Skip to main content

ଭଲ ସ୍କୁଲ ଶିକ୍ଷା କ’ଣ କେବଳ ସମ୍ପନ୍ନଙ୍କ ଅଧିକାର ?

ନିକଟରେ ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଉକ୍ତି - “କ’ଣ ଭାରତର ରାଷ୍ଟ୍ରପତିଙ୍କ ନାତୁଣୀର ସ୍କୁଲ ଦରମାର ଢାଞ୍ଚା ଆଉ ଆପଣଙ୍କ ଘରେ କାମ କରୁଥିବା କାମବାଲିର ଝିଅର ସ୍କୁଲ ଦରମାର ଢାଞ୍ଚା ଏକା ହେବା ଉଚିତ ? ଯିଏ ଅଧିକା ଦେଇ ପାରୁଛନ୍ତି ସେ ତାଙ୍କ ପକେଟରୁ ଦିଅନ୍ତୁ । ଯିଏ ଦେଇ ପାରୁନାହାନ୍ତି ସରକାର ତାଙ୍କ କଥା ଚିନ୍ତା କରନ୍ତୁ ।“ – ଏବେ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚିତ ହେଉଛି । ଦିଲ୍ଲୀ ସରକାରଙ୍କ ଶିକ୍ଷାନୀତିକୁ ଆକ୍ଷେପ କରି ସେ ଏହା କହିଥିଲେ । ଦିଲ୍ଲୀ ସରକାର ଦାରିଦ୍ର୍ୟକୁ ମହିମାମଣ୍ଡିତ କରିବା ସହିତ ପ୍ରଦର୍ଶନ କରି ସମ୍ପନ୍ନତାକୁ ଏକ ନାପସନ୍ଦଯୋଗ୍ୟ ଦୃଷ୍ଟିରେ ଦେଖୁଥିବା ବିଷୟ ଇଙ୍ଗିତ କରି ସେ କହିଥିଲେ ଯେ ଦିଲ୍ଲୀ ସରକାରଙ୍କ ମନୋଭାବ – 'ଦେଖ ଆମେ ତ ଗରିବ ଲୋକଙ୍କ ବିଷୟରେ ଚିନ୍ତା କରୁଛୁ’ – ଶିକ୍ଷା କ୍ଷେତ୍ରରେ ଉଦ୍ୟମୀଙ୍କ ଦକ୍ଷତାକୁ ବାଧା ଦେବ ବା ଘରୋଇ ନିବେଶକୁ ନିରୁତ୍ସାହିତ କରିବ । ଏହା କେତେ ଦୂର ସମୀଚୀନ ବୋଲି ସେ ପ୍ରଶ୍ନ କରିଥିଲେ । ମନ୍ତ୍ରୀଙ୍କର ଏହି ଉକ୍ତିରୁ ସରକାରୀ ସ୍କୁଲ ଶିକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟର ସଙ୍କେତ ମିଳେ । ଭବିଷ୍ୟତରେ ସ୍କୁଲ ଶିକ୍ଷାର ରୂପରେଖ ଓ ତହିଁରେ ସରକାରଙ୍କ ଭାଗିଦାରୀ ଉପରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯାଉଥିବାରୁ ଉପରୋକ୍ତ ଉକ୍ତିର ଏକ ତର୍ଜମା ଆବଶ୍ୟକ ।

ରାଜନୈତିକ ରଙ୍ଗମଞ୍ଚରେ ସ୍କୁଲ ଶିକ୍ଷା ବ୍ୟବସ୍ଥା ହଠାତ୍ ବିମର୍ଶର କେନ୍ଦ୍ରବିନ୍ଦୁ ପାଲଟିବାର ସନ୍ଦର୍ଭ ବେଶ ରୋଚକ ପ୍ରତୀତ ହୋଇପାରେ । ପାଠକ-ପାଠିକାଙ୍କ ମନେଥିବ ଯେ ଆମେରିକାରୁ ପ୍ରକାଶିତ ‘ନ୍ୟୁୟର୍କ ଟାଇମ୍ସ’ ଭଳି ଏକ ଅନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସମ୍ୱାଦପତ୍ରର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ସରକାରୀ ସ୍କୁଲ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରାଯାଇ ଆଲେଖ୍ୟଟିଏ ପ୍ରକାଶିତ ହେବାରୁ ବିଜେପି ପକ୍ଷରୁ ବିଦ୍ରୁପାତ୍ମକ ଅଭିଯୋଗ କରାଗଲା  ଯେ ‘ଏହା ଏକ ପ୍ରାୟୋଜିତ ଆଲେଖ୍ୟ’, ଯାହାକୁ ‘ନ୍ୟୁୟର୍କ ଟାଇମ୍ସ’ ତରଫରୁ ଦୃଢ ଭାବେ ଖଣ୍ଡନ କରାଗଲା । ଯଦିଓ ଏହାକୁ ନେଇ ବାଦବିବାଦ ଉତ୍ପନ୍ନ ହେଲା ତେବେ ଆମେ ସେଠାକୁ ନ ଯାଇ ବିମର୍ଶକୁ ମନ୍ତ୍ରୀଙ୍କ ଉପରୋକ୍ତ ଉକ୍ତି ଉପରେ କେନ୍ଦ୍ରୀଭୂତ କରିବା । 

ମନ୍ତ୍ରୀଙ୍କ ଉକ୍ତିର ପ୍ରଥମ ଭାଗରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେଉଁମାନେ ସ୍କୁଲ ଶିକ୍ଷାର ବ୍ୟୟଭାର ବହନ କରିବାକୁ ସମର୍ଥ, ସେମାନେ ନିଜ ପକେଟରୁ ତାହା ଦିଅନ୍ତୁ । ତା’ର ଅର୍ଥ ସେମାନେ ବ୍ୟୟବହୁଳ ଘରୋଇ ସ୍କୁଲମାନଙ୍କରେ ସେମାନଙ୍କ ପିଲାଙ୍କୁ ପଢାନ୍ତୁ ଓ ରାଷ୍ଟ୍ର ସେମାନଙ୍କ ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସୁତରାଂ ଏହାର ଅର୍ଥ ଯଦି କ୍ରମେ ଅଧିକରୁ ଅଧିକ ଲୋକ ବ୍ୟୟ ଭାର ବହନ କରିବାକୁ ସମର୍ଥ ହୋଇ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଇବାକୁ ପଠାଇବେ, ତେବେ ଅବଲୀଳା କ୍ରମେ ସରକାରୀ ସ୍କୁଲଗୁଡିକର ଆବଶ୍ୟକତା ହ୍ରାସ ପାଇବ, ଯାହା ସେଗୁଡିକୁ ବନ୍ଦ କରିଦିଆଯିବାର ସମ୍ଭାବନା ସୃଷ୍ଟି କରିବ । ଏହା ସତ ଯେ ସରକାରୀ ସ୍କୁଲଗୁଡିକର ଶୋଚନୀୟ ଭିତ୍ତିଭୂମି ଓ ଅନ୍ୟନ୍ୟ ଦୁଃସ୍ଥିତି (ଯେଉଁଥିରେ ଉନ୍ନତି ଆଣିବାକୁ ଦିଲ୍ଲୀ ସରକାର ଉଦ୍ୟମରତ) ପାଇଁ ଏବେ ଅଧିକାଂଶ ବାପା-ମାଆ ଗୁଣାତ୍ମକ ଶିକ୍ଷା ଲାଗି ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଉଛନ୍ତି । ମାତ୍ରାଧିକ ବ୍ୟୟଭାର ସତ୍ତ୍ୱେ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ବର୍ଗର ଲୋକେ ବାଧ୍ୟ ହୋଇ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଉଛନ୍ତି । ଘରୋଇ ସ୍କୁଲଗୁଡିକର ଟ୍ୟୁସନ ଓ ଅନ୍ୟାନ୍ୟ ଫି ପ୍ରାୟ ପ୍ରତି ୨ ବର୍ଷରେ ଥରେ ବଢିଥାଏ ଯହିଁରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡୁଛନ୍ତି । ଏକ ଅଧ୍ୟୟନ ଅନୁସାରେ ଆଗାମୀ ଦିନରେ ଭାରତରେ ଗୋଟିଏ ଷ୍ଟାଣ୍ଡାର୍ଡ ଘରୋଇ ସ୍କୁଲରେ ଜଣେ ପିଲାର ୩ ବର୍ଷରୁ ୧୭ ବର୍ଷ ଯାଏଁ ପାଠପଢା ଖର୍ଚ୍ଚ ପ୍ରାଥମିକ ସ୍କୁଲ ସ୍ତରରେ ୫.୫୦ ଲକ୍ଷ ଟଙ୍କା, ମାଧ୍ୟମିକ ସ୍କୁଲ ସ୍ତରରେ ୯.୫ ଲକ୍ଷ ଟଙ୍କା ଓ ହାଇସ୍କୁଲ ସ୍ତରରେ ୯ ଲକ୍ଷ ଟଙ୍କା ଏହିପରି ପ୍ରାୟ ୨୪ ଲକ୍ଷ ଟଙ୍କା ହେବ । କେତେ ପରିବାର ଅବା ଏହି ଖର୍ଚ୍ଚ ବହନ କରିବାକୁ ସମର୍ଥ ? ସ୍ଥିତି ଆସି ଏ ଭଳି ହେଲାଣି ଯେ ବର୍ଦ୍ଧିତ ଶିକ୍ଷା ବ୍ୟୟ ଯୋଗୁଁ ପରିବାରର ଆକାରକୁ ଗୋଟିଏ ସନ୍ତାନରେ ସୀମିତ ରଖିବା ଏକପ୍ରକାର ବାଧ୍ୟବାଧକତାରେ ପରିଣତ ହେଲାଣି । ଭବିଷ୍ୟତରେ ଅନେକଙ୍କ ପାଇଁ ପିଲାଙ୍କୁ ସରକାରୀ ସ୍କୁଲରେ ପଢାଇବା ବ୍ୟତୀତ ବିକଳ୍ପ ରହିବ ନାହିଁ । ତେଣୁ ସରକାରୀ ସ୍କୁଲଗୁଡିକର ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେଲେ ଅନେକ ପରିବାର ଦ୍ୱିଧାମୁକ୍ତ ହୋଇ ପିଲାଙ୍କୁ ସେଠାକୁ ପଠାଇ ପାରନ୍ତେ । ଭାରତ ଭଳି ଏକ ଜନମଙ୍ଗଳକାରୀ ରାଷ୍ଟ୍ର ପକ୍ଷରେ ଜନସାଧାରଣଙ୍କ ପାଇଁ ସ୍କୁଲ ଶିକ୍ଷା ଭଳି ମୌଳିକ ଆବଶ୍ୟକତାକୁ ନିଃଶୁଳ୍କ ଯୋଗାଇ ଦେବା ଅପରିହାର୍ୟ୍ୟ ହେବା ଆବଶ୍ୟକ । ଏପରିକି ଆମେରିକା ଭଳି ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାରେ ଏବେ ମଧ୍ୟ ସ୍କୁଲ ଶିକ୍ଷା ଯୋଗାଇ ଦେବା ମୂଳତଃ ରାଷ୍ଟ୍ରର ଦାୟିତ୍ନ ହୋଇ ରହିଥିବାରୁ ସେଠାରେ ଏକ ବଳିଷ୍ଠ ପବ୍ଲିକ୍ ସ୍କୁଲ ବ୍ୟବସ୍ଥାର ପ୍ରଚଳନ ଅଛି । ସେଠାରେ ସବୁ ପିଲାଙ୍କ ପାଇଁ ଶିକ୍ଷା କେବଳ ବାଧ୍ୟତାମୂଳକ ନୁହେଁ ନିଃଶୁଳ୍କ ମଧ୍ୟ । ଫଳରେ ପ୍ରାୟ ୯୦ ଭାଗ ପିଲା ସରକାରୀ ଅର୍ଥରେ ପରିଚାଳିତ ପବ୍ଲିକ ସ୍କୁଲମାନଙ୍କରେ ହିଁ ପଢନ୍ତି । ସେଠାରେ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଇବାର ସାମର୍ଥ୍ୟ ଅନେକ ବାପା-ମା'ଙ୍କ ଅଛି, କିନ୍ତୁ ପବ୍ଲିକ ସ୍କୁଲରେ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା କାରଣରୁ ସେମାନେ ପିଲାମାନଙ୍କୁ ସେଠାକୁ ପଠାଇବାକୁ ଆଗ୍ରହ ପ୍ରକାଶ କରନ୍ତି ।

ଭାରତରେ ମଧ୍ୟ ଦୀର୍ଘ ଦିନରୁ ସରକାରୀ ସ୍କୁଲଗୁଡିକର ଉନ୍ନତୀକରଣର ଆବଶ୍ୟକତା ଅନୁଭୂତ ହୋଇଆସୁଛି । ଖୁସିର କଥା ଏ ବର୍ଷ ଶିକ୍ଷକ ଦିବସରେ ପ୍ରଧାନମନ୍ତ୍ରୀ ୨୭୩୬୦ କୋଟି ଟଙ୍କା ବ୍ୟୟ ବରାଦରେ ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ୧୪୫୦୦ଟି ସରକାରୀ ସ୍କୁଲର ଆଧୁନିକୀକରଣ ପାଇଁ ‘ପିଏମ-ଶ୍ରୀ’ (ପ୍ରଧାନମନ୍ତ୍ରୀ ସ୍କୁଲସ୍ ଫର ରାଇଜିଂ ଇଣ୍ଡିଆ) କାର୍ୟ୍ୟକ୍ରମର ଘୋଷଣା କରିଛନ୍ତି । ଅବଶ୍ୟ ଏ ସଂକ୍ରାନ୍ତୀୟ ପ୍ରଥମ ଘୋଷଣା ଫେବୃଆରୀ ୧, ୨୦୨୧ରେ ଅର୍ଥମନ୍ତ୍ରୀଙ୍କ ବଜେଟ ସମ୍ଭାଷଣରେ ହୋଇସାରିଥିଲା, ଯେଉଁଥିରେ ୧୫୦୦୦ ସ୍କୁଲର ଆଧୁନିକୀକରଣ କଥା ଉଲ୍ଲେଖ ଥିଲା । ତେବେ ତାହା ୧୪୫୦୦କୁ ହ୍ରାସ ପାଇବାର କାରଣ ବୁଝି ହେଉନାହିଁ । ଏବେ ଦେଶରେ ପ୍ରାୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲ ଥିବାରୁ ସେଗୁଡିକର ଆଧୁନିକୀକରଣ ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ମନ୍ତ୍ରୀଙ୍କ ଉକ୍ତିର ଦ୍ୱିତୀୟ ଭାଗରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଉଦ୍ୟମିତା ବିକାଶ ଓ ଘରୋଇ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ଅବଶ୍ୟ ଏ କଥା ସ୍ୱୀକାର୍ୟ୍ୟ ଯେ ସ୍କୁଲ ଶିକ୍ଷା, ଏକ ବ୍ୟବସାୟ ବା ଉଦ୍ୟୋଗ ବୋଲି ବିବେଚିତ ହେବା ଉଚିତ ନୁହେଁ । ତେଣୁ ଏ କ୍ଷେତ୍ରରେ ଉଦ୍ୟମୀଙ୍କ ପ୍ରବେଶ ବାଞ୍ଛନୀୟ ନୁହେଁ । ଅଧିକନ୍ତୁ, ୨୦୦୯ରେ ପ୍ରଣୀତ ଶିକ୍ଷା ଅଧିକାର (ଆରଟିଇ) ଆଇନର ଧାରା ୧୨(୧)(ଗ) ଅନୁଯାୟୀ ଅଣ ସାହାଯ୍ୟପ୍ରାପ୍ତ ଘରୋଇ ସ୍କୁଲଗୁଡିକରେ (ସଂଖ୍ୟାଲଘୁଙ୍କ ଦ୍ୱାରା ପରିଚାଳିତ ସ୍କୁଲକୁ ବାଦ ଦେଇ) ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ବର୍ଗର ପିଲାଙ୍କ ପାଇଁ ୨୫ ପ୍ରତିଶତ ଆରକ୍ଷଣର ପ୍ରାବଧାନ ଥିଲେ ମଧ୍ୟ ତା’ର କାର୍ଯ୍ୟକାରିତାକୁ ନେଇ ନା ଅଛି ସରକାରୀ ସ୍ତରରେ ସ୍ୱଚ୍ଛତା ନା ଘରୋଇ ସ୍କୁଲଙ୍କ ସାମାଜିକ ନିଷ୍ଠା ବା ଦାୟିତ୍ୱବୋଧ । ସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ ରୂପେ ସରକାରୀ ନିୟନ୍ତ୍ରଣରେ ରହି ସମସ୍ତଙ୍କୁ ସମାନ ସ୍ତରର ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିଲେ ସବୁଠାରୁ ଭଲ । ତେଣୁ ଉଦ୍ୟମିତା ବିକାଶର ଦ୍ୱାହି ଦେଇ ଅନ୍ତତଃ ସ୍କୁଲଶିକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟୋଗୀଙ୍କ ପାଇଁ ପ୍ରବେଶ ଦ୍ୱାରକୁ ସାହାଣ ମେଲା କରା ନ ଯାଉ, ଯାହା ସ୍କୁଲଶିକ୍ଷାର ବ୍ୟାପକ ବ୍ୟାବସାୟିକୀକରଣର ପଥ ଉନ୍ମୁକ୍ତ କରିବ ଓ ଯାହା ଦେଶ ହିତରେ ମଧ୍ୟ ହୋଇ ନ ପାରେ । ଅନ୍ୟ ପକ୍ଷରେ ଉଚ୍ଚଶିକ୍ଷାର ବିକାଶ ଲାଗି ପୁଞ୍ଜିର ଅଭାବ ଦେଖାଦେଉଥିବାରୁ ସେଭଳି ଉଦ୍ୟମୀମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜ ଦକ୍ଷତା ଓ ପୁଞ୍ଜି ନିବେଶ କରିବା ଲାଗି ପ୍ରୋତ୍ସାହିତ କରାଯାଇପାରେ ।  

ସାର୍ବଜନୀନ ଶିକ୍ଷାର ପିତା ରୂପେ ବିବେଚିତ ଆମେରିକାର ପ୍ରସିଦ୍ଧ ଶିକ୍ଷାବିଦ୍ ହୋରେସ ମାନ୍ ୧୮୪୮ରେ ସାର୍ବଜନୀନ ଶିକ୍ଷାର ଗୁରୁତ୍ୱକୁ ରେଖାଙ୍କିତ କରି ଶିକ୍ଷାକୁ ଏକ ସାମାଜିକ ସନ୍ତୁଳନ ଚକ୍ର (ବାଲାନ୍ସ ହ୍ୱିଲ) ରୂପେ ବର୍ଣ୍ଣନା କରିବା ସହ ଏହା ଏକ ମହାନ ସମତୁଲକାରକ (ଇକ୍ୱାଲାଇଜର) ବୋଲି ଅଭିହିତ କରିଥିଲେ । ତାଙ୍କ ଅନୁସାରେ, “ଏହା ଅନ୍ୟ ଲୋକଙ୍କ ସ୍ୱାର୍ଥପରତାକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱାଧୀନତା ଓ ସାଧନ ଯୋଗାଇ ଦେଇଥାଏ । ଏହା ଗରିବଙ୍କୁ ଧନୀଙ୍କ ପ୍ରତି ଅସୂୟାପୂର୍ଣ୍ଣ ମନୋଭାବ ପୋଷଣରୁ ନିବୃତ୍ତ କରିବା ଲାଗି ଅନ୍ୟାନ୍ୟ ପ୍ରୟାସ ତୁଳନାରେ ଅଧିକ ଫଳପ୍ରଦ ହୋଇଥାଏ ; ଏହା ଗରିବ ହେବାର ବାଟ ଓଗାଳିଥାଏ ।“ ଅର୍ଥାତ୍ ଯେତେ ଅଧିକ ଲୋକ ଶିକ୍ଷିତ ହେବେ ଧନୀ-ଦରିଦ୍ରଙ୍କ ମଧ୍ୟରେ ଥିବା ତାରତମ୍ୟ ସେତେ ହ୍ରାସ ପାଇବ । ତେଣୁ ସମସ୍ତଙ୍କୁ ଏକା ପ୍ରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ରାଷ୍ଟ୍ର ସେହି ଦାୟିତ୍ୱ ନିର୍ବାହ କରିବା ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ । ଭାରତ ଭଳି ରାଷ୍ଟ୍ର ପାଇଁ ହୋରେସ ମାନଙ୍କ ଉକ୍ତିର ପ୍ରାସଙ୍ଗିକତା ଯଥେଷ୍ଟ ଅଧିକ । କାରଣ ୫ ଟ୍ରିଲିଅନ ଡଲାର ଅର୍ଥନୀତିର ସ୍ୱପ୍ନ ଦେଖୁଥିବା ଭାରତର ମୁଣ୍ଡପିଛା ଆୟ ଏତେ କମ ଯେ ଏବେ ମଧ୍ୟ ଏହା ଏକ ନିମ୍ନ ମଧ୍ୟମ ଆୟକାରୀ ବର୍ଗର ଦେଶ ରୂପେ ପରିଗଣିତ ।  ଭାରତକୁ ଏକ ଉଚ୍ଚ ମଧ୍ୟମ ଆୟକାରୀ ବର୍ଗର ଦେଶରେ ପରିଣତ ହେବାକୁ ହେଲେ ଅଧିକ ସଂଖ୍ୟକ ଲୋକଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ହେବା ଆବଶ୍ୟକ, ଯାହା କେବଳ ସେମାନଙ୍କ ଶିକ୍ଷା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମ୍ଭବ । ତେଣୁ ସରକାରୀ ସ୍କୁଲଗୁଡିକ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ ।     

ସ୍କୁଲ ଶିକ୍ଷା କ୍ଷେତ୍ରରେ ଉଦ୍ୟମିତା ବିକାଶ ଓ ଘରୋଇ ପୁଞ୍ଜି ନିବେଶକୁ ଆକର୍ଷିତ କରିବାର ଦ୍ୱାହି ଦେଇ ଘରୋଇ ସ୍କୁଲଗୁଡିକର ବିସ୍ତାର ଲାଗି ବ୍ୟାପକ ସୁଯୋଗ ସୃଷ୍ଟି କରି ସ୍କୁଲ ଶିକ୍ଷାକୁ ପ୍ରଥମେ ଅତ୍ୟଧିକ ବ୍ୟୟବହୁଳ କରିବା; ତା'ପରେ ‘କାମବାଲି ତା’ ଝିଅ ପାଇଁ ସେହି ବ୍ୟୟ ବହନ କରିପାରିବ ନାହିଁ’ର ବଖାଣ ପ୍ରସ୍ତୁତ କରି ସରକାରୀ ସ୍କୁଲକୁ ଯେନତେନ ପ୍ରକାରେଣ ଚଳାଇ ରଖିବାର ମାନସିକତାରୁ ଆମ ଶିକ୍ଷାନୀତି ପ୍ରବର୍ତ୍ତକମାନେ ଊର୍ଦ୍ଧ୍ୱକୁ ଉଠିବା ଦରକାର । ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଗୁଣାତ୍ମକ ଶିକ୍ଷାଲାଭ ଲାଗି କୋଟିପତିଙ୍କ ପିଲାଙ୍କ ଯେତିକି ଅଧିକାର ଅଛି, ଜଣେ ‘କାମବାଲି’ର ଝିଅର ମଧ୍ୟ ସେତିକି ଅଧିକାର ଅଛି ବୋଲି ସ୍ୱୀକାର କରିବାକୁ ହେବ । ଏଠି କାମବାଲି ହେଉଛନ୍ତି ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ଓ ବଞ୍ଚିତ ବର୍ଗର ପ୍ରତିନିଧି । ଘରୋଇ ସ୍କୁଲରେ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ବର୍ଗର ପିଲାଙ୍କ ପାଇଁ ଆରକ୍ଷଣ ଏହାର ସମାଧାନ ହୋଇ ନ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ସ୍କୁଲଗୁଡିକର ଶିକ୍ଷାଦାନର ସ୍ତରରେ ଉନ୍ନତି ଅଣାଯିବା ଆବଶ୍ୟକ । ବ୍ୟୟଭାର ବହନ କରିବାକୁ ସମର୍ଥ ଓ ଅସମର୍ଥଙ୍କ ମଧ୍ୟରେ ବାଛବିଚାରକୁ ଅନ୍ତତଃ ରାଷ୍ଟ୍ର ପ୍ରଶ୍ରୟ ଦେବା ଅନୁଚିତ । ତାହା ନ ହେଲେ ଆମେ ଡୁନ ସ୍କୁଲ, ରାଜକୁମାର କଲେଜ, ମେୟୋ କଲେଜ ବ୍ୟବସ୍ଥାର ମାନସିକତା ଆଧାରରେ ଶିକ୍ଷା କ୍ଷେତ୍ରରେ ଛୁଆଁ-ଅଛୁଆଁ ଭାବକୁ ଚିରସ୍ଥାୟୀ କରିବା । ଏହା  ‘ଇଣ୍ଡିଆ’ ଆଉ ‘ଭାରତ’ ମଧ୍ୟରେ ଥିବା ଖାଇଟିକୁ  ଆହୁରି ବଢାଇ ଦେଶର ସନ୍ତୁଳିତ ଓ ତ୍ୱରାନ୍ୱିତ ବିକାଶରେ ପ୍ରତିବନ୍ଧ ସାଜିବ ଯାହା ।


Published in Sambad on September 20, 2022


Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ