Skip to main content

ଜରାଗ୍ରସ୍ତ ନଦୀବନ୍ଧ ଆଡୁ ବିପଦ

ଜଳସେଚନ, ବନ୍ୟା ନିୟନ୍ତ୍ରଣ, ବିଦ୍ୟୁତ ଉତ୍ପାଦନ, ପିଇବା ପାଣି ଯୋଗାଣ, ମତ୍ସ୍ୟ ଚାଷ ଆଦି ବିଭିନ୍ନ ଆବଶ୍ୟକତାକୁ ପୂରଣ କରିପାରୁଥିବାରୁ ସାରା ବିଶ୍ୱରେ ଗତ ଦୁଇ ଶତାବ୍ଦୀ ଧରି ନଦୀବନ୍ଧ ନିର୍ମାଣ ଗୁରୁତ୍ୱ ପାଇ ଆସୁଥିଲା। ଏହାକୁ ବିକାଶର ଏକ ମୁଖ୍ୟ ଆଧାରା ରୂପେ ଗ୍ରହଣ କରାଯାଉଥିଲା। ମାତ୍ର ନଦୀବନ୍ଧଗୁଡ଼ିକର, ବିଶେଷ କରି ବୃହତ୍ ନଦୀ ବନ୍ଧଗୁଡ଼ିକର, ବୟସ ବୃଦ୍ଧି ସହ ତଦଜନିତ ବିପଦର ଆଶଙ୍କା ଘନୀଭୁତ ହୋଇ ସର୍ବତ୍ର ଚିନ୍ତା ବଢ଼ାଉଛି। ତେଣୁ ନୂଆ ନଦୀବନ୍ଧ ନିର୍ମାଣ ତ ଦୂରର କଥା, ଆମେରିକା ଓ ୟୁରୋପର କେତେକ ଦେଶରେ ଅନେକ ପୁରୁଣା ଓ ଅଚଳ ନଦୀବନ୍ଧଗୁଡ଼ିକୁ ହଟାଇ ଦିଆଗଲାଣି। ଏହି ପରିପ୍ରେକ୍ଷୀରେ ପୁରୁଣା ଓ ଜରାଗ୍ରସ୍ତ ନଦୀବନ୍ଧଗୁଡ଼ିକ ଆଡ଼ୁ ମାନବ ସମାଜ ପ୍ରତି ସୃଷ୍ଟ ବିପଦ ସମ୍ପର୍କରେ ଜାତିସଂଘ ବିଶ୍ୱବିଦ୍ୟାଳୟ ଓ ଆଇ.ଏନ.ଡବଲ୍ୟୁ.ଇ.ଏଚ୍.ର ଦ୍ୱାରା ମିଳିତ ଭାବେ ପ୍ରକାଶିତ ଏକାଦଶ ରିପୋର୍ଟରେ ଉପସ୍ଥାପିତ ତଥ୍ୟ ଉଦବେଗର କାରଣ ନିଶ୍ଚୟ।    

ଅନ୍ତର୍ଜାତୀୟ ବୃହତ୍ ନଦୀବନ୍ଧ ଆୟୋଗ (ଆଇକୋଲଡ) ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ୫୯ ହଜାର ବୃହତ୍ ନଦୀବନ୍ଧ ରହିଛି, ଯେଉଁଥିରେ ସଂଗୃହୀତ ଜଳର ପରିମାଣ ପ୍ରାୟ ପ୍ରାୟ ୭୫୦୦ ଘନ କିଲୋମିଟର। ଅର୍ଥାତ୍ ନଦୀଗୁଡ଼ିକରେ ପ୍ରବାହିତ ସମୁଦାୟ ଜଳରାଶିର ପ୍ରାୟ ୧୬ ପ୍ରତିଶତ ଏଥିରେ ସଞ୍ଚିତ ହୋଇ ରହିଥାଏ। ିର୍ମାଣର ଗଢ଼ଣ ଅନୁସାରେ ପ୍ରତ୍ୟେକ ଭିତ୍ତିଭୂମିର ଏକ ନିର୍ଦ୍ଦିଷ୍ଟ ଆୟୁଷ ଥାଏ; ଏକ ଅଧ୍ୟୟନ ଅନୁଯାୟୀ ଭଲ ଡିଡାଇନ୍, ଉତ୍ତମ ନିର୍ମାଣ ଓ ଉଚିତ ରକ୍ଷଣାବେକ୍ଷଣ ବଳରେ ନଦୀବନ୍ଧଗୁଡ଼ିକ ୧୦୦ ବର୍ଷରୁ ଅଧିକ କାଳ ତିଷ୍ଠି ରହି ପାରନ୍ତି ତଥାପି ସାଧାରଣତଃ ଏହାକୁ ହାରାହାରି ୫୦ ବର୍ଷ ବୋଲି ଧରାଯାଏ। ୧୯୩୦ରୁ ୧୯୭୦ ମସିହା ମଧ୍ୟରେ ନିର୍ମିତ ନଦୀବନ୍ଧଗୁଡ଼ିକର ଆୟୁ ୫୦ରୁ ୧୦୦ ବର୍ଷ ମଧ୍ୟରେ। ପଚାଶ ବର୍ଷ ଅତିକ୍ରାନ୍ତ ହେବା ପରେ ପ୍ରାୟତଃ ବାର୍ଦ୍ଧକ୍ୟର ଲକ୍ଷଣମାନ ଦେଖିବାକୁ ମିଳେ, ଅର୍ଥାତ୍ ଫାଟ ସୃଷ୍ଟି ହୁଏ, ନଦୀବନ୍ଧର ରକ୍ଷଣାବେକ୍ଷଣରେ ନିରନ୍ତର ବ୍ୟୟ ବୃଦ୍ଧି ହୁଏ, ଜଳଭଣ୍ଡାରରେ ବାଲି ମାଟି ଜମା ହୋଇ ଜଳଧାରଣ କ୍ଷମତା ହ୍ରାସ ପାଏ, ଯଦ୍ଦ୍ୱାରା  ଫଳରେ ନଦୀବନ୍ଧର କାର୍ଯ୍ୟକ୍ଷମତା ଓ ଉପଯୋଗିତା ହ୍ରାସ ପାଏ। ଏହି ନଦୀବନ୍ଧଗୁଡ଼ିକର ନିର୍ମାଣ ସମୟରେ ‘ଜଳବାୟୁ ପରିବର୍ତ୍ତନ’ ଭଳି ସମସ୍ୟା ନଥିବାରୁ ସେ ନେଇ ଡିଜାଇନରେ ପ୍ରାବଧାନ କରାଯାଇ ନଥିଲା। ଏବେ  ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା, ଯେଉଁଥିପାଇଁ ଉପର ମୁଣ୍ଡରେ ହଠା୍ତ୍ ଅତ୍ୟଧିକ ବୃଷ୍ଟିପାତ ହୋଇ ମାତ୍ରାଧିକ ଜଳ ପ୍ରବାହର କାରଣ ହେଉଛି, ଯାହା ନଦୀବନ୍ଧଗୁଡ଼ିକ ଉପରେ ଅଧିକ ଚାପ ସୃଷ୍ଟି କରିବା ସହିତ ବନ୍ୟା ନିୟନ୍ତ୍ରଣରେ ବିଫଳ ହେଉଥିବାର ଦେଖାଯାଉଛି। ଅଧିକନ୍ତୁ ଜଳବାୟୁ ପରିବର୍ତ୍ତନ ଜନିତ ଚରମ ପାଣିପାଗ ସ୍ଥିତି ଯୋଗୁ ନଦୀବନ୍ଧର ବାର୍ଦ୍ଧକ୍ୟ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି।  

ଜରାଗ୍ରସ୍ତ ନଦୀବନ୍ଧଗୁଡ଼ିକ ଚାପଗ୍ରସ୍ତ ହୋଇ ଅଧିକ ଦୁର୍ବଳ ହୋଇପଡ଼ୁଛନ୍ତି। ତେଣୁ ନଦୀବନ୍ଧରୁ ପାଣି ଲିକ୍ ହେଉଛି, ଫାଟ ଦେଖା ଦେଉଛି ଏବଂ ପାଣି ଉଛୁଳି ବନ୍ଧ ଉପରେ ବହୁଛି। ବୃହତ୍ ନଦୀବନ୍ଧଗୁଡ଼କରs ଗଚ୍ଛିତ ବିପୁଳ ପରିମାଣର ଜଳରାଶି ଦୃଷ୍ଟିରୁ କୌଣସି ବନ୍ଧ ଭାଙ୍ଗି ଗଲେ ତାହା ତଳମୁଣ୍ଡରେ କିଭଳି ଭୟାନକ ପରିସ୍ଥିତି ସୃଷ୍ଟି କରିବ, ତାହା କେବଳ ଅନୁମାନସାପେକ୍ଷ। ଏହି ଧରଣର ଅଘଟଣରେ ପରିଣତି ଅତ୍ୟଧିକ ଭୟାବହ ହେଉଥିବାରୁ ପ୍ରତିଟି ଜରାଗ୍ରସ୍ତ ନଦୀବନ୍ଧ ବିଫଳ ହେଲେ ତାର ସମ୍ଭାବ୍ୟ ପରିଣାମ ଓ କ୍ଷୟକ୍ଷତି ସମ୍ପର୍କରେ ପୂର୍ବରୁ ଆକଳନ କରାଯିବା ଉଚିତ। ରିପୋର୍ଟ ଅନୁଯାୟୀ ୨୦୦୪ ମସିହା ପୂର୍ବରୁ ସାରା ବିଶ୍ୱରେ ବର୍ଷକୁ ହାରାହାରି ଗୋଟିଏ ଦୁଇଟି ନଦୀବନ୍ଧ ଜନିତ ଦୁର୍ଟଣା ଘଟୁଥିବା ବେଳେ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ସେହି ସଂଖ୍ୟା ବଢ଼ି ବର୍ଷକୁ ହାରାହାରି ୨୫ଟିରେ ପହଞ୍ଚିଲାଣି। ଏଭଳି ବିଫଳ ନଦୀବନ୍ଧଗୁଡ଼ିକର ତାଲିକାରେ ଆଫଗାନିସ୍ଥାନ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ବୁଲଗେରିଆ, ଆମେରିକା ସମେତ ଅନେକ ଦେଶ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କିଛି ବିକଶିତ ଦେଶ। ତେଣୁ ଯେକୌଣସି ସମୟରେ ଜରାଗ୍ରସ୍ତ ନଦୀବନ୍ଧଟିଏ ବିଫଳ ହୋଇ ଧନଜୀବନର କ୍ଷତିସାଧନ କରିବାର ଆଶଙ୍କା ରହିଥାଏ। ନଦୀବନ୍ଧ ଅତି ପୁରୁଣା ହେଲେ ତା’ର ନିୟମିତ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରଚୁର ଅର୍ଥର ଆବଶ୍ୟକା ଥିବାରୁ ସ୍ଥଳବିଶେଷରେ ତାହା କାମଚଳା ଭାବେ କରାଯାଇଥାଏ, ଯାହା ଉଭୟ ନଦୀବନ୍ଧର ସ୍ଥାୟିତ୍ୱ ଓ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ନଦୀବନ୍ଧ ଅତି ପୁରୁଣା ହୋଇ ଅଚଳ ହେଲେ ଅବା ପୂର୍ଣ୍ଣମାତ୍ରାରେ କାର‌୍ୟ୍ୟକ୍ଷମ ନ ହେଲେ ବା ବିପଦ ସୃଷ୍ଟି କଲେ ତାକୁ ଅଚଳ ବା କାର‌୍ୟ୍ୟନିବୃତ୍ତ (ଡିକମିସନଡ) କରିବା  ଅପରିହାର‌୍ୟ୍ୟ ହୋଇପଡ଼େ। ଏ କ୍ଷେତ୍ରରେ ଅଗ୍ରଣୀ ଦେଶ ହେଉଛି ଆମେରିକାରେ, ଯେଉଁଠି ଗତ ୩୦ ବର୍ଷ ମଧ୍ୟରେ ୧୨୭୫ଟି ନଦୀବନ୍ଧ ହଟାଇ ଦିଆଯାଇ ସାରିଲାଣି। ୟୁରୋପର ଅନେକ ଦେଶରେ ନଦୀବନ୍ଧ ହଟାଇବା ପ୍ରକ୍ରିୟା ଚାଲିଲାଣି। ଅବଶ୍ୟ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ନଦୀବନ୍ଧ। ଏହି ପ୍ରକ୍ରିୟାରେ ନଦୀବନ୍ଧକୁ ସମ୍ପୂର୍ଣ୍ଣ ବା ଆଂଶିକ ରୂପେ ଭଙ୍ଗା ଯାଇ  ‘ଡିକମିସନ’ କରାଯାଇପାରେ। ତେବେ ତାହା ତତ୍କାଳ ନା ପର୍ଯ୍ୟାୟକ୍ରମେ କରାଯିବ, ସେନେଇ ଖସଡ଼ା ପ୍ରସ୍ତୁତ କରାଯାଏ। ଜଳ ନିୟନ୍ତ୍ରଣ କରି ଏହି କାର‌୍ୟ୍ୟଟି ଅତି ସତର୍କତାର ସହିତ ସମ୍ପାଦନ କରାଯାଇଥାଏ। ସ୍ଥଳବିଶେଷରେ ନଦୀବନ୍ଧକୁ ନ ଭାଙ୍ଗି, ସେମିତି ଛାଡ଼ି ଦିଆଯାଇପାରେ; ଯହିଁରେ ତାକୁ ନିର୍ମାଣ କରାଗଲା ବେଳେ ରହିଥିବା ଉଦ୍ଦେଶ୍ୟରେ ପରିବର୍ତ୍ତନ କରି ତାକୁ ‘ଡିକମିସନ୍’ କରାଗଲା ବୋଲି କୁହାଯାଏ।                     

‘ଆଇକୋଲଡ’ର ପରିଭାଷାରେ ୧୫ ମିଟର ବା ତା’ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ବା ୩୦ ଲକ୍ଷ ଘନ ମିଟର ଜଳଧାରଣ କ୍ଷମତା ଥିବା ୫ରୁ ୧୫ ମିଟର ଉଚ୍ଚତା ବିଶିଷ୍ଟ ନଦୀବନ୍ଧଗୁଡ଼ିକ ବୃହତ୍ ନଦୀବନ୍ଧରେ ପରିଗଣିତ ।  ଅବଶ୍ୟ ଭାରତ ବୃହତ୍ ନଦୀବନ୍ଧର ଉପରୋକ୍ତ ସଂଜ୍ଞାକୁ ଗ୍ରହଣ କରିନଥିଲେ ବି ସାରା ପୃଥିବୀରେ ଚୀନ ଓ ଆମେରିକା ପଛକୁ ତୃତୀୟ ସର୍ବାଧିକ ବୃହତ୍ ନଦୀବନ୍ଧ ଥିବା ଦେଶ ହେଉଛି ଭାରତ। କେନ୍ଦ୍ର ଜଳ ଆୟୋଗ ଦ୍ୱାରା ପ୍ରସ୍ତୁତ ‘ଜାତୀୟ ବୃହତ୍ ନଦୀବନ୍ଧ ରେଜିଷ୍ଟର’ ଅନୁଯାୟୀ ଭାରତରେ  ୫ ହଜାରରୁ ଊର୍ଦ୍ଧ୍ୱ ବୃହତ୍ ନଦୀବନ୍ଧ ରହିଛି। ଏଗୁଡ଼ିକ ମଧ୍ୟରୁ ପ୍ରାୟ ୫୫ ପ୍ରତିଶତ (୩୦୯୧ଟି) ବୃହତ୍ ନଦୀବନ୍ଧ ବିଂଶ ଶତାବ୍ଦୀର ସପ୍ତମ ଓ ଅଷ୍ଟମ ଦଶକରେ ନିର୍ମିତ ହୋଇଥିଲା। ୨୦୨୫ ମସିହା ସୁଦ୍ଧା  ୧୧୧୫ଟି ନଦୀବନ୍ଧ ୫୦ ବର୍ଷ ବା ତା’ଠାରୁ ଅଧିକ ପୁରୁଣା ହୋଇଥିବା ବେଳେ ଆଗାମୀ ୧୦ ବର୍ଷ ମଧ୍ୟରେ ଅଧାରୁ ଅଧିକ ନଦୀବନ୍ଧ ୫୦ ବର୍ଷର ହୋଇସାରିଥିବ। କିଛି ନଦୀବନ୍ଧ ତ ୧୦୦ ବର୍ଷରୁ ବେଶୀ  ପୁରୁଣା। ଭାରତରେ ଅଧିକାଂଶ ନଦୀବନ୍ଧ କଂକ୍ରିଟରେ ନ ହୋଇ  ମାଟିରେ ତିଆରି ହୋଇଥିବାରୁ ସେଗୁଡ଼ିକର ସ୍ଥାୟିତ୍ୱ ଶଙ୍କାକୁଳ। ଏଠାରେ ବର୍ଷର ନିର୍ଦ୍ଦିଷ୍ଟ କେତୋଟି ଦିନରେ ଏକକାଳୀନ ଅତ୍ୟଧିକ ବୃଷ୍ଟିପାତ ହେଉଥିବାରୁ ତାହା ପୁରୁଣା ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି କରିଥାଏ।  ହିମାଳୟ କ୍ଷେତ୍ର ଅତ୍ୟଧିକ ଭୂମିକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ଅବସ୍ଥିତ ତେହରି ନଦୀବନ୍ଧ ଭଳି ଅନେକ ନଦୀବନ୍ଧର ସ୍ଥାୟିତ୍ୱ ପ୍ରତି ବିପଦ ରହିଛି।

୧୯୭୯ ମସିହାରେ ଗୁଜରାଟର ମୋର୍ବିସ୍ଥିତ ମଚ୍ଛୁ ନଦୀବନ୍ଧ ଭାଙ୍ଗିଯିବାରୁ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଥିଲେ। ୨୦୧୮ ମସିହାରେ ଅତ୍ୟଧିକ ବୃଷ୍ଟିପାତ ଓ ତ୍ରୁଟିପୂର୍ଣ୍ଣ ନଦୀବନ୍ଧ ପରିଚାଳନା ଯୋଗୁ କେରଳରେ ବନ୍ୟାର ତାଣ୍ଡବ ଲୀଳା ଦେଖିବାକୁ ମିଳିଥିଲା ଯେଉଁଥିରେ ୪୮୩ ଜଣ ଲୋକ ପ୍ରାଣ ହରାଇଥିଲେ। ଭବିଷ୍ୟତରେ ଅତ୍ୟଧିକ ବୃଷ୍ଟିପାତ ହେଲେ ସେଠାକାର ୧୨୫ ବର୍ଷରୁ ଅଧିକ ପୁରୁଣା ମୁଲ୍ଲାପେରିୟାର ନଦୀବନ୍ଧର ନିରାପତ୍ତା ନେଇ ସନ୍ଦେହ ପ୍ରକାଶ ପାଉଛି। କାରଣ ପ୍ରକାଶ ଥାଉ କି ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ନଦୀବନ୍ଧରେ କୌଣସି ଅଘଟଣ ଘଟିଲେ ତଳ ମୁଣ୍ଡରେ ଥିବା ପ୍ରାୟ ୫୦ ଲକ୍ଷ ଲୋକଙ୍କର ଜୀବନ ବିପନ୍ନ ହେବାର ଆଶଙ୍କା ଦେଖାଦେବ। ୨୦୨୪ ମସିହାରେ ମଧ୍ୟପ୍ରଦେଶର ସରଦୋଲସ୍ଥିତ କରଚୁଲ ନଦୀବନ୍ଧରେ ଘାଇ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେବେ ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରାଯିବାରୁ ସେମାନଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୦୦ ମସିହାରେ ନିର୍ମିତ ଏହି ମାଟିବନ୍ଧଟି ଏକ କ୍ଷୁଦ୍ର୍ରନଦୀବନ୍ଧ ଯାହାର ଜଳଧାରଣ କ୍ଷମତା ଯଥେଷ୍ଟ କମ୍। ଏହି ନଦୀବନ୍ଧର ବିଫଳତା ହେତୁ ଅଧିକାଂଶ ମାଟିବନ୍ଧର ସ୍ଥାୟିତ୍ୱ  ସନ୍ଦେହ ଘେରକୁ ଚାଲି ଆସିଛି। ୨୦୨୩ ମସିହାରେ ସିକ୍କିମରେ ତିସ୍ତା ନଦୀରେ ଆକସ୍ମିକ ବନ୍ୟା ଆସି ୬୦ ମିଟର ଉଚ୍ଚତା ବିଶିଷ୍ଟ ଚୁଙ୍ଗଥାଙ୍ଗ ନଦୀବନ୍ଧ (ତିସ୍ତା-୩)କୁ ଭସାଇ ନେଇଯାଇଥିଲା। ଭୂସ୍ଖଳନ, ଅତ୍ୟଧିକ ବୃଷ୍ଟିପାତ, ଭୂମିକମ୍ପ ଆଦି ପ୍ରାକୃତିକ ଦୁର୍ବିପାକ ସର୍ବଦା ଜରାଗ୍ରସ୍ତ ନଦୀବନ୍ଧଗୁଡ଼ିକ ପ୍ରତି ବିପଦର କାରଣ ହୋଇ ରହି ଆସିଛି। 

ଧନଜୀବନ ପ୍ରତି ବିପଦର ଆଶଙ୍କା ଥିବାରୁ ଭାରତରେ ପୁରୁଣା ଜରାଜୀର୍ଣ୍ଣ କୋଠାଘରକୁ ଭାଙ୍ଗି ଦିଆଯାଉଥିବା ବେଳେ ଜରାଗ୍ରସ୍ତ ନଦୀବନ୍ଧଗୁଡ଼ିକୁ ନେଇ କୌଣସି ଆଇନ ବା ନୀତି ନାହିଁ। ଅବଶ୍ୟ ପୁରୁଣା ନଦୀବନ୍ଧର ସୁରକ୍ଷା ଲାଗି ୨୦୨୧ ମସିହାରେ ‘ଡ୍ୟାମ୍ ସେଫଟି ଆକ୍ଟ’ର ପ୍ରଣୟନ ହୋଇଛି ଓ ‘ନଦୀବନ୍ଧ ପୁନର୍ବାସନ ଓ ଉନ୍ନୟନ ପ୍ରକଳ୍ପ’ (ଡ୍ରିପ୍) କାର‌୍ୟ୍ୟକାରୀ ହେଉଛି। ତେବେ ଭହିଷ୍ୟତରେ କେତେକ ଜରାଗ୍ରସ୍ତ ନଦୀବନ୍ଧକୁ ‘ଡିକମିସନ୍’ କରିବାର କଠୋର ନିଷ୍ପତ୍ତି ନେବାକୁ ପଡ଼ିପାରେ। ତେଣୁ ସେଥିପାଇଁ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବା ଆବଶ୍ୟକ।            

ପ୍ରାୟ ୧୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ନିର୍ମିତ ବହୁମୁଖୀ ହୀରାକୁଦ ନଦୀବନ୍ଧ ଓଡ଼ିଶା ପାଇଁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ। ଏହି ବୃହତ୍ ନଦୀବନ୍ଧଟିକୁ ପ୍ରାୟ ୭୦ ବର୍ଷ ପୂରି ସାରିଥିବାରୁ ଜରାଗ୍ରସ୍ତ ନଦୀବନ୍ଧଗୁଡ଼ିକର ତାଲିକାରେ ଏହା ସାମିଲ ହୋଇସାରିଲାଣି । ଅତୀତରେ ଏଥିରେ ଫାଟ ସୃଷ୍ଟି ହୋଇଥିବାର, ପାଣି ଲିକ୍ ହେବାର ଖବର ଆସିଛି। ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଉପରେ ମଝିରେ ମଝିରେ ପ୍ରଶ୍ନ ଉଠିଛି। ଏହାର କାର‌୍ୟ୍ୟକାରିତାକୁ ବଢ଼ାଇବା ପାଇଁ ‘ଡ୍ରିପ’ କାର‌୍ୟ୍ୟକ୍ରମ ଅଧୀନରେ ୧୦୬୬ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୫ରୁ ୨୦୩୧ ମସିହା ମଧ୍ୟରେ ଏହାର ପୁନର୍ବିନ୍ୟାସର ଯୋଜନା ରହିଛି। ମାତ୍ର ଏହି ନଦୀବନ୍ଧ ଚଳନୀୟ ଭୂମିକମ୍ପ ପ୍ରବଣ ଅଞ୍ଚଳ (ସିସମିକ୍ ଜୋନ୍-୩)ରେ  ଅବସ୍ଥିତ ହୋଇଥିବାରୁ ଏହାର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ସୃଷ୍ଟି ହେଉଛି। ସେଥିପାଇଁ ମାଡ୍ରାସ ଆଇଆଇଟି ତରଫରୁ ୨୦୨୪ ମସିହାରେ ହୀରାକୁଦ ନଦୀବନ୍ଧର ଅନୁଧ୍ୟାନ କରଯାଇଥିଲା । ଏହାର ରିପୋର୍ଟ ଉପଲବ୍ଧ ହେଲା ପରେ ବିଧାନସଭାରେ ତା’ର ବିସ୍ତୃତ ଆଲୋଚନା କରାଯାଇ ହୀରାକୁଦ ନଦୀବନ୍ଧ କେତେ ସୁରକ୍ଷିତ, ତାହା ରାଜ୍ୟବାସୀଙ୍କୁ ଅବଗତ କରାଯିବା ଆବଶ୍ୟକ। ଏହା ସହିତ ତଳମୁଣ୍ଡରେ ରହୁଥିବା ଲୋକଙ୍କର ଧନଜୀବନ ପ୍ରତି ଥିବା ସମ୍ଭାବ୍ୟ ବିପଦର ସୁବିସ୍ତୃତ ଆକଳନ କରାଯିବା ଆବଶ୍ୟକ। ରାଜ୍ୟରେ ଥିବା ସମସ୍ତ ଛୋଟବଡ଼ ନଦୀବନ୍ଧ ଯେଉଁଗୁଡ଼ିକ ୫୦ ବର୍ଷରୁ ଅଧିକ ପୁରୁଣା ହୋଇସାରିଲେଣି ସେଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ବିଶେଷଜ୍ଞ-ଅଧ୍ୟୟନର ଆବଶ୍ୟକତା ରହିଛି। ପ୍ରତି ପ୍ରକଳ୍ପରୁ ମିଳୁଥିବା ଲାଭ ତୁଳନାରେ ରକ୍ଷଣାବେକ୍ଷଣ ବାବଦ ବ୍ୟୟ କେତେ ଯୁକ୍ତିଯୁକ୍ତ, ତା' ଆଧାରରେ  ପଦକ୍ଷେପ ନିଆଯାଉ। କାର‌୍ୟ୍ୟକାରିତା ଓ ଉପଯୋଗିତା ହରାଇ ଅଚଳ ଅବସ୍ଥାକୁ ଆସିଯାଇଥିବା ନଦୀବନ୍ଧଗୁଡ଼ିକ ପାଇଁ ବିହିତ ପଦକ୍ଷେପ ନେବାକୁ ହେଲେ ‘ନଦୀବନ୍ଧ ଅଚଳ ନୀତି’  ପ୍ରଣୀତ ହେବା ମଧ୍ୟ ଆବଶ୍ୟକ। 

ବିଂଶ ଶତାବ୍ଦୀର ଶେଷ ଭାଗରୁ ବୃହତ୍ ନଦୀବନ୍ଧ ନିର୍ମାଣକୁ ନିରୁତ୍ସାହିତ କରାଯିବା ଏକ ଶୁଭ ସଂକେତ। ନଦୀବନ୍ଧଟିଏ ପୂର୍ଣ୍ଣ ଭାବେ କାର‌୍ୟ୍ୟକ୍ଷମ ହୋଇ ରହିଲେ ସମାଜକୁ ସେଥିରୁ ଅନେକ ଲାଭ ମିଳିଥାଏ। କିନ୍ତୁ ସେହି ନଦୀବନ୍ଧ ଜରାଗ୍ରସ୍ତ ହୋଇ ଦୁର୍ବଳ ହୋଇପଡ଼ିଲେ ତାହା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇଥାଏ। ତେଣୁ ଅତି ପୁରୁଣା ନଦୀବନ୍ଧର ସ୍ଥିତିକୁ ଅନୁଧ୍ୟାନ କରି ତଦନୁସାରେ ଠିକ୍ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିତାନ୍ତ ଜରୁରି। 


Published in Sambad on July 01, 2025


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...