Skip to main content

Posts

Showing posts from September, 2021

ଓଡିଶା ଚାଷୀଙ୍କ ଦୟନୀୟ ସ୍ଥିତି

ଭାରତ ସରକାରଙ୍କ ଜାତୀୟ ପରିସଂଖ୍ୟାନ ସଂସ୍ଥା (ଏନଏସଓ) ଦ୍ୱାରା ଦେଶରେ କୃଷକ ପରିବାରଙ୍କ ସ୍ଥିତିକୁ ଜାଣିବା ପାଇଁ ଜୁଲାଇ ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ହୋଇଥିବା ୭୭ତମ ସର୍ଭେର ୪୨୬୪ ପୃଷ୍ଠା ବିଶିଷ୍ଟ ରିପୋର୍ଟଟି ସେପ୍ଟେମ୍ୱର ୨୦୨୧ରେ ପ୍ରକାଶିତ ହୋଇଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି ୨୦୧୬ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ତେଣୁ, ଇତିମଧ୍ୟରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ବଢିଛି ତାହା ଜାଣିବା ଲାଗି ଏହି ରିପୋର୍ଟଟିର ଗୁରୁତ୍ୱ ଯଥେଷ୍ଟ ଅଧିକ । ଓଡିଶାର ଚାଷୀ ଜାତୀୟ ସ୍ତରର ଚାଷୀଙ୍କ ସହ ତାଳ ଦେଇ ଚାଲିଛନ୍ତି କି ନାହିଁ ; ତାହା ଜାଣିବା ପାଇଁ ଏହା ସହାୟକ ହେବ । ସର୍ଭେ ଅନୁଯାୟୀ ଭାରତରେ ପ୍ରାୟ ୯.୩୦ କୋଟି କୃଷକ ପରିବାର ବସବାସ କରନ୍ତି, ଯାହା ଗ୍ରାମାଞ୍ଚଳର ପରିବାର ସଂଖ୍ୟାର ପ୍ରାୟ ୫୪ ପ୍ରତିଶତ । ସେହି ପରିବାରକୁ କୃଷକ ପରିବାର ରୂପେ ଗ୍ରହଣ କରାଯାଇଛି ଯେଉଁମାନେ ଫସଲ ଚାଷ, ଉଦ୍ୟାନ ଚାଷ, ଘାସ ଚାଷ, ବୃକ୍ଷରୋପଣ, ପଶୁପାଳନ, କୁକୁଡା, ମତ୍ସ୍ୟ, ଘୁଷୁରି, ମହୁମାଛି, ଜିଆଚାଷ, ରେଶମ ଚାଷ ଭଳି ଯେ କୌଣସି କୃଷି କର୍ମ କରି ଉତ୍ପାଦିତ ସାମଗ୍ରୀରୁ ଅନ୍ତତଃ ୪୦୦୦ ଟଙ୍କା ପାଇଥିଲେ ଓ ସେହି ପରିବାରର ଅନ୍ତତଃ ଜଣେ ସଦସ୍ୟ ପୂର୍ବ ବର୍ଷକ ମଧ୍ୟରେ ମୁଖ୍ୟ ବା ସହାୟକ କୃଷି କାର୍ଯ୍ୟରେ ନିୟୋଜିତ ଥିଲେ । ପୂରାପୂରି କୃଷି ଶ୍ରମ ନିର୍ଭର, ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀ, ଗ୍ରାମ୍ୟ କାରିଗର ଓ କୃଷି ସେବା ଯ

ବ୍ରିଟିଶ ନାଟ୍ୟ ନିର୍ଦ୍ଦେଶକ ପିଟର ବ୍ରୁକ

ଭାରତ ସରକାରଙ୍କ ଦ୍ୱାରା ୨୦୨୧ ମସିହା ପାଇଁ ବ୍ରିଟିଶ ନାଟ୍ୟ ନିର୍ମାତା ଓ ନିର୍ଦ୍ଦେଶକ ପିଟର ବ୍ରୁକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଥା ଘୋଷଣା ହେଲା ବେଳେ ତାହା ଅନେକଙ୍କୁ ଚକିତ କରିଥିଲା । ବିଭିନ୍ନ ଅନ୍ତର୍ଜାତୀୟ ସମ୍ମାନଜଜନକ ପୁରସ୍କାର ଓ ସମ୍ମାନରେ ଭୂଷିତ ଏହି ୯୬ ବର୍ଷୀୟ ଖ୍ୟାତିସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ଭାରତର ‘ପଦ୍ମଶ୍ରୀ’ ପୁରସ୍କାର ପାଇବାରେ ହେଉଛନ୍ତି ଦ୍ୱିତୀୟ ଅନ୍ତର୍ଜାତୀୟ ନାଟ୍ୟବ୍ୟକ୍ତିତ୍ୱ । ସମ୍ଭବତଃ, ବିଂଶ ଶତାବ୍ଦୀର ୮୦ ଦଶକରେ ବିଶ୍ୱର ବିଭିନ୍ନ ଦେଶରେ ମଞ୍ଚସ୍ଥ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ନାଟକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୁହାଯାଏ ରିଚାର୍ଡ ଆଟେନବରୋଙ୍କ ନିର୍ଦ୍ଦେଶିତ ‘ଗାନ୍ଧୀ’ ସିନେମା ଯେପରି ଗାନ୍ଧୀଜୀ ଓ ଭାରତକୁ ବିଶ୍ୱ ପଟଳରେ ବଳିଷ୍ଠ ଭାବେ ଉପସ୍ଥାପିତ କରିଥିଲା, ଠିକ ସେହିପରି ପିଟର ବ୍ରୁକଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ନାଟକଟି ଭାରତର ସମୃଦ୍ଧ ଭାଷା, କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ବଳିଷ୍ଠ ଢଙ୍ଗରେ ଉପସ୍ଥାପିତ କରିବାରେ ସକ୍ଷମ ହୋଇଥଲା । ବିଂଶ ଶତାବ୍ଦୀରେ ନବନାଟ୍ୟ ଆନ୍ଦୋଳନର ବିକାଶରେ ପିଟର ବ୍ରୁକଙ୍କର ବଳିଷ୍ଠ ଅବଦାନ ଥିଲା । ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କ ନାଟ୍ୟଜୀବନରେ ସେ ନାଟ୍ୟ ଓ ସିନେମା ଜଗତକୁ ରୁଦ୍ଧିମନ୍ତ କଲା ଭଳି ଏତେ ମାଇଲଖୁଣ୍ଟି ସ୍ଥାପନ କରି ସାରିଛନ୍ତି ଯେ ତାଙ୍କୁ ଜଣେ ଜୀବନ୍ତ କିମ୍ୱଦନ୍ତୀ ନାଟ୍ୟପ

ଦେଶର ଋଣ ବୋଝ ଚିନ୍ତା ବଢାଇବ କି

ଭାରତର ଋଣ ବୋଝ ଯଥେଷ୍ଟ ବୃଦ୍ଧି ପାଇ ଏବେ ଉଦବେଗଜନକ ସ୍ତରରେ ଆସି ପହଞ୍ଚିଲାଣି ବୋଲି କିଛି ଅର୍ଥନୀତିଜ୍ଞ ଓ ବିଦେଶୀ କ୍ରେଡିଟ ରେଟିଙ୍ଗ ସଂସ୍ଥା ମନେ କରନ୍ତି । ଦେଶର ଋଣ ବୋଝର ସୁଦୂର ପ୍ରସାରୀ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଥିବାରୁ ଏ ନେଇ ବାସ୍ତବ ସ୍ଥିତି କେତେ ଦୂର ଚିନ୍ତାଜନକ ସେ ସମ୍ପର୍କରେ ସେମାନେ ଜାଣିବା ନିହାତି ଆବଶ୍ୟକ । ସରକାରୀ ଦେୟ ଦୁଇ ପ୍ରକାର - ଭାରତର କନସୋଲିଡେଟେଡ ଫଣ୍ଡକୁ ଦର୍ଶାଇ କରାଯାଉଥିବା ଋଣକୁ ସାର୍ବଜନିକ ଋଣ (ପବ୍ଲିକ ଡେଟ) ଓ ପବ୍ଲିକ ଆକାଉଣ୍ଟରେ ଥିବା ଦେୟକୁ ‘ଅନ୍ୟ ଦେୟ’ (ଅଦର ଲାଏବିଲିଟିଜ) କୁହା ଯାଇଥାଏ । ସାର୍ବଜନିକ ଋଣ ପୁଣି ଦୁଇ ଭାଗରେ ବିଭକ୍ତ – ବିଦେଶରୁ ନିଆ ଯାଉଥିବା ବାହ୍ୟ ଋଣ (ଏକସଟର୍ନାଲ ଡେଟ) ଓ ଦେଶ ଭିତରୁ ନିଆ ଯାଉଥିବା ଆଭ୍ୟନ୍ତରୀଣ ଋଣ (ଇଣ୍ଟର୍ନାଲ ଡେଟ) । ଭବିଷ୍ୟନିଧି ପାଣ୍ଠି, ରିଜର୍ଭ ପାଣ୍ଠି, ଜମା ଓ ଅନ୍ୟ ଆକାଉଣ୍ଟଗୁଡିକ ବାବଦରେ ଥିବା ସରକାରୀ ଦେୟ ‘ଅନ୍ୟ ଦେୟ’ ପର୍ଯ୍ୟାୟଭୁକ୍ତ ।  ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ସମୁଦାୟ ଋଣ ୧୨୧.୨୨ ଲକ୍ଷ କୋଟି ଟଙ୍କାରେ (ଆଭ୍ୟନ୍ତରୀଣ ଋଣ ଓ ଅନ୍ୟ ଦେୟ ୧୧୭.୩୯ ଲକ୍ଷ କୋଟି ଟଙ୍କା, ବାହ୍ୟ ଋଣ ୩.୮୩ ଲକ୍ଷ କୋଟି ଟଙ୍କା) ପହଞ୍ଚିଲା । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୧୪ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମୁଦାୟ ଋଣର ପରିମାଣ ଥିଲା ୫୦.୬୯ ଲକ୍ଷ କୋଟି ଟଙ୍କା । ଅର୍ଥାତ୍ ଏହି ୭ ବର୍ଷ ଭିତରେ କେନ୍ଦ୍ର ସରକାରଙ