Skip to main content

Posts

Showing posts from October, 2024

ଦିନେ ଏଇଠି ଆମ ସ୍କୁଲ ଥିଲା

ଦୀର୍ଘ ଦଶ ବର୍ଷ ଧରି ଓଡ଼ିଶାରେ ପ୍ରାୟ ୮ ହଜାର ସ୍କୁଲ ବନ୍ଦ ହୋଇଯାଇଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଲୋକେ ତା’ର କବାଟ ଝରକା ପର୍ଯ୍ୟନ୍ତ ଖୋଲି ନେବାକୁ ପଛାଇନାହାନ୍ତି । ଫଳରେ କେତେକ ସ୍ଥାନରେ ତାହା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଲାଣି । କେଉଁଠି ପୁଣି ତାହା ଅସାମାଜିକ କାର‌୍ୟ୍ୟକଳାପର ଆଡ୍ଡା ପାଲଟିଲାଣି । ‘ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା’ର ସ୍ମୃତି ରୋମନ୍ଥନ କରିବା ଓ  ‘ଦିନେ ଏଇଠି ଆମ ସ୍କୁଲ ଥିଲା’ ବୋଲି ବିଳାପ କରିବା ଭିନ୍ନ ଅସହାୟ ପୁରାତନ ଛାତ୍ର ଏବଂ ସ୍କୁଲ ସହ ଆବେଗିକ ସ୍ତରରେ ସଂଶ୍ଲିଷ୍ଟ କିଛି ଲୋକଙ୍କର ସେମାନଙ୍କ ସ୍କୁଲ ଫେରି ପାଇବା ଲାଗି କରଣୀୟ କ'ଣ ତାହା ଯେମିତି ସେମାନେ ବୁଝିପାରୁନାହାନ୍ତି । କାରଣ ମାମଲା ଏବେ ବିଚାରାଧୀନ ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତି ଅପେକ୍ଷାରେ ସମସ୍ତେ । ତଥାପି ରାଜ୍ୟରେ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନଃସମୀକ୍ଷା ହେବା କଥା ବାରମ୍ୱାର ଶୁଣିବାକୁ ମିଳୁଛି । ଏହା ଦ୍ୱାରା ବନ୍ଦ ସ୍କୁଲଗୁଡ଼ିକ ଖୋଲିବାର ବାଟ ସୁଗମ ହୋଇପାରେ । ଏ କଥା ସତ ଯେ ପୂର୍ବ ସରକାରଙ୍କ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଆସୁଥିଲେ । ତେବେ ଉଭୟ 'ନିତି ଆୟୋଗ' ଓ କେନ୍ଦ୍ର ସରକାର ଯୌକ୍ତିକତା ଆଧାରରେ ସ୍କୁଲ ବନ୍ଦ ନିଷ୍ପତ୍ତିର ସପକ୍ଷରେ ଥିବାରୁ ଓଡ଼ିଶାରେ ବନ୍ଦ ସ୍କୁଲଗୁଡ

ଓଡ଼ିଶା ରାଜନୀତିରେ ଆଉ ଏକ ମଧ୍ୟାନ୍ତର

ଓଡ଼ିଶା ବିଧାନସଭା ପାଇଁ ୨୦୨୪ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି କ୍ଷମତାସୀନ ହୋଇଛି। ହେଲେ ମତଦାତାମାନେ ଦଳକୁ ଲୋକସଭା ଆସନଗୁଡ଼ିକରେ ଯେଉଁଭଳି ଅକୁଣ୍ଠ ସମର୍ଥନ ଦେଇ ୨୧ଟିରୁ ୨୦ଟି ଆସନରେ ବିଜୟୀ କରାଇଛନ୍ତି, ରାଜ୍ୟରେ ସରକାର ଗଠନ ଲାଗି ସେଭଳି ଅକୁଣ୍ଠ ସମର୍ଥନ ଦେଇନାହାନ୍ତି । ସେଭଳି ହୋଇଥିଲେ ଦଳ ଅନ୍ତତଃ ୧୦୦ରୁ ଅଧିକ ଆସନରେ ବିଜୟୀ ହୋଇଥାନ୍ତା। ଦଳ ମାତ୍ର ୭୮ଟି ସ୍ଥାନରେ ବିଜୟୀ ହେବାର ଅର୍ଥ ଲୋକମାନେ ବିଜେଡ଼ି ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଅଧିକ ତତ୍ପରତା ପ୍ରଦର୍ଶନ କରିଥିବାରୁ ଏହାକୁ ବିଜେପି ସରକାର ଗଠନ ସପକ୍ଷରେ ଏକ ସକାରାତ୍ମକ ଭୋଟ ବୋଲି କୁହାଯାଇ ନପାରେ । ଫଳାଫଳ ଘୋଷଣା ପରେ ରାଜ୍ୟ ରାଜନୀତି ଆଉ ଏକ ମଧ୍ୟାନ୍ତରରେ ଉପନୀତ ହୋଇଛି ବୋଲି କୁହାଯାଇପାରେ। ବିଜେପି ଅପେକ୍ଷାକୃତ ଶକ୍ତିଶାଳୀ ଓ ବିଜେଡି ଦୁର୍ବଳ ହୋଇ ଉଭୟ ଦଳ ପ୍ରାୟ ସମାନ ସ୍ଥିତିରେ ପହଞ୍ଚି ଯାଇଥିଲାବେଳେ କଂଗ୍ରେସ ତା’ର ପ୍ରଦର୍ଶନକୁ ପୂର୍ବାପେକ୍ଷା ଭଲ କରିବାକୁ ସମର୍ଥ ହୋଇଛି। ଅର୍ଥାତ୍ ପ୍ରତିଟି ଦଳ ପାଇଁ ଆଗାମୀ ଦିନରେ ବିସ୍ତାର ଲାଗି ସମ୍ଭାବନା ସୃଷ୍ଟି ହୋଇଥିବାରୁ ପ୍ରତିଟି ଦଳ ନିଜ ନିଜ ରଣନୀତିକୁ ଅତି ସୂକ୍ଷ୍ମ ଭାବେ ଓ ସତର୍କତାର ସହିତ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବିଜେପିର ପ୍ରସାର ଯଥେଷ୍ଟ ଅଧିକ ହୋଇଥିବାରୁ ଦଳ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିବା ସହ ୭୮ଟି ବିଧାନସଭା ଆସନ ଜ