Skip to main content

ସୁଲେମାନୀଙ୍କ ହତ୍ୟା ପରେ ଦୋଛକିରେ ଭାରତ

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମେ ୮, ୨୦୧୮ରେ ଇରାନ ସହ ହୋଇଥିିବା ଆଣବିକ ଚୁକ୍ତିରୁ ଓହରିବା ନିଷ୍ପତ୍ତି ନେବା ପରେ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇ ଜାନୁଆରୀ ୩, ୨୦୨୦ରେ ଚରମ ସୀମାରେ ପହଞ୍ଚିଲା ଯେତେବେଳେ ବାଗଦାଦ ବିମାନ ବନ୍ଦର ନିକଟରେ ଇରାନର କ୍ଷମତାଶାଳୀ ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା କରାଗଲା । ଏହି ସମୟ ମଧ୍ୟରେ ଆମେରିକା ଇରାନ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧ ଲଗାଇଛି । ଏପରିକି ଇରାନର ସମୁଦାୟ ଆୟର ପ୍ରାୟ ୪୦ ପ୍ରତିଶତ ତେଲ ରପ୍ତାନୀରୁ ଆସୁଥିବାରୁ ତାର ଆୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ  ଇରାନ ନିକଟରୁ ତେଲ ଆମଦାନୀ କରୁଥିବା ଭାରତ ସମେତ ୩୦ଟି ଦେଶଙ୍କ ଉପରେ କଟକଣା ଲଗାଇ ସେମାନଙ୍କ ସେଠାରୁ ତେଲ ଆମଦାନିକୁ ବନ୍ଦ କରିଛି । ଇରାନ ଏକ ସିଆ ବହୁଳ ଦେଶ ଓ ଆରବ ଦୁନିଆରେ ଏହା ସିଆ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ବେଳେ ସାଉଦି ଆରବ ସୁନ୍ନି ସମ୍ପ୍ରଦାୟର ନେତୃତ୍ୱ ନେଇଥାଏ । ଅତୀତରେ ଆମେରିକା ସିଆ-ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ଥିବା ବିବାଦକୁ ମଧ୍ୟ ନିଜ ସ୍ୱାର୍ଥରେ ଉପଯୋଗ କରିବାକୁ ପଛାଇ ନାହିଁ । ଏହା ସତ୍ତ୍ଵେ ସୁଲେମାନୀଙ୍କ ହତ୍ୟା ଇରାନବାସୀଙ୍କ ମନରେ ଆକ୍ରୋଶର ବହ୍ନି ପ୍ରଜ୍ୱଳିତ କରିଛି, କାରଣ ସେ ଥିଲେ ଇରାନରେ ଦ୍ୱିତୀୟ ସର୍ବାଧିକ କ୍ଷମତାଶାଳୀ ନେତା । ସେହି ଅଞ୍ଚଳରେ ଚିର ଦିନ ଲାଗି ଯୁଦ୍ଧ ବନ୍ଦ କରିବାକୁ ଏ ଭଳି କରାଯାଇଛି ବୋଲି ଆମେରିକାର ରାଷ୍ଟ୍ରପତି କହୁଥିଲେ ହେଁ ଏହି ଆକ୍ରମଣ ଏକ ଯୁଦ୍ଧର ରୂପ ନେଇ ଆଉ ଏକ ବିଶ୍ୱ ଯୁଦ୍ଧ ଆଡକୁ ମୁହାଁଇବ ନାହିଁ ସେ କଥା କିଏ କହି ପାରିବ ? ତେବେ ଏଭଳି ବିସ୍ଫୋରକ ସ୍ଥିତି ଦ୍ୱାରା ଭାରତ କେତେ ପ୍ରଭାବିତ ହୋଇପାରେ, ତାହା ଆଲୋଚନାର ଅପେକ୍ଷା ରଖେ ।
   
ଏକ ଆକଳନ ଅନୁସାରେ ସାଉଦି ଆରବ, ୟୁନାଇଟେଡ ଆରବ ଏମିରେଟସ (ୟୁଏଇ), କୁଏତ, ଓମାନ, କାତାର ଓ ବାହାରିନ ଭଳି ଛଅଟି ଗଲ୍ଫ କୋଅପରେସନ କାଉନସିଲ (ଜିସିସି) ଦେଶ ତଥା ପଶ୍ଚିମ ଏସିଆର ଅନ୍ୟ ଦେଶମାନଙ୍କରେ ପ୍ରାୟ ୮୦ ଲକ୍ଷ ପ୍ରବାସୀ ଭାରତୀୟ କାମ କରୁଛନ୍ତି । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧର ଆଶଙ୍କା ଯେତେ ଘନୀଭୁତ ହେବ ଉପରୋକ୍ତ ଅଞ୍ଚଳରେ ଅର୍ଥନୈତିକ ଗତିବିଧି ସେତେ ପ୍ରଭାବିତ ହୋଇ ଶ୍ରମିକମାନେ ନିଯୁକ୍ତି ହରାଇ ବସିବେ । ଯୁଦ୍ଧଜନିତ ସ୍ଥିତିରେ ସେମାନଙ୍କ ଧନ ଜୀବନର ସୁରକ୍ଷା ମଧ୍ୟ ଭାରତ ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିବ । ସ୍ମରଣଯୋଗ୍ୟ ଯେ ୧୯୯୦ ମସିହାରେ ଉପସାଗରୀୟ ଯୁଦ୍ଧ ସମୟରେ ଏୟାର ଇଣ୍ଡିଆ ଦ୍ୱାରା ସେଠାରୁ ଲକ୍ଷାଧିକ ସଂଖ୍ୟାରେ ଭାରତୀୟଙ୍କୁ ଭାରତକୁ ଅଣାଯାଇଥିଲା । କିନ୍ତୁ ଏବେ ସେହି ସବୁ ଅଞ୍ଚଳରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଏତେ ଅଧିକ ଯେ ସେମାନଙ୍କ ସ୍ଥାନାନ୍ତର ଭାରତ ପାଇଁ ଏକ ବିଶାଳ ଆହ୍ୱାନ ସୃଷ୍ଟି କରିପାରେ । ତା ଛଡା ଅଣକୁଶଳୀ ଓ କମ ମଜୁରୀ ପାଉଥିବା ଶ୍ରମିକମାନେ ସାଉଦି ଆରବ, କାତାର, ୟୁଏଇ ଆଦି କେତେକ ଦେଶରେ ପ୍ରଚଳିତ ‘କାଫଲା’ ପ୍ରଥା ଅନୁଯାୟୀ ନିଯୁକ୍ତି ଦାତାଙ୍କ ବିନା ସମ୍ମତିରେ ଦେଶ ଛାଡି ଯାଇ ପାରିବେ ନାହିଁ, ଯାହା ସମସ୍ୟାକୁ ଜଟିଳ କରିପାରେ । ପୁଣି ଏତେ ସଂଖ୍ୟକ ଲୋକ ଦେଶକୁ ଫେରିଲେ ଏଠାକାର ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିପାରେ ।
  
ଅନ୍ୟ ଦେଶ ତୁଳନାରେ ବିଦେଶରେ କାର୍ଯ୍ୟରତ ଭାରତୀୟମାନେ ସର୍ବାଧିକ ପରିମାଣର ଅର୍ଥ ସ୍ୱଦେଶକୁ ପଠାଇଥାନ୍ତି । ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୧୮ ମସିହାରେ ବିଦେଶରେ ଥିବା ଭାରତୀୟମାନେ ଭାରତକୁ ପ୍ରାୟ ୭୯୦୦ କୋଟି ଡଲାର (ସାଢେ ୫ ଲକ୍ଷ କୋଟି ଟଙ୍କା) ପଠାଇଥିଲେ । ଏଥିରୁ ପ୍ରାୟ ୪୦୦୦ କୋଟି ଡଲାର କେବଳ ପଶ୍ଚିମ ଏସିଆର ଦେଶମାନଙ୍କରୁ ଆସିଥିଲା । ବିଶ୍ୱର ବିଭିନ୍ନ ଦେଶରୁ ଅନ୍ୟତ୍ର ହେଉଥିବା ସମଗ୍ର ଅର୍ଥ ପ୍ରେରଣ (ରେମିଟାନ୍ସ) ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ଏହି ଅଞ୍ଚଳରୁ ହେଉଥିବାରୁ ରେମିଟାନ୍ସ କ୍ଷେତ୍ରରେ ଏହି ଅଞ୍ଚଳର ଗୁରୁତ୍ୱ ଯଥେଷ୍ଟ ଅଧିକ । ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ରହିଲେ ସେହି ଅଞ୍ଚଳରୁ ଭାରତୀୟମାନେ ପଠାଉଥିବା ଅର୍ଥର ପରିମାଣ ଯଥେଷ୍ଟ ହ୍ରାସ ପାଇବାର ଆଶଙ୍କା ଅଛି । ଫଳରେ ତାହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଏକ ପ୍ରତିକୂଳ ପ୍ରଭାବ ପଡିବ । ଆଉ ଗୋଟିଏ କଥା ହେଲା ଏହିଭଳି ଭାବେ ଦେଶକୁ ଆସୁଥିବା ଅର୍ଥର ପରିମାଣ ମୋଟ ଘରୋଇ ଉତ୍ପାଦର ପ୍ରାୟ ୨.୭ ପ୍ରତିଶତ ହୋଇଥିବାରୁ ଏହାର କୁପ୍ରଭାବ ଦେଶର ଅର୍ଥନୀତିରେ ପରିଲକ୍ଷିତ ହୋଇପାରେ । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କରୁ ହଜାର ହଜାର ସଂଖ୍ୟକ ଶ୍ରମିକ ସେଠାରେ ନିୟୋଜିତ । ସେମାନେ ସ୍ୱଦେଶକୁ ପ୍ରେରଣ କରୁଥିବା ଅର୍ଥ ପରିମାଣ ହ୍ରାସ ପାଇଲେ, ସେହି ସବୁ ରାଜ୍ୟର ଅର୍ଥନୀତି ଆକ୍ରାନ୍ତ ହୋଇପାରେ ।

ସୁଲେମାନୀଙ୍କ ହତ୍ୟା ପରେ ପ୍ରତିକ୍ରିୟା ସ୍ୱରୂପ ସାଙ୍ଗେସାଙ୍ଗେ ବିଶ୍ୱ ବଜାରରେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ପ୍ରାୟ ୩ ଡଲାର ବଢିଗଲା । ସେଠାରେ ଯୁଦ୍ଧ ଆରମ୍ଭ ହେଲେ ସମଗ୍ର ପଶ୍ଚିମ ଏସିଆରେ ତୈଳ ଉତ୍ପାଦନ ହ୍ରାସ ପାଇବ । ଏତଦଭିନ୍ନ ଜାହାଜ ଯୋଗେ ଇରାନ ସଂଲଗ୍ନ ହୋର୍ମୁଜ ପ୍ରଣାଳୀ ଦେଇ ସର୍ବାଧିକ ପରିମାଣର ତୈଳ ପରିବହନ କରା ଯାଉଥିବାରୁ ସେହି ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ପରିପ୍ରେକ୍ଷୀରେ ତୈଳ ପରିବହନ ପ୍ରଭାବିତ ହୋଇ ତୈଳ ସଙ୍କଟ ସୃଷ୍ଟି ହୋଇପାରେ । ତେଣୁ ଆଗାମୀ ଦିନରେ ଅଶୋଧିତ ତେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇପାରେ । ଭାରତ ତାର ତେଲ ଚାହିଦାର ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନି କରିଥାଏ ଓ ଏହାର ସିଂହଭାଗ ମଧ୍ୟ-ପ୍ରାଚ୍ୟରୁ ଆସିଥାଏ । ପୂର୍ବେ ଭାରତ ଆମଦାନି କରୁଥିବା ତେଲର ୧୦ ପ୍ରତିଶତ ଇରାନରୁ ଆଣୁଥିଲା ଓ ତାହା ପୁଣି ଡଲାର ନ ଦେଇ ଟଙ୍କା ବଦଳରେ । ଆମେରିକାର କଟକଣା ପରେ ୨୦୧୯ ମସିହା ମେ ମାସରୁ ଯଦିଓ ଭାରତ ଆଉ ଇରାନରୁ ତେଲ ଆମଦାନି କରୁନାହିଁ, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ବିଦେଶରୁ ୨୧.୭ କୋଟି ଟନ ତେଲ ଆମଦାନି କରିଥିବା ପୃଷ୍ଠଭୂମିରେ ଯଦି ତେଲର ଦାମ ବ୍ୟାରେଲ ପିଛା ୧୦ ଡଲାର ବୃଦ୍ଧି ପାଏ ତେବେ ଭାରତର ତୈଳ ଆମଦାନି ବାବଦ ବ୍ୟୟ ପ୍ରାୟ ୧୫୦୦ କୋଟି ଡଲାର (ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ) ବଢି ଯାଇପାରେ । ଏହା ଆମ ଅର୍ଥ ବ୍ୟବସ୍ଥାକୁ ଅସ୍ଥିର କରିବା କିଛି ବିଚିତ୍ର ନୁହେଁ । ଏହାର ପ୍ରଭାବରେ ଘରୋଇ ବଜାରରେ ମଧ୍ୟ ପେଟ୍ରାଲ ଓ ଡିଜେଲର ଦର ବଢିବ, ଯାହାର ବହୁ ସ୍ତରୀୟ କୁପ୍ରଭାବର ପରିଣାମ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେବ । ଅତ୍ୟାବଶ୍ୟକ ଦ୍ରବ୍ୟର ଦର ମାତ୍ରାଧିକ ବୃଦ୍ଧି ପାଇପାରେ । ଅଧିକନ୍ତୁ, ଏହାର ପ୍ରଭାବରେ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଅଧିକ ଦୁର୍ବଳ ହୋଇ ପଡିଲେ ତେଲ ଆମଦାନି ପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡିବ । ତେଣୁ ଏଭଳି ଏକ ସ୍ଥିତିର ମୁକାବିଲା ଲାଗି ପ୍ରତିକାରାତ୍ମକ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ।

ଦକ୍ଷିଣ-ପୂର୍ବ ଇରାନରେ ଅବସ୍ଥିତ ଚାବହାର ବନ୍ଦର ପରିଚାଳନାକୁ ନେଇ ଭାରତ, ଇରାନ ଓ ଆଫଗାନିସ୍ତାନ ମଧ୍ୟରେ ମେ ୨୦୧୬ରେ ହୋଇଥିବା ତ୍ରିପକ୍ଷୀୟ ଚୁକ୍ତି ପରିପ୍ରେକ୍ଷୀରେ ଏଥିରେ ଭାରତର ଅଂଶଗ୍ରହଣ ଉପରେ ଆମେରିକା ଲଗାଇଥିବା କଟକଣାକୁ ନିକଟରେ ଉଠାଇ ଦେଇଛି । ତେବେ ପରିବର୍ତ୍ତିତ ପରିସ୍ଥିତିରେ ସେହି ପ୍ରକଳ୍ପର କାର୍ଯ୍ୟ ପୁଣି ଅନିଶ୍ଚିତତା ଭିତରକୁ ଚାଲି ଯାଇଛି । ଚାବହାର ବନ୍ଦର ପ୍ରକଳ୍ପରେ ଅଂଶଗ୍ରହଣ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେଉଥିବା ବାଣିଜ୍ୟ ଏବେ ପାକିସ୍ତାନର କରାଚୀ ବନ୍ଦର ଦେଇ ହେଉଥିବା ବେଳେ ଚାବହାର ବନ୍ଦର ଦେଇ ଚାଲୁ ହେଲେ ତାହା ସମ୍ପୂର୍ଣ୍ଣ ରୂପେ ପାକିସ୍ତାନୀ ନିୟନ୍ତ୍ରଣରୁ ମୁକ୍ତ ହେବ । ଉଲ୍ଲେଖଯୋଗ୍ୟ, କରାଚୀ ବନ୍ଦର ତୁଳନାରେ ଏହି ବନ୍ଦରର ଦୂରତା ଆଫଗାନିସ୍ତାନଠାରୁ ପ୍ରାୟ ହଜାରେ କିଲୋମିଟର କମ । ଆଫଗାନିସ୍ତାନ ଏକ ସ୍ଥଳ ଆବଦ୍ଧ ଦେଶ ହୋଇଥିବାରୁ ଏହି ବନ୍ଦର ଦେଇ ବାଣିଜ୍ୟ ତାକୁ ଭାରତର ନିକଟତର କରାଇବା ସହ ତାକୁ ପାକିସ୍ତାନଠାରୁ ଦୂରେଇ ରଖିବାରେ ସହାୟକ ହେବ, ଯାହା କୂଟନୈତିକ ଦୃଷ୍ଟିରୁ ଭାରତ ସ୍ୱାର୍ଥରେ । ଏତଦଭିନ୍ନ ଏହି ବନ୍ଦର ଦେଇ ମଧ୍ୟ-ଏସୀୟ ଦେଶଗୁଡିକ ସହ ବାଣିଜ୍ୟ କରିବାକୁ ଭାରତ ଲାଗି ଏକ ବିକଳ୍ପ ପଥ ଉପଲବ୍ଧ ହେବ, ଯଦ୍ଦ୍ୱାରା ପରିବହନ ଖର୍ଚ୍ଚ ଅର୍ଦ୍ଧାଧିକ ହ୍ରାସ ପାଇବ । ତା ଛଡା ଭାରତୀୟ ବାୟୁସେନା ପରିଚାଳିତ ତାଜାକିସ୍ତାନସ୍ଥିତ ଫାରଖୋର ବିମାନ ଘାଟୀକୁ ଯିବା ପାଇଁ ଏହି ବନ୍ଦର ପ୍ରବେଶ ପଥ ସାଜିବ । ତେଣୁ ଅର୍ଥନୈତିକ, କୂଟନୈତିକ ଓ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ବନ୍ଦରର କାର୍ଯ୍ୟ ବାଧାପ୍ରାପ୍ତ ହେବା ଭାରତ ଲାଗି ହତାଶାଜନକ ।

ଉଭୟ ଆମେରିକା ଓ ଇରାନ ସହ ଭାରତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଆଗ୍ରହୀ । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିରପେକ୍ଷତା ଅବଲମ୍ବନ କରିବାକୁ ଉଚିତ ମଣିଛି । ‘ସୁଲେମାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିଥିଲା’ କହି ଟ୍ରମ୍ପ ହୁଏତ ଭାରତକୁ ଇରାନଠାରୁ ଦୂରେଇ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଛନ୍ତି । ସୁତରାଂ, କୂଟନୈତିକ ଦୃଷ୍ଟିରୁ ଭାରତ ଏବେ ଏକ ଅତ୍ୟନ୍ତ ଅଡୁଆ ପରିସ୍ଥିତିରେ ପଡିଛି, ବ୍ରହ୍ମହତ୍ୟା ଓ ଗୋହତ୍ୟା ମଝିରେ ଛିଡା ହେଲା ଭଳି କଥା ହୋଇଛି ।

ଇତି ମଧ୍ୟରେ କିଛି ଦେଶ ଆମେରିକାର ଆକ୍ରମଣକୁ ଯଥାର୍ଥ କହି ତା ସପକ୍ଷରେ ଠିଆ ହୋଇଥିବା ବେଳେ ଅନ୍ୟ କେତେକ ଦେଶ ଇରାନ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ପରିସ୍ଥିତିକୁ ଅଧିକ ଜଟିଳ କଲାଣି । ଆମେରିକା ସପକ୍ଷବାଦୀ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲ, ସାଉଦି ଆରବ, ବ୍ରିଟେନ, ଜର୍ମାନୀ । ଏମାନେ ସମସ୍ତେ ଭାରତର ବନ୍ଧୁ ରାଷ୍ଟ୍ର । ଏହାକୁ ନିନ୍ଦା କରିଥିବା ଦେଶ ଭିତରୁ ରୁଷିଆ ମଧ୍ୟ ହେଉଛି ଭାରତର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମିତ୍ରରାଷ୍ଟ୍ର । ତେଣୁ ଭାରତ ଲାଗି ଏ ଭଳି ସବୁ ସମ୍ପର୍କରେ ଭାରସାମ୍ୟ ରଖିବା କଷ୍ଟକର । ଏ ଭଳି ପରିସ୍ଥିତିରେ ଭାରତ ଓ ଚୀନ ଉଭୟ ଆମେରିକା ଓ ଇରାନକୁ ସଂଯମତା ରକ୍ଷା କରିବା ପାଇଁ କହି ସାରିଲେଣି । ଉତ୍ତେଜନା ଯେପରି ଯୁଦ୍ଧରେ ରୂପାନ୍ତରିତ ନ ହୁଏ ସେଥିପାଇଁ ଜାତିସଂଘ ତରଫରୁ ଆବୋଦନ କରାଯାଇ ସାରିଲାଣି । ତେବେ ଏ ଦିଗରେ ଓମାନ, ଫ୍ରାନ୍ସ ଓ ଜାପାନ ପ୍ରମୁଖ ଭୂମିକା ନିର୍ବାହ କରି ପାରିବେ ବୋଲି କୂଟନୀତିଜ୍ଞଙ୍କ ମତ । କିନ୍ତୁ ପ୍ରତିଶୋଧ ଜର୍ଜରିତ ଇରାନ ଏବେ କି ପଦକ୍ଷେପ ନେବ, ତା ଉପରେ ଅନେକ କିଛି ନିର୍ଭର କରେ । ସୁଲେମାନୀ ଜଣେ ଲୋକପ୍ରିୟ ଓ ଅତ୍ୟନ୍ତ କ୍ଷମତାଶାଳୀ କମାଣ୍ଡର ହୋଇଥିବାରୁ ତାଙ୍କ ହତ୍ୟାକୁ ଇରାନ ସହଜରେ ଓ ନୀରବରେ ଗ୍ରହଣ କରି ନେବାର ଆଶା କ୍ଷୀଣ । ତାଙ୍କ ଶେଷ ଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହେବା ଓ ପ୍ରତିଶୋଧ ଦାବି କରିବାକୁ ହାଲୁକା ଭାବେ ନିଆ ଯାଇ ନ ପାରେ । ଆଗରୁ ଇରାନର ଶାସକମାନେ ଆମେରିକା ବିପକ୍ଷରେ ଏକ ପୂର୍ଣ୍ଣ ଯୁଦ୍ଧ (ଫୁଲ ଫ୍ଲେଜଡ ଓ୍ଵାର) ସପକ୍ଷରେ ନଥିଲେ ମଧ୍ୟ ସୁଲେମାନୀଙ୍କ ହତ୍ୟା ପରେ ଇରାନବାସୀଙ୍କ ପ୍ରବଳ ଚାପ ଆଗରେ ସେମାନେ ଏ ଭଳି କଣଠେସା ହୋଇ ସାରିଛନ୍ତି ଯେ ଦେଶବାସୀଙ୍କ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଯୁଦ୍ଧ ଭିନ୍ନ ସେମାନଙ୍କ ଆଗରେ ଅନ୍ୟ କୌଣସି ବିକଳ୍ପ ଥିଲା ପରି ମନେ ହେଉନାହିଁ । ଏହା ଛଦ୍ମ ଯୁଦ୍ଧ (ପ୍ରକ୍ସି ଓ୍ଵାର) ମଧ୍ୟରେ ସୀମିତ ରହିଲେ ଆମେରିକାର ସହଯୋଗୀ ସାଉଦି ଆରବ ଓ ୟୁଏଇ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ତେବେ ଏହା ପୂର୍ଣ୍ଣ ଯୁଦ୍ଧରେ ରୂପାନ୍ତରିତ ହେଲେ ଉଭୟ ଦେଶର ଆଣବିକ ସାମର୍ଥ୍ୟ ଏହାକୁ ଏକ ଅତ୍ୟନ୍ତ ବିପଜ୍ଜନକ ଯୁଦ୍ଧରେ ପରିଣତ କରିବ । ତେବେ ଆଗକୁ ଆଉ କିଛି ନ ହୋଇ ଉତ୍ତେଜନା ହ୍ରାସ ପାଇବା କେବଳ କୌଣସି ଅଲୌକିକତା ଦ୍ୱାରା ସମ୍ଭବ ବୋଲି ମଧ୍ୟ-ପ୍ରାଚ୍ୟର ବିଶାରଦମାନଙ୍କ ମତ ।

Published in Sambad on January 08, 2020 

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...