Skip to main content

Posts

Showing posts from March, 2025

ସୀମା ପୁନଃ ନିର୍ଦ୍ଧାରଣର ଆହ୍ୱାନ

ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେସନ୍) ବିମର୍ଶ ଏବେ କ୍ରମଶଃ ତୀବ୍ର ହୋଇ ଉତ୍ତର ଓ ଦକ୍ଷିଣର ରାଜ୍ୟଗୁଡ଼ିକ ମଧ୍ୟରେ ଦୂରତ୍ୱ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି । ‘ଡିଲିମିଟେସନ’ ପରେ ଲୋକସଭାରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ହ୍ରାସ ପାଇ ସେମାନଙ୍କ ରାଜନୈତିକ ଗୁରୁତ୍ୱ ଗୌଣ ହେବାର ଆଶଙ୍କାରେ ଦକ୍ଷିଣ ଭାରତର ରାଜ୍ୟ ଓ ରାଜନେତାମାନେ ଉଦବିଗ୍ନ । ତେବେ ଏହା ଦ୍ୱାରା କୌଣସି ରାଜ୍ୟର ଆସନ ସଂଖ୍ୟା ହ୍ରାସ ପାଇବ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ୋକ୍ତି କରିଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମତରେ ଯେ ପର‌୍ୟ୍ୟନ୍ତ ସବୁ ରାଜ୍ୟ ଜନସଂଖ୍ୟା ବୃଦ୍ଧି ହାରକୁ ସମାନ ସ୍ତରକୁ ଆଣି ନାହାନ୍ତି, ‘ଡିଲିମିଟେସନ’ ପ୍ରକ୍ରିୟାରେ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରାଗଲେ ୧୯୭୧ ମସିହାର ଜନଗଣନାକୁ ଆଧାର କରି ଆନୁପାତିକ ଭାବେ ପ୍ରତ୍ୟେକ ରାଜ୍ୟର ଆସନ ସଂଖ୍ୟା ବୃଦ୍ଧି କରାଯିବା ଉଚିତ । ଅଧିକ ବିଚାରବିମର୍ଶ ପାଇଁ ‘ଡିଲିମିଟେସନ’ ପ୍ରକ୍ରିୟାରେ ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟଗୁଡ଼ିକର ନେତାମାନେ ଏକଜୁଟ ହେବାକୁ ଲାଗିଲେଣି । ଏହି ରାଜ୍ୟଗୁଡ଼ିକର ଉଦବେଗକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି ।  ସମ୍ୱିଧାନର ଅନୁଚ୍ଛେଦ ୮୧ ଅନୁଯାୟୀରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ଏପରି ନିର୍ଦ୍ଧାରିତ ହେବ ଯହିଁରେ, (କ) ପ୍ରତି ରାଜ୍ୟ ଲାଗି ଆସନ...

ପାର୍କିଂ ସୁବିଧା ନ ଥିଲେ କାର୍ ପଞ୍ଜିକରଣ ମନା

ଆମ୍ୱୁଲାନ୍ସଟିଏ ଗଳି ମୁଣ୍ଡରେ ଘନଘନ ସାଇରନ୍ ବଜାଇ ଚାଲିଥାଏ, ହେଲେ ଗଳି ଭିତରକୁ ପଶି ପାରୁ ନଥାଏ । କାରଣ ଗଳିର ସଂକୀର୍ଣ୍ଣ ରାସ୍ତାଟିକୁ ଅବରୋଧ କରି ଠିଆ ହୋଇ ରହିଥିବା ଗାଡ଼ିଗୁଡ଼ିକୁ ବାହାର କରିବା ଲାଗି ଗାଡ଼ି ମାଲିକମାନଙ୍କଠାରେ ତତ୍ପରତା ପ୍ରକାଶ ପାଉ ନ ଥାଏ । ଇଆଡ଼େ ରୋଗୀ ଜଣକର ଅବସ୍ଥା ଗୁରୁତର ହୋଇ ପଡ଼ୁଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ଜରୁରି ହୋଇ ପଡ଼ୁଥାଏ । ତେଣୁ ବାଧ୍ୟ ହୋଇ ରୋଗୀର ଜ୍ଞାତିପରିଜନମାନେ ତାଙ୍କୁ ବୋହି ବୋହି ଆମ୍ୱୁଲାନ୍ସ ନିକଟରେ ପହଞ୍ଚାନ୍ତି । ଆଉ ସାମାନ୍ୟ ବିଳମ୍ୱ ହୁଏତ ଅଘଟଣକୁ ଆମନ୍ତ୍ରଣ କରିଥାନ୍ତା । ରାସ୍ତାକୁ ଅବରୋଧ କରି ସଂକୀର୍ଣ୍ଣ ଗଳି ରାସ୍ତାରେ ଗାଡ଼ିଗୁଡ଼ିକୁ ପାର୍କିଂ କରାଯାଉଥିବାରୁ ଏଭଳି ଘଟଣାମାନ ପ୍ରତିଦିନ ଘଟୁଛି । କେଉଁଠି ଆବର୍ଜନା ସଂଗ୍ରହ କରୁଥିବା ମ୍ୟୁନିସିପାଲିଟିର ଗାଡ଼ି ଗଳି ଭିତରକୁ ପଶି ପାରୁନାହିଁ ତ କେଉଁଠି ପୁଣି ରାସ୍ତା ଅବରୋଧ ଥିବା ଦେଖି ଭଡ଼ାଗାଡିରେ ଆସୁଥିବା ଯାତ୍ରୀଙ୍କୁ ଗଳିମୁଣ୍ଡରେ ଓହ୍ଲାଇ ଦିଆଯାଉଛି । ରାସ୍ତା ଅବରୋଧଜନିତ ଦୃଶ୍ୟମାନତାର ଅଭାବରୁ ପଦଚାରୀମାନେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି । ଫଳରେ ପଡ଼ୋଶୀମାନଙ୍କ ମଧ୍ୟରେ ଅଶାନ୍ତି ଓ ଗଣ୍ଡଗୋଳ ଲାଗି ରହି ସ୍ଥଳ ବିଶେଷରେ ହିଂସାତ୍ମକ ରୂପ ଧାରଣ କରୁଛି । ବେଆଇନ ପାର୍କିଂ ଯୋଗୁଁ ସ୍ଥାନୀୟ ଅଧିବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ସମସ୍ୟାର ନିଦାନ ହୋଇପାରୁ ନ...