Skip to main content

ଯୁଦ୍ଧର ଦ୍ୱାର ଦେଶରେ ଆର୍ମେନିଆ ଓ ଅଜରବାଇଜାନ

ସୋଭିଏତ ସଂଘର ବିଘଟନ ପରେ ସୃଷ୍ଟ ଆର୍ମେନିଆ ଓ ଅଜରବାଇଜାନ ଭଳି ଦୁଇଟି ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ସେପ୍ଟେମ୍ୱର ୨୭, ୨୦୨୦ ପରଠାରୁ ସାମରିକ ଦୃଷ୍ଟିରୁ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇ କ୍ରମଶଃ ଯୁଦ୍ଧ ଆଡକୁ ମୁହାଁଇବା ବାସ୍ତବିକ ଉଦବେଗଜନକ । କାରଣ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଲେ ତାହା କେବଳ ସେହି ଦୁଇ ଦେଶ ମଧ୍ୟରେ ସୀମିତ ନ ରହି ଅନ୍ୟ ଦେଶମାନେ ସେଥିରେ ଜଡିତ ହେବାର ପୂର୍ବ ସୂଚନା ମିଳି ସାରିଲାଣି, ଯାହାର ପ୍ରଭାବ ବିଶ୍ୱର ଅନେକ ଦେଶ ଉପରେ ପଡି ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇପାରେ । ଦୁଇ ଦେଶ ମଧ୍ୟରେ ବିବାଦର ମୂଳ କାରଣ ନଗୋର୍ଣ୍ଣୋ-କରାବାଖ ଅଞ୍ଚଳର ମାଲିକାନା ଓ ଆଧିପତ୍ୟକୁ ନେଇ ହୋଇଥିଲେ ମଧ୍ୟ ଏହି ବିବାଦର ଇତିହାସ ଓ ଏହି ବିବାଦ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ହେଉଥିବା ଦେଶଗୁଡିକର ସ୍ୱାର୍ଥ ତଥା ଉଦ୍ଦେଶ୍ୟକୁ ବୁଝିବାର ବି ଆବଶ୍ୟକତା ରହିଛି ।

ମଧ୍ୟ ଏସିଆର କକାସସ ପର୍ବତୀୟ ଅଞ୍ଚଳସ୍ଥିତ ଦୁଇଟି ଦେଶ ହେଉଛନ୍ତି ଆର୍ମେନିଆ ଓ ଅଜରବାଇଜାନ । ଦୁଇଟି ଦେଶ ଭିତରୁ ଆର୍ମେନିଆ ଅପେକ୍ଷାକୃତ କ୍ଷୁଦ୍ର ଓ ଏହା ଏକ ସ୍ଥଳଭାଗ ଆବଦ୍ଧ ଦେଶ । ଏହାର ସୀମାକୁ ଲାଗି ଜର୍ଜିଆ, ଅଜରବାଇଜାନ, ଇରାନ ଓ ତୁର୍କିର ସୀମା ରହିଛି । ଏହାର କ୍ଷେତ୍ରଫଳ ପ୍ରାୟ ୩୩୦୦୦ ବର୍ଗ କିଲୋମିଟର ହୋଇଥିବା ବେଳେ ଅଜରବାଇଜାନ ଆକାରରେ ଏହାର ପ୍ରାୟ ଅଢେଇ ଗୁଣ ବା ୮୫୦୦୦ ବର୍ଗ କିଲୋମିଟର । କାସ୍ପିଆନ ସାଗର କୂଳରେ ଅବସ୍ଥିତ ଅଜରବାଇଜାନର ସୀମା ଜର୍ଜିଆ, ରୁଷିଆ, ଇରାନ, ଆର୍ମେନିଆ ଓ ତୁର୍କିକୁ ଲାଗିଛି । ଆର୍ମେନିଆର ଲୋକସଂଖ୍ୟା ପ୍ରାୟ ୩୦ ଲକ୍ଷ । ଏହାର ଶତ ପ୍ରତିଶତ ଅଧିବାସୀ ରୁଢିବାଦୀ ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀ ହୋଇଥିଲେ ବି ଏହା ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଅନ୍ୟ ପକ୍ଷରେ ଅଜରବାଇଜାନର ଲୋକସଂଖ୍ୟା ପ୍ରାୟ ଏକ କୋଟି ଓ ଏହାର ଅଧିବାସୀଙ୍କ ଭିତରୁ ପ୍ରାୟ ୯୬ ପ୍ରତିଶତ ମୁସଲମାନ । ଏମାନଙ୍କ ଭିତରୁ ପ୍ରାୟ ୮୫ ପ୍ରତିଶତ ସିଆ ସମ୍ପ୍ରଦାୟର । ବିଶ୍ୱରେ ଥିବା ସିଆ ବହୁଳ ମୁସଲମାନ ଦେଶଙ୍କ ମଧ୍ୟରେ ଏହାର ସ୍ଥାନ ଇରାନ ପଛକୁ ଦ୍ୱିତୀୟ । ତେବେ ଅଜରବାଇଜାନ ବି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ।

ବିବାଦୀୟ ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳଟିର ସମସ୍ୟା କିଛିଟା କାଶ୍ମୀର ସମସ୍ୟା ପରି । ଅନ୍ତର୍ଜାତିକ ମାନ୍ୟତା ଓ ଆଇନ ଦୃଷ୍ଟିରୁ ବିବାଦିତ ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳଟି ଅଜରବାଇଜାନର ଅଂଶବିଶେଷ ହୋଇଥିଲେ ବି ଏହା ଏବେ ତା’ ଦଖଲରେ ନାହିଁ । ପ୍ରାୟ ୪୪୦୦ ବର୍ଗ କିଲୋମିଟର ପରିମିତ ଏହି ପାହାଡିଆ ଅଞ୍ଚଳଟିର ଲୋକସଂଖ୍ୟା ମାତ୍ର ଦେଢ ଲକ୍ଷ ଓ ଏହାର ଅଧିକାଂଶ ଅଧିବାସୀ ଆର୍ମେନୀୟ । ଭୌଗୋଳିକ ଦୃଷ୍ଟି କୋଣରୁ ଏହା ସମ୍ପୂର୍ଣ୍ଣ ଭାବେ ଅଜରବାଇଜାନ ଭୂଭାଗ ଦ୍ୱାରା ଆବଦ୍ଧ ଓ ଏହାର ସୀମା ଆର୍ମେନିଆକୁ ଲାଗି ନଥିଲେ ବି ‘ଲାଚେନ କରିଡର’ ନାମକ ପର୍ବତୀୟ ଘାଟୀ ଏହାର କବଜାରେ ଥିବାରୁ ଆର୍ମେନିଆ ସହ ଯୋଗାଯୋଗ ରକ୍ଷା କରିବାରେ କୌଣସି ଅସୁବିଧା ହୋଇ ନଥାଏ । ବିଂଶ ଶତାବ୍ଦୀର ଆରମ୍ଭରୁ ଏଇ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ଏପରିକି ସୋଭିଏତ ସଂଘର ସୃଷ୍ଟି ପରେ ସୋଭିଏତ ସରକାର ଏହି ଅଞ୍ଚଳକୁ ଅଜରବାଇଜାନ ଭିତରେ ଏକ ସ୍ୱତନ୍ତ୍ର ନଗୋର୍ଣ୍ଣୋ-କାରାବାଖ ସ୍ୱୟଂ ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲେ । ଭାରତର କେନ୍ଦ୍ରଶାସିତ ଅଞ୍ଚଳ ପରି ଏହା ଅଜରବାଇ଼ଜନ ନିୟନ୍ତ୍ରଣରେ ନ ରହି ମସ୍କୋର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିଲା । ସୋଭିଏତ ସଂଘର ବିଘଟନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଏହି ଅଞ୍ଚଳର ଲୋକମାନେ ଆର୍ମେନିଆ ସହ ମିଶିବା ଲାଗି ଚାପ ପ୍ରୟୋଗ କଲେ ଓ ଏଥିପାଇଁ  ଫେବୃଆରି ୧୩, ୧୯୮୮ରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସେହି ବର୍ଷ ଫେବୃଆରି ୨୦ ତାରିଖ ଦିନ ସ୍ୱୟଂ ଶାସିତ ଅଞ୍ଚଳର ‘ସୋଭିଏତ ପିପୁଲ ରିପବ୍ଲିକ ଅଫ କାରାବାଖ’ ବହୁ ସଂଖ୍ୟାରେ ଭୋଟ ଦେଇ ତାଙ୍କ ଅଞ୍ଚଳକୁ ଆର୍ମେନିଆ ସହ ମିଶାଇବା ଲାଗି ମସ୍କୋକୁ ଅନୁରୋଧ କଲେ, ଯାହା ସୋଭିଏତ ସଂଘ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା । ନଭେମ୍ୱର ୨୯, ୧୯୮୯ରେ ମସ୍କୋ ନଗୋର୍ଣ୍ଣୋ-କାରାବାଖର ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥାକୁ ବାତିଲ କରି ତାକୁ ଅଜରବାଇଜାନକୁ ଫେରାଇ ଦେଲା । ଅଜରବାଇଜାନ ତୁରନ୍ତ ଏହି ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ କରି ସମଗ୍ର ଅଞ୍ଚଳଟିକୁ ତା’ର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଭିତରକୁ ଆଣିବାକୁ ଚେଷ୍ଟା କଲା । ହେଲେ ଏହା ସେହି ଅଞ୍ଚଳର ଅଧିବାସୀଙ୍କ ଦ୍ୱାରା ଗ୍ରହଣୀୟ ହେଲା ନାହିଁ । ଫଳରେ ସୋଭିଏତ ସଂଘ ଦ୍ୱାରା ସେଠାରେ ଡିସେମ୍ୱର ୧୦, ୧୯୯୧ରେ ଏକ ଗଣଭୋଟର ଆୟୋଜନ କରାଗଲା, ଯେଉଁଥିରେ ସେଠାରେ ଏକ ସ୍ୱତନ୍ତ୍ର ଦେଶର ସୃଷ୍ଟି ସପକ୍ଷରେ ମତ ପ୍ରକାଶ ପାଇଲା । ଏହା ଉଭୟ ଆର୍ମେନିଆ ଓ ଅଜରବାଇଜାନ ଦ୍ୱାରା ଗ୍ରହଣୀୟ ନ ହେବାରୁ ସୋଭିଏତ ସଂଘ ତରଫରୁ ଅଜରବାଇଜାନ ଭିତରେ ଏହି ଅଞ୍ଚଳକୁ ସ୍ୱାୟତ୍ତତା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଗଲା । ତାହା ମଧ୍ୟ ଉଭୟ ପକ୍ଷ ଗ୍ରହଣ କଲେ ନାହିଁ । ନଗୋର୍ଣ୍ଣୋ-କାରାବାଖର ଅଧିବାସୀ ପୁନଶ୍ଚ ଆର୍ମେନିଆରେ ମିଶିବା ଲାଗି ଆଗ୍ରହ ପ୍ରକାଶ କଲେ । ଇତି ମଧ୍ୟରେ ଡିସେମ୍ୱର ୩୧, ୧୯୯୧ରେ ଆଧିକାରିକ ଭାବେ ସୋଭିଏତ ସଂଘର ବିଘଟନ ହେଲା ପରେ ଉଭୟ ଦେଶଙ୍କ ମଧ୍ୟରେ ଏହି ଅଞ୍ଚଳର ନିୟନ୍ତ୍ରଣକୁ ନେଇ ବିବାଦ ବଢିବାକୁ ଲାଗିଲା । ନଗୋର୍ଣ୍ଣୋ-କାରାବାଖକୁ ଏକ ସ୍ୱତନ୍ତ୍ର ଦେଶ ‘ରିପବ୍ଲିକ ଅଫ ଆରଟସାଖ’ ବୋଲି ଘୋଷଣା କରାଯାଇ ଆର୍ମେନିଆ ସମର୍ଥନରେ ବିଦ୍ରୋହୀ ଆର୍ମେନୀୟମାନେ ଏହାର ଶାସନ ଭାର ନିଜ ହାତକୁ ନେଲେ । ଫଳରେ ୧୯୯୨ରେ ଆର୍ମେନିଆ ଓ ଅଜରବାଇଜାନ ମଧ୍ୟରେ ଯୁଦ୍ଧ ଲାଗିଗଲା । ଏହି ଯୁଦ୍ଧରେ ଅଜରବାଇଜାନର ପ୍ରଭୁତ କ୍ଷତି ହୋଇଥିଲା । ଯୁଦ୍ଧରେ ପ୍ରାୟ ୩୦ ହଜାର ଲୋକଙ୍କର ପ୍ରାଣହାନି ହୋଇଥିଲା । କୁହାଯାଏ, ଏହି ଯୁଦ୍ଧରେ ଯେଉଁ ସାମ୍ପ୍ରଦାୟିକ ବିଶୁଦ୍ଧିକରଣ (ଏଥନିକ କ୍ଲିନସିଙ୍ଗ) ପ୍ରକ୍ରିୟା ଜାରି ହେଲା ସେଥିରେ ଅଲଗା ଧର୍ମ କାରଣରୁ ପ୍ରାୟ ୧୦ ଲକ୍ଷ ଲୋକ ନିଜ ନିଜ ଦେଶକୁ ଛାଡି ଅନ୍ୟ ଦେଶକୁ ଯିବାକୁ ବାଧ୍ୟ ହେଲେ ଓ ସେଠାରେ ଅନେକେ ଶରଣାର୍ଥୀର ଜୀବନ ଯାପନ କଲେ । ରୁଷିଆର ମଧ୍ୟସ୍ଥତା ପରେ ୧୯୯୪ରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା ହୋଇଥିଲେ ବି ମଝିରେ ମଝିରେ ହିଂସା ଲାଗି ରହିଥିଲା ।

ସେପ୍ଟେମ୍ୱର ୨୭, ୨୦୨୦ରୁ ସାମରିକ ଉତ୍ତେଜନା ବୃଦ୍ଧି ପାଇ ଏ ଯାଏଁ ଶତାଧିକ ଲୋକ ପ୍ରାଣ ହରାଇ ସାରିଲେଣି ଓ ସ୍ଥିତି ଏକ ଭୟଙ୍କର ଯୁଦ୍ଧ ଆଡକୁ ମୁହାଁଇଲା ପରି ଜଣା ପଡୁଛି । ମନେ ହେଉଛି, ଏ ଥର ସତେ ଯେମିତି ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳକୁ ଦଖଲ କରିବା ପାଇଁ ଅଜରବାଇଜାନ ବଦ୍ଧ ପରିକର । କାରଣ ଉନ୍ନତ ଅର୍ଥିନୈତିକ ସ୍ଥିତି ଯୋଗୁ ଇତି ମଧ୍ୟରେ ଅଜରବାଇଜାନ ନିଜ ସାମରିକ ସ୍ଥିତିକୁ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଶକ୍ତିଶାଳୀ କରି ସାରିଛି । ଅଜରବାଇଜାନରେ ପ୍ରଚୁର ପରିମାଣରେ ପ୍ରକୃତିକ ଗ୍ୟାସ ଓ ତେଲ ଉପଲବ୍ଧ, ଯାହା ସେହି ଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିବାରେ ସହାୟକ ହୋଇଛି । ଅଜରବାଇଜାନ ଓ ଆର୍ମେନିଆ ଦେଶ ଦୁଇଟିର ଜିଡିପି ଯଥାକ୍ରମେ ୩୯ ବିଲିଅନ ଡଲାର ଓ ୧୧ ବିଲିଅନ ଡଲାର ହୋଇଥିବା ବେଳେ ସେମାନଙ୍କ ସାମରିକ ବ୍ୟୟ ଯଥାକ୍ରମେ ୧୫୫୦ ମିଲିଅନ ଡଲାର ଓ ୪୩୦ ମିଲିଅନ ଡଲାର । ତେଣୁ ଅଜରବାଇଜାନ ସାମରିକ ଦୃଷ୍ଟିରୁ ନିଜକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ଅଧିକ ସଜ୍ଜିତ କରିବାକୁ ସକ୍ଷମ ହେଉଛି । ଆର୍ମେନିଆର ସୈନ୍ୟବାହିନୀ ପରି ନଗୋର୍ଣ୍ଣୋ-କାରାବାଖର ମଧ୍ୟ ଏକ ସ୍ୱତନ୍ତ୍ର ସେନାବାହିନୀ ଅଛି, ଯେଉଁମାନେ ଆର୍ମେନିଆ ସୈନ୍ୟଙ୍କ ସହ ମିଶି ଯୁଦ୍ଧ ଲଢିଥାଆନ୍ତି । ତେବେ ନଗୋର୍ଣ୍ଣୋ-କାରାବାଖ କ୍ଷେତ୍ରରେ ଅଜରବାଇଜାନ ଶକ୍ତିଶାଳୀ ମନେ ହେଉଥିବା ବେଳେ ଏହାର ନିୟନ୍ତ୍ରଣରେ ଥିବା ‘ନାଖଚିଭାନ ଅଟୋନମସ ରିପବ୍ଲିକ’ ଅଜରବାଇଜାନର ସୀମାଠାରୁ ଦୂରରେ ଆର୍ମେନିଆ ସୀମାକୁ ଲାଗି ରହିଥିବାରୁ ତାହା ଆର୍ମେନିଆ ଅକ୍ତିଆରକୁ ଚାଲି ଯିବାର ଆଶଙ୍କା ଦେଖା ଦେଇପାରେ ।   

ଯୁଦ୍ଧ ହେଲେ ତୁର୍କି ଅଜରବାଇଜନକୁ ସମର୍ଥନ କରିବା ଲାଗି ଖୋଲାଖୋଲି ଭାବେ ଘୋଷଣା କରି ସାରିଲାଣି, କାରଣ ଏ ନେଇ ଉଭୟ ଦେଶଙ୍କ ମଧ୍ୟରେ ଏକ ସାମରିକ ଚୁକ୍ତି ୨୦୧୦ ମସିହାରେ ସ୍ୱାକ୍ଷରିତ ହୋଇଛି । ଅଜରବାଇଜାନରେ ଅନେକ ସଂଖ୍ୟାରେ ତୁର୍କ ଲୋକ ବି ବସବାସ କରିଥାଆନ୍ତି । ତା’ ଛଡା ଓଟୋମନ ରାଜୁତି କାଳରେ ୧୯୧୫ ମସିହାରେ ତୁର୍କି ଦ୍ୱାରା ଆର୍ମେନିଆରେ ହୋଇଥିବା ବୀଭତ୍ସ ଗଣସଂହାର ଓ ଅନ୍ୟାନ୍ୟ କାରଣରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ କେବେ ବି ଭଲ ନ ଥିଲା । ପାକିସ୍ତାନ ମଧ୍ୟ ଧର୍ମଗତ କାରଣରୁ ଅଜରବାଇଜାନକୁ ସମର୍ଥନ କରୁଛି । ଇସ୍ରାଏଲ ଅଜରବାଇଜାନକୁ କେବଳ ସମର୍ଥନ କରୁନାହିଁ, ବରଂ ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ ଅସ୍ତ୍ରଶସ୍ତ୍ର ବି ଯୋଗାଇବା ଆରମ୍ଭ କରି ଦେଇଛି । ଅଜରବାଇଜାନର ପ୍ରାକୃତିକ ଗ୍ୟାସ ଓ ତେଲରୁ ସୁବିଧା ହାସଲ କରିବା ତା’ର ଲକ୍ଷ୍ୟ ହୋଇଥିବା ବେଳେ ସେଠାରେ ସାମରିକ ଘାଟୀ ସ୍ଥାପନ କରି ପାରିଲେ ପରବର୍ତ୍ତୀ ସମୟରେ ଏହା ଇରାନ ସଂଲଗ୍ନ ହୋଇଥିବାରୁ ତା’ ପକ୍ଷରେ ଇରାନର ମୁକାବିଲା କରିବା ସହଜ ହେବ ବୋଲି ତା’ର ଧାରଣା । ଉଭୟ ଅଜରବାଇଜାନ ଓ ଆର୍ମେନିଆର ସୀମା ସହ ସଂଲଗ୍ନ ଇରାନ କିନ୍ତୁ ଉଭୟ ଦେଶଙ୍କୁ ଯୁଦ୍ଧରୁ ବିରତ ରହିବା ପାଇଁ ଚାପ ପ୍ରୟୋଗ କରୁଛି । ଏ କ୍ଷେତ୍ରରେ ରୁଷିଆର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଆର୍ମେନିଆରେ ରୁଷିଆର ଏକ ସାମରିକ ଘାଟୀ ଥିଲେ ବି ତା’ର ଉଭୟ ଆର୍ମେନିଆ ଓ ଅଜରବାଇଜାନ ସହ ସମ୍ପର୍କ ବେଶ ଭଲ । ସେ ଉଭୟ ଦେଶଙ୍କୁ ଯୁଦ୍ଧାସ୍ତ୍ର ଯୋଗାଇ ଆସିଛି ଓ ଉଭୟ ଦେଶଙ୍କ ଯୁଦ୍ଧରୁ ନିବୃତ୍ତ ରହିବା ସପକ୍ଷରେ । ତେବେ ଯୁଦ୍ଧ ସ୍ଥିତିରେ ତୁର୍କି ଅଜରବାଇଜାନ ସପକ୍ଷରେ ବାହାରିଲେ ରୁଷିଆ ସମ୍ଭବତଃ ଆର୍ମେନିଆ ସପକ୍ଷରେ ବାହାରିବ, କାରଣ ଆର୍ମେନିଆ ଓ ରୁଷିଆ ମଧ୍ୟରେ ବି ୧୯୯୨ରୁ ଏକ ସାମରିକ ଚୁକ୍ତି କାର୍ଯ୍ୟ କରୁଛି । ଏତଦବ୍ୟତୀତ ଲିବ୍ୟା ଓ ସିରିଆ ପ୍ରସଙ୍ଗକୁ ନେଇ ଉଭୟ ରୁଷିଆ ଓ ତୁର୍କିର ସମ୍ପର୍କ ଭଲ ନ ଥିଲା ବେଳେ ନଭେମ୍ୱର ୨୦୧୯ରେ ତୁର୍କି ରୁଷିଆର ଏକ ଯୁଦ୍ଧ ବିମାନକୁ ଖସାଇ ଦେବା ପରେ ଉଭୟ ଦେଶଙ୍କ ସମ୍ପର୍କ ଆହୁରି ତିକ୍ତ ହୋଇଛି ।

ଆର୍ମେନିଆ ଓ ଅଜରବାଇଜାନ ମଧ୍ୟରେ ବିବାଦ ଯୁଦ୍ଧର ରୂପ ନେଇ ଦୀର୍ଘ ଦିନ ଧରି ଚାଲିଲେ ତାହା ଅନେକ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ବର୍ତ୍ତମାନ କାସ୍ପିଆନ ଅଞ୍ଚଳରୁ ଉପଲବ୍ଧ ପ୍ରାକୃତିକ ଗ୍ୟାସ ଓ ତେଲ ଅଜରବାଇଜାନରୁ ଦୁଇଟି ପାଇପଲାଇନ ଯୋଗେ ଇଉରୋପୀୟ ଦେଶମାନଙ୍କ ନିକଟରେ ପହଞ୍ଚାଇବାର ଯୋଜନା ରହିଛି ଓ ଭବିଷ୍ୟତରେ ଆହୁରି ଅଧିକ ପାଇପ ଲାଇନ ନିର୍ମାଣର ମଧ୍ୟ ଯୋଜନା ରହିଛି, ଯାହା ସେହି ଦେଶଗୁଡିକର ଗ୍ୟାସ ଓ ତେଲ ପାଇଁ ରୁଷିଆ ଉପରେ ନିର୍ଭରଶୀଳତାକୁ କମ କରିବାରେ ସହାୟକ ହୋଇ ଗ୍ୟାସ ଓ ତେଲର ଦରକୁ ହ୍ରାସ କରିବ । ତେବେ ଏହି ଦୁଇଟି ଯାକ ପାଇପ ଲାଇନ ବିବାଦୀୟ ନଗୋର୍ଣ୍ଣୋ-କାରାବାଖ ଅଞ୍ଚଳ ପାଖ ଦେଇ ଯାଇଥିବାରୁ ଯୁଦ୍ଧ ହେଲେ ଅଜରବାଇଜାନ ଗ୍ୟାସ ଓ ତେଲ ଯୋଗାଣ ବନ୍ଦ କରିବାକୁ ବାଧ୍ୟ ହେବ, ଯାହା ସେହି ଦେଶଗୁଡିକର ଅର୍ଥନୀତିକୁ ପ୍ରଭାବିତ କରିପାରେ । ଏହା ଦ୍ୱାରା ସାମଗ୍ରିକ ଭାବେ ତେଲ ଦର ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଲେ ଯେ ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡିବ, ଏଥିରେ ସନ୍ଦେହ ନାହିଁ । ତେଣୁ ଯୁଦ୍ଧକୁ ଏଡାଇବା ପାଇଁ ବିଭିନ୍ନ ଦେଶଙ୍କ ତରଫରୁ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ ।


Published in Odisha Reporter on October 26, 2020 

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍