Skip to main content

Posts

ଦୁର୍ବଳ ଟଙ୍କା ଚିନ୍ତାର କାରଣ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ହ୍ରାସ ପାଇ ଜୁଲାଇ ୧୯, ୨୦୨୨ରେ ୮୦ ଟଙ୍କା ଛୁଇଁବା ଦେଶର ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି । ଟଙ୍କାର ଦୁର୍ବଳତାକୁ ସ୍ୱୀକାର କରି ବୈଶ୍ୱିକ କାରଣଗୁଡିକ ଏଥିପାଇଁ ଦାୟୀ ବୋଲି ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ପ୍ରକାଶ କରିଥିଲେ ବି ଟଙ୍କା ଲଗାତାର ଦୁର୍ବଳ ହେବାର ପ୍ରକୃତ କାରଣଗୁଡିକୁ ବିଶ୍ଳେଷଣ କରାଯାଇପାରେ ।  ଟଙ୍କା ସମେତ ଯେ କୌଣସି ଦେଶର ମୁଦ୍ରାର ମୂଲ୍ୟ ତାର ଚାହିଦା ଉପରେ ନିର୍ଭର କରିଥାଏ । ଚାହିଦା ଅଧିକ ଥିଲେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇ ତାହା ସୁଦୃଢ ହୋଇଥାଏ, ଚାହିଦା କମ ହେଲେ ମୂଲ୍ୟ ହ୍ରାସ ପାଇ ତାହା ଦୁର୍ବଳ ହୋଇଥାଏ । ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ପୁଞ୍ଜି ନିବେଶ କଲେ ଦେଶକୁ ଡଲାର ସମେତ ଅନ୍ୟ ବୈଦେଶିକ ମୁଦ୍ରା ଆସିବା ଦ୍ୱାରା ଟଙ୍କା ସୁଦୃଢ ହୋଇଥାଏ । ଅନୁରୂପ ଭାବେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ମାନେ ଦେଶରୁ ପୁଞ୍ଜି ପ୍ରତ୍ୟାହାର କଲେ ଡଲାରର ଚାହିଦା ବୃଦ୍ଧି ପାଇ ଟଙ୍କାର ଚାହିଦା କମ ହୋଇଥାଏ । ଆମେରିକାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଫେଡ ରେଟ (ଭାରତରେ ରେପୋ ରେଟ ଭଳି ସୁଧ ହାର) ବଢାଇବା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘ ଦିନ ଧରି ଲାଗି ରହିବା ଯୋଗୁଁ ଏଫପିଆଇମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି । ଉପଲବ୍ଧ ତଥ୍ୟ ଅନୁଯାୟୀ ଜାନୁଆରୀରୁ ଜୁନ ୨୦୨୨ ମଧ୍ୟରେ ସେମାନେ ଅଂଶଧନ (ଇକ୍ୱୁଇଟି) ଓ ଋଣ (...

ଚଳିତ ରାଜ୍ୟ କୃଷି ବଜେଟ ଅଧିକ ଅର୍ଥ ବରାଦ, କିନ୍ତୁ ଚମକହୀନ

କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ୨୦୧୩ରୁ ପ୍ରତି ବର୍ଷ ଏକ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି । ଓଡିଶା ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ସ୍ୱତନ୍ତ୍ର କୃଷି ବଜେଟର ଆକାର ୨୧୧୧୬ କୋଟି ଟଙ୍କା, ଯାହା ସମଗ୍ର ବଜେଟ ରାଶି ୨ ଲକ୍ଷ କୋଟି ଟଙ୍କାର ୧୧ ପ୍ରତିଶତ । ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ କୃଷି ବଜେଟରେ ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ହୋଇଥିଲେ ବି ଏଥିରେ ଉଲ୍ଲେଖନୀୟ ନୂତନତା ପରିଲକ୍ଷିତ ନ ହେବା ଉଦବେଗର ବିଷୟ । ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୬୪୪୬ କୋଟି ଟଙ୍କାର ଆବଣ୍ଟନ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୩୧ ପ୍ରତିଶତ ଓ ଗତ ବର୍ଷ ଅପେକ୍ଷା ପ୍ରାୟ ୭୦୦ କୋଟି ଟଙ୍କା ଅଧିକ । ଏଥିରୁ ପ୍ରାୟ ୧୫ ପ୍ରତିଶତ ରାଶି ପ୍ରଶାସନିକ ବ୍ୟୟ ବାବଦରେ ଆବଣ୍ଟିତ ହୋଇଥିବା ବେଳେ ୧୮୭୪ କୋଟି ଟଙ୍କା ବା ପ୍ରାୟ ୨୯ ପ୍ରତିଶତ ‘କାଳିଆ’ କାର୍ୟ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ଅର୍ଥାତ୍, ବିଭାଗର ସମସ୍ତ କାର୍ୟ୍ୟକ୍ରମ ବ୍ୟୟ ପାଇଁ ଅବଶିଷ୍ଟ ମାତ୍ର ୩୭୭୯ କୋଟି ଟଙ୍କା ଉପଲବ୍ଧ । କୃଷି କ୍ଷେତ୍ରରେ ନୂଆ ନୂଆ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଓ ଚାହିଦା ବଢୁଥିବା ବେଳେ ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ଗତି ପ୍ରଦାନ କରାଯିବା ଆବଶ୍ୟକ । ହେଲେ ଏଥିପାଇଁ ଗତ ବଜେଟରେ ...

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି...