Skip to main content

କେତେ ସଶକ୍ତ ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳା

ଓଡିଶାରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଶକ୍ତ ହେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବାର ପୃଷ୍ଠା ପୃଷ୍ଠା ବିଜ୍ଞାପନ ମାଧ୍ୟମରେ ଉଦଘୋଷଣା ପରେ ମନେ ହେଲା ଚନ୍ଦ୍ର ଅଭିଯାନର ସଫଳତା ପରେ ମିଳୁଥିବା ଆନନ୍ଦ ପରି, ବୋଧହୁଏ ‘ମିଶନ ଶକ୍ତି’ ତା ଅଭିଯାନର ଶେଷ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇ ଆନନ୍ଦିତ । ତେବେ ଓଡିଶାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର କାର୍ଯ୍ୟଶୈଳୀର ଅନୁଶୀଳନ ହିଁ ସେମାନଙ୍କ ବାସ୍ତବ ସ୍ଥିତିକୁ ଉନ୍ମୋଚିତ କରିବାରେ ସହାୟକ ହେବ । 
ଅନେକଙ୍କର ଧାରଣା ଭାରତରେ ଚାଲିଥିବା ସ୍ୱୟଂ ସହାୟକ ଆନ୍ଦୋଳନର ଢାଞ୍ଚା ବଙ୍ଗଳାଦେଶରୁ ଆମଦାନୀ ହୋଇଛି ଓ ସେଠାକାର ଗ୍ରାମୀଣ ବ୍ୟାଙ୍କ ମଡେଲରେ ପ୍ରସ୍ତୁତ ହୋଇଛି, ଯାହା ସମ୍ପୂର୍ଣ୍ଣ ଭୁଲ । ବିଶ୍ୱର ବିଭିନ୍ନ ସ୍ଥାନରେ ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଢଙ୍ଗରେ ଚାଲିଛି । ଭାରତରେ ଚାଲିଥିବା ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମ ମୁଖ୍ୟତଃ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଏସଏଚଜି-ବ୍ୟାଙ୍କ ସଂଯୋଗ କାର୍ଯ୍ୟକ୍ରମ’ ଉପରେ ଆଧାରିତ, ଯାହା ବଙ୍ଗଳାଦେଶ ଗ୍ରାମୀଣ ବ୍ୟାଙ୍କ ମଡେଲଠାରୁ ଭିନ୍ନ । ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି ଏସଏଚଜି-ବ୍ୟାଙ୍କ ସଂଯୋଗ କାର୍ଯ୍ୟକ୍ରମ ବର୍ତ୍ତମାନ ସାରା ବିଶ୍ୱରେ ସର୍ବବୃହତ ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏସଏଚଜି ଆନ୍ଦୋଳନରେ ଆରମ୍ଭରୁ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଓଡିଶାରେ ସରକାରୀ ପ୍ରଚେଷ୍ଟାରେ ୨୦୦୧ ମସିହାରେ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଏନଜିଓମାନଙ୍କ ସହାୟତାରେ ହଜାର ହଜାର ସଂଖ୍ୟାରେ ଏସଏଚଜି ତିଆରି ହୋଇ ସାରିଥିଲା । ମିଶନ ଶକ୍ତି କାର୍ଯ୍ୟ କରିବା ପରେ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନ ଗତିଶୀଳ ହୋଇଥିଲେ ମଧ୍ୟ ଏହିଠାରୁ ଗୋଷ୍ଠୀ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥିବା କହିବା ପ୍ରମାଦପୂର୍ଣ୍ଣ ହେବ । ବସ୍ତୁତଃ, ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ନାବାର୍ଡ ତରଫରୁ ଦେଶରେ ଯେଉଁ ଦୁଇଟି ପରୀକ୍ଷାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା ତନ୍ମଧ୍ୟରୁ ଗୋଟିଏ ଥିଲା କର୍ଣ୍ଣାଟକରେ ‘ମାଇରାଡା’ ଦ୍ୱାରା ଓ ଅନ୍ୟଟି ୧୯୮୯ ମସିହାରେ କଳାହାଣ୍ଡିର ଥୂଆମୂଳ ରାମପୁରରେ ‘ଗ୍ରାମ ବିକାଶ ଡେଭଲପମେଣ୍ଟ ସୋସାଇଟି’ ଦ୍ୱାରା । ତେବେ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ତିଆରି ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ପରେ ଓଡିଶାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ତା ମାଧ୍ୟମରେ ମହିଳାମାନେ କେତେ ସଶକ୍ତ ହୋଇପାରିଛନ୍ତି ତାହା ତର୍ଜମା କରାଯାଇପାରେ ।
   ପୁରୀଠାରେ ଆୟୋଜିତ ମହିଳା ସମାବେଶରେ ଓଡିଶା ସରକାର ୧ ଅପ୍ରେଲ ୨୦୧୭ ପରେ ଗଠିତ ୩ ଲକ୍ଷ ଏସଏଚଜିଙ୍କ ପାଣ୍ଠି ବୃଦ୍ଧି ପାଇଁ ୧୫ ହଜାର ଟଙ୍କା ଲେଖାଏଁ ସିଡ ମନି ଦେବା କଥା ଘୋଷଣା କରିବା ପରେ ରାଜ୍ୟରେ ଥିବା ଏସଏଚଜିଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଦେଶର ପ୍ରତିଟି ରାଜ୍ୟର ଏସଏଚଜିଙ୍କ ସଞ୍ଚୟଠାରୁ ଆରମ୍ଭ କରି ବ୍ୟାଙ୍କ ଋଣର ଅଗ୍ରଗତି ସମ୍ପର୍କରେ ସୂଚନା ସ୍ଥାନିତ ହୋଇ ପ୍ରତି ବର୍ଷ ନାବାର୍ଡ ତରଫରୁ ‘ଷ୍ଟାଟସ ଅଫ ମାଇକ୍ରୋଫାଇନାନ୍ସ ଇନ ଇଣ୍ଡିଆ’ ନାମକ ଏକ ପୁସ୍ତିକା ପ୍ରକାଶ ପାଇଥାଏ । ଏହି ପୁସ୍ତିକା ଅନୁଯାୟୀ ୩୧ ମାର୍ଚ୍ଚ ୨୦୧୭ ସୁଦ୍ଧା ଓଡିଶାରେ ୪,୩୧,୪୮୭ଟି ଏସଏଚଜିଙ୍କର ବ୍ୟାଙ୍କରେ ସଞ୍ଚୟ ଖାତା ଥିଲା, ଯାହା ବର୍ଷକ ମଧ୍ୟରେ ପ୍ରାୟ ଏକ ଲକ୍ଷ ବଢି ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ୫,୩୦,୪୮୯ ହୋଇଛି । ତେଣୁ ୩୧ ଡିସେମ୍ବର ୨୦୧୮ ସୁଦ୍ଧା ଗୋଷ୍ଠୀ ସଂଖ୍ୟା ହୁଏତ ଆଉ ୭୦,୦୦୦ ବଢି ସରକାର କହୁଥିବା ୬ ଲକ୍ଷରେ ପହଞ୍ଚି ଥାଇପାରେ । ଏହି ସମୟରେ ୩ ଲକ୍ଷ ନୂଆ ଏସଏଚଜି ଗଠନ ହୋଇଥିଲେ ଗୋଷ୍ଠୀ ସଂଖ୍ୟା ୭,୩୧,୪୮୭ ହୋଇଥାନ୍ତା, ୬ ଲକ୍ଷ ନୁହେଁ । ଏହା ତଥାପି ସମ୍ଭବ ଯଦି ସିଡ ମନି ହାତେଇବା ପାଇଁ ବହୁଳ ସଂଖ୍ୟାରେ ପୁରୁଣା ଗୋଷ୍ଠୀ ଦଳ ଭାଙ୍ଗି ବ୍ୟାଙ୍କରେ ଥିବା ସଞ୍ଚୟ ଖାତାକୁ ବନ୍ଦ କରି ତା ସ୍ଥାନରେ ନୂଆ ଗୋଷ୍ଠୀ ଗଠନ ସହ ପୁଣି ବ୍ୟାଙ୍କରେ ସଂଚୟ ଖାତା ଖୋଲିଥିବେ । ଆଶା କରାଯାଏ ସେପରି ହୋଇ ନଥିବ, ଆଉ ଯଦି ହୋଇଥାଏ ତେବେ ସୁପରିକଳ୍ପିତ ଷଡଯନ୍ତ୍ର ବିନା ଏ ଭଳି ବଡ ଧରଣର ଦୁର୍ନୀତି ସମ୍ଭବ ନୁହେଁ । ତେଣୁ ଏହି ନୂଆ ଗୋଷ୍ଠୀଗୁଡିକୁ ଡିବିଟି ଯୋଗେ ୧୫ ହଜାର ଟଙ୍କା ଲେଖାଏଁ ପଠାଇବା ପୂର୍ବରୁ ସରକାର ଆଉ ଥରେ ତନଖି ନେବା ଉଚିତ, କାରଣ ଏଥି ସହ ଟିକସଦାତାଙ୍କ ୪୫୦ କୋଟି ଟଙ୍କା ସଦୁପଯୋଗର ପ୍ରଶ୍ନ ଜଡିତ । ତାଛଡା ଗୋଷ୍ଠୀର ପାଣ୍ଠି ବୃଦ୍ଧି କରି ବଡ କିଛି କରିବା ପାଇଁ ଦିଆଯାଉଥିବା ସିଡ ମନିକୁ ସଦସ୍ୟମାନେ ପ୍ରାୟତଃ୧୦୦୦ରୁ ୧୫୦୦ ଟଙ୍କା କରି ନିଜ ଭିତରେ ବାଣ୍ଟି ନେଇଥାନ୍ତି ଓ ତାହା ଗୋଷ୍ଠୀର ଉନ୍ନତିରେ ସହାୟକ ହୋଇ ନଥାଏ । 
ସାରା ଭାରତରେ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ଏସଏଚଜିମାନଙ୍କର ବ୍ୟାଙ୍କ ଜମା ରାଶି ହାରାହାରି ୨୨,୫୦୦ ଟଙ୍କା ଥିଲା ବେଳେ ଓଡିଶାରେ ମାତ୍ର ୧୭,୫୦୦ ଟଙ୍କା, ଅର୍ଥାତ୍, ପ୍ରାୟ ୫ ହଜାର ଟଙ୍କା କମ । ଏହାର ଏକ ପ୍ରମୁଖ କାରଣ ହେଉଛି ଏଠାକାର ଅର୍ଦ୍ଧାଧିକ ଗୋଷ୍ଠୀ ନିଷ୍କ୍ରିୟ ହୋଇଥିବାରୁ ନା ସେମାନଙ୍କର ନିୟମିତ ବୈଠକ ହୁଏ ନା ସଞ୍ଚୟ ଆଦାୟ ହୁଏ । ତେଣୁ ବ୍ୟାଙ୍କ ଜମା କଥା ଉୁଠୁଛି କେଉଁଠୁ । ସ୍ଥଳ ବିଶେଷରେ ଦଳଗୁଡିକ ସକ୍ରିୟ ଥିଲେ ମଧ୍ୟ ବିଭିନ୍ନ କାରଣରୁ ସେମାନେ ବ୍ୟାଙ୍କ ସହ ସମ୍ପର୍କ ରଖୁ ନଥିବାରୁ ପରବର୍ତ୍ତୀ ସମୟରେ ଋଣ ପାଇ ପାରି ନଥାନ୍ତି । ଗତ ବର୍ଷ ଓଡିଶାରେ ବ୍ୟାଙ୍କ ଋଣ ପାଇଥିବା ଗୋଷ୍ଠୀଙ୍କ ସଂଖ୍ୟା ଥିଲା ୧,୧୧,୪୧୧, ଅର୍ଥାତ ସମୁଦାୟ ସଂଖ୍ୟାର ମାତ୍ର ୨୦ ପ୍ରତିଶତ । ଏମାନେ ପାଇଥିବା ହାରାହାରି ଋଣର ପରିମାଣ ଥିଲା ୧.୩୬ ଲକ୍ଷ ଟଙ୍କା, ଯାହା ସର୍ବ ଭାରତୀୟ ହାରାହାରି ଋଣ ରାଶି ୨.୦୯ ଲକ୍ଷ ଟଙ୍କା ଅପେକ୍ଷା ପ୍ରାୟ ୭୦ ହଜାର ଟଙ୍କା କମ । ଏହି ସମୟ ସୁଦ୍ଧା ଓଡିଶାର ୨,୩୨,୯୪୫ ଗୋଷ୍ଠୀଙ୍କ ଉପରେ ବ୍ୟାଙ୍କ ଋଣ ବାକିଥିଲା । ଅର୍ଥାତ୍, ଏ ଯାଏଁ ଅର୍ଦ୍ଧାଧିକ ଗୋଷ୍ଠୀ ବ୍ୟାଙ୍କ ଋଣର ସୁବିଧା ପାଇ ନାହାନ୍ତି । ତେଣୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ଶୂନ ହେଲେ ତଦ୍ଦ୍ୱାରା ଅଳ୍ପ କିଛି ଗୋଷ୍ଠୀ ଲାଭାନ୍ୱିତ ହେବେ ସିନା, ରାଜ୍ୟର ୭୦ ଲକ୍ଷ ମହିଳା ନୁହେଁ । ସବୁଠାରୁ ଉଦବେଗଜନକ ହେଉଛି ସର୍ବ ଭାରତୀୟ ସ୍ତରରେ ଗୋଷ୍ଠୀଗୁଡିକର ଅନାଦେୟ ଋଣ (ଏନପିଏ) ୬.୧୨ ପ୍ରତିଶତ ଥିବା ବେଳେ ଓଡିଶାରେ ତାହା ଦୁଇଗୁଣରୁ ଅଧିକ, ୧୪.୩୫ ପ୍ରତିଶତ ରହିଛି । ଉପରୋକ୍ତ ପ୍ରତିଟି ପରିମାପରେ ଓଡିଶାର ପ୍ରଦର୍ଶନ ସର୍ବ ଭାରତୀୟ ହାରାହାରି ଅପେକ୍ଷା ଯଥେଷ୍ଟ ତଳେ ରହିବା କ୍ଷୋଭର ବିଷୟ ।
ଗୋଷ୍ଠୀର ସଦସ୍ୟ ହୋଇଗଲେ ଯେ ଜଣେ ଆପଣା ଛାଏଁ ସଶକ୍ତ ହୋଇଯିବ, ତାହା ଭାବିବା ଭୁଲ । ମହିଳା ସଶକ୍ତିକରଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ମହିଳାଟିଏ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଓ ସେଥିପାଇଁ ତା ସ୍ୱାଭିମାନକୁ ଅକ୍ଷୁଣ୍ଣ ରଖି ଅନ୍ୟ କାହା ଆଗରେ ହାତ ନ ପତାଇବା । ତାର ଋଣର ଆବଶ୍ୟକତା ଗୋଷ୍ଠୀ ମାଧ୍ୟମରେ ପୂରଣ ହେବ ଆଉ ଗୋଷ୍ଠୀ ସମର୍ଥ ନ ହେଲେ ବ୍ୟାଙ୍କ ଋଣ ସହାୟତା ଯୋଗାଇ ଦେବ । ସାଧାରଣତଃ ମହିଳାଙ୍କର ତିନି ପ୍ରକାର ଋଣ ଆବଶ୍ୟକତା ମଧ୍ୟରୁ ଜରୁରୀ ଆବଶ୍ୟକତା (କନଜମ୍ପସନ) ଋଣ ଓ ଛୋଟଛୋଟ ବ୍ୟବସାୟ, ଚାଷ ଆଦି ପାଇଁ ଆବଶ୍ୟକ ଋଣକୁ ଗୋଷ୍ଠୀ ନିଜ ପାଣ୍ଠିରୁ ବା ବ୍ୟାଙ୍କରୁ ଋଣ ନେଇ ମେଣ୍ଟାଇ ପାରିଥାଏ । ଗୋଷ୍ଠୀ ମାଧ୍ୟମରେ ବା ବ୍ୟକ୍ତିଗତ ଭାବେ ତୃତୀୟ ପ୍ରକାର ଋଣ ଅର୍ଥାତ ଉଦ୍ୟମୀ ଋଣ ପାଇବାରେ ହିଁ ମୁଖ୍ୟ ଅସୁବିଧା ଥାଏ । ଟଙ୍କାକୁ ଉଦ୍ୟୋଗ ପରିଚାଳନାରେ ଉଚିତ ଭାବେ ବିନିଯୋଗ କରିବା ନ ଶିଖିଲେ ସେମାନଙ୍କ ଆୟ ବଢି ନଥାଏ ଓ ସେମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇ ନଥାନ୍ତି । ତେଣୁ ଉଦ୍ୟୋଗ ପରିଚାଳନା କ୍ଷେତ୍ରରେ କୌଶଳ ଓ ଦକ୍ଷତାର ବିକାଶ ପାଇଁ ସେମାନଙ୍କର ତାଲିମ ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଦେଇ ବାଟ କଢେଇ ନେବାକୁ ହୁଏ । ପରିତାପର ବିଷୟ, ତାହା ଆବଶ୍ୟକତାନୁସାରେ ହେଉ ନଥିବାରୁ ଓଡିଶାରେ ବଡି, ଆଚାର, ପାମ୍ପଡ, ଧୂପ. ଛତୁଆ ତିଆରି ଆଦି ଉଦ୍ୟୋଗର ଶଗଡଗୁଳା ଭିତରୁ ବାହାରି ନୂଆ କିଛି କରିବାର ସ୍ୱପ୍ନ ମହିଳାମାନେ ଦେଖିପାରୁ ନାହାନ୍ତି । ସେଥିପାଇଁ ‘ଟଙ୍କା ନେଇ କରିବୁ କଣ ?’ର ଉତ୍ତର ପାଉ ନଥିବା ଗୋଷ୍ଠୀ ନିଜର ଯଥେଷ୍ଟ ସଞ୍ଚୟ ସତ୍ୱେ ବ୍ୟାଙ୍କ ଋଣ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି । ଆଉ କିଛି ଗୋଷ୍ଠୀ ସ୍ୱଳ୍ପ ସୁଧରେ ଋଣ ମିଳୁଥିବାରୁ ତାକୁ ନେଇ ଯାଆନ୍ତି, ହେଲେ କରିବାକୁ କିଛି ଯୋଜନା ଅଭାବରେ ସେହି ଟଙ୍କାକୁ ଭାଗଚାଷୀ ଓ ଅନ୍ୟମାନଙ୍କୁ ଚଢା ସୁଧରେ ଋଣ ଦେଇ ନୂଆ ମହାଜନ ପାଲଟିଯାଆନ୍ତି । ଏହି ଧରଣର ନବ୍ୟ ମହାଜନଙ୍କୁ ବିନା ସୁଧରେ ୩ ଲକ୍ଷ ଟଙ୍କା ଯାଏଁ ଋଣ ଦେବା ଅର୍ଥ ସେମାନଙ୍କ ଦ୍ୱାରା ଭାଗଚାଷୀଙ୍କ ଅଧିକ ଶୋଷଣର ବାଟ ପ୍ରଶସ୍ତ କରିବା । ଏଥିରୁ ସ୍ପଷ୍ଟ ଯେ ଏହି ବାଟ ଅବଲମ୍ବନ କରି ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରି ହୋଇନାହିଁ କି ଭବିଷ୍ୟତରେ ମଧ୍ୟ କରି ହେବନାହିଁ ।
ଏହା ସ୍ୱୀକାର୍ଯ୍ୟ, ଓଡିଶାରେ ଏସଏଚଜି ଆନ୍ଦୋଳନର ଅନ୍ୟ ଦୁଇଟି ଉଦ୍ଦେଶ୍ୟ, ମହିଳାଙ୍କ ସାମାଜିକ ଓ ରାଜନୈତିକ ସଶକ୍ତିକରଣ, କିଛିଟା ପୂରଣ ହୋଇଛି । ତେବେ ଯେ ପର୍ଯ୍ୟନ୍ତ ସେମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇନାହାନ୍ତି, ସେମାନଙ୍କ ସଦ୍ୟ ଆହରିତ ସାମାଜିକ ଓ ରାଜନୈତିକ ଶକ୍ତି ଅପହୃତ ହୋଇଯିବାର ସମ୍ଭାବନା ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଉଦ୍ଦେଶ୍ୟ ଗୋଷ୍ଠୀ ବାହାରର ସହାୟତାକୁ ଅପେକ୍ଷା ନକରି ନିଜେ ନିଜକୁ ସାହାଯ୍ୟ କରିବା । କିନ୍ତୁ ଓଡିଶାରେ ଅଧିକାଂଶ ଗୋଷ୍ଠୀ ସରକାରୀ ସହାୟତାକୁ ଚାତକ ପରି ଚାହିଁ ରହୁଥିବାରୁ ନିଜ ଉପରୁ ବିଶ୍ୱାସ ହରାଇ ସରକାରୀ ସହାୟକ ଗୋଷ୍ଠୀ ପାଲଟି ଗଲେଣି । ଏହି ଦିଗହରା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତ ହେବାକୁ ହେଲେ ସେମାନଙ୍କୁ ପୁଣି ଥରେ ଗୋଷ୍ଠୀର ମୂଳପାଠକୁ ଫେରି ନୀତି ନିୟମକୁ ଅନୁସରଣ କରିି ଉଦ୍ୟମୀ ହେବା ପ୍ରତି ଧ୍ୟାନ ଦେବାକୁ ହେବ ଓ ସେଥିପାଇଁ ନିଜକୁ ପ୍ରଥମେ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ଏବଂ ନିର୍ଭରଶୀଳତାରୁ ମୁକ୍ତ କରିବାକୁ ହେବ ।
Published in Odia dailies Matrubhasa, Amruta Dunia, Dinalipi, Sruti, Krantidhara, Nakshatrajyoti on 08 January 2019.

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...