Skip to main content

ଲକ୍ଷ୍ୟ ହାସଲରେ ଅସଫଳତାର ବର୍ଷ

ଏନଡ଼ିଏ ସରକାର ୨୦୧୪ରେ କ୍ଷମତାସୀନ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ପ୍ରଦାନ କରା ହୋଇଆସିଛି । ତନ୍ମଧ୍ୟରୁ ଅଧିକାଂଶ ୨୦୨୨ ସୁଦ୍ଧା ପୂରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହା ପଛରେ ଥିବା ମୁଖ୍ୟ କାରଣ ହେଉଛି ଏହି ବର୍ଷ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ । କେବଳ ସେତିକି ନୁହେଁ, ଅଗଷ୍ଟ ୧୫, ୨୦୨୨ ସୁଦ୍ଧା ଯେଉଁ ସବୁ ଲକ୍ଷ୍ୟ ହାସଲ କରାଯିବା ପାଇଁ ସ୍ଥିର ହୋଇଥିଲା, ସେଗୁଡ଼ିକୁ ନିତି (NITI) ଆୟୋଗ ଦ୍ୱାରା ପ୍ରକାଶିତ ପୁସ୍ତକ  ‘ଷ୍ଟ୍ରାଟେଜି ଫର ନିଉ ଇଣ୍ଡିଆ @୭୫’ରେ ଏକତ୍ର ସନ୍ନିବେଶିତ କରାଯାଇଥିଲା । ତେବେ ୨୦୨୨ର ପରିସମାପ୍ତି ପରେ ବି ଅନେକ ପ୍ରତିଶ୍ରୁତି ପୂରଣ ହୋଇନାହିଁ । ସେହି ସବୁ ଲକ୍ଷ୍ୟ ଓ ପ୍ରତିଶ୍ରୁତି ମଧ୍ୟରୁ କେତୋଟି ପ୍ରମୁଖ ପ୍ରତିଶ୍ରୁତିର ବାସ୍ତବ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଉ ।

୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଦୁଇ ଗୁଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ମସିହାରେ କରିଥିବା ଘୋଷଣା କୃଷକ ଓ ଅନ୍ୟମାନଙ୍କ ମଧ୍ୟରେ ସବୁଠାରୁ ବେଶି ଆଶା ଉଦ୍ରେକ କରିଥିଲା । ୨୦୧୫-୧୬କୁ ଆଧାର ବର୍ଷ ଭାବେ ଗ୍ରହଣ କରି ଚାଷୀ ପରିବାରଙ୍କ ଆୟ ୨୦୨୨ ସୁଦ୍ଧା ବାର୍ଷିକ ୨,୧୯,୭୨୪ ଟଙ୍କା (ମାସିକ ପ୍ରାୟ ୧୮୩୦୦ ଟଙ୍କା)ରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା ।  ବର୍ଷ ଶେଷରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ଟଙ୍କାରେ ପହଞ୍ଚିଲା ତାହା ତ ସର୍ଭେ ହେଲା ପରେ ଜଣାପଡିବ, ତେବେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା (ଏନଏସଏସଓ) ଦ୍ୱାରା ସେପ୍ଟେମ୍ୱର ୨୦୨୧ରେ ପ୍ରକାଶିତ ସିଚୁଏସନ ଆସେସମେଣ୍ଟ ଅଫ ଆଗ୍ରିକଲଚରାଲ ହାଉସହୋଲ୍ଡ (ସାସ) ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮-୧୯ ସୁଦ୍ଧା କୃଷି ପରିବାରଗୁଡିକର ହାରାହାରି ମାସିକ ଆୟ ମାତ୍ର ୧୦୨୧୮ ଟଙ୍କା ହୋଇଥିଲା । ଅର୍ଥାତ୍ ୨୦୨୨ ନୁହେଁ ନିକଟ ଭବିଷ୍ୟତରେ ମଧ୍ୟ ଚାଷୀଙ୍କ ଆୟ ଦୁଇ ଗୁଣ ହେବାର ସମ୍ଭାବନା କ୍ଷୀଣ । ଫସଲକଟା ହେବା ପରେ ଜମିରେ ରହି ଯାଉଥିବା ଫସଲର ଅବଶିଷ୍ଟାଂଶ ବା ରୁଢ଼କୁ ଆଉ ଜଳାଇବାକୁ ଦିଆଯିବ ନାହିଁ ବୋଲି କୁହାଯାଇଥିଲା । ହେଲେ ପଞ୍ଜାବ, ହରିଆଣା ଓ ଅନ୍ୟାନ୍ୟ ରାଜ୍ୟରେ ଫସଲର ଅବଶିଷ୍ଟାଂଶକୁ ଜମିରେ ଜଳା ହେବାର ପ୍ରଥା ଏବେ ବି ଚାଲୁ ରହିଛି, ଯାହା ଦିଲ୍ଲୀର ବାୟୁର ମାନକୁ ବିପଜ୍ଜନକ ସ୍ତରକୁ ଖସାଇ ଆଣୁଛି । ଉଲ୍ଲେଖଯୋଗ୍ୟ ଯେ ଦେଶରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ)କୁ ୫୦ ମଧ୍ୟରେ ସୀମିତ ରଖାଯିବାର ଲକ୍ଷ୍ୟ ଥିଲା ବେଳେ ତାହା ଏବେ ୧୨୬ ରହିଛି ।    

୨୦୨୨ ସୁଦ୍ଧା ପ୍ରତି ଭାରତୀୟଙ୍କୁ ଶୌଚାଳୟ ସୁବିଧା ଥିବା ଘର ଯୋଗାଇଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ’ ଓ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମାଞ୍ଚଳ’ ନାମକ ଦୁଇଟି ଯୋଜନା କାର୍ଯ୍ୟକରୁଛି । କିନ୍ତୁ ସହରାଞ୍ଚଳ ଯୋଜନାରେ ସାରା ଦେଶରେ ୧.୧୨ କୋଟି ଘରର ଚାହିଦା ଥିବା ଦର୍ଶାଇ ୧.୨୩ କୋଟି ଘରର ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରାଯାଇଥିଲେ ବି ଏ ପର୍ଯ୍ୟନ୍ତ ମାତ୍ର ୬୫.୫୦ ଲକ୍ଷ ଘରର ନିର୍ମାଣ ଶେଷ ହୋଇପାରିଛି । ସେହିପରି ଗ୍ରାମାଞ୍ଚଳ ଯୋଜନାରେ ଦେଶରେ ୨.୯୫ କୋଟି ପକ୍କା ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରୁ ୨.୪୯ କୋଟି ଘର ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରାଯାଇ ୨.୧୦ କୋଟି ଘରର ନିର୍ମାଣ ଶେଷ ହୋଇଥିବାରୁ ଯୋଜନାର ଅବଧିକୁ ମାର୍ଚ୍ଚ ୨୦୨୪ ଯାଏଁ ଘୁଞ୍ଚାଇ ଦିଆଯାଇଛି । ସେମିତି ସମସ୍ତଙ୍କ ଲାଗି ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣର ଲକ୍ଷ୍ୟ ଥିଲା । ଦେଶର ଶତ ପ୍ରତିଶତ ଗାଁକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି ବୋଲି ୨୦୧୮ରେ ଘୋଷଣା ମଧ୍ୟ କରାଯାଇଥିଲା । ତେବେ ନିକଟରେ ଖୋଦ୍ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁ ମୟୂରଭଞ୍ଜ ଜିଲ୍ଲାସ୍ଥିତ ଉପରବେଡ଼ା ଗାଁର ଡୁଙ୍ଗୁରିସାହିରେ କୌଣସି ବିଦ୍ୟୁତ ସଂଯୋଗ ନଥିବା ଖବର ଜଣା ପଡ଼ିବା ପରେ ଗ୍ରାମାଞ୍ଚଳରେ ବିଦ୍ୟୁତକରଣର ବାସ୍ତବ ସ୍ଥିତି ସନ୍ଦେହାସ୍ପଦ ହୋଇଛି । ଏ ଯାଏଁ ସବୁ ରାଜସ୍ୱ ଗାଁର ସବୁ ପଡ଼ାକୁ ବିଦ୍ୟୁତ ସଂଯୋଗ ଦିଆଯାଇନଥିବାରୁ ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ଲକ୍ଷ୍ୟ ହାସଲର ପ୍ରଶ୍ନ  ଉଠୁଛି ବା କେଉଁଠି ? ସେହିପରି ପ୍ରତି ଘରକୁ ପାଇପ ଜଳ ଯୋଗାଇ ଦେବାର ଲକ୍ଷ୍ୟ ନେଇ ‘ଜଳ ଜୀବନ ମିସନ’ କାର୍ଯ୍ୟ କରୁଥିଲେ ବି ଏ ଯାଏଁ ମାତ୍ର ୫୬ ପ୍ରତିଶତ ଘରକୁ ପାଇପ ଜଳ ଯୋଗାଇ ଦିଆଯାଇ ପାରିଥିବାରୁ ଇତିମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ଧାର୍ଯ୍ୟ ସମୟକୁ ୨୦୨୪ ଯାଏଁ ଘୁଞ୍ଚାଇ ଦିଆଯାଇଛି ।

ଦେଶର ପ୍ରଥମ ବୁଲେଟ ଟ୍ରେନ ୨୦୨୨ରେ ମୁମ୍ୱାଇ-ଅହମଦାବାଦ ମଧ୍ୟରେ ଚଳାଚଳ କରିବାର ଘୋଷଣା କରାଯାଇଥିଲା । ବୁଲେଟ ଟ୍ରେନ ଚାଲିବା ତ ଦୂରର କଥା, ପ୍ରକଳ୍ପ ପାଇଁ ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ । ତେଣୁ ପ୍ରସ୍ତାବିତ ପ୍ରକଳ୍ପଟି କାର୍ଯ୍ୟକାରୀ ହେବାକୁ ଆହୁରି ୪ ବର୍ଷ ଲାଗିଯାଇପାରେ ବୋଲି ଖୋଦ ରେଳମନ୍ତ୍ରୀ କହିସାରିଲେଣି । ୨୦୨୨ ସୁଦ୍ଧା ଭାରତୀୟ ରେଳବାଇ ନିରାପତ୍ତାର ସ୍ତରକୁ ଏତେ ଉନ୍ନତ କରାଯିବ ଯେ ରେଳ ଦୁର୍ଘଟଣାରେ ଆଉ କେହି ମୃତ୍ୟୁବରଣ କରିବେ ନାହିଁ ବୋଲି କୁହାଯାଇଥିଲା । ଏନସିଆରବି ତଥ୍ୟ ଅନୁଯାୟୀ ୨୦୨୦ରେ ଦେଶରେ ୧୩୦୦୦ଟି ରେଳ ଦୁର୍ଘଟଣା ଘଟି ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦୨୧ରେ ୧୭୯୯୩ଟି ରେଳ ଦୁର୍ଘଟଣା ଘଟି ୧୬୪୩୧ ଲୋକ ପ୍ରାଣ ହରାଇଛନ୍ତି । ଏଥିରୁ ରେଳବାଇ ନିରାପତ୍ତା ସ୍ତରରେ ଯେ ଅବନତି ଘଟିଛି, ତାହା ସୁସ୍ପଷ୍ଟ ।

୨୦୨୨ ସୁଦ୍ଧା ଦେଶର ଜିଡ଼ିପି ବିକାଶ ହାର ୯-୧୦ ପ୍ରତିଶତରେ ପହଞ୍ଚିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ତାହା ୭ ପ୍ରତିଶତ ମଧ୍ୟରେ ସୀମିତ ରହିବାର ପୂର୍ବାନୁମାନ କରାଯାଉଛି ।  ସେହିପରି ବିନିବେଶ ହାର ୩୬ ପ୍ରତିଶତ ହେବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ତାହା ମାତ୍ର ୩୨ ପ୍ରତିଶତ ହୋଇଛି । ଏହି ସମୟ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ୪ ଲକ୍ଷ କୋଟି (ଟ୍ରିଲିଅନ) ଡଲାର ଛୁଇଁବ ବୋଲି କୁହାଯାଉଥିବା ବେଳେ ତାହା ୩.୧୨ ଲକ୍ଷ କୋଟି ଡଲାର ହୋଇପାରିଛି । ୨୦୨୨ ସୁଦ୍ଧା ପ୍ରତି ଭାରତୀୟଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହ ଜୀବନ ବୀମା, ଦୁର୍ଘଟଣା ବୀମା, ପେନସନ ଆଦିରେ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଥିଲା । ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଏବେ ମଧ୍ୟ ବିଶ୍ୱର ଯେଉଁ ୧୪୦ କୋଟି ଲୋକଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନଙ୍କ ମଧ୍ୟରୁ ୧୩ କୋଟି ବା ପ୍ରାୟ ୯ ପ୍ରତିଶତ ହେଉଛନ୍ତି ଭାରତୀୟ । ସେହିପରି ପ୍ରତି ୧୦୦ ଜଣ ଭାରତୀୟଙ୍କ ମଧ୍ୟରୁ ମାତ୍ର ୩ ଜଣ ଜୀବନବୀମା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପ୍ରାୟ ୧୦୦ କୋଟି ଲୋକଙ୍କୁ ଦୁର୍ଘଟଣା ବୀମା ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଅବସରଯୋଗ୍ୟ ବୟସର ମାତ୍ର ୨୪ ପ୍ରତିଶତ ଲୋକ କୌଣସି ପେନସନ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି ।

ତେଲ ଓ ଗ୍ୟାସର ଆମଦାନୀକୁ ୧୦ ପ୍ରତିଶତ ହ୍ରାସ କରିବାର ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା । ୨୦୧୬-୧୭ରେ ବିଦେଶରୁ ୨୧.୩୯ କୋଟି ଟନ ପରିମାଣର ଅଶୋଧିତ ତେଲ ଆମଦାନୀ ହୋଇଥିଲା ଯାହାର ମୂଲ୍ୟ ୭୦୧୯ କୋଟି ଡଲାର ଥିଲା ବେଳେ ୨୦୨୧-୨୨ରେ ୨୧.୨୨ କୋଟି ଟନ୍ ପରିମାଣର ଅଶୋଧିତ ତେଲ ଆମଦାନୀ ହୋଇଥିଲା ଯାହାର ମୂଲ୍ୟ ୧୨୨୪୫ କୋଟି ଡ଼ଲାର ଥିଲା । ଅର୍ଥାତ୍ ଏହି ସମୟ ମଧ୍ୟରେ ପରିମାଣ ଦୃଷ୍ଟିରୁ ତେଲ ଆମଦାନୀ ସ୍ଥିର ରହିଥିବା ବେଳେ ମୂଲ୍ୟ ଦୃଷ୍ଟିରୁ ଏଥିରେ ପ୍ରାୟ ୭୪ ପ୍ରତିଶତ ବୃଦ୍ଧି ଘଟିଛି । ଅବଶ୍ୟ କୋଭିଡ଼ ଯୋଗୁଁ ଅର୍ଥନୈତିକ ଗତିବିଧି ବାଧାପ୍ରାପ୍ତ ହୋଇ ତେଲ ଚାହିଦା କମ ହୋଇନଥିଲେ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ଆମଦାନୀ ଯଥେଷ୍ଟ ଅଧିକ ବଢ଼ି ଥାଆନ୍ତା ।

ଦଶମ ଶ୍ରେଣୀ ପର୍ୟ୍ୟନ୍ତ କୌଣସି ପିଲାକୁ ସ୍କୁଲ ଛାଡ଼ିବାକୁ ଦିଆଯିବ ନାହିଁ ବୋଲି ଲକ୍ଷ୍ୟ ଥିଲା । ବାସ୍ତବତା ହେଉଛି ୨୦୨୧-୨୨ରେ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କୁଲ ଛାଡ଼ିଥିବା ଛାତ୍ରଙ୍କ ପ୍ରତିଶତ ପୂର୍ବ ବର୍ଷ ତୁଳନାରେ ଅଧିକ ଥିଲା । ୨୦୨୦-୨୧ ଓ ୨୦୨୧-୨୨ ଏଇ ଦୁଇ ବର୍ଷ ମଧ୍ୟରେ କେବଳ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରାୟ ୩୮ ଲକ୍ଷ ପିଲା ସ୍କୁଲ ଛାଡ଼ିଥିବା ଜଣାପଡ଼ିଛି । ମାଧ୍ୟମିକ ସ୍ତରରେ ସ୍କୁଲ ଛାଡ଼ିଥିବା ପିଲାଙ୍କ ପ୍ରତିଶତ ୧୨.୬ । ୨୦୨୨ ସୁଦ୍ଧା ଦେଶକୁ ଅପପୁଷ୍ଟି ମୁକ୍ତ କରିବାର ଏକ ବିଶାଳ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା ; ମାତ୍ର ବିଡ଼ମ୍ୱନାର ବିଷୟ ଯେ ଏହି ଲକ୍ଷ୍ୟ ହାସଲ ହେବା ପରିବର୍ତ୍ତେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଅପପୁଷ୍ଟିର ସ୍ତର ଅଧିକ ରହିଛି. ଯେଉଁ କାରଣରୁ ଏହା ୨୦୨୨ର ବିଶ୍ୱ କ୍ଷୁଧା ସୂଚକାଙ୍କରେ ୬ଟି ସ୍ଥାନ ତଳକୁ ଖସି ୧୦୭ତମ ସ୍ଥାନରେ ପହଞ୍ଚିଛି ।

୨୦୧୬ରେ ଦେଶରେ ଜାତୀୟ ରାଜପଥର ଦୈର୍ଘ୍ୟ ୯୬୦୦୦ କିଲୋମିଟର ଥିଲା ବେଳେ ୨୦୨୨ ସୁଦ୍ଧା ଏହାକୁ ୨ ଗୁଣ କରି ୨ ଲକ୍ଷ କିଲୋମିଟରରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏ ଯାଏଁ ନିର୍ମିତ ରାଜପଥର ଦୈର୍ଘ୍ୟ ୧.୫୧ ଲକ୍ଷ କିଲୋମିଟରରୁ ସାମାନ୍ୟ ଅଧିକ ହୋଇଛି । ୨୦୧୭ରେ ଥିବା ବିଳମ୍ୱିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ୨୦୨୨ ସୁଦ୍ଧା ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ୧୫୬୮ଟି ପ୍ରକଳ୍ପ ମଧ୍ୟରୁ ଜୁନ ୨୦୨୨ ସୁଦ୍ଧା ୭୨୧ଟି ବା ୪୬ ପ୍ରତିଶତ ବିଳମ୍ୱିତ ହୋଇଛି ବୋଲି ସରକାର ସଂସଦକୁ ଜଣାଇଥିଲେ । ୫.୩୫ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇ ୨୦୨୨ରେ ସରିବାକୁ ଥିବା ଭାରତମାଳା ପରିଯୋଜନାର ରୂପାୟନ ବାଧାପ୍ରାପ୍ତ ହୋଇ ତାହା ୬ ବର୍ଷ ବିଳମ୍ୱରେ ସମାପ୍ତ ହେବାକୁ ଥିବାରୁ ବ୍ୟୟ ଅଟକଳ ପ୍ରାୟ ଦୁଇ ଗୁଣ ହୋଇ ୧୦.୬୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଜଣାପଡ଼ୁଛି ।   

ଏହି ସମୟ ମଧ୍ୟରେ ନବୀକରଣକ୍ଷମ ଶକ୍ତି ଉତ୍ପାଦନ କ୍ଷମତାକୁ ୧୭୫ ଗିଗାୱାଟ ଯାଏଁ ବଢାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ ଉତ୍ପାଦନ ଏ ଯାଏଁ ୧୬୦ ଗିଗାୱାଟରେ ପହଞ୍ଚିପାରିଛି । ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇ ନ ପାରିଥିଲେ ବି ସେ ଦିଗରେ ହୋଇଥିବା ପ୍ରୟାସ ଉତ୍ସାହପ୍ରଦ । ଦେଶରେ ବନ ଆବରଣକୁ ୨୧ ପ୍ରତିଶତରୁ ବଢାଇ ୩୩ ପ୍ରତିଶତ କରାଯିବାର ଲକ୍ଷ୍ୟ ଥିଲା । ଏବେ ଦେଶରେ ବନ ଆବରଣ ୭.୧୪ ଲକ୍ଷ ବର୍ଗ କିଲୋମିଟର ଯାହା ସମୁଦାୟ ଭୌଗୋଳିକ ଅଞ୍ଚଳର ମାତ୍ର ୨୧.୭୧ ପ୍ରତିଶତ ଅଟେ । ମଇଳା ଟାଙ୍କି, ନାଳ ନର୍ଦ୍ଦମା ଆଦି ହାତରେ ସଫା କରିବାର ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏ ସଂକ୍ରାନ୍ତରେ ୧୯୯୩ ଓ ୨୦୧୩ରେ ଆଇନ ପ୍ରଣୟନ ହୋଇଥିଲେ ବି ଏହାକୁ କାର୍ୟ୍ୟକାରୀ କରିବା ଦିଗରେ ଆନ୍ତରିକ ଉଦ୍ୟମର ଅଭାବରେ ଗତ ୫ ବର୍ଷ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀଙ୍କ ପ୍ରାଣହାନି ଘଟିଛି । ତଥାପି ଦେଶର ବିଭିନ୍ନ ଅଞ୍ଚଳରେ ସେହି ପ୍ରଥା ଏବେ ବି ବଳବତ୍ତର ରହିଛି । 

ଘୋଷିତ ଅନେକ ଲକ୍ଷ୍ୟ ଓ ପ୍ରତିଶ୍ରୁତି ମଧ୍ୟରୁ ଏଠାରେ ମାତ୍ର କେତେଗୋଟିର ଉଲ୍ଲେଖ ହୋଇଛି । ଉପରୋକ୍ତ ଲକ୍ଷ୍ୟଗୁଡ଼ିକ ଦୀର୍ଘମିଆଦି ହୋଇଥିବା ସତ୍ତ୍ୱେ ସେଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ହାସଲ ହୋଇ ନପାରିବା ଚିନ୍ତାଜନକ । ଏହାଦ୍ୱାରା ବ୍ୟୟ ଅଟକଳ ଅଯଥାରେ ବୃଦ୍ଧି ପାଇ ରାଜକୋଷ ଉପରେ ଚାପ ପକାଉଛି । ତେଣୁ ତ୍ରୁଟିପୂର୍ଣ୍ଣ ନୀତି ନା କ୍ରିୟାନ୍ୱୟନର ମନ୍ଥରତା, ଏହାର କାରଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ତର୍ଜମା ହେବା ଜରୁରୀ । ମନେ ରଖିବାକୁ ହେବ ଯେ ପ୍ରତିଶ୍ରୁତି ପ୍ରଦାନ କରିବା ସହଜ କିନ୍ତୁ ତାର ପାଳନ କଷ୍ଟକର ହୋଇଥାଏ । କିନ୍ତୁ ଦେଶର ପ୍ରଗତି ସକାଶେ ପ୍ରତିଶ୍ରୁତିର ପାଳନ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ।


Published in Sambad on December 27, 2022 

 

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍