୍ରରୋଚନାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଏହି ପରାଜୟ ପଟ୍ଟାଭିଙ୍କର ନୁହେଁ ବରଂ ତାଙ୍କ ନିଜର ବୋଲି ସେ ଘୋଷଣା କଲେ l ଏଥିରୁ ସେ ନିର୍ବାଚନକୁ କେତେ ଗୁରୁତ୍ୱ ଦେଇ ସଂଶ୍ଳିଷ୍ଟ ହେଉଥିଲେ, ତାର ସୂଚନା ମିଳେ l

ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲା ବେଳକୁ ତାଙ୍କ ପଛରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସେଠାରେ ନେତୃତ୍ୱ ନେବାର ଅନୁଭୂତି ଥିଲା l ସେଠାରେ ତାଙ୍କ ଅବଦାନ ସମ୍ପର୍କରେ ଭାରତର ଶୀର୍ଷ ସ୍ଥାନୀୟ ନେତାମାନେ ଅନ୍ତତଃ ଭଲ ଭାବେ ଜାଣିଥିଲେ ଓ ଏଠାରେ ତାଙ୍କର ଏକ ସ୍ୱତନ୍ତ୍ର ଛବି ନିର୍ମାଣ ହୋଇ ସାରିଥିଲା l ଏହା ସତ୍ତ୍ୱେ ଭାରତରେ ରୂପା ଚାମଚରେ ତାଙ୍କୁ ନେତୃତ୍ୱ ସହଜ ଲବ୍ଧ ହୋଇ ଯାଉ ବୋଲି ସେ କେବେ ଚାହୁଁ ନ ଥିଲେ l ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସୀ ଗାନ୍ଧୀଜୀ ସେଥିପାଇଁ ତାଲୁକା ଭଳି ତୃଣମୂଳ ସ୍ତରରେ ନିର୍ବାଚନ ଲଢିବାକୁ ମଧ୍ୟ ନିଜ ମର୍ଯ୍ୟାଦା ଅନୁରୂପ ନୁହେଁ ବୋଲି ନ ଭାବି ସେଥିରେ ଭାଗ ନେଇଥିଲେ l କେବଳ ସେତିକି ନୁହେଁ, ନିର୍ବାଚନରେ ପରାଜୟର ସ୍ୱାଦ ଚାଖି ସେ ମ୍ରିୟମାଣ ବା ପ୍ରତିଶୋଧ ପରାୟଣ ହୋଇ ଯାଇ ନ ଥିଲେ l ସେ କଂଗ୍ରେସକୁ ନିର୍ବାଚନ ବର୍ଜନ କରିବାକୁ ବି ଆହ୍ୱାନ ଦେଇଛନ୍ତି l ହେଲେ ଶେଷ ପର୍ଯ୍ୟନ୍ତ ତାଙ୍କର ଯେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ନିର୍ବାଚନୀ ପ୍ରକ୍ରିୟା ଉପରେ ବିଶ୍ୱାସ ଅତୁଟ ଥିଲା, ସେଥିରେ ସନ୍ଦେହ ନାହିଁ l

Published in Odisha Reporter on July 13, 2020 

Comments

  1. Subhas Bose & Gandhiji's ideology was different. While Gandhiji believed in nonviolence, Subhash believed that freedom could be achieved through violence. That could be the reason for Gandhiji's opposition to Subhash's reelection. However the article is very informative and the author laboured hard to collect many unknown historical facts.

    ReplyDelete
  2. Quite informative article on Gandhi's way of participation in election.congrats

    ReplyDelete
  3. Read and liked. It was a sort of revelation for me about Gandhi.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍