Skip to main content

ସ୍ଥଗିତ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ

ଅନ୍ତର୍ଜାତୀୟ ପୁନର୍ନିର୍ମାଣ ଓ ବିକାଶ ବ୍ୟାଙ୍କ(ଏବର ବିଶ୍ୱ ବ୍ୟାଙ୍କ)ର ମଧ୍ୟସ୍ଥତାରେ ୯ ବର୍ଷ ଧରି ବିଚାର ବିମର୍ଶ ଚାଲିବା ପରେ ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଇତିମଧ୍ୟରେ ଉଭୟ ଦେଶ ମଧ୍ୟରେ ୧୯୬୫ ଓ ୧୯୭୧ ମସିହାରେ ଦୁଇଟି ସମ୍ପୂର୍ଣ୍ଣ ଯୁଦ୍ଧ ଓ ୧୯୯୯ରେ କାରଗିଲ ଯୁଦ୍ଧ ଭଳି ଖଣ୍ଡିତ ଯୁଦ୍ଧ ହୋଇସାରିଛି। ଏଥି ସହିତ ନିୟମିତ ଅନ୍ତରାଳରେ ଅଗଣିତ ଉତ୍ତେଜନାପୂର୍ଣ୍ଣ ଘଟଣା ସଂଘଟିତ ହୋଇଚାଲିଛି। ତଥାପି ଏହି ଦୁଇ ବୈରୀ ଦେଶ ମଧ୍ୟରେ ଗତ ୬୫ ବର୍ଷ ଧରି ନଦୀ ଜଳକୁ ନେଇ ଏହି ଚୁକ୍ତି ସଫଳତାର ସହ କାର‌୍ୟ୍ୟ କରି ଚାଲିଛି, ଯାହା ଅନେକଙ୍କ ଦୃଷ୍ଟିରେ ଏକ ବିସ୍ମୟ। ତେବେ ନିକଟରେ ପହଲଗାମଠାରେ ଆତଙ୍କବାଦୀଙ୍କ ଦ୍ୱାରା ବର୍ବରୋଚିତ ନୃଶଂସ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ପ୍ରାଣହାନି ଘଟିବା ପରେ ସାରା ଦେଶରେ କ୍ରୋଧ ଓ ଆକ୍ରୋଶର ବାତାବରଣ ବିରାଜମାନ। ଏହି ଘଟଣା ପାଇଁ ପାକିସ୍ତାନ ଦାୟୀ ବୋଲି ଭାରତ ସରକାରଙ୍କ ତରଫରୁ ତତକ୍ଷଣାତ୍ ଏକାଧିକ କୂଟନୈତିକ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି; ଯହିଁରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଲାଗି ଘୋଷଣା। ତେବେ ଆବେଗାତିଶଯ୍ୟର ବଶବର୍ତ୍ତୀ ନ ହୋଇ ସିନ୍ଧୁ ଜଳ ଚୁକ୍ତିର ସର୍ତ୍ତାବଳୀ ଓ ଏହାକୁ ସ୍ଥଗିତ ରଖାଯିବା କାରଣରୁ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ପ୍ରଭାବ ଉପରେ ଏକ ଆଲୋଚନା କରାଯାଇପାରେ।
ପ୍ରାୟ ୩୧୮୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳ ଚୀନସ୍ଥିତ ମାନସରୋବର ହ୍ରଦ। ଏହା ଲଦ୍ଦାଖରେ ଭାରତକୁ ପ୍ରବେଶ କରିବା ପରେ ପାକିସ୍ତାନର ଉତ୍ତରାଞ୍ଚଳ, ପଞ୍ଜାବ ଓ ସିନ୍ଧୁ ପ୍ରଦେଶରେ ପ୍ରବାହିତ ହୋଇ ଶେଷରେ ଆରବ ସାଗରରେ ପଡ଼ିଛି। ଏହି ସୁଦୀର୍ଘ ପଥରେ ଏଥିରେ ଅନେକ ଉପନଦୀ ସମ୍ମିଳିତ ହୋଇ ଏହାର କାୟାବୃଦ୍ଧି କରିଛନ୍ତି। କୃଷି, ଜଳବିଦ୍ୟୁତ ଆଦି ପାଇଁ ସିନ୍ଧୁ ନଦୀ ପ୍ରଣାଳୀ ପାକିସ୍ତାନର ପ୍ରାଣରକ୍ଷକ ବୋଲି କୁହାଯାଇପାରେ। ଜାମ୍ମୁ କାଶ୍ମୀର, ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ ଓ ରାଜସ୍ଥାନର ଅଞ୍ଚଳ ଏହାର ଜଳ ଉପରେ ନିର୍ଭରଶୀଳ। ଏକାଧିକ ଦେଶ ଦେଇ ପ୍ରବାହିତ ନଦୀର ଜଳର ବ୍ୟବହାରକୁ ନେଇ ବିବାଦ ଉପୁଜିଥାଏ। ତେଣୁ ସମ୍ପୃକ୍ତ ଦେଶଙ୍କ ମଧ୍ୟରେ ସହଯୋଗ ଓ ଜଳପ୍ରବାହ ନେଇ ତଥ୍ୟ ବିନିମୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ତର୍ଜାତୀୟ ଜଳ ଚୁକ୍ତି ସେହି ପ୍ରକ୍ରିୟାଟିକୁ ସୁନିଶ୍ଚିତ କରିବା ସହିତ ଏ ସମ୍ପର୍କରେ ସମ୍ପୃକ୍ତ ଦେଶଙ୍କ ଅଧିକାର ଓ କର୍ତ୍ତବ୍ୟ ନିର୍ଦ୍ଧାରଣ କରିଥାଏ। ବଙ୍ଗଳାଦେଶ ଓ ନେପାଳ ସହ ଗଙ୍ଗା ତଥା ମହାକାଳୀ ନଦୀର ଜଳକୁ ନେଇ ଭାରତର ଚୁକ୍ତି ଅଛି। ଚୀନ ସହ ସ୍ୱାକ୍ଷରିତ ଏକ ସହମତି ଆଧାରରେ ବ୍ରହ୍ମପୁତ୍ର ନଦୀର ଜଳପ୍ରବାହକୁ ପ୍ରଭାବିତ କଲାଭଳି ତଥ୍ୟ ଚୀନ ଭାରତକୁ ଦେଇଥାଏ। ସେହିପରି ଭୁଟାନରୁ ପ୍ରବାହିତ ହୋଇ ଆସୁଥିବା ନଦୀଗୁଡ଼ିକର ପ୍ରବାହ ସମ୍ପର୍କରେ ଭୁଟାନ ଓ ଭାରତ ମଧ୍ୟରେ ତଥ୍ୟ ବିନିମୟର ପ୍ରାବଧାନ ରହିଛି। ପ୍ରକାଶ ଥାଉ କି, ସିନ୍ଧୁ ଜଳ ଚୁକ୍ତି ହେଉଛି ଭାରତର ପ୍ରଥମ ଅନ୍ତର୍ଜାତୀୟ ଜଳ ଚୁକ୍ତି ଓ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ।
ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ ୨ ଅନୁଯାୟୀ ସିନ୍ଧୁ ନଦୀର ପୂର୍ବ ପାର୍ଶ୍ୱରେ ପ୍ରବାହିତ ରାବି, ବ୍ୟାସ (ବିପାଶା) ଓ ସତଲେଜ(ଶତଦ୍ରୁ) ଭଳି ଉପନଦୀଗୁଡ଼ିକର ସମସ୍ତ ଜଳ ଭାରତ ନିରଙ୍କୁଶ ଭାବେ ବ୍ୟବହାର କରିପାରିବ। ଅନୁଚ୍ଛେଦ ୩ ଅନୁଯାୟୀ ସିନ୍ଧୁ ନଦୀ ଓ ଝେଲମ ଓ ଚେନାବ ଭଳି ଉପନଦୀଗୁଡ଼ିକ (ପଶ୍ଚିମ ପାର୍ଶ୍ୱର ନଦୀ ସମୂହ)ର ଜଳ ପାକିସ୍ତାନର ଅବାଧ ବ୍ୟବହାର ପାଇଁ ଉପଲବ୍ଧ। ଏହି ନଦୀଗୁଡ଼ିକର ଜଳପ୍ରବାହକୁ ସାବଲୀଳ ରଖିବାର ଦାୟିତ୍ୱ ଭାରତ ଉପରେ ନ୍ୟସ୍ତ। ଅବଶ୍ୟ ସେହି ଅନୁଚ୍ଛେଦର ପାରା ୨ ଅନୁଯାୟୀ ଭାରତ ଏହି ଜଳର ଘରୋଇ, କୃଷିକାର୍ଯ୍ୟ, ନୌଚଳାଚଳା ପରି ଅଣ-ଉପଭୋଗକାରୀ ବ୍ୟବହାର କରିପାରିବ। ସେମିତି ନଦୀର ପ୍ରବାହକୁ ବାଧିତ ନ କରି ଜଳ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର କରିବାରେ କୌଣସି ବାଧା ନାହିଁ। ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ ୬ ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଜଳ ପ୍ରବାହ, ଜଳର ବ୍ୟବହାର ନେଇ ନିୟମିତ ଭାବେ ତଥ୍ୟ ବିନିମୟ ହେବ। ନଦୀର ସର୍ବୋତ୍ତମ ବିକାଶ ସହିତ ଉଭୟ ଦେଶଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ସେମାନଙ୍କ ମଧ୍ୟରେ ଯଥାସମ୍ଭବ ସହଯୋଗ ଅନୁଚ୍ଛେଦ ୭ରେ ଗୁରୁତ୍ୱ ପାଇଛି। ମତଭେଦ ବା ବିବାଦ ଉପୁଜିଲେ ତା’ର ସମାଧାନ ପାଇଁ ନିରପେକ୍ଷ ବିଶେଷଜ୍ଞ ଓ ମଧ୍ୟସ୍ଥତା ନ୍ୟାୟାଳୟ(କୋର୍ଟ ଅଫ ଆର୍ବିଟ୍ରେସନ)ର ସହାୟତା ନିଆଯାଇପାରିବ ବୋଲି ଅନୁଚ୍ଛେଦ ୯ରେ ଉଲ୍ଲିଖିତ। ଅନୁଚ୍ଛେଦ ୧୨ରେ କୁହାଯାଇଛି, ଉଭୟ ଦେଶଙ୍କ ସହମତିରେ ମଝିରେ ମଝିରେ ଚୁକ୍ତିରେ ଆବଶ୍ୟକ ସଂଶୋଧନ କରାଯାଇପାରିବ; ଅର୍ଥାତ୍, ଏକ ତରଫା ଭାବେ ବାତିଲ କରିବା ଲାଗି ଚୁକ୍ତିରେ କୌଣସି ପ୍ରାବଧାନ ନାହିଁ। ତେଣୁ, ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ର ଦ୍ୱାରସ୍ଥ ହୋଇପାରେ। ତେବେ ଅନ୍ତର୍ଜାତୀୟ ଆଇନଜ୍ଞଙ୍କ ମତରେ ସବୁ ଅନ୍ତର୍ଜାତୀୟ ଚୁକ୍ତି ‘ଭିଏନା କନଭେନସନ ଅନ ଦି ଲ ଅଫ୍ ଟ୍ରିଟିଜ୍, ୧୯୬୯’ ଦ୍ୱାରା ପରିଚାଳିତ। ‘ପରିସ୍ଥିତିରେ ମୌଳିକ ପରିବର୍ତ୍ତନ ହେବା’ କ୍ଷେତ୍ରରେ ଏହାର ଅନୁଚ୍ଛେଦ ୬୨ ଅନୁଯାୟୀ କୌଣସି ଚୁକ୍ତିକୁ ସ୍ଥଗିତ ବା ବାତିଲ କରାଯାଇ ପାରିବ। ‘କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଗତିବିଧି’କୁ ‘ପରିସ୍ଥିତିରେ ମୌଳିକ ପରିବର୍ତ୍ତନ ହେବା’ ବୋଲି ତର୍କ ଦିଆଯାଇପାରିବ। ତେବେ ଅଦାଲତଙ୍କ ରାୟର ପୂର୍ବାନୁମାନ କରିବା ସହଜ ନୁହେଁ। 
ଚୁକ୍ତି ଅନୁଯାୟୀ ପଶ୍ଚିମା ନଦୀଗୁଡ଼ିକ ଦେଇ ପାକିସ୍ତାନକୁ ବାର୍ଷିକ ପ୍ରାୟ ୧୩୫ ‘ଏମଏଏଫ’ (ମିଲିଅନ ବା ନିୟୁତ-ଏକର-ଫୁଟ) ପାଣି ପ୍ରବାହିତ ହୋଇଥାଏ। ଏହା ସିନ୍ଧୁ ନଦୀ ପ୍ରଣାଳୀରେ ସମୁଦାୟ ଜଳପ୍ରବାହର ମୋଟାମୋଟି ୮୦ ପ୍ରତିଶତ। ଅନ୍ୟ ପକ୍ଷରେ ରାବି, ବ୍ୟାସ ଓ ସତଲେଜ ନଦୀରେ ପ୍ରବାହିତ ୩୩ ‘ଏମଏଏଫ’ (ପ୍ରାୟ ୨୦ ପ୍ରତିଶତ) ପାଣି ଭାରତ ପାଇଁ ଉପଲବ୍ଧ। ଭାକ୍ରାନାଙ୍ଗଲ, ପୋଙ୍ଗ ଓ ରଣଜିତ ସାଗର ଭଳି ନଦୀବନ୍ଧ ନିର୍ମାଣ କରି ଭାରତ ତା’ ଭାଗର ଜଳରାଶିର ପ୍ରାୟ ୯୫ ପ୍ରତିଶତ ଉପଯୋଗ କରିସାରିଛି। ପ୍ରାଚ୍ୟ ନଦୀଗୁଡ଼ିକରୁ ଅତି ଅଳ୍ପ ପରିମାଣର ଜଳରାଶି ପାକିସ୍ତାନକୁ ପ୍ରବେଶ କରୁଥିବାରୁ ପାକିସ୍ତାନକୁ ବଡ଼ ଧରଣର କ୍ଷତି ପହଞ୍ଚାଇଲା ଭଳି ଆଉ ନୂଆ କିଛି ନିର୍ମାଣ କାର‌୍ୟ୍ୟ କରିବା ହୁଏତ ସମ୍ଭବ ହୋଇ ନପାରେ। ତେଣୁ କେବଳ ପଶ୍ଚିମା ନଦୀଗୁଡ଼ିକର ଜଳପ୍ରବାହକୁ ରୋଧ କରିବା ଲାଗି ଯାହା କିଛି ପଦକ୍ଷେପ ନିଆଯାଇପାରେ। ତେବେ ଚୁକ୍ତିର ସର୍ତ୍ତ ଅନୁଯାୟୀ ଏବେ ମଧ୍ୟ ପଶ୍ଚିମା ନଦୀଗୁଡ଼ିକରୁ କୃଷିକାର୍ଯ୍ୟ ପାଇଁ ୩୬ ଲକ୍ଷ ଏକର ଫୁଟ ପାଣି ସଂରକ୍ଷିତ କରି ରଖିବା ଲାଗି ଭାରତ ଅଧିକାରପ୍ରାପ୍ତ, ଯେଉଁଥିରେ ଜାମ୍ମୁ କାଶ୍ମୀରର ୧୩.୪ ଲକ୍ଷ ଏକର ଚାଷଜମିରେ ଜଳସେଚନର ସମ୍ଭାବନା ରହିଛି। ଏ ପର୍ଯ୍ୟନ୍ତ ଭାରତ ତହିଁର ଅଧାରୁ କମ୍ ବା ମାତ୍ର ୬.୪୨ ଲକ୍ଷ ଏକର ଜମିକୁ ଜଳସେଚନର ସୁବିଧା ଯୋଗାଇଛି। ଏହାର ଅର୍ଥ ସିନ୍ଧୁ ଜଳର ପୂର୍ଣ୍ଣ ଉପଯୋଗ ଏ ପର‌୍ୟ୍ୟନ୍ତ ଭାରତ କରିନାହିଁ।
ଏବେ ପାକିସ୍ତାନକୁ ତତ୍କାଳ ପାଣି ବନ୍ଦ କରିବା ସମ୍ଭବ ନୁହେଁ। କାରଣ ମେ’ ମାସରୁ ସେପ୍ଟେମ୍ୱର ମାସ ମଧ୍ୟରେ ବରଫ ତରଳିବା ଓ ମୌସୁମୀଜନିତ ବର୍ଷା ଯୋଗୁ ପଶ୍ଚିମା ନଦୀଗୁଡ଼ିକରେ ଅତ୍ୟଧିକ ଜଳପ୍ରବାହ ହୋଇଥାଏ। ନଦୀର ଉପରମୁଣ୍ଡରେ ବିଦ୍ୟୁତ ଉତ୍ପାଦନ ପାଇଁ କିଶନଗଙ୍ଗା, ବଗଲିହାର ଭଳି ଯେଉଁ କେତୋଟି ବନ୍ଧ ଅଛି, ଏହି ଜଳକୁ ଅଟକାଇ ରଖିବାର କ୍ଷମତା ସେଗୁଡ଼ିକର ନାହିଁ। ତେଣୁ ପାଣିକୁ ଅଟକାଇବାକୁ ହେଲେ ଭାରତକୁ ସଂଖ୍ୟାଧିକ ସୁଉଚ୍ଚ ବଡ଼ ନଦୀବନ୍ଧ ନିର୍ମାଣ କରିବାକୁ ପଡ଼ିବ। ଏହି ଧରଣର ନଦୀବନ୍ଧ ନିର୍ମାଣରେ ଅତି କମରେ ୮-୧୦ ବର୍ଷ ଲାଗିଥାଏ। ଚୁକ୍ତିରୁ ଓହରି ଆସିଲା ପରେ ଭାରତ ପାଇଁ ନିର୍ମାଣ କାର‌୍ୟ୍ୟ କରିବାର ପଥ ଫିଟିଥିଲେ ବି ବାସ୍ତବରେ ବ୍ୟାପାରଟି ସେତେ ସହଜ ହେବନାହିଁ। କାରଣ କାଶ୍ମୀର ଉପତ୍ୟକାରେ ବନ୍ଧ ନିର୍ମାଣ ଉପଯୋଗୀ ସ୍ଥାନଗୁଡ଼ିକରେ ପାଣିକୁ ଗଚ୍ଛିତ କରି ରଖିବା ଲାଗି ଜାଗାର ଯଥେଷ୍ଟ ଅଭାବ ରହିଛି। ଏଣୁ ଉପଲବଧ ଅତି ସ୍ୱଳ୍ପ ଜମି ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ରହିଛି। ତା’ଛଡ଼ା କ୍ଷିପ୍ର ଗତିରେ ପ୍ରବାହିତ ହେଉଥିବା ଝେଲମ ଓ ଚେନାବର ଜଳକୁ ଅଟକାଇବାକୁ ଚେଷ୍ଟା କଲେ ତାହା ଉପରମୁଣ୍ଡରେ ବନ୍ୟାର ଆଶଙ୍କା ସୃଷ୍ଟି କରିପାରେ। ଏହି ଅଞ୍ଚଳ ଅତ୍ୟଧିକ ଭୂମିକମ୍ପ ପ୍ରବଣ ହୋଇଥିବାରୁ ଭୂତାତ୍ତ୍ୱିକ ଦୃଷ୍ଟିରୁ ଏଗୁଡ଼ିକ ବିପଦସଙ୍କୁଳ। ଭୌଗୋଳିକ ସ୍ଥିତି ଯୋଗୁଁ ଏଠାରେ ନଦୀବନ୍ଧ ନିର୍ମାଣ ଅତ୍ୟଧିକ ବ୍ୟୟବହୁଳ ହୋଇଥିବା ବେଳେ ଅବବାହିକାରୁ ଜଳର ଅନ୍ୟତ୍ର ସ୍ଥାନାନ୍ତରଣ (ଡାଇଭର୍ସନ) ମଧ୍ୟ ଆହ୍ୱାନପୂର୍ଣ୍ଣ। ଏହି ଧରଣର ଭିତ୍ତିଭୂମି ନିର୍ମାଣକୁ ପାକିସ୍ତାନ ‘ଯୁଦ୍ଧକୃତ୍ୟ’ (ଆକ୍ଟ ଅଫ ୱାର୍) ବୋଲି ବିବେଚନା କରୁଥିବାରୁ ସେଗୁଡ଼ିକ ପ୍ରତି ସବୁବେଳେ ଶତୃପକ୍ଷ ସାମରିକ ଆକ୍ରମଣର ବିପଦ ରହିପାରେ। ଏପରି ସ୍ଥିତିରେ ଅନ୍ତତଃ ନିକଟ ଭବିଷ୍ୟତରେ ନଦୀବନ୍ଧ ନିର୍ମାଣ କରି ପାଣିକୁ ସମ୍ପୂର୍ଣ୍ଣ ଅଟକାଇବା ସମ୍ଭବ ହୋଇ ନ ପାରେ। ତେବେ ଜଳପ୍ରବାହ ହ୍ରାସ ପାଇବାର ଆଶଙ୍କା ଅପେକ୍ଷା ଭାରତଠାରୁ ଜଳପ୍ରବାହ ସଂକ୍ରାନ୍ତୀୟ ମୂଲ୍ୟବାନ ତଥ୍ୟ ନ ମିଳିବା ପାକିସ୍ତାନ ଲାଗି ଅଧିକ ଚିନ୍ତାଜନକ ହେବ। ଏହି ତଥ୍ୟର ଅଭାବ ପାକିସ୍ତାନରେ ଚାଷକାର୍ଯ୍ୟକୁ ପ୍ରଭାବିତ କରିବ। ପାକିସ୍ତାନ ମଧ୍ୟ ତା’ ଭାଗର ସିନ୍ଧୁ ପାଣିକୁ ସଂରକ୍ଷିତ କରି ରଖିବା ଲାଗି ଏ ଯାଏଁ ପ୍ରସ୍ତୁତ ହୋଇନାହିଁ । ପାକିସ୍ତାନରେ ଥିବା ମଙ୍ଗଳା ଏବଂ ତାରବେଲା ବୃହତ୍ ନଦୀ ଜଳ ପ୍ରକଳ୍ପ ଦୁଇଟିର ସର୍ବାଧିକ ଜଳଧାରଣ କ୍ଷମତା ହେଉଛି ମାତ୍ର ୧୪.୪ ଏମଏଏଫ୍, ଯାହା ପାକିସ୍ତାନ ଭାଗରେ ପଡ଼ୁଥିବା ଜଳର ମାତ୍ର ୧୦ ପ୍ରତିଶତ। ଅବଶ୍ୟ ଚୀନ ସହାୟତାରେ ପାକିସ୍ତାନ କେତେଗୁଡ଼ିଏ ପ୍ରକଳ୍ପର କାମ ଆରମ୍ଭ କରିଛି। ଭାରତର ଏହି ନିର୍ଣ୍ଣୟ ପରେ ସେହି ଧରଣର ଅଧିକ ନଦୀବନ୍ଧ ନିର୍ମାଣ କାର‌୍ୟ୍ୟ ତ୍ୱରାନ୍ୱିତ ହୋଇପାରେ।
ପାକିସ୍ତାନକୁ ପାଣି ନ ଛାଡ଼ିବା ଏକ ବିପଜ୍ଜନକ ନଜିର ସୃଷ୍ଟି କରିପାରେ, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିପାରେ। ଉଦାହରଣ ସ୍ୱରୂପ, ଏହାପରେ ହୁଏତ ଚୀନ ବ୍ରହ୍ମପୁତ୍ର ନଦୀ ଜଳକୁ ଭାରତ ବିପକ୍ଷରେ ଏକ ଅସ୍ତ୍ର ରୂପେ ପ୍ରୟୋଗ କରିବାକୁ ଚିନ୍ତା କରିବ। ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁତ୍ର ନଦୀରୁ ଭାରତର ମଧୁର ଜଳ ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ମିଳୁଥିବା ବେଳେ ଭାରତର ସମୁଦାୟ ଜଳବିଦ୍ୟୁତ ପ୍ରକଳ୍ପ ସମ୍ଭାବନାର ପ୍ରାୟ ୪୪ ପ୍ରତିଶତ ଏହି ନଦୀ ସହ ସମ୍ପର୍କିତ। ବ୍ରହ୍ମୁପୁତ୍ରର ଉପର ମୁଣ୍ଡରେ ୨୦୧୫ ମସିହାରେ ଚୀନ ପକ୍ଷରୁ ଝାଙ୍ଗମୁ ପ୍ରକଳ୍ପ କାର‌୍ୟ୍ୟକାରୀ କରିବା ପରେ ଦାଗୁ, ଜିଏକ୍ସୁ ଓ ଜିଆଚା ପ୍ରକଳ୍ପ ମଧ୍ୟ ସ୍ଥାପିତ ହୋଇସାରିଛି। ବ୍ରହ୍ମପୁତ୍ର ନଦୀର ଜଳପ୍ରବାହ ସମ୍ପର୍କିତ ତଥ୍ୟ ଭାରତକୁ ଦେବାରୁ ଚୀନ ନିବୃତ୍ତ ରହିଲେ ତାହା ଭାରତ ହିତରେ ଯିବନାହିଁ।
ନଦୀକୁ ଯୁଦ୍ଧାସ୍ତ୍ର ରୂପେ ବ୍ୟବହାର କରିବା ନ୍ୟାୟୋଚିତ ମନେ ହୋଇ ନ ପାରେ। ତେବେ ପ୍ରେମ ଓ ଯୁଦ୍ଧରେ ସବୁ କିଛି ଉଚିତ ବୋଲି ଗ୍ରହଣ କରାଯାଉଥିବାରୁ ବିଭିନ୍ନ ସମୟରେ ନଦୀକୁ ଯୁଦ୍ଧାସ୍ତ୍ର ରୂପେ ପ୍ରୟୋଗ କରାଯାଇଥିବାର ଦୃଷ୍ଟାନ୍ତମାନ ରହିଛି। ବର୍ତ୍ତମାନ ମଧ୍ୟ ଭାରତ ସିନ୍ଧୁ ଜଳ ଚୁକ୍ତିରୁ ସମ୍ପୂର୍ଣ୍ଣ ଓହରି ନାହିଁ, ଏହାକୁ ସାମୟିକ ଭାବେ ସ୍ଥଗିତ ରଖିଛି ଯାହା। ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରୁ ନିବୃତ୍ତ ହେବା ଲାଗି ଏହା ପାକିସ୍ତାନକୁ ଏକ ଦୃଢ଼ ଚେତାବନୀ ଭଳି। ଅନ୍ୟ ପକ୍ଷରେ ଚୁକ୍ତିରୁ ନ ଓହରି ଏହାକୁ ଭାରତ-ସ୍ୱାର୍ଥ ଅନୁକୂଳ କରିବା ଲାଗି ଏଥିରେ ସଂଶୋଧନ କରିବା ଲାଗି ଭାରତ ଚାପ ପକାଇପାରେ। ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି ଉଚିତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଶା କରିବା ଉଚିତ। ତେବେ ଭାରତକୁ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା, ଲାଭକ୍ଷତି ସମ୍ପର୍କରେ ବିଚାର କରି ନିଷ୍ପତ୍ତି ନେବାକୁ ପଡ଼ିବ। 


 Published in Sambad on April 30, 2025

Comments

  1. 🙏sir Nicely and lucid elaboration very much informative. Best regards

    ReplyDelete
  2. An excellent article giving due weightage to all angles. A well researched article.

    ReplyDelete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ମୁଁ କେବଳ ଗପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରସ୍ତୁତ କରିବି । ଗପଗୁଡ଼ିକ ସମ୍ପର୍କରେ ମୋର କୌଣସି ବ୍ୟକ୍ତିଗତ ମତ ସ୍ଥାନିତ ହେବନାହିଁ । ପଢ଼ିଥିଲେ ଗପ ସମ୍ପର୍କରେ ଆପଣମାନଙ୍କ ମୂଲ୍ୟବାନ ମତାମତ ଜଣାଇବାକୁ ଅନୁରୋଧ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 2 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସ...