Skip to main content

Posts

Showing posts from October, 2025

ଔଷଧ ଯେବେ ବିଷ ହୁଏ

“କଫ ଔଷଧ ନାଁରେ ବିଷ ପିଆଇ ମୁଁ ମୋ ନିଜ ହାତରେ ମୋ ପୁଅକୁ ମାରିଦେଇଛି।“ ଏହା ଥିଲା ମଧ୍ୟପ୍ରଦେଶର ଛିନ୍ଦୱାଡାରେ ନିଜ ୪ ବର୍ଷର ଶିଶୁ ପୁତ୍ରକୁ ଚିର ଦିନ ଲାଗି ହରାଇଥିବା ଜଣେ ମାଆର କରୁଣ ବିଳାପ। ପୁଅକୁ ଜ୍ୱର ଓ କାଶ ଛାଡ଼ୁ ନଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ ଔଷଧ ଦିଆଯାଇଥିଲା। ସେହି ଔଷଧ ହିଁ ବିଷାକ୍ତ ଥିଲା। ତେଣୁ ବୃକକ୍ ଏଚଳ ହୋଇ ପରିସ୍ରା ବନ୍ଦ ହୋଇଯିବାରୁ ଶିଶୁଟିର ପ୍ରାଣବାୟୁ ଉଡ଼ିଯାଇଥିଲା। କେବଳ ଏହି ଗୋଟିଏ ଶିଶୁ ନୁହେଁ, ସେପ୍ଟେମ୍ୱର ମାସରେ ‘କୋଲଡରିଫ୍’ ନାମକ କଫ ଔଷଧ ସେବନ କରି ମଧ୍ୟପ୍ରଦେଶ ଓ ରାଜସ୍ଥାନର ୨୪ ଜଣ ଶିଶୁଙ୍କ ପ୍ରାଣହାନି ଘଟିଛି। ତେବେ ଏଭଳି ବିମର୍ଷକର ଘଟଣା ପରେ ଦେଶର ଔଷଧର ଗୁଣବତ୍ତା ନିରୀକ୍ଷଣ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି।      ଭାରତୀୟ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ କଫ ଔଷଧ ସେବନରୁ ଶିଶୁଙ୍କ ମୃତ୍ୟୁ ଘଟିବାର ଏହା ପ୍ରଥମ ଉଦାହରଣ ନୁହେଁ। ଏଥିପୂର୍ବରୁ ୨୦୧୯ ମସିହାରେ କଫ ଔଷଧ ସେବନ କରି ଜମ୍ମୁର ୧୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ୨୦୨୨ ମସିହା ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଆଫ୍ରିକାର ଗାମ୍ୱିୟାରେ ଭାରତୀୟ କମ୍ପାନୀ ପ୍ରସ୍ତୁତ କଫ୍ ସିରପ୍ ସେବନ କରି ୭୦ ଜଣ ଶିଶୁ ମୃତ୍ୟୁ ମୁଖରେ ପଡ଼ିଥିଲେ। ଏଥିରେ ମାତ୍ରାଧିକ ଡାଇ-ଇଥାଇଲ୍ ଗ୍ଲାଇକୋଲ (ଡିଇଜି) ଓ ଇଥାଇଲ୍ ଗ୍ଲାଇକୋଲ୍ (ଇଜି) ଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚାଇଥିଲେ। ୨୦୨୩ ମସ...

ବଜେଟ ଉପଯୋଗରେ ଓଡ଼ିଶା ପଛୁଆ କାହିଁକି?

‘ନୀତି’ ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ୬୭.୮ ଅଙ୍କ ସହ ଓଡ଼ିଶା ଶୀର୍ଷରେ ରହିବା ଗୌରବର ବିଷୟ ନିଶ୍ଚୟ । ୨୦୦୬ ଆର୍ଥିକ ବର୍ଷଠାରୁ ଓଡ଼ିଶା ନିରନ୍ତର ଭାବେ ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା (ଏଫଆରବିଏମ୍) ଆଇନର ସମସ୍ତ ବିତ୍ତୀୟ ଅନୁଶାସନକୁ ମାନି ଆସିଥିବାରୁ ଏହା ସମ୍ଭବ ହୋଇଛି। ଏଫଆରବିଏମର ପ୍ରାବଧାନ ଅନୁଯାୟୀ ଓଡ଼ିଶା ବିତ୍ତୀୟ ନିଅଣ୍ଟକୁ ସର୍ବମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୩ ପ୍ରତିଶତ ଭିତରେ ରଖିବା, ଋଣ ଓ ଜିଏସଡିପିର ଅନୁପାତକୁ ୨୫ ପ୍ରତିଶତ ମଧ୍ୟରେ ରଖିବା ଓ ମୋଟ ସୁଧ ଦେୟକୁ ମୋଟ ରାଜସ୍ୱ ଆୟର ୧୫ ପ୍ରତିଶତ ମଧ୍ୟରେ ରଖିବାକୁ ସମର୍ଥ ହେବା ପ୍ରଶଂସନୀୟ। ତେବେ ବର୍ଷ ପରେ ବର୍ଷ ଓଡ଼ିଶା ବଜେଟର ଆକାର ବୃଦ୍ଧି ପାଇଚାଲିଥିଲେ ବି ଲଗାତାର ଭାବେ ବଜେଟ ରାଶିର ସମ୍ପୂର୍ଣ୍ଣ ଉପଯୋଗ ହୋଇ ନ ପାରିବା  ଉଦବେଗର ବିଷୟ। ଏହା ପ୍ରଶାସନିକ ବିଭାଗଗୁଡ଼ିକର ଦୁର୍ବଳ ବିତ୍ତୀୟ ଅନୁଶାସନ ଓ ସୁଚିନ୍ତିତ ଯୋଜନାର ଅଭାବକୁ ଦର୍ଶାଉଛି । ୨୦୨୫ ଆର୍ଥିକ ବର୍ଷରେ ଓଡ଼ିଶାର ବଜେଟର ଆକାର ୨.୬୫ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଉପଯୋଗ ହୋଇଥିଲା ମାତ୍ର ୮୧.୦୫ ପ୍ରତିଶତ । ଅର୍ଥାତ୍ ବଜେଟରେ ଆବଣ୍ଟିତ ପ୍ରାୟ ୫୦ ହଜାର କୋଟି ଟଙ୍କା ଉପଯୋଗ ହୋଇପାରି ନଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଓ ୨୦୨୪ ଆର୍ଥିକ ବର୍ଷରେ ଯଥାକ୍ରମେ ୮୨.୩୦ ଓ ୭୭.୬୩ ପ୍ରତିଶତ ବଜେଟ ଉପଯୋଗ ହୋଇପାରିଥିଲା। ଅର୍ଥାତ୍ ଗତ ୩ ବର୍ଷ ଧରି ପ୍ରତିବର୍ଷ...

‘ଏଚ-ୱ୍ୱାନ ବି’ ଭିସାର ଚଡ଼କ

ଦ୍ୱିତୀୟ ବାର ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଅଧିଷ୍ଠିତ ହେବା ପରେ ଏପରି କିଛି ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି ଯାହା ଭାରତ ଓ ଭାରତୀୟଙ୍କ ସ୍ୱାର୍ଥ ବିରୋଧୀ ହେଉଛି। ଆମେରିକାରେ ରହୁଥିବା ଅବୈଧ ପ୍ରବାସୀ ଭାରତୀୟଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପିନ୍ଧାଇ ଅତି ଅମାନୁଷିକ ଭାବେ ସେମାନଙ୍କୁ ବିତାଡ଼ିତ କରିବାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଭାରତୀୟ ରପ୍ତାନୀ ସାମଗ୍ରୀ ଉପରେ ସର୍ବାଧିକ ୫୦ ପ୍ରତିଶତ ଟାରିଫ୍ ଆକ୍ରମଣ ସହିତ ପାଦେ ଆଗକୁ ଯାଇଥିଲା । ଇରାନର ଚବାହାର ବନ୍ଦର ଦେଇ କାରବାର ଉପରେ ଆମେରିକା ପୁନଃ କଟକଣା ଲଗାଇଲାଣି ଯଦ୍ଦ୍ୱାରା ଆଫଗାନିସ୍ତାନ ଓ ମଧ୍ୟ ଏସୀୟ ଦେଶଗୁଡ଼ିକ ସହ ଭାରତର ବାଣିଜ୍ୟ ଅତ୍ୟଧିକ ବାଧାପ୍ରାପ୍ତ ହେବ। ତାପରେ ଆସିଛି ନୂଆ ଏଚ୍-ୱ୍ୱାନ ବି ଭିସାର ନିୟମ, ଯହିଁରେ  ଏଭଳି ଭିସାର ନୂତନ ଆବେଦନକାରୀଙ୍କ ଲାଗି ଲକ୍ଷେ ଡଲାର ଦେୟ ଦାଖଲ କରିବାକୁ ପଡ଼ିବ। ଫଳରେ ଆମେରିକାରେ ଚାକିରି କରିବାର ଭାରତୀୟଙ୍କ ସ୍ୱପ୍ନକୁ ଏକପ୍ରକାର ଧୂଳିସାତ୍ ହୋଇଛି। ଏହାର ସୁଦୂର ପ୍ରସାରୀ ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିବାର ଭୟ ମଧ୍ୟ ସୃଷ୍ଟି ହୋଇଛି। ଜର୍ଜ ବୁଶ୍ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଇମିଗ୍ରେସନ୍ (ବହିରାଗତଙ୍କ ଦେଶ ପ୍ରବେଶ) ଆଇନ, ୧୯୯୦ ଜରିଆରେ ‘ଏଚ-ୱାନ୍ ବି’ ଭିସାର ପ୍ରଚଳନ କରାଯାଇଥିଲା। ଆମେରିକା ଶ୍ରମବଳରେ ବୈଷୟିକ, ଇଞ୍ଜିନିଅରିଂ ଓ ମେଡିକାଲ କ୍ଷେତ୍ରରେ ଥିବା ବିଶେଷ ଦକ୍ଷତା...