ଏକ ଇଂରାଜୀ ଦୈନିକରେ ପ୍ରକାଶିତ ଗୋଟିଏ ଖବରର ସ୍ୱତଃ ସଂଜ୍ଞାନ ନେଇ ଅଗଷ୍ଟ ୧୧ ତାରିଖ ଦିନ ସୁପ୍ରିମକୋର୍ଟର ଦୁଇଜଣିଆ ନ୍ୟାୟାଧୀଶଙ୍କ ଏକ ଖଣ୍ଡପୀଠ ଦିଲ୍ଲୀରେ ଥିବା ବୁଲା କୁକୁରଙ୍କ ସମ୍ପର୍କରେ ଏପରି ଏକ ଆଦେଶ ପ୍ରଦାନ କଲେ, ଯାହା ଦେଶବ୍ୟାପୀ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କଲା। କୁକୁର ଆତଙ୍କକୁ ଏଡ଼ାଇ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଲାଗି ୮ ସପ୍ତାହ ମଧ୍ୟରେ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ ଥିବା ସବୁ ବୁଲା କୁକୁରଙ୍କୁ ଧରି କୁକୁର ଆଶ୍ରୟସ୍ଥଳୀରେ ଭର୍ତ୍ତି କରିବାକୁ ହେବ ବୋଲି ସମ୍ପୃକ୍ତ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଗଲା। କୌଣସି ବ୍ୟକ୍ତି ଓ ସଙ୍ଗଠନଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ବାଧା ଉତ୍ପନ୍ନ କଲେ କୋର୍ଟ ଅବମାନନା ବୋଲି ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଦେଶର ବିରୋଧ କରି ଦେଶବ୍ୟାପୀ ପ୍ରତିବାଦମାନ ଆୟୋଜିତ ହେଲା। ଆଉ କିଛି ଲୋକ ଆଦେଶ ସପକ୍ଷରେ ବାହାରିଲେ ଓ ଏହି ପ୍ରସଙ୍ଗରେ ଜନମତ ବିଭାଜିତ ହୋଇଗଲା। ମାତ୍ର ୧୧ ଦିନ ମଧ୍ୟରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଜ ଆଦେଶକୁ ପରିବର୍ତ୍ତନ କରାଯାଇ ସଂଶୋଧିତ ଆଦେଶ ପ୍ରଦାନ କରାଗଲା। ସହରଗୁଡ଼ିକରେ ବୁଲା କୁକୁରଙ୍କ ସଂଖ୍ୟା ଏତେ ବଢ଼ିଗଲାଣି ଯେ ଦିନକୁ ଦିନ କୁକୁଡ଼ା କାମୁଡ଼ାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶିଶୁ ଓ ବୟସ୍କ। କୁକୁରମାନେ ଦୁଇଚକିଆ ଯାନକୁ ଗୋ...