Skip to main content

Posts

Showing posts from October, 2020

ରୁଆଣ୍ଡା ରେଡିଓ ଓ ଘୃଣାର ଫସଲ

ସୁଦର୍ଶନ ନିଉଜ ଚ୍ୟାନେଲ ଦ୍ୱାରା ‘ୟୁପିଏସସି ଜିହାଦ’ ନାମକ ଏକ କାର୍ଯ୍ୟକ୍ରମର ଚାରିଟି ଅଧ୍ୟାୟ ପ୍ରସାରିତ ହୋଇ ମୁସଲମାନମାନେ ଆଇଏଏସ, ଆଇପିଏସ ଭଳି ସିଭିଲ ସର୍ଭିସେସରେ ଅଧିକ ସଂଖ୍ୟକ ଚାକିରୀ ଦଖଲ କରିବାକୁ କିପରି ଏକ ଷଡଯନ୍ତ୍ରରେ ଲିପ୍ତ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା । ଏହାର ବିଷୟବସ୍ତୁ ଅତ୍ୟନ୍ତ ଆପତ୍ତିଜନକ ଓ ଘୃଣା ଉଦ୍ରେକକାରୀ ହୋଇଥିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା ଓ ଅଦାଲତ ମଧ୍ୟ ତାହା ଗ୍ରହଣ କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅବଶିଷ୍ଟ ଅଧ୍ୟାୟଗୁଡିକର ପ୍ରସାରଣ ଉପରେ ପ୍ରତିବନ୍ଧ ଲଗାଇଲେ । ମାମଲାର ଶୁଣାଣି ଅବସରରେ ଅଦାଲତଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ – “ଭାରତ ବିବିଧ ସଭ୍ୟତା, ସଂସ୍କୃତି, ଧର୍ମ ଓ ଭାଷାର ଏକ ମିଳନସ୍ଥଳୀ । ଅଦାଲତ ସାମ୍ୱିଧାନିକ ମୂଲ୍ୟବୋଧର ସଂରକ୍ଷକ ହୋଇଥିବାରୁ ଗୋଟିଏ ଧର୍ମୀୟ ସମ୍ପ୍ରଦାୟକୁ ତିରସ୍କାର କରିବା ଲାଗି ହେଉଥିବା ଯେ କୌଣସି ଉଦ୍ୟମକୁ ଏହା ଅନୁମୋଦନ ନ କରି ଗମ୍ଭୀରତାର ସହ ଦେଖିବ । ସାମ୍ୱିଧାନିକ ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ଲାଗି ଏହା ଉପରେ ନ୍ୟସ୍ତ ଗୁରୁ ଦାୟିତ୍ୱ, ଏହାଠାରୁ ଆଦୌ କିଛି କମ ଆଶା କରେ ନାହିଁ ।“ କହିବା ବାହୁଲ୍ୟ ଯେ ଏହା ପ୍ରକୃତରେ ଘୃଣା ଓ ବିଦ୍ୱେଷର ପ୍ରସାର କରୁଥିବା ସମସ୍ତ ନିଉଜ ଚ୍ୟାନେଲଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଏହି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରଣ କରାଯାଉଥିବା ସାମ୍ପ୍ରଦାୟିକ ବିଷର ପରିଣତି ଯେ କେ

ଯୁଦ୍ଧର ଦ୍ୱାର ଦେଶରେ ଆର୍ମେନିଆ ଓ ଅଜରବାଇଜାନ

ସୋଭିଏତ ସଂଘର ବିଘଟନ ପରେ ସୃଷ୍ଟ ଆର୍ମେନିଆ ଓ ଅଜରବାଇଜାନ ଭଳି ଦୁଇଟି ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ସେପ୍ଟେମ୍ୱର ୨୭, ୨୦୨୦ ପରଠାରୁ ସାମରିକ ଦୃଷ୍ଟିରୁ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇ କ୍ରମଶଃ ଯୁଦ୍ଧ ଆଡକୁ ମୁହାଁଇବା ବାସ୍ତବିକ ଉଦବେଗଜନକ । କାରଣ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଲେ ତାହା କେବଳ ସେହି ଦୁଇ ଦେଶ ମଧ୍ୟରେ ସୀମିତ ନ ରହି ଅନ୍ୟ ଦେଶମାନେ ସେଥିରେ ଜଡିତ ହେବାର ପୂର୍ବ ସୂଚନା ମିଳି ସାରିଲାଣି, ଯାହାର ପ୍ରଭାବ ବିଶ୍ୱର ଅନେକ ଦେଶ ଉପରେ ପଡି ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇପାରେ । ଦୁଇ ଦେଶ ମଧ୍ୟରେ ବିବାଦର ମୂଳ କାରଣ ନଗୋର୍ଣ୍ଣୋ-କରାବାଖ ଅଞ୍ଚଳର ମାଲିକାନା ଓ ଆଧିପତ୍ୟକୁ ନେଇ ହୋଇଥିଲେ ମଧ୍ୟ ଏହି ବିବାଦର ଇତିହାସ ଓ ଏହି ବିବାଦ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ହେଉଥିବା ଦେଶଗୁଡିକର ସ୍ୱାର୍ଥ ତଥା ଉଦ୍ଦେଶ୍ୟକୁ ବୁଝିବାର ବି ଆବଶ୍ୟକତା ରହିଛି । ମଧ୍ୟ ଏସିଆର କକାସସ ପର୍ବତୀୟ ଅଞ୍ଚଳସ୍ଥିତ ଦୁଇଟି ଦେଶ ହେଉଛନ୍ତି ଆର୍ମେନିଆ ଓ ଅଜରବାଇଜାନ । ଦୁଇଟି ଦେଶ ଭିତରୁ ଆର୍ମେନିଆ ଅପେକ୍ଷାକୃତ କ୍ଷୁଦ୍ର ଓ ଏହା ଏକ ସ୍ଥଳଭାଗ ଆବଦ୍ଧ ଦେଶ । ଏହାର ସୀମାକୁ ଲାଗି ଜର୍ଜିଆ, ଅଜରବାଇଜାନ, ଇରାନ ଓ ତୁର୍କିର ସୀମା ରହିଛି । ଏହାର କ୍ଷେତ୍ରଫଳ ପ୍ରାୟ ୩୩୦୦୦ ବର୍ଗ କିଲୋମିଟର ହୋଇଥିବା ବେଳେ ଅଜରବାଇଜାନ ଆକାରରେ ଏହାର ପ୍ରାୟ ଅଢେଇ ଗୁଣ ବା ୮୫୦୦୦ ବର୍ଗ କିଲୋମିଟର । କାସ୍ପିଆନ ସାଗ

କ୍ଷୁଧା ମୁକାବିଲାରେ ପାକିସ୍ତାନ ପଛରେ ଭାରତ !

ବିଶ୍ୱ କ୍ଷୁଧା ସୂଚକାଙ୍କର ୨୦୨୦ ମସିହା ରିପୋର୍ଟରେ ଯେଉଁ ୧୦୭ ଟି ଦେଶର କ୍ଷୁଧାର ସ୍ତର ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରେ ଭାରତର ସ୍ଥାନ ୯୪ରେ ରହିବା କେବଳ ଉଦବେଗଜନକ ନୁହେଁ, ବରଂ ବର୍ଷ ବର୍ଷ ଧରି ଦେଶରେ କ୍ଷୁଧା ବିରୁଦ୍ଧରେ ଚାଲୁଥିବା ଲଢେଇର ଦିଗ ଓ ଗତିକୁ ନେଇ ତାହା ପ୍ରଶ୍ନ ଉଠାଉଛି । ଭାରତର ଅର୍ଥନୀତିର ଆକାର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚିବା ନେଇ ଗର୍ବ କରୁଥିବା ବେଳେ ଓ ଏହାକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ଦେଖା ଯାଉଥିବା ବେଳେ ଦେଶର ଲୋକଙ୍କୁ ଦୁଇ ମୁଠା ଖାଦ୍ୟ ନ ମିଳି ସେମାନେ ଭୋକରେ ରହିବା ଓ ଭାରତ ବିଶ୍ୱର ସର୍ବାଧିକ ସଂଖ୍ୟକ କ୍ଷୁଧାର୍ତ୍ତଙ୍କ ବାସସ୍ଥଳୀ ହୋଇ ରହିବା ବାସ୍ତବିକ ସମସ୍ତଙ୍କ ପାଇଁ ଲଜ୍ଜାର କାରଣ ହେବା ଉଚିତ । ୨୦୩୦ ମସିହା ସୁଦ୍ଧା ବିଶ୍ୱକୁ କ୍ଷୁଧାମୁକ୍ତ (ଜିରୋ ହଙ୍ଗର) କରିବା ଜାତିସଂଘ ଦ୍ୱାରା ଘୋଷିତ ସତତ ବିକାଶ ଲକ୍ଷ୍ୟ (ଏସଡିଜି)ର ୧୭ଟି ଲକ୍ଷ୍ୟ ମଧ୍ୟରୁ ଦ୍ୱିତୀୟ ଲକ୍ଷ୍ୟ ହୋଇଥିଲେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ହାସଲ ହୋଇପାରିବା ନେଇ ରିପୋର୍ଟରେ ଆଶଙ୍କା ବ୍ୟକ୍ତ ହୋଇଛି । ଓପାସରେ ରହୁଥିବା ଲୋକଟିକୁ କ୍ଷୁଧାର୍ତ୍ତ ବୋଲି କୁହା ଯାଉଥିଲେ ବି କ୍ଷୁଧାର ପରିଭାଷା କେବଳ ଭୋକ ନୁହେଁ । ସାଧାରଣ ଭାବେ ଏହା ଆବଶ୍ୟକ ପରିମାଣର କ୍ୟାଲୋରି ଅନୁପଲବ୍ଧତା ଜନିତ ଉତ୍ପନ୍ନ ସଙ୍କଟକୁ ହିଁ ବୁଝାଇଥାଏ । ତେବେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା

ଆଉ କେବେ ସୁପାରିଶ କରିବିନି

ଗାନ୍ଧୀଜୀ ତାଙ୍କ ପ୍ରାରମ୍ଭିକ ଜୀବନକାଳରେ ଅନେକ ଥର ଅପମାନର ଶିକାର ହୋଇଥିଲେ, ଏକାଧିକ ଥର ତ ବିଦେଶୀଙ୍କ ଦ୍ୱାରା । ଦକ୍ଷିଣ ଆଫ୍ରିକାରେ ଏକ ପ୍ରଥମ ଶ୍ରେଣୀ ଡବାରେ ରେଳ ଯାତ୍ରା କରୁଥିବା ବେଳେ ଜୁନ ୭, ୧୮୯୩ ରାତିରେ ଜଣେ ବର୍ଣ୍ଣବୈଷମ୍ୟବାଦୀ ଟିଟିଇ କିପରି ତାଙ୍କୁ ଅପମାନିତ କରି ଡବାରୁ ତଡି ଦେଇ ପ୍ଲାଟଫର୍ମକୁ ଠେଲି ଦେଇଥିଲେ, ସେହି ପ୍ରସଙ୍ଗଟି ବହୁ ଚର୍ଚ୍ଚିତ । ତେବେ ତା’ର ପ୍ରାୟ ବର୍ଷେ ତଳେ ଗାନ୍ଧୀଜୀ ଜଣେ ବ୍ରିଟିଶ ଅଧିକାରୀଙ୍କ ଦ୍ୱାରା ଭାରତରେ ଅନୁରୂପ ଭାବେ ଅପମାନିତ ହୋଇଥିଲେ, ଯାହା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ଗାନ୍ଧୀଜୀ ତାଙ୍କ ଆତ୍ମଜୀବନୀରେ ଏହି ଘଟଣାଟି ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ବି ତାହା ପୂର୍ବ ଘଟଣାଟି ଭଳି ସେତେ ଅଧିକ ଚର୍ଚ୍ଚିତ ନୁହେଁ । ମୋହନଦାସ ଇଂଲଣ୍ଡରୁ ଓକିଲାତି ପଢା ଶେଷ କରି ୧୮୯୧ରେ ଭାରତକୁ ଫେରିଲେ । ପ୍ରାୟ ଛଅ ମାସ ଧରି ସେ ବମ୍ୱେରେ ରହି ଓକିଲାତି କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରତିଦିନ ସକାଳେ ବମ୍ୱେ ହାଇକୋର୍ଟକୁ ଯିବା ଓ ସନ୍ଧ୍ୟା ବେଳକୁ ଖାଲି ହାତରେ ଘରକୁ ଫେରିବା ଯେମିତି ତାଙ୍କର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ବମ୍ୱେରେ ଓକିଲ ଭାବେ ତାଙ୍କୁ ସଫଳତା ମିଳୁ ନ ଥିବାରୁ ସେ ହତୋତ୍ସାହିତ ହୋଇ ପଡିଥିଲେ । ଏତିକି ବେଳେ ତାଙ୍କ ବଡଭାଇ ଲକ୍ଷ୍ମୀଦାସଙ୍କ ଜିଦ୍ ଯୋଗୁ ତାଙ୍କୁ ବମ୍ୱେ ଛାଡି ରାଜକୋଟକୁ ଫେରି ଆସିବାକୁ

ଟିଆରପି କେଳେଙ୍କାରି

ବିଭିନ୍ନ ସମୟରେ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟରେ ହେରଫେର ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଥିଲା । ହେଲେ ଟିଆରପିକୁ ନେଇ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ସମ୍ପର୍କରେ ମୁମ୍ୱଇ ପୁଲିସ କମିଶନର ଏକ ସାମ୍ୱାଦିକ ସମ୍ମିଳନୀରେ ଜଣାଇବା ସହ ସେଥିରେ ଚର୍ଚ୍ଚିତ ସାମ୍ୱାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ‘ରିପବ୍ଲିକ ଟିଭି’ ଚ୍ୟାନେଲ ସମେତ ‘ଫକ୍ତ ମରାଠୀ’ ଓ ‘ବକ୍ସ ସିନେମା’ ନାମକ ଆଉ ଦୁଇଟି ଚ୍ୟାନେଲ ସମ୍ପୃକ୍ତ ଥିବା କଥା ଘୋଷଣା କରିବା ପରେ ଗଣମାଧ୍ୟମ ସହ ସମ୍ପୃକ୍ତ କିଛି ବ୍ୟକ୍ତିବିଶେଷଙ୍କ କୁତ୍ସିତ ଚେହେରା ଓ ଗତିବିଧି ପଦାରେ ପଡିବା ସହ ସମଗ୍ର ଟିଆରପି ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ଭାରତୀୟ ଟେଲିଭିଜନ ଇତିହାସରେ ଏହା ହେଉଛି ପ୍ରଥମ ବଡ ଧରଣର କେଳେଙ୍କାରି । ନିଜ ଚ୍ୟାନେଲକୁ ନମ୍ୱର ଏକ ଚ୍ୟାନେଲ ବୋଲି ପ୍ରତିପାଦିତ କରିବା ଲାଗି ହେଉଥିବା ପ୍ରତିଯୋଗିତାରେ ଜନସାଧାରଣଙ୍କ ଅଗୋଚରରେ ଯେଉଁ ସବୁ ଅସଲ ଖେଳ ଖେଳା ଯାଇଥାଏ, ତାହା ବୁଝିବାକୁ ହେଲେ ଦର୍ଶକଙ୍କୁ ଏହି ଟିଆରପି ବ୍ୟବସ୍ଥାଟି ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି । ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଓ ସେମାନଙ୍କ ଦ୍ୱାରା ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ମାପିବା ପାଇଁ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ଏକ ସୂଚକାଙ୍କ ବା ଇଣ୍ଡେକ୍ସ ଭଳି ବ୍ୟବହୃତ ହୋଇଥାଏ । ସେହି ଚ୍ୟାନେଲ ଓ କାର୍ଯ୍ୟକ୍ରମଗୁଡିକୁ ମିଳୁଥିବା ଟ

ଆଦିବାସୀ ଧର୍ମର ସ୍ୱାତନ୍ତ୍ର୍ୟ

ଫେବୃଆରୀ ୨୦୨୦ରେ ଆଦିବାସୀଙ୍କ ଧର୍ମକୁ ନେଇ ପରସ୍ପର ବିରୋଧୀ ଏପରି ଦୁଇଟି ଘଟଣା ଘଟିଲା, ଯାହାର ତରଙ୍ଗ ପ୍ରଭାବରେ ଆଗାମୀ ଦିନରେ ଆଦିବାସୀ ସମାଜରେ ଅସନ୍ତୋଷ ବୃଦ୍ଧିର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ଫେବୃଆରୀ ୧୮ ତାରିଖ ଦିନ ଦିଲ୍ଲୀଠାରେ ୧୯ଟି ରାଜ୍ୟର ଆଦିବାସୀ ସଙ୍ଗଠନଗୁଡିକର ଏକ ମିଳିତ ମଞ୍ଚ ଦ୍ୱାରା ହୋଇଥିବା ପ୍ରତିବାଦ ସଭାରେ ସେମାନେ ‘ହିନ୍ଦୁ’ ନୁହନ୍ତି ଓ ସେମାନଙ୍କର ଅଲଗା ଧର୍ମ ହୋଇଥିବାରୁ ୨୦୨୧ ମସିହା ଜନଗଣନାରେ ଆଦିବାସୀଙ୍କ ଧର୍ମ ଲାଗି ଏକ ଅଲଗା କୋଡର ପ୍ରାବଧାନ କରିବା ଲାଗି ଦାବି ଉପସ୍ଥାପିତ ହେଲା । ସେହି ମାସ ଆରଏସଏସର ମୁଖ୍ୟ ମୋହନ ଭାଗବତ ଜନଗଣନା ସମୟରେ ଯେପରି ଅଧିକ ସଂଖ୍ୟକ ଆଦିବାସୀ ନିଜ ଧର୍ମ ‘ହିନ୍ଦୁ’ ବୋଲି ଘୋଷଣା କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ତାଙ୍କ କର୍ମୀମାନଙ୍କୁ ଆହ୍ୱାନ ଦେଲେ । ଏପରି ଉକ୍ତି ସମ୍ୱିଧାନର ଧାରା ୧୪, ୧୬ ଓ ୨୩୫ର ବିରୁଦ୍ଧାଚରଣ କରୁଛି ବୋଲି କହି କିଛି ଆଦିବାସୀ ସଙ୍ଗଠନ ମତବ୍ୟକ୍ତ କରି ତା’ର ପ୍ରତିବାଦ କଲେ । ଇତିମଧ୍ୟରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ବିଭିନ୍ନ ପୂଜାସ୍ଥଳୀରୁ ମାଟି ସଂଗ୍ରହ ହେଉଥିବା କ୍ରମରେ ଝାରଖଣ୍ଡର ସାରନା ସ୍ଥଳୀଗୁଡିକରୁ ମାଟି ସଂଗ୍ରହକୁ ବିରୋଧ କରି ସେଠାରେ ଆଦିବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।  ତେବେ ନିଜ ଧର୍ମକୁ ଜାହିର କରି ଆଦିବାସୀଙ୍କ ମଧ୍ୟରେ ହଠାତ୍ ଦେଖା ଦେଇଥିବା ଏହି ପୁନରୁତ୍ଥାନର ଓ ହିନ୍ଦୁ ମ