Skip to main content

ଚୀନର ‘ସାମୂହିକ ସମୃଦ୍ଧି’ ନୀତିରୁ ଖିଅ

ଅଗଷ୍ଟ ୧୭, ୨୦୧ରେ ଚୀନର ରାଷ୍ଟ୍ରପତି ଚି ଜିନପିଙ୍ଗ, ଚୀନର ବିତ୍ତ ଓ ଅର୍ଥନୀତିର କେନ୍ଦ୍ରୀୟ କମିଟିର ଏକ ଅଧିବେଶନରେ ନିଜ ବକ୍ତବ୍ୟରେ ଜୋର ଦେଇ କହିଥିଲେ, “ସାମ୍ୟବାଦର ପ୍ରତିଷ୍ଠା ଲାଗି ‘ସାମୂହିକ ସମୃଦ୍ଧି’ (କମନ ପ୍ରସ୍ପରିଟି) ନିହାତି ଆବଶ୍ୟକ ଓ ଏହା ‘ଚୀନ ଶୈଳୀର ଆଧୁନିକୀକରଣ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ, ତେଣୁ ଆମକୁ ଲୋକ-କୈନ୍ଦ୍ରିକ ବିକାଶ ନୀତିକୁ ଅନୁସରଣ କରିବାକୁ ହେବ ଓ ଉଚ୍ଚ ସ୍ତରର ବିକାଶ ମାଧ୍ୟମରେ ‘ସାମୂହିକ ସମୃଦ୍ଧି’କୁ ପ୍ରୋତ୍ସାହିତ କରିବାକୁ ହେବ ।“ ତାଙ୍କ ମତରେ ବିକାଶ ଓ ଆର୍ଥିକ ସ୍ଥିରତା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଲାଗି ସାମୂହିକ ସମୃଦ୍ଧି ଏକ ମୌଳିକ ଆବଶ୍ୟକତା । ତେଣୁ ଅତ୍ୟଧିକ ରୋଜଗାର କରୁଥିବା ବ୍ୟକ୍ତି ଓ କମ୍ପାନୀଗୁଡିକୁ ସେମାନଙ୍କ ରୋଜଗାରର ଅଧିକ ଅଂଶ ସମାଜକୁ ଫେରାଇବାକୁ ହେବ, ଯଦ୍ଦ୍ୱାରା ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବଢି ଯାଇଥିବା ଆୟର ଖାଇକୁ କିଛି ମାତ୍ରାରେ କମ (ଆଡଜଷ୍ଟ) କରିହେବ । ଏହା ପରେ ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ଦ୍ୱାରା ପ୍ରସ୍ତାବଟି ଗୃହୀତ ହେଲା । ଇତିମଧ୍ୟରେ ସେଠାକାର ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟି ‘ସାମୂହିକ ସମୃଦ୍ଧି’ ହିଁ ଅର୍ଥନୀତିର କେନ୍ଦ୍ରବିନ୍ଦୁ ପାଲଟିଗଲା । ଏହାକୁ ପୁଞ୍ଜିବାଦ ଦ୍ୱାରା ସୃଷ୍ଟ ବୈଷମ୍ୟକୁ ସୁଧାରିବା ପାଇଁ ଏକ ‘ଅସାମାନ୍ୟ ବିପ୍ଳବ’ (ପ୍ରଫାଉଣ୍ଡ ରିଭଲ୍ୟୁସନ୍) ବୋଲି ଅଭିହିତ କରାଗଲା । 

ଅବଶ୍ୟ ‘ସାମୂହିକ ସମୃଦ୍ଧି’ ନୀତି ଘୋଷଣା ହେବା ପୂର୍ବରୁ ମଧ୍ୟ ତାହାର କିଛିଟା ଆଭାସ ମିଳି ସାରିଥିଲା,  ଯେତେବେଳେ ନଭେମ୍ୱର ୨୦୨୦ରେ ଚୀନର ବିଖ୍ୟାତ ଟେକ୍ କମ୍ପାନୀ ‘ଆଲିବାବା’ର ଅନୁବନ୍ଧିତ କମ୍ପାନୀ ‘ଆଣ୍ଟ’ର ଶେୟାରକୁ ସରକାରୀ ହସ୍ତକ୍ଷେପ ଦ୍ୱାରା ସାଂଘାଇ ଓ ହଂକଂ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ (ଲିଷ୍ଟିଂ) କରାଇ ଦିଆଯାଇ ନ ଥିଲା । ଓଲା, ଉବେରଙ୍କ ଭଳି ଚୀନର ରାଇଡ କମ୍ପାନୀ ‘ଡିଡି’ ତା’ର ଶେୟାରକୁ ଆମେରିକାରେ ଲିଷ୍ଟିଂ କରିଥିବାରୁ ତାକୁ ମଧ୍ୟ ଦଣ୍ଡିତ କରାଯାଇଥିଲା । ଏହା ପରେ ଆଇଟି କ୍ଷେତ୍ରର ବଡ ବଡ କମ୍ପାନୀ, ବିତ୍ତଶାଳୀ ବ୍ୟକ୍ତିବିଶେଷ, ଶିକ୍ଷା ସେବା ପ୍ରଦାନକାରୀ, ସେଲିବ୍ରିଟି, ଭିଡିଓ ଗେମରେ ସମୟ ଅତିବାହିତ କରୁଥିବା ଯୁବକଯୁବତୀମାନଙ୍କ ଉପରେ ଘନଘନ ସରକାରୀ କାର୍ଯ୍ୟାନୁଷ୍ଠାନମାନ ହେବାକୁ ଲାଗିଲା । ଏହା ସାରା ବିଶ୍ୱରେ ନୀତିନିର୍ଦ୍ଧାରକ, ନିବେଶକ, ସାମ୍ୱାଦିକଙ୍କୁ ଚକିତ ଓ ବିଚଳିତ କଲା, କାରଣ ଏହାଦ୍ୱାରା ଚୀନରେ ନିବେଶର ବାତାବରଣ ପ୍ରତି ବିପଦ ସୃଷ୍ଟି ହେଉଥିଲା । ଏହି ନୀତି ଦ୍ୱାରା ସବୁ ସମ୍ପତ୍ତିକୁ ଚୀନର ସବୁ ଲୋକଙ୍କ ମଧ୍ୟରେ ଯଥାସମ୍ଭବ ସମାନ ଭାବେ ଖେଳେଇ ଦେବାର ଅଭିଯାନ ଫଳରେ ଶେୟାର ବଜାରରେ ଭୟର ବାତାବରଣ ସୃଷ୍ଟି ହୋଇ ଆଇଟି କମ୍ପାନୀଗୁଡିକଠାରେ ଭୀତି ସଞ୍ଚାର ହୋଇଥିଲା । ଫଳସ୍ୱରୂପ ଅଳ୍କ ଦିନ ଭିତରେ ଚାଇନା କମ୍ପାନୀଗୁଡିକର ଅଂଶଧନର ସାମଗ୍ରିକ ବଜାର ମୂଲ୍ୟ ପ୍ରାୟ  ଲକ୍ଷ କୋଟି ଡଲାର ହ୍ରାସ ପାଇଥିଲା ।

‘ସାମୂହିକ ସମୃଦ୍ଧି’ର ଅବଧାରଣା ଚୀନ ପାଇଁ କିଛି ନୂଆ ନୁହେଁ । ପୁଞ୍ଜିବାଦୀ ବ୍ୟବସ୍ଥାରେ ଅଳ୍ପ ଲୋକ ଧନୀ ହୋଇ ଅଧିକାଂଶ ଲୋକ ଦାରିଦ୍ର୍ୟରେ କାଳାତିପାତ କରୁଥିବାରୁ ସାମ୍ୟବାଦୀ ବ୍ୟବସ୍ଥା ତା’ଠାରୁ ଯଥେଷ୍ଟ ଭଲ ବୋଲି ଦର୍ଶାଇବାକୁ ଯାଇ ୧୯୫୩ରେ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ‘ପିପୁଲସ୍ ଡେଲି’ରେ ପ୍ରଥମ ଥର ଲାଗି ଏହାର ଉଲ୍ଲେଖ ହୋଇଥିଲା ।  ତେବେ ଡେଙ୍ଗ ଚାଓପିଙ୍ଗଙ୍କ ଶାସନକାଳରେ ସାମୂହିକ ସମୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ଚୀନର ଅର୍ଥନୈତିକ ବ୍ୟବସ୍ଥାର ଆଧୁନିକୀକରଣ କରାଯାଇ କୁହାଗଲା ଯେ ଆଗେ କିଛି ଲୋକ ଧନୀ ହୋଇଯାଆନ୍ତୁ ତା’ପରେ ସେମାନଙ୍କ ପଛେ ପଛେ ଅନ୍ୟମାନଙ୍କୁ ଉପରକୁ ଉଠାଇ ହେବ । ଏହି ପରିବର୍ତ୍ତିତ ଖୋଲା ଅର୍ଥନୀତିରେ ଚୀନ ପୁଞ୍ଜିବାଦର ନିକଟତର ହେଲା ଓ ବିକାଶ ଦରର ବେଗ ବଢିଲା । ‘ଚାଇନା ଲକ୍ଷଣର ସାମ୍ୟବାଦ’ ନୀତିର ଅନୁସରଣ କରି ଏହା ଏକ ପ୍ରଭାବଶାଳୀ ଅର୍ଥନୈତିକ ଶକ୍ତିରେ ପରିଣତ ହେଲା । କିଛି ଲୋକ ତ ଧନୀ ହୋଇଗଲେ, ହେଲେ ଅନ୍ୟମାନେ ଆଉ ଉପରକୁ ଉଠି ପାରିଲେ ନାହିଁ । ବରଂ ବିଭିନ୍ନ ଶ୍ରେଣୀର ଲୋକଙ୍କ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ଏପରି ବଢିଲା ଯେ ତାହା କମ୍ୟୁନିଷ୍ଟ ପାର୍ଟି ପାଇଁ ଚିନ୍ତାର କାରଣ ହେଲା । ବର୍ତ୍ତମାନ ଆମେରିକା ପଛକୁ ଚୀନରେ ବିଶ୍ୱର ସର୍ବାଧିକ ୬ ଜଣ ବିଲିଅନେଆର ( କୋଟି ଡଲାର ବା ତା’ଠାରୁ ବେଶି ସମ୍ପତ୍ତି ଥିବା ବ୍ୟକ୍ତି) ଅଛନ୍ତି । ସାରା ବିଶ୍ୱରେ ପ୍ରସ୍ତୁତ ସୌଖୀନ ଦ୍ରବ୍ୟର ପ୍ରାୟ ଅଧା ଚୀନର ଧନୀକ ଶ୍ରେଣୀର ଲୋକମାନେ ହିଁ ବ୍ୟବହାର କରିଥାଆନ୍ତି । ଅନ୍ୟପକ୍ଷରେ ସେଠାରେ  କୋଟି ଶ୍ରମିକ ମାସିକ ପ୍ରାୟ ୫୪ ଡଲାର ( ଟଙ୍କା) ବା ତା’ଠାରୁ କମ ଆୟରେ ଦାରିଦ୍ର୍ୟ ଭିତରେ ଚଳିଥାଆନ୍ତି । ବସ୍ତୁତଃ ଚୀନରେ ରହୁଥିବା ଗରିବଙ୍କ ସଂଖ୍ୟା ଆମେରିକା ଲୋକସଂଖ୍ୟାର ପାଖାପାଖି ଦୁଇ ଗୁଣ । ତେଣୁ ଧନୀ ଶ୍ରେଣୀର ଲୋକଙ୍କ ନିକଟରୁ ଉଦବୃତ୍ତ ଅର୍ଥ କାଢି ନେଇ ତାହା ଗରିବ ଲୋକଙ୍କଠାରେ ପହଞ୍ଚାଇବା ହେଉଛି ମୂଳତଃ ସାମୂହିକ ସମୃଦ୍ଧି ନୀତିର ଲକ୍ଷ୍ୟ ।

ଜିନପିଙ୍ଗ ସାମୂହିକ ସମୃଦ୍ଧି ନୀତିର ଅନୁସରଣ କରି ଦେଶ ଭିତରେ ଗୋଟିଏ ପଟେ ନିଜକୁ ଗରିବଙ୍କ ଲାଗି ଚିନ୍ତା କରୁଥିବା ଜଣେ ଲୋକପ୍ରିୟ ଶାସକ ଭାବେ ଉପସ୍ଥାପିତ କରିବାକୁ ପ୍ରୟାସ କରିଥିଲା ବେଳେ ଅନ୍ୟ ପକ୍ଷରେ ତାଙ୍କ ପ୍ରତିପତ୍ତି ପ୍ରତି ଆହ୍ୱାନ ସୃଷ୍ଟି କରୁଥିବା ନବ୍ୟ-ଧନୀକ ଶ୍ରେଣୀର ଲୋକଙ୍କୁ ସେଥିରୁ ନିବୃତ୍ତ ରହିବା ଲାଗି ଚେତେଇ ଦେଇଛନ୍ତି । ତାଙ୍କର ଦୃଢ ବିଶ୍ୱାସ ଯେ ଚୀନରେ ଅନୁସୃତ ସାମ୍ୟବାଦ ପଶ୍ଚିମର ପୁଞ୍ଜିବାଦ ଅପେକ୍ଷା ଉନ୍ନତତର । ତାହା ପ୍ରତିପାଦନ କରିବା ଲାଗି ତାଙ୍କୁ ସମ୍ପତ୍ତିର ପୁନଃବଣ୍ଟନ, ସାମାଜିକ ସ୍ତରରେ ଅଗ୍ରସର ହେବା ପାଇଁ ସମାନ ସୁଯୋଗ ପ୍ରଦାନ ଓ ସାମାଜିକ ବୈଷମ୍ୟ ହ୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିବାକୁ ହେବ । ସମ୍ପତ୍ତି କର ବୃଦ୍ଧି, ଉଚ୍ଚ ଆୟକର ଦର, ଉତ୍ତରାଧିକାର କର ଭଳି ଗତାନୁଗତିକ ପନ୍ଥାର ଅବଲମ୍ୱନରେ ସେ ହୁଏତ ଏହି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରି ପାରିଥାଆନ୍ତେ, ଯାହା ସେ କରି ନାହାନ୍ତି । ଦରମା ଓ ମଜୁରୀକୁ ବଢାଇ, ମଧ୍ୟମ ଆୟକାରୀ ବର୍ଗର ଅଧିକ ସଂଖ୍ୟକ ଲୋକଙ୍କୁ ଆୟକରର ପରିଧି ଭିତରକୁ ଆଣି, ଗରିବ ଲୋକଙ୍କ ଆୟକୁ ବୃଦ୍ଧି କରି ଓ ଅତ୍ୟଧିକ ଆୟକୁ ଯୁକ୍ତିସଙ୍ଗତ ଭାବେ ନିୟନ୍ତ୍ରିତ କରିବା ସହ ଅବୈଧ ଆୟ ଉପରେ ଅଙ୍କୁଶ ଲଗାଇ ଏହି ସାମୂହିକ ସମୃଦ୍ଧିର ଲକ୍ଷ୍ୟ ହାସଲ କରାଯିବ ।  କର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ଦେବାକୁ ପଡୁଥିବାରୁ କମ୍ପାନୀଗୁଡିକର ଲାଭ ହ୍ରାସ ପାଇବ । ସିଧାସଳଖ ଦାନ ଓ ଅର୍ଥ ସାହାଯ୍ୟ ମାଧ୍ୟମରେ, ଯାହାକୁ ‘ତୃତୀୟ ବଣ୍ଟନ’ (ଥାର୍ଡ ଡିଷ୍ଟ୍ରିବ୍ୟୁସନ୍) ବୋଲି କୁହାଯାଉଛି, ଉଚ୍ଚ ଆୟକାରୀ ବ୍ୟକ୍ତିମାନଙ୍କୁ ଓ କମ୍ପାନୀଗୁଡିକୁ ସମାଜକୁ ସହଯୋଗର ହାତ ବଢାଇବାକୁ ପ୍ରୋତ୍ସାହିତ କରାଯିବ । ଏଥି ସହିତ ସାଧାରଣ ସେବା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥାଗୁଡିକୁ ଅଧିକ ଉନ୍ନତ କରାଯିବ । ଏହି ସମସ୍ତ ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କ ହାତକୁ ଅଧିକ ଅର୍ଥ ଆସୁଥିବାରୁ ଚୀନର ଅର୍ଥନୀତି ଆଉ ରପ୍ତାନୀ ନିର୍ଭରଶୀଳ ନ ହୋଇ ଘରୋଇ ଉପଭୋକ୍ତା ସଞ୍ଚାଳିତ (କନଜମ୍ପସନ ଡ୍ରିଭନ୍) ହେବା ଆଶା କରାଯାଏ ।    

ସାମୂହିକ ସମୃଦ୍ଧିର ଅର୍ଥ ସମତାବାଦ (ଇଗାଲିଟେରିଆନିଜମ୍) ବା ସମସ୍ତଙ୍କୁ ସମାନ ଭାବେ ବାଣ୍ଟିବା ନୁହେଁ । ତେଣୁ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଧନୀ ବ୍ୟକ୍ତିଙ୍କଠାରୁ ଲୁଟ କରି ନୁହେଁ କି ସେମାନଙ୍କ ନିପାତ ମାଧ୍ୟମରେ ନୁହେଁ, ବରଂ ଉପଯୁକ୍ତ କାର୍ଯ୍ୟପନ୍ଥା ଅବଲମ୍ୱନରେ ସାମଗ୍ରିକ ଆୟକୁ ପିଠାର ଆକାର ବଢାଇ ବଣ୍ଟନ କଲା ଭଳି, କରିବାଏହାର ଲକ୍ଷ୍ୟ ବୋଲି ସ୍ପଷ୍ଟ କରି ଦିଆଯାଇଛି । ଏହି ନୀତି କେବଳ ଅର୍ଥନୀତି କ୍ଷେତ୍ରରେ ସଂସ୍କାର ଲାଗି ନୁହେଁ ବରଂ ସାମାଜିକ କ୍ଷେତ୍ରରେ ମଧ୍ୟ କେତେକ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ । ଯେପରି ଆଇଟି କ୍ଷେତ୍ରର କର୍ମଚାରୀଙ୍କ କାମ କରିବାର ସର୍ବୋଚ୍ଚ ସମୟ ନିର୍ଦ୍ଧାରଣ, ଲାଭ ଉଦ୍ଦେଶ୍ୟରେ ଶିକ୍ଷା ପ୍ରଦାନ (ଟ୍ୟୁଟର ବ୍ୟବସ୍ଥା) ଉପରେ ପ୍ରତିବନ୍ଧ, କିଶୋରମାନେ ସର୍ବାଧିକ କେତେ ସମୟ ଭିଡିଓ ଗେମ ଖେଳି ପାରିବେ, ସେଲିବ୍ରିଟି ଓ ମଡେଲମାନଙ୍କ ଆଚରଣ, ଆଦି ଅନ୍ତର୍ଭୁକ୍ତ । ମୋଟ ଉପରେ ଏହା ଏକ ରାଜନୈତିକ ପରିବର୍ତ୍ତନ ଯେଉଁଥିରେ ସାଧାରଣ ଜନତା ପୁଣି ଶାସନର କେନ୍ଦ୍ରବିନ୍ଦୁକୁ ଫେରି ଆସିଛନ୍ତି । ୨୦ ସୁଦ୍ଧା ବୈଷମ୍ୟ ହ୍ରାସର ଲକ୍ଷ୍ୟ ରଖି ଏହି ନୀତିକୁ ପାଇଲଟ ଭିତ୍ତିରେ ଜେଜାଙ୍ଗ ପ୍ରଦେଶରେ କାର୍ଯ୍ୟକାରୀ କରାଯାଉଛି । ତେବେ ସାରା ଦେଶରେ ଚରମ ଦାରିଦ୍ର୍ୟ ଦୂର କରିବା ଲକ୍ଷ୍ୟରେ ଏହି ନୀତି ୨୦ ସୁଦ୍ଧା ‘ଉଲ୍ଲେଖନୀୟ ଅଗ୍ରଗତି’ କରିବା ସହ ୨୦ ସୁଦ୍ଧା ଏହାର ‘ସମ୍ପୂର୍ଣ୍ଣ ଲକ୍ଷ୍ୟ’ ହାସଲ ହୋଇପାରିବ ବୋଲି ଜିପିଙ୍ଗ ବେଶ ଆଶାବାଦୀ ।                   

‘ଅକ୍ସଫାମ ଇଣ୍ଡିଆ’ ଦ୍ୱାରା ସଦ୍ୟ ପ୍ରକାଶିତ ‘ଇନଇକ୍ୱାଲିଟି କିଲସ୍’ ରିପୋର୍ଟ ଅନୁଯାୟୀ ଭାରତରେ ଗତ  ବର୍ଷ ମଧ୍ୟରେ ଦେଶର ୮ ପ୍ରତିଶତ ପରିବାର ଜୀବନ ଓ ଜୀବିକା ହରାଇବା ସଙ୍ଗେ ସଙ୍ଗେ ସେମାନଙ୍କ  ଆୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହି କୋଭିଡ କାଳରେ (ମାର୍ଚ୍ଚ ୨୦୨୦ରୁ ନଭେମ୍ୱର ୨୦) ଦେଶରେ ବିଲିଅନେଆରଙ୍କ ସଂଖ୍ୟା ରୁ ବଢି 2ରେ ପହଞ୍ଚିଛି । ମାତ୍ର ଦେଢ ବର୍ଷ ମଧ୍ୟରେ କେବଳ ବିଲିଅନେଆରଙ୍କ ନିକଟରେ ଥିବା ସମ୍ପତ୍ତିର ସାମଗ୍ରିକ ମୂଲ୍ୟ . ଲକ୍ଷ କୋଟି ଟଙ୍କାରୁ ବଢି . ଲକ୍ଷ କୋଟି ଟଙ୍କା ବା ଦୁଇ ଗୁଣରୁ ଅଧିକ ହୋଇଛି । ଅନ୍ୟ ପକ୍ଷରେ ଇତିମଧ୍ୟରେ . କୋଟି ଭାରତୀୟ ଅତି ଗରିବ ସ୍ତରକୁ ଖସି ଯାଇଛନ୍ତି । ବସ୍ତୁତଃ ଜାତିସଂଘର ରିପୋର୍ଟ ଅନୁଯାୟୀ ସାରା ବିଶ୍ୱର ଅତି ଗରିବ ଲୋକଙ୍କ ମଧ୍ୟରୁ ଅଧାରୁ ବେଶି ଭାରତରେ ରହିବା ଓ ସେମାନଙ୍କ ସଂଖ୍ୟା କମିବା ବଦଳରେ ବଢିବା ନିଶ୍ଚିତ ରୂପେ ଉଦବେଗର ବିଷୟ । ଅର୍ଥାତ୍ ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତରେ ଧନୀ ଲୋକମାନେ ଅତ୍ୟଧିକ ଧନୀ ହେଉଥିବା ବେଳେ ଗରିବମାନେ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ହୋଇ ଯାଉଛନ୍ତି । ଧନୀ ଗରିବଙ୍କ ମଧ୍ୟରେ ଆୟ ଓ ସମ୍ପତ୍ତିରେ ଥିବା ଏହି ଖାଇ ବୃଦ୍ଧି ପାଇ ଚାଲିବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଭାରତର ଅର୍ଥନୈତିକ ବ୍ୟବସ୍ଥା, ଯାହା ଦରିଦ୍ର ଓ ଅତି ଦରିଦ୍ରଙ୍କୁ ଆଗକୁ ନେବା କଥା, ତାହା ଅତ୍ୟଧିକ ଧନୀ (ସୁପର-ରିଚ୍)ଙ୍କୁ ଆହୁରି ଅଧିକ ଧନୀ ହେବାରେ ସାହାଯ୍ୟ କରୁଛି । ପ୍ରଚଳିତ ଅର୍ଥନୈତିକ ବ୍ୟବସ୍ଥା ବୈଷମ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ବେଳେ ଲୋକଙ୍କୁ ଚରମ ଦାରିଦ୍ର୍ୟ ଭିତରକୁ ଠେଲି ଦେଉଛି । ଏହି ବୈଷମ୍ୟଜନିତ ଚରମ ଦାରିଦ୍ର୍ୟ କାରଣରୁ ପ୍ରତିଦିନ ପ୍ରାୟ  ଲୋକ ମୃତ୍ୟୁ ବରଣ କରୁଛନ୍ତି, ଅର୍ଥାତ୍ ପ୍ରତି  ସେକେଣ୍ଡରେ ଜଣେ । କେବଳ ସେତିକି ନୁହେଁ ରୋଜଗାର କ୍ଷେତ୍ରରେ ମଧ୍ୟ ଲିଙ୍ଗଗତ ବୈଷମ୍ୟ ବୃଦ୍ଧି ପାଇଛି । ୨୦ ତୁଳନାରେ ୨୦୨୦ରେ ପ୍ରାୟ . କୋଟି ଅଧିକ ମହିଳା ରୋଜଗାର ହରାଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଦେଶର ଅର୍ଥନୀତିକୁ ଯେଉଁ ଭଳି ପରିଚାଳନା କରାଯାଉଛି ତାହା ଧନୀ-ଦରିଦ୍ରଙ୍କ ମଧ୍ୟରେ ଥିବା ରୋଜଗାରଗତ ବୈଷମ୍ୟକୁ ଦୂର କରିବା ପାଇଁ ଏ ଯାବତ୍ ସମର୍ଥ ହୋଇନାହିଁ । ତାହାହେଲେ ଯେମିତି ଚାଲିଛି କ’ଣ ସେମିତି ଚାଲିଥିବ ? ଏବେ ଟିକିଏ ଥୁକୁଲ୍ ପକାଇ କେଉଁଠି ଭୁଲ ରହିଗଲା ତା’ର ପୁନରାବଲୋକନ କରି ଏ ଭଳି ବୈଷମ୍ୟ ବୃଦ୍ଧିକାରୀ ଗରିବ ବିରୋଧୀ ନୀତିଗୁଡିକୁ ସୁଧାରିବାର ବେଳ ଆସିଛି । ଅଧିକନ୍ତୁ, ଭାରତୀୟ ସମ୍ୱିଧାନର ଧାରା  ଅନୁଯାୟୀ ଅର୍ଥନୈତିକ ବୈଷମ୍ୟକୁ ହ୍ରାସ କରିବା ପାଇଁ ପ୍ରୟାସ କରିବାର ଦାୟିତ୍ୱ ରାଷ୍ଟ୍ର ଉପରେ ନ୍ୟସ୍ତ ଥିବାରୁ ସରକାରଙ୍କୁ ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । ‘ଅକ୍ସଫାମ୍ ଇଣ୍ଡିଆ’ର ପରାମର୍ଶ ଅନୁଯାୟୀ କେବଳ ଯଦି ଦେଶର ସର୍ବାଧିକ  ପ୍ରତିଶତ ଧନୀଙ୍କ ଉପରେ ମାତ୍ର  ପ୍ରତିଶତ ଅଧିକ ଟିକସ ଲଗାଯାଏ ତେବେ ବୈଷମ୍ୟ ଦୂର କରିବାରେ ସହାୟକ ହେଉଥିବା ସ୍କୁଲ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରୁଥିବା ଯୋଜନାଗୁଡକ ପାଇଁ ସେଥିରୁ ଆବଶ୍ୟକ ଅର୍ଥ ସଂଗୃହୀତ ହୋଇପାରିବ । ଚୀନର ଜିଡିପି ଓ ଅର୍ଥନୈତିକ ବିକାଶ ଦର ଯଥେଷ୍ଟ ଅଧିକ ଥିବା ସତ୍ତ୍ୱେ ସାଧାରଣ ଜନତା ତଦ୍ଦ୍ୱାରା ଲାଭାନ୍ୱିତ ହୋଇ ପାରୁ ନ ଥିବାରୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି ଚୀନ ତା’ର ନୀତିରେ ବ୍ୟାପକ ପରିବର୍ତ୍ତନ କରି ‘ସାମୂହିକ ସମୃଦ୍ଧି’ ଭଳି ବେଗରୋଧକ ନୀତିକୁ ଆପଣେଇ ପାରିଲା, ତେବେ ଅନୁରୂପ ଭାବେ ସେଥିରୁ ଖିଅ ନେଇ ଭାରତରେ ମଧ୍ୟ ଗରିବ ଲୋକଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବୈଷମ୍ୟ ହ୍ରାସ କଲା ଭଳି ନୂଆ ନୀତିର ପ୍ରଣୟନ ହେବା ଜରୁରୀ ନୁହେଁ କି ?


Published in Sambad on January 25, 2022


Comments

  1. Historically a pure bad idea, there are many instances of failures in many countries. It will kill creativity.

    ReplyDelete
    Replies
    1. Thanks. The idea of reducing the gap between rich and poor is not bad. Its implementation is. They are experimenting it in a different way. Let's see.

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍