Skip to main content

କ୍ଷୁଧା ମୁକାବିଲାରେ ପାକିସ୍ତାନ ପଛରେ ଭାରତ !

ବିଶ୍ୱ କ୍ଷୁଧା ସୂଚକାଙ୍କର ୨୦୨୦ ମସିହା ରିପୋର୍ଟରେ ଯେଉଁ ୧୦୭ ଟି ଦେଶର କ୍ଷୁଧାର ସ୍ତର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଭାରତର ସ୍ଥାନ ୯୪ରେ ରହିବା କେବଳ ଉଦବେଗଜନକ ନୁହେଁ, ବରଂ ବର୍ଷ ବର୍ଷ ଧରି ଦେଶରେ କ୍ଷୁଧା ବିରୁଦ୍ଧରେ ଚାଲୁଥିବା ଲଢେଇର ଦିଗ ଓ ଗତିକୁ ନେଇ ତାହା ପ୍ରଶ୍ନ ଉଠାଉଛି । ଭାରତର ଅର୍ଥନୀତିର ଆକାର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚିବା ନେଇ ଗର୍ବ କରୁଥିବା ବେଳେ ଓ ଏହାକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଦେଖା ଯାଉଥିବା ବେଳେ ଦେଶର ଲୋକଙ୍କୁ ଦୁଇ ମୁଠା ଖାଦ୍ୟ ନ ମିଳି ସେମାନେ ଭୋକରେ ରହିବା ଓ ଭାରତ ବିଶ୍ୱର ସର୍ବାଧିକ ସଂଖ୍ୟକ କ୍ଷୁଧାର୍ତ୍ତଙ୍କ ବାସସ୍ଥଳୀ ହୋଇ ରହିବା ବାସ୍ତବିକ ସମସ୍ତଙ୍କ ପାଇଁ ଲଜ୍ଜାର କାରଣ ହେବା ଉଚିତ । ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ କ୍ଷୁଧାମୁକ୍ତ (ଜିରୋ ହଙ୍ଗର) କରିବା ଜାତିସଂଘ ଦ୍ୱାରା ଘୋଷିତ ସତତ ବିକାଶ ଲକ୍ଷ୍ୟ (ଏସଡିଜି)ର ୧୭ଟି ଲକ୍ଷ୍ୟ ମଧ୍ୟରୁ ଦ୍ୱିତୀୟ ଲକ୍ଷ୍ୟ ହୋଇଥିଲେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ହାସଲ ହୋଇପାରିବା ନେଇ ରିପୋର୍ଟରେ ଆଶଙ୍କା ବ୍ୟକ୍ତ ହୋଇଛି ।

ଓପାସରେ ରହୁଥିବା ଲୋକଟିକୁ କ୍ଷୁଧାର୍ତ୍ତ ବୋଲି କୁହା ଯାଉଥିଲେ ବି କ୍ଷୁଧାର ପରିଭାଷା କେବଳ ଭୋକ ନୁହେଁ । ସାଧାରଣ ଭାବେ ଏହା ଆବଶ୍ୟକ ପରିମାଣର କ୍ୟାଲୋରି ଅନୁପଲବ୍ଧତା ଜନିତ ଉତ୍ପନ୍ନ ସଙ୍କଟକୁ ହିଁ ବୁଝାଇଥାଏ । ତେବେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହାର ସଂଜ୍ଞା ନିରୂପଣ କରି କୁହାଯାଇଛି ଯେ ଖାଦ୍ୟ-ବଞ୍ଚନା ବା ଅଳ୍ପପୋଷଣର ଅର୍ଥ ହେଉଛି ଜଣେ ବ୍ୟକ୍ତି ତାର ଲିଙ୍ଗ, ବୟସ, ସ୍ତର ଏବଂ ଶାରୀରିକ ଶ୍ରମକୁ ଭିତ୍ତି କରି ସୁସ୍ଥ ଓ ଉତ୍ପାଦନକ୍ଷମ ଭାବେ ବଞ୍ଚି ରହିବା ଲାଗି  ଆବଶ୍ୟକ ହେଉଥିବା ସର୍ବନିମ୍ନ ଖାଦ୍ୟ ଶକ୍ତିଠାରୁ ଅଭ୍ୟାସଗତ ଭାବେ ଯଥେଷ୍ଟ କମ କ୍ୟାଲୋରି ଗ୍ରହଣ କରିବାକୁ ବାଧ୍ୟ ହେବା ।  ତେବେ ଅଳ୍ପପୋଷଣ କେବଳ କ୍ୟାଲୋରି ଅଭାବ ଭିତରେ ସୀମିତ ନ ରହି ଖାଦ୍ୟସାର, ସ୍ନେହସାର, ପୁଷ୍ଟିସାର, ଆବଶ୍ୟକ ପରିମାଣର ଭିଟାମିନ ଓ ଖଣିଜର ଅଭାବକୁ ବୁଝାଉଥିବାରୁ କ୍ଷୁଧାକୁ ମାପିବା ଏତେ ସହଜ ନୁହେଁ ଓ ଏହା ଏକ ଜଟିଳ ପ୍ରକ୍ରିୟା । ଏହା ମାପିବା ପାଇଁ ଏକ ବିଶ୍ୱ କ୍ଷୁଧା ସୂଚକାଙ୍କର ଆଶ୍ରୟ ନିଆ ଯାଇଥାଏ, ଯାହା ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ଅନୁଷ୍ଠାନ (ଆଇଏଫପିଆରଆଇ) ଦ୍ୱାରା କଷା ଯାଇ ‘କନସର୍ନ ଓ୍ୱାର୍ଲଡଓ୍ୱାଇଡ’ ଓ ‘ଓ୍ୱେଲଟହଙ୍ଗରହିଲଫି’ ନାମକ ସଂସ୍ଥାଙ୍କ ଦ୍ୱାରା ଗତ ୧୫ ବର୍ଷ ଧରି ପ୍ରସ୍ତୁତ ହୋଇଆସୁଛି । ଏଥିପାଇଁ ଯେଉଁ ଚାରିଟି ଦିଗ ଉପରେ ଗୁରୁତ୍ୱ ଦିଆ ଯାଇଥାଏ ସେଥିରୁ ପ୍ରଥମଟି ହେଉଛି ଅଳ୍ପପୋଷଣ (ଅଣ୍ଡରନରିସମେଣ୍ଟ) । ଗୋଟିଏ ଦେଶର ସମୁଦାୟ ଜନସଂଖ୍ୟାର କେତେ ପ୍ରତିଶତ ଲୋକ ଆବଶ୍ୟକ ପରିମାଣର କ୍ୟାଲୋରିଠାରୁ କମ ଗ୍ରହଣ କରି ଅଳ୍ପପୋଷଣର ଶିକାର ହେଉଛନ୍ତି ? ଦ୍ୱିତୀୟ ଦିଗଟି, ଶିଶୁ ଅପଚୟ (ଚାଇଲ଼ଡ ଓ୍ୱେଷ୍ଟିଙ୍ଗ) ଯାହା ପାଞ୍ଚ ବର୍ଷ ଭିତରେ ଥିବା ସମସ୍ତ ଶିଶୁଙ୍କ ମଧ୍ୟରୁ କେତେ ପ୍ରତିଶତ ଶିଶୁ ଅଳ୍ପପୋଷଣ କାରଣରୁ ସେମାନଙ୍କ ଉଚ୍ଚତା ତୁଳନାରେ କମ ଓଜନବିଶିଷ୍ଟ । ତୃତୀୟ, ବାଙ୍ଗରା ହେବା (ଚାଇଲଡ ଷ୍ଟଣ୍ଟିଙ୍ଗ) ଯାହା ପାଞ୍ଚ ବର୍ଷ ଭିତରେ ଥିବା ସମସ୍ତ ଶିଶୁଙ୍କ ମଧ୍ୟରୁ କେତେ ପ୍ରତିଶତ ଶିଶୁଙ୍କର ଅତିଶୟ ଅଳ୍ପପୋଷଣ ଓ କୁପୋଷଣ କାରଣରୁ ସେମାନଙ୍କ ବୟସ ତୁଳନାରେ ଉଚ୍ଚତା କମ । ଶେଷରେ, ଶିଶୁ ମୃତ୍ୟୁହାର, ଯାହା ଅଳ୍ପପୋଷଣ, କୁପୋଷଣଠାରୁ ଆରମ୍ଭ କରି ଅସ୍ୱାସ୍ଥ୍ୟକର ପରିବେଶଗତ କାରଣ ଯୋଗୁ ହୋଇଥାଏ । ତେଣୁ କ୍ଷୁଧାର ବିବିଧ ଦିଗ ଓ ପ୍ରକାରକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ଚାରିଟି ସୂଚକ ଉପରେ ପ୍ରତିଟି ଦେଶର ତଥ୍ୟ କେତେକ ନିର୍ଦ୍ଦିଷ୍ଟ ଅନ୍ତର୍ଜାତିକ ସଂସ୍ଥାଙ୍କ ନିକଟରୁ ସଂଗୃହୀତ ହୋଇଥାଏ ଓ ସେଗୁଡିକୁ ଗୁରୁତ୍ୱ ଆଧାରରେ ଏକ ୧୦୦ ନମ୍ୱର ବିଶିଷ୍ଟ ମାନକ ମାପକାଠିରେ ସ୍ଥାନିତ କରି ପ୍ରତି ଦେଶର ସ୍ଥିତିକୁ ସେହି ମାପକାଠିରେ ମପା ଯାଇଥାଏ । ତଦନୁଯାୟୀ ପାଇଥିବା ନମ୍ୱର ଆଧାରରେ ଦେଶଗୁଡିକୁ ୫ଟି ଶ୍ରେଣୀରେ ବିଭକ୍ତ କରା ଯାଇଥାଏ - ୯.୯ ନମ୍ୱରରୁ କମ ଥିଲେ ନିମ୍ନ (ଲୋ), ୧୦ରୁ ୧୯.୯କୁ ଚଳନୀୟ (ମଡରେଟ), ୨୦ରୁ ୩୪.୯କୁ ଗୁରୁତର(ସିରିଅସ), ୩୫ରୁ ୪୯.୯କୁ ଉଦବେଗଜନକ (ଆଲାର୍ମିଂ) ଓ ୫୦ରୁ ଅଧିକ ନମ୍ୱର ରଖିଥିବା ଦେଶଗୁଡିକ ଅତ୍ୟନ୍ତ ଉଦବେଗଜନକ (ଏକସେସ ଆଲାର୍ମିଂ) । ଏ ବର୍ଷ ୧୩୨ଟି ଦେଶର ତଥ୍ୟକୁ ବିଚାରକୁ ନିଆଯାଇଥିଲେ ବି ୨୫ଟି ଦେଶର ତଥ୍ୟ ଯଥେଷ୍ଟ ନ ଥିବାରୁ ଶେଷରେ ସେଗୁଡିକୁ ତାଲିକାରୁ ବାଦ ଦିଆଯାଇଛି । ବିଶ୍ୱରେ ପ୍ରାୟ ୬୯ କୋଟି ଲୋକ ଅଳ୍ପପୋଷଣର ଶିକାର ହୋଇଥିବା ବେଳେ ଦୀର୍ଘକାଳ ଧରି ଅଳ୍ପପୋଷଣ ଓ କୁପୋଷଣ ଯୋଗୁ ୫ ବର୍ଷରୁ କମ ବୟସର ପ୍ରାୟ ୧୪.୪ କୋଟି ଶିଶୁ ବାଙ୍ଗରା (ଷ୍ଟଣ୍ଟିଂ) ଓ ୪.୭ କୋଟି ଶିଶୁ ଅପଚୟ (ଓ୍ୱେଷ୍ଟିଂ)ର ଶିକାର ହୋଇଛନ୍ତି । ୨୦୧୮ ମସିହାରେ ପାଞ୍ଚ ବର୍ଷ ପୂରିବା ଆଗରୁ ପ୍ରାୟ ୫୩ ଲକ୍ଷ ଶିଶୁଙ୍କୁ ମୃତ୍ୟୁର ଶିକାର ହେବାକୁ ପଡିଥିଲା । ଏହି ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରରେ କ୍ଷୁଧା ‘ଚଳନୀୟ’ ସ୍ତରରେ ଥିଲେ ବି ଉପରୋକ୍ତ ତଥ୍ୟରୁ କ୍ଷୁଧାର ସମସ୍ୟା ଯେ କେତେ ଉତ୍କଟ ତାହା ସହଜରେ ଅନୁମେୟ । ବିଶେଷ କରି ଦକ୍ଷିଣ ସାହାରା ଓ ଭାରତ ଭଳି ଦକ୍ଷିଣ ଏସିଆର ଦେଶଗୁଡିକରେ ଏହା ଗୁରୁତର ସ୍ଥିତିରେ ରହିଛି । ବ୍ରାଜିଲ, ଚୀନ ଭଳି ୧୭ଟି ଦେଶ ସର୍ବନିମ୍ନ ୫ ବା ତାଠାରୁ କମ ନମ୍ୱର ପାଇ ଭଲ ସ୍ଥିତିରେ ଅଛନ୍ତି । ୪୭ଟି ଦେଶ ‘ନିମ୍ନ’, ୨୬ଟି ଦେଶ ‘ଚଳନୀୟ’, ୩୧ଟି ଦେଶ ‘ଗୁରୁତର’ ଓ ୩ଟି ଦେଶ ‘ଉଦବେଗଜନକ’ ଶ୍ରେଣୀଭୁକ୍ତ ହୋଇଛନ୍ତି । ଯେଉଁ ବେଗରେ କ୍ଷୁଧା ବିରୁଦ୍ଧରେ ଲଢେଇ ଚାଲିଛି ସେଥିରେ ୨୦୩୦ ସୁଦ୍ଧା ବିଶ୍ୱ କ୍ଷୁଧାମୁକ୍ତ ହେବାର ଧାର୍ଯ୍ୟ ଲକ୍ଷ୍ୟ ତ ପରିପୂରଣ ହୋଇ ପାରିବ ନାହିଁ ବରଂ ପ୍ରାୟ ୩୭ଟି ଦେଶ ‘ନିମ୍ନ’ ଶ୍ରେଣୀର କ୍ଷୁଧାସ୍ତରକୁ ପହଞ୍ଚିବା ବି ସମ୍ଭବ ହୋଇ ନ ପାରେ ବୋଲି ଆଶଙ୍କା ବ୍ୟକ୍ତ କରା ହୋଇଛି । ଏଥି ସହିତ କୋଭିଡ-୧୯ ମହାମାରୀଜନିତ ସ୍ଥିତି କ୍ଷୁଧା ସମସ୍ୟାକୁ ଆଗାମୀ ଦିନରେ ଅଧିକ ଉତ୍କଟ କରିବାର ସମ୍ଭାବନା ରହିଛି ।   

ଭାରତ ୨୭.୨ ନମ୍ୱର ସହ ଏହି ତାଲିକାର ୯୪ତମ ସ୍ଥାନରେ ସ୍ଥାନିତ ହୋଇ ‘ଗୁରୁତର’ ଶ୍ରେଣୀଭୁକ୍ତ ହୋଇଛି । ଉଲ୍ଲେଖଯୋଗ୍ୟ, ଏ ବାବଦରେ ସବୁ ନିକଟତମ ପଡୋଶୀ ଯଥା ପାକିସ୍ତାନ (୨୪.୬), ବଙ୍ଗଳାଦେଶ (୨୦.୪), ନେପାଳ (୧୯.୫), ଶ୍ରୀଲଙ୍କା (୧୬.୩)ଙ୍କର ସ୍ଥିତି ଭାରତ ଅପେକ୍ଷା ଭଲ । ଏ କ୍ଷେତ୍ରରେ ନେପାଳ ଭଳି ଦେଶ ଗତ ଦୁଇ ଦଶନ୍ଧି ଭିତରେ ଉଲ୍ଲେଖନୀୟ ଅଗ୍ରଗତି କରି ନିଜକୁ ‘ଉଦବେଗଜନକ’ ସ୍ଥିତିରୁ କାଢି ‘ଚଳନୀୟ’ ସ୍ତରରେ ପହଞ୍ଚାଇ ପାରିଛି । ସେହିପରି ବଙ୍ଗଳାଦେଶ ମଧ୍ୟ ‘ଚଳନୀୟ’ ସ୍ଥିତିରେ ପହଞ୍ଚିବାର ନିକଟତର ହୋଇପାରିଛି । ଏହି ପରିପ୍ରେକ୍ଷୀରେ ଭାରତ ଗତ ଦୁଇ ଦଶନ୍ଧି ଭିତରେ ନିଜକୁ ‘ଉଦବେଗଜନକ’ ସ୍ଥିତିରୁ ଆଣି ‘ଗୁରୁତର’ ସ୍ଥିତିରେ ପହଞ୍ଚାଇଥିଲେ ବି ବର୍ଷ ବର୍ଷ ଧରି ୯୦ରୁ ୧୦୦ ସ୍ଥାନ ଭିତରେ ରହି କ୍ଷୁଧା ସଙ୍କଟରେ ବିଶେଷ ପରିବର୍ତ୍ତନ ନ ହେବା ବାସ୍ତବିକ ଚିନ୍ତାଜନକ । ଏଥି ସହିତ ଭାରତରେ ଅଳ୍ପପୋଷଣର ଶିକାର ବ୍ୟକ୍ତିଙ୍କ ସଂଖ୍ୟା ୧୮.୯ କୋଟି ଯାହା ବିଶ୍ୱର ଏହି ଶ୍ରେଣୀର ଲୋକସଂଖ୍ୟାର ପ୍ରାୟ ଚାରି ଭାଗରୁ ଭାଗେ । ସେହିପରି ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ବାଙ୍ଗରା ଶିଶୁ (ଷ୍ଟଣ୍ଟେଡ) ଓ ଅଧା ଅପଚୟର ଶିକାର ଶିଶୁ (ଓ୍ୱେଷ୍ଟେଡ ଚାଇଲଡ) ଭାରତରେ ଥିବା ଦୃଷ୍ଟିରୁ କ୍ଷୁଧା ଓ କ୍ଷୁଧାଜନିତ ସମସ୍ୟାକୁ  ଭାରତର ମୁଖ୍ୟ ସମସ୍ୟାଗୁଡିକ ଭିତରୁ ଅନ୍ୟତମ ବୋଲି ସ୍ୱୀକାର କରି ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ପାଇଁ ନୀତିରେ ପରିବର୍ତ୍ତନ ଆବଶ୍ୟକ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ସରକାରୀ ଓ ସାମାଜିକ ସ୍ତରରେ ସେହିଭଳି ଆନ୍ତରିକତା ପ୍ରକାଶ ପାଉଥିଲା ପରି ଜଣା ପଡୁନାହିଁ ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଅଳ୍ପପୋଷଣ (ଅଣ୍ଡରନ୍ୟୁଟ୍ରିସନ) ଓ କୁପୋଷଣ (ମାଲନ୍ୟୁଟ୍ରିସନ) ସମସ୍ୟାର ମୁକାବିଲା କରିବା ପାଇଁ ଦେଶରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ସେଗୁଡିକ ମଧ୍ୟରେ ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକ୍ରମ ସହ ଅଙ୍ଗନବାଡିଗୁଡିକରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଖାଦ୍ୟ ପ୍ରଦାନ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସବସିଡିରେ ଶସ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନ୍ୟତମ । ଏଥି ସହିତ ୨୦୧୩ ମସିହାରେ ପ୍ରଣୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଖାଦ୍ୟ ଓ ପୋଷଣ ସୁରକ୍ଷାକୁ ଗୁରୁତ୍ୱ ଦେଇ ଖାଦ୍ୟ ପାଇବା (ଆକସେସ ଟୁ ଫୁଡ)କୁ ଏକ ଆଇନଗତ ଅଧିକାରର ମାନ୍ୟତା ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ସ୍ୱାଧୀନତା ପ୍ରାପ୍ତି ବେଳେ ଦେଶରେ ଯେଉଁ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିଲା, ଏବେ ତାର ପ୍ରାୟ ୫ ଗୁଣରୁ ଅଧିକ ପରିମାଣର ଉତ୍ପାଦନ ହେଉଛି । ଏ ସବୁ ସତ୍ତ୍ୱେ ଅଳ୍ପପୋଷଣ ଓ କୁପୋଷଣ ସମସ୍ୟା ଆଖିଦୃଶିଆ ଭାବେ ଲାଘବ ହୋଇ ନ ପାରିବା ବାସ୍ତବିକ ଚିନ୍ତାର ବିଷୟ । ଅର୍ଥାତ୍, ଏ ସମ୍ପର୍କୀୟ ନୀତି ଓ ତାର କାର୍ଯ୍ୟକାରିତାରେ ଏ ପରି କିଛି ଦୋଷତ୍ରୁଟି ରହି ଯାଉଛି ଯାହାକୁ ଚିହ୍ନଟ କରି ସେଗୁଡିକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବ୍ୟବସାୟରେ ସୁଗମତା ବା ଇଜ ଅଫ ଡୁଇଙ୍ଗ ବିଜନେସ ସିଢିରେ ଉପରକୁ ଉଠିବାକୁ ସରକାର ଯେଉଁଭଳି ଆନ୍ତରିକତା ଓ ତତ୍ପରତା ଦେଖାଉଛନ୍ତି, ଦେଶକୁ କ୍ଷୁଧାମୁକ୍ତ କରିବା ପାଇଁ ସମ ପରିମାଣରେ ଆନ୍ତରିକତା ଓ ତତ୍ପରତା ପ୍ରଦର୍ଶନ କରାଗଲେ ଯେ ଦେଶରୁ କ୍ଷୁଧା ଅଚିରେ ଅନ୍ତର୍ହିତ ହୋଇପାରିବ ଏଥିରେ ସନ୍ଦେହ ନାହିଁ ।


Published in Odisha Reporter on October 20, 2020


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...