Skip to main content

ପଶ୍ଚିମବଙ୍ଗରେ ଭୂସଂସ୍କାର ଓ ପିଏମ କିଷାନ ସମ୍ମାନ ନିଧି

ପଶ୍ଚିମବଙ୍ଗରେ ୨୦୨୧ ଜାନୁଆରି ୯ ରୁ ବିଜେପି ତରଫରୁ କୃଷକଙ୍କ ଘରୁ ମୁଠି ଚାଉଳ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହା ଆଗାମୀ ବିଧାନ ସଭା ନିର୍ବାଚନ ପ୍ରସ୍ତୁତିର ଅଂଶ ବିଶେଷ ହୋଇଥିଲେ ବି ରାଜ୍ୟର ୭୦ ଲକ୍ଷ କୃଷକ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପାଇବାରୁ ବଞ୍ଚିତ ହେଉଥିବାର ପ୍ରତିବାଦରେ ଆୟୋଜିତ ହେଉଛି ବୋଲି କୁହାଯାଉଛି । ଏପରିକି ଦେଶ ସାରା ଚାଷୀ ଏହି ଯୋଜନାରେ ଲାଭାନ୍ୱିତ ହେଉଥିବା ବେଳେ ଏହି ଶତ ପ୍ରତିଶତ କେନ୍ଦ୍ର ଯୋଜନାଟିର ଲାଭ ପଶ୍ଚିମବଙ୍ଗର କୃଷକମାନେ ପାଇବାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଆକ୍ଷେପ କରିଛନ୍ତି । ଅନ୍ୟ ପକ୍ଷରେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟକୁ ବାଦ ଦେଇ ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ଜମା କରିବାରୁ ବିରତ ହେବା ଉଚିତ ଓ ସେହି ରାଶି ରାଜ୍ୟ ମାଧ୍ୟମରେ ଦେବା ଲାଗି ରାଜ୍ୟ ତରଫରୁ କେନ୍ଦ୍ରକୁ ଅନୁରୋଧ କରା ଯାଇଥିଲେ ବି କେନ୍ଦ୍ର ସରକାର ସମ୍ମତି ନ ଜଣାଇବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସରକାରଙ୍କ ଅଭିଯୋଗ । ରାଜ୍ୟରେ କଟ ମନି (କମିଶନି) ସଂସ୍କୃତି ଚାଲିଥିବାରୁ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ରାଜ୍ୟ ସରକାରଙ୍କ ନିକଟରେ ଜମା କଲେ ତାହା କୃଷକମାନଙ୍କ ନିକଟରେ ପହଞ୍ଚିଲା ବେଳକୁ ସେଥିରୁ ‘କଟ ମନି’ ଆକାରରେ କମିଶନ ଆଦାୟ ହୋଇ ସାରିଥିବ ବୋଲି ବିଜେପି ତରଫରୁ ଆଶଙ୍କା ବ୍ୟକ୍ତ ହେଉଛି । ତା’ ଛଡା ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ଜମା ହେଲେ ପ୍ରଧାନମନ୍ତ୍ରୀ ନାଁ ନେଇ ଯାଇପାରନ୍ତି ଯାହା କୁଆଡେ ବିଜେପିକୁ ରାଜନୈତିକ ଲାଭ ପହଞ୍ଚାଇ ପାରେ ବୋଲି କେତେକଙ୍କ ଯୁକ୍ତି । ଏପରିକି ସେଥିପାଇଁ କୁଆଡେ ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇ ଏହା କରାଇ ଦେଉ ନାହାନ୍ତି ବୋଲି କେହି କେହି ଖୋଲାଖୋଲି କହିବାକୁ ପଛାଉନାହାନ୍ତି । ଏଇ ନିର୍ବାଚନୀ ଋତୁରେ ଉଭୟ ଦଳର ପରସ୍ପର ପ୍ରତି ଏ ଭଳି ରାଜନୈତିକ ଆକ୍ଷେପ କରିବା ସ୍ୱାଭାବିକ ହୋଇଥିଲେ ବି ପଶ୍ଚିମବଙ୍ଗରେ ଏହି ଯୋଜନା କାର୍ଯ୍ୟକାରୀ କରାଇବାରେ ସୃଷ୍ଟି ହେଉଥିବା ପ୍ରକୃତ ଅସୁବିଧାଟିକୁ ବୁଝିବାର ଆବଶ୍ୟକତା ରହିଛି ।

ଦେଶରେ ମାତ୍ର ତିନିଟି ରାଜ୍ୟ, ପଶ୍ଚିମବଙ୍ଗ, କେରଳ ଓ ଜାମ୍ମୁ କାଶୀରରେ ଭୂସଂସ୍କାର ଆଇନ ପ୍ରଣୟନ କରାଯାଇ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ଏଥି ମଧ୍ୟରୁ ପଶ୍ଚିମବଙ୍ଗରେ ହୋଇଥିବା ଭୂସଂସ୍କାର କେବଳ ଦେଶ ଭିତରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ରାଜ୍ୟରେ ଭୂସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ଭୂସଂସ୍କାର ଆଇନ, ୧୯୫୫ର ପ୍ରଣୟନ ହୋଇଥିଲା । ଏହି ଆଇନରେ ସେଠାରେ ‘ବର୍ଗାଦାର’ କୁହା ଯାଉଥିବା ଭାଗଚାଷୀଙ୍କ ଚାଷ କରିବାର ଅଧିକାରକୁ ଆଇନଗତ ମାନ୍ୟତା ପ୍ରଦାନ କରାଗଲା । ତଦନୁଯାୟୀ ଜମିମାଲିକ ଭାଗଚାଷୀକୁ ଜମି ଚାଷ କରିବା ଅଧିକାରରୁ ବଞ୍ଚିତ କରି ପାରିବ ନାହିଁ । ଏ ଭଳି ପ୍ରତ୍ୟେକ ଭାଗଚାଷୀ ସରକାରଙ୍କ ନିକଟରେ କେଉଁ ଜମିରେ ଚାଷ କରୁଛନ୍ତି ତାହା ଦର୍ଶାଇ ନିଜ ନିଜର ପଞ୍ଜିକରଣ କରାଇଥାଆନ୍ତି । ଅନ୍ୟ ରାଜ୍ୟରେ ଭାଗଚାଷୀ ବ୍ୟବସ୍ଥାଟି ମୌଖିକ ହୋଇଥିଲା ବେଳେ ସେଠାରେ ତାହା ଲିଖିତ ଆକାରରେ ହୋଇଥାଏ ଓ ସବୁ ଭାଗଚାଷୀଙ୍କ ରେକର୍ଡ ରାଜସ୍ୱ କାର୍ଯ୍ୟାଳୟରେ ଉପଲବ୍ଧ ଥାଏ । ଭାଗଚାଷୀଙ୍କ ମୃତ୍ୟୁ ପରେ ପୁରୁଷାନୁକ୍ରମିକ ଭାବେ ତାଙ୍କ ଉତ୍ତରାଧିକାରୀ ମଧ୍ୟ ସେହି ଜମିର ଭାଗ ଚାଷୀ ହୋଇଥାଆନ୍ତି । ତାଙ୍କର ଏକାଧିକ ଉତ୍ତରାଧିକାରୀ ଥିଲେ ସେମାନଙ୍କ ଭିତରୁ କେବଳ ଜଣକୁ ହିଁ ଭାଗଚାଷୀ ଭାବେ ମାନ୍ୟତା ମିଳିଥାଏ, ଯାହା ଆପୋଷ ବୁଝାମଣାରେ ହୋଇ ନ ପାରିଲେ ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଭାଗଚାଷୀର ଅଧିକାର କେବଳ ଚାଷ କରିବା ପର୍ଯ୍ୟନ୍ତ ସୀମିତ ଓ ତାକୁ ଚାଷର ସମସ୍ତ ଖର୍ଚ୍ଚ ବହନ କରି ଉତ୍ପାଦିତ ଫସଲର ଗୋଟିଏ ଅଂଶ ଜମି ମାଲିକକୁ ଭାଗ ଆକାରରେ ଦେବାକୁ ହୋଇଥାଏ । ସେ ଜମିକୁ ବିକ୍ରି କରି ପାରି ନ ଥାଏ ବା ଅନ୍ୟ କାହାକୁ ବନ୍ଧକ କି  ଲିଜ ଆକାରରେ ଦେଇ ପାରି ପାରି ନ ଥାଏ । ସେହି କାରଣରୁ ପଶ୍ଚିମବଙ୍ଗରେ କଣ୍ଟ୍ରାକ୍ଟ ଫାର୍ମିଂ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଉଭୟ ଜମି ମାଲିକ ଓ ଭାଗଚାଷୀ ସେହି ଜମିରେ ଚାଷ କରିବା ପାଇଁ ଅନ୍ୟ କାହା ସହ ଚୁକ୍ତିରେ ଅନୁବନ୍ଧିତ ହୋଇ ପାରିବେ ନାହିଁ । ଭାଗଚାଷୀକୁ ଚାଷ ପାଇଁ ବ୍ୟାଙ୍କ ଋଣ ମିଳିବାରେ ଅସୁବିଧା ହୋଇ ନ ଥାଏ । କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରି ନ ପାରିଲେ ଭାଗଚାଷୀକୁ ସେହି ଜମିରେ ଚାଷ କରିବାର ଅଧିକାର ହରାଇବାକୁ ହୋଇଥାଏ । ଜମିମାଲିକ ଜମି ବିକ୍ରି କରିବାକୁ ସ୍ଥିର କଲେ ‘ବର୍ଗାଦାର’ଙ୍କୁ ହିଁ ଅଗ୍ରାଧିକାର ମିଳିଥାଏ । 

ଜମିମାଲିକଙ୍କ ଜମି ଉପରେ ମାଲିକାନା ଅତୁଟ ରହିଥାଏ । ମାତ୍ର ଓଡିଶା ପରି ସେଠାରେ ଭାଗ ଚାଷରେ ଦେଇଥିବା ଜମି ମାଲିକ ତା’ ଜମିକୁ ଦେଖାଇ ବ୍ୟାଙ୍କ ନିକଟରୁ ଚାଷ ଋଣ ନେଇ ପାରି ନ ଥାଏ । ବନ୍ୟା, ବାତ୍ୟା, ଇତ୍ୟାଦିରେ ଚାଷର ହେଉଥିବା କ୍ଷୟକ୍ଷତି ବାବଦରେ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶି ଓ ଫସଲ ବୀମା ଯୋଜନାର ବୀମା ରାଶି ଭାଗଚାଷୀଙ୍କୁ ହିଁ ମିଳିଥାଏ, ସେହି ଜମିର ମାଲିକଙ୍କୁ ନୁହେଁ । ତେବେ ରାଜ୍ୟରେ ୧୯୭୭ରେ ବାମଫ୍ରଣ୍ଟ ସରକାର ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଆଇନକୁ ଆନ୍ତରିକତାର ସହ କାର୍ଯ୍ୟକାରି କରାଇବାର ଲକ୍ଷ୍ୟ ରଖି ୧୯୭୮ ଜୁନରେ ‘ବର୍ଗା ଅଭିଯାନ’ ଆରମ୍ଭ କରିଥିଲେ । ଏହି ଅଭିଯାନକୁ ବେଙ୍ଗଲ ଲ୍ୟାଣ୍ଡ ରେଭିନ୍ୟୁ ଆକ୍ଟ, ୧୯୭୯ ଜରିଆରେ ଆଇନଗତ ବୈଧତା ମଧ୍ୟ ପ୍ରଦାନ କରାଗଲା । ଏହି ଅଭିଯାନ ଫଳରେ ପଞ୍ଜିକୃତ ବର୍ଗାଦାରଙ୍କ ସଂଖ୍ୟା ୨୫ ଲକ୍ଷରୁ ଊର୍ଦ୍ଧ୍ୱ ହେଲାଣି । ବର୍ଗାଦାରର ଚାଷ କରିବା ଅଧିକାର ଆଇନସଙ୍ଗତ ଓ ପୁରୁଷାନୁକ୍ରମିକ ହୋଇଥିବାରୁ ସେ ଜମିର ଉନ୍ନତିକରଣ ପ୍ରତି ଧ୍ୟାନ ଦେଇଥାଏ । ସେହିପରି ଚାଷ ନ କରି ଜମିକୁ ପଡିଆ ପକାଇଲେ ଜମି ତା ଅଧିକାରରୁ ଚାଲିଯିବାର ଆଶଙ୍କା ଥିବାରୁ ସେ ଜମିକୁ ପଡିଆ ପକାଇ  ନ ଥାଏ । ଫଳରେ ସେଠାରେ ଉତ୍ପାଦନ ଓ ଉତ୍ପାଦିକା ଯଥେଷ୍ଟ ବୃଦ୍ଧି ପାଇ ପାରିଛି ।  

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହେବା ପରେ ପରେ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା ସେଠାରେ ୨୦୧୯ ଜାନୁଆରି ପହିଲାରୁ ‘କୃଷି କୃଷକ ବନ୍ଧୁ’ ଯୋଜନା ଘୋଷଣା ହୋଇ କାର୍ଯ୍ୟକାରି ହେଲା । ଏହି ଯୋଜନାରେ ଚାଷୀଙ୍କୁ ଦୁଇଟି ସୁବିଧା ମିଳୁଛି । ପ୍ରଥମତଃ, ୧୮ରୁ ୬୦ ବର୍ଷ ବୟସର ଯେ କୌଣସି ଚାଷୀର ସ୍ୱାଭାବିକ ବା ଅସ୍ୱାଭାବିକ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମୃତ ଚାଷୀର ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଦ୍ୱିତୀୟତଃ, ଚାଷୀ ତା’ର ଅନ୍ତତଃ ଏକ ଏକର  ଜମିରେ ଯଦି ଗୋଟିଏ ପ୍ରକାର ଫସଲ ଚାଷ କରେ ତେବେ ତାକୁ ଥରକା ୨୫୦୦ ଟଙ୍କା ଏହିପରି ବର୍ଷକୁ ଦୁଇ ଥରରେ ୫୦୦୦ ଟଙ୍କା ଆର୍ଥକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଏହି ଯୋଜନାର ସୁବିଧା ଭାଗ ଚାଷୀଙ୍କ ସମେତ ହାତରେ ଚାଷ କରୁଥିବା ସବୁ ଜମି ମାଲିକଙ୍କୁ ମିଳିଥାଏ, ଭାଗ ଚାଷରେ ଦେଇଥିବା ଜମି ମାଲିକଙ୍କୁ ନୁହେଁ । ଅର୍ଥାତ୍, ସେଠାକାର ଚାଷୀମାନେ କିଷାନ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ଲେଖାଏଁ ପାଇ ନ ଥିଲେ ବି ରାଜ୍ୟ ସରକାରଙ୍କ କୃଷି କୃଷକ ବନ୍ଧୁ ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି । ଅନ୍ୟ ପକ୍ଷରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ କେବଳ ଜମି ନାଁରେ ଥିଲେ ସହାୟତା ରାଶି ମିଳିଥାଏ, ସେ ଚାଷ କରୁ ଥାଆନ୍ତୁ ବା ନ ଥାଆନ୍ତୁ । ଅର୍ଥାତ୍ ଭାଗ ଚାଷୀମାନେ ସେହି ସହାୟତା ପାଇବାରୁ ବଞ୍ଚିତ ହୋଇ ଥାଆନ୍ତି । ସେହି କାରଣରୁ ଓଡିଶାର ଭାଗ ଚାଷୀମାନେ ମଧ୍ୟ କିଷାନ ସମ୍ମାନ ନିଧି ଯୋଜନାର ଲାଭାର୍ଥୀ ହୋଇ ପାରୁ ନାହାନ୍ତି । ପ୍ରଶ୍ନ ଉଠୁଛି, ପଶ୍ଚିମବଙ୍ଗର ଜଣେ ଚାଷୀ ଉଭୟ ଯୋଜନାର ଲାଭାର୍ଥୀ ହୋଇ ପାରିଲେ ରାଜ୍ୟ ସରକାରଙ୍କ ଅସୁବିଧା କେଉଁଠି ? ଏଥିପାଇଁ ପଶ୍ଚିମବଙ୍ଗର ୨୬ ଲକ୍ଷ ଚାଷୀ କିଷାନ ସମ୍ମାନ ନିଧି ପୋର୍ଟାଲରେ ନିଜ ନାମ ପଞ୍ଜିକରଣ କରିଥିଲେ ବି ରାଜ୍ୟ ସରକାର ସେଗୁଡିକୁ ଯାଞ୍ଚ କରି ରିପୋର୍ଟ ଦେଇ ନ ଥିବାରୁ ସେହି ଚାଷୀମାନଙ୍କ ଖାତାରେ ସିଧା ସଳଖ ଟଙ୍କା ଜମା କରା ଯାଇ ପାରୁ ନାହିଁ ବୋଲି କେନ୍ଦ୍ର ସରକାର ଓ ବିଜେପି ଦଳର ଅଭିଯୋଗ । ତେବେ ରାଜ୍ୟ ସରକାର ଯାଞ୍ଚ କରି ରିପୋର୍ଟ ଦେବାରେ ଅସୁବିଧା ରହୁଛି କେଉଁଠି ? ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରାୟ ୭୨ ଲକ୍ଷ ଚାଷୀ ଅଛନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ ୨୫ ଲକ୍ଷ ପଞ୍ଜିକୃତ ବର୍ଗାଦାର ରହିଛନ୍ତି ଯେଉଁମାନଙ୍କ ନାମରେ କୌଣସି ଜମି ନାହିଁ । ଅନ୍ୟ ରାଜ୍ୟମାନଙ୍କରେ ଜମିମାଲିକକୁ ଚାଷୀ ବୋଲି ଧରି ନିଆ ଯାଉଥିବା ବେଳେ ପଶ୍ଚିମବଙ୍ଗରେ ଚାଷ କରୁ ନଥିବା ଜମିମାଲିକକୁ ଚାଷୀ ଭାବେ ଗ୍ରହଣ କରା ଯାଇ ନ ଥାଏ । ତେଣୁ କିଷାନ ସମ୍ମାନ ନିଧି ପୋର୍ଟାଲରେ ଆବେଦନ କରିଥିବା ୨୬ ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ହୁଏତ କିଛି ଭାଗଚାଷୀ ହୋଇ ଥାଇ ପାରନ୍ତି, ଯେଉଁମାନେ ଚାଷ ଜମିର ମାଲିକ ନୁହନ୍ତି । ସେହିପରି ହୁଏତ କିଛି ଜମିମାଲିକ ଥାଇ ପାରନ୍ତି, ଯେଉଁମାନେ ଆଇନ ଅନୁସାରେ ଚାଷୀ ନୁହନ୍ତି । ତେଣୁ ଉଭୟ କ୍ଷେତ୍ରରେ ସେମାନେ କିଷାନ ସମ୍ମାନ ନିଧିର ସହାୟତା ପାଇବାରୁ ବଞ୍ଚିତ ହେବେ । ଯାଞ୍ଚ ବେଳେ ରାଜ୍ୟ ସରକାର ଏହି ବାସ୍ତବତାଟିକୁ ଉପଲବ୍ଧି କରିଥିବେ, ଯଦ୍ଦ୍ୱାରା ଖୁବ କମ ସଂଖ୍ୟକ ଲାଭାର୍ଥୀ କେନ୍ଦ୍ର ଯୋଜନାର ଲାଭ ପାଇ ପାରୁଥିବା ହୃଦୟଙ୍ଗମ କରିଥିବେ । ସଂଖ୍ୟାଧିକ ବର୍ଗାଦାର ଏହି ଯୋଜନାର ଲାଭ ପାଇ ପାରୁ ନ ଥିବାରୁ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଗଲେ ଦଳେ ଚାଷୀ ପାଇବେ, ଆଉ ଦଳେ ପାଇବେ ନାହିଁ । ଏହିପରି ଭାବେ କୃଷକ ସମାଜ ମଧ୍ୟରେ ଦୁଇ ଗୋଷ୍ଠୀ ତିଆରି ହୋଇ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ । ତେଣୁ କିଷାନ ସମ୍ମାନ ନିଧି ମାଧ୍ୟମରେ ଦେବାକୁ ଚାହୁଁଥିବା ସହାୟତା ରାଶିକୁ କେନ୍ଦ୍ର ସରକାର ସିଧାସଳଖ ଚାଷୀଙ୍କୁ ନ ଦେଇ ରାଜ୍ୟ ମାଧ୍ୟମରେ ଦେବା ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ତି । ତାହାହେଲେ ଜମି ମାଲିକ ନ ଥାଇ ଚାଷ କରୁଥିବା ବର୍ଗାଦାର ଓ ହାତରେ ଚାଷ କରୁଥିବା ଚାଷୀଙ୍କ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ଥିବାରୁ ପ୍ରକୃତ ଚାଷୀ ହିଁ ଏହି ଯୋଜନାର ଲାଭ ପାଇ ପାରିବେ, ଚାଷ କରୁ ନ ଥିବା ଜମି ମାଲିକ ନୁହେଁ । ପଶ୍ଚିମବଙ୍ଗରେ ହୋଇଥିବା ଭୂସଂସ୍କାର ଯୋଗୁ ସେହି ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟ ସହ ତୁଳନୀୟ ନୁହେଁ । ତେଣୁ ସେଠାରେ କିଷାନ ସମ୍ମାନ ନିଧି ଯୋଜନା ଲାଗୁ ନ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସେହି ପରିପ୍ରେକ୍ଷୀରେ ଦେଖିବାକୁ ହେବ ।

ବିଜେପି ତରଫରୁ କୁହାଯାଉଛି ଯେ ଆଗାମୀ ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ରାଜ୍ୟର ୭୦ ଲକ୍ଷ ଚାଷୀଙ୍କୁ କିଷାନ ସମ୍ମାନ ନିଧି ଯୋଜନାରୁ ମିଳୁଥିବା ସହାୟତା ରାଶି ପିଛିଲା ଭାବେ ପ୍ରଦାନ କରାଯିବ । ଆଗାମୀ ନିର୍ବାଚନ କଥା ବାଦ ଦିଆଯାଉ । ମୁହୂର୍ତ୍ତକ ପାଇଁ ଧରି ନିଆଯାଉ ଯେ ବିଜେପି ବର୍ତ୍ତମାନ ରାଜ୍ୟ ଶାସନ ଦାୟିତ୍ୱରେ ଅଛି । ତେବେ ବି ସେଠାକାର ଚାଷୀ ଏହି ଯୋଜନାର ଲାଭାର୍ଥୀ ହୋଇ ଟଙ୍କା ପାଇପାରିବେ କି ? କେବଳ ଦୁଇଟି ଉପାୟରେ ଏହା ସମ୍ଭବ, ଅନ୍ୟଥା ନୁହେଁ । ପ୍ରଥମତଃ, ଯଦି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ନିୟମ ପରିବର୍ତ୍ତନ କରି ଭାଗଚାଷୀଙ୍କୁ ବି ଏହି ରାଶି ପ୍ରଦାନ କରିବାକୁ ଘୋଷଣା କରନ୍ତି । ସେ କ୍ଷେତ୍ରରେ ସମଗ୍ର ଦେଶର ଭାଗ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରି ସରକାରଙ୍କ ଉପରେ ଯଥେଷ୍ଟ ଅଧିକ ଆର୍ଥିକ ବୋଝ ପଡିବାକୁ ଯାଉଥିବାରୁ କେନ୍ଦ୍ର ସରକାର ହୁଏତ ସେ ଭଳି କୌଣସି ନିଷ୍ପତ୍ତି ନେବାକୁ ଆଗଭର ହେବେ ନାହିଁ । ଦ୍ୱିତୀୟତଃ, ରାଜ୍ୟ ସରକାର ଯଦି ପଶ୍ଚିମବଙ୍ଗ ଭୂସଂସ୍କାର ଆଇନ, ୧୯୫୫କୁ ବାତିଲ କରି ବର୍ଗାଦାର ବ୍ୟବସ୍ଥାକୁ ସମାପ୍ତ କରନ୍ତି । ସେ କ୍ଷେତ୍ରରେ ବର୍ଗାଦାରମାନଙ୍କ ମଧ୍ୟରେ ଏକ ବଡ ଧରଣର ଅସନ୍ତୋଷ ଦେଖା ଦେଇ ତାହା ଆନ୍ଦୋଳନର ରୂପ ନେଇପାରେ ଯାହା ସରକାରଙ୍କ ପାଇଁ ନୂଆ ମୁଣ୍ଡ ବ୍ୟଥାର କାରଣ ପାଲଟିବ । ତେଣୁ ସେଠାରେ ବିଜେପି ମଧ୍ୟ ଶାସନକୁ ଆସିଲେ ଉପରୋକ୍ତ ଦୁଇଟି ବ୍ୟବସ୍ଥାରେ ପରିବର୍ତ୍ତନ ନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସମର୍ଥ ହେବ ନାହିଁ । ସେଠାକାର ବର୍ଗାଦାରଙ୍କ ଲାଗି ଜମିରେ ଚାଷ କରିବାର ଅଧିକାରର ଗୁରୁତ୍ୱ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ୬ ହଜାର ଟଙ୍କାରୁ ଯଥେଷ୍ଟ ଅଧିକ, ଯାହା ବର୍ଗାଦାରମାନେ ଭଲ ଭାବେ ଜାଣନ୍ତି । ତେଣୁ କିଷାନ ସମ୍ମାନ ନିଧିରେ ୬ ହଜାର ଟଙ୍କା ପ୍ରଦାନ ପୂର୍ବକ ମୋଦିଙ୍କ ଲୋକପ୍ରିୟତାରେ ବିଚଳିତ ହୋଇ ଦିଦି ଯୋଜନାଟିକୁ ସେଠାରେ କର୍ଯ୍ୟକାରି କରୁ ନାହାନ୍ତି କହିଲେ ଅନ୍ୟ ରାଜ୍ୟର ଲୋକେ ଯେଉଁ ଭଳି ବିଶ୍ୱାସ କରି ନେଉଛନ୍ତି, ସେଠାକାର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ଚାଷୀ ତାକୁ ସେ ଭଳି ଗ୍ରହଣ କରି ପାରୁ ନାହାନ୍ତି । ବିଭିନ୍ନ ରାଜ୍ୟର ସ୍ଥିତି ଅଲଗା ହୋଇ ଥିବାରୁ ଦେଶରେ ଗୋଟିଏ ପ୍ରକାର ନିୟମ ବା ଆଇନ ସବୁବେଳେ ସର୍ବତ୍ର କାର୍ଯ୍ୟକାରୀ କରାଇ ହେବ ନାହିଁ, ସେହି ବାସ୍ତବତାକୁ ଗ୍ରହଣ କରି ନ ପାରିଲେ ନୂଆ ପ୍ରକାରର ସମସ୍ୟା ଉପୁଜୁଥିବ ।


Published in Odisha Reporter on January 11, 2021

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...