ଫୁଟବଲ ତାରକା ମେସିଙ୍କ ଭାରତ ଆଗମନ ସମୟରେ ଦିଲ୍ଲୀର ଏକ ଷ୍ଟାଡିଅମରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କୁ ସମ୍ୱର୍ଦ୍ଧନା ଦେବାକୁ ଅଗ୍ରସର ହୁଅନ୍ତେ ଉପସ୍ଥିତ ଦର୍ଶକ ‘ଏକ୍ୟୁଆଇ’ଟ୍ଟ ‘ଏକ୍ୟୁଆଇ’ ଚିତ୍କାର କରି ଟିଟ୍ଟିକାରି କଲେ। ଦିଲ୍ଲୀରେ ବାୟୁ ଏୟାର କ୍ଲାଲିଟି ଇଣ୍ଡେକ୍ସ (ଏ.କ୍ୟୁ.ଆଇ) ବା ବାୟୁ ମାନ ସୂଚକାଙ୍କ. ହାରାହାରି ୪୦୦ରୁ ଅଧିକ ରହି ସେଠାକାର ଅଧିବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ସଙ୍କଟ ଉତ୍ପନ୍ନ କରୁଥିବାରୁ ଜନସାଧାରଣଙ୍କ ଆକ୍ରୋଶର ତୀର୍ଯ୍ୟକ ଅଭିବ୍ୟକ୍ତି ଥିଲା ସେଭଳି ଟିଟ୍ଟିକାରି। କୌଣସି ପରିବେଶ ପ୍ରସଙ୍ଗରେ ଜନସାଧାରଣ ଉଦବେଳିତ ହେବା ଏକ ଶୁଭ ସୂଚନା ହୋଇପାରେ। ତେବେ କେବଳ ଦିଲ୍ଲୀ ନୁହେଁ, ଦେଶର ଶତାଧିକ ସହର ଏବେ ଉତ୍କଟ ବାୟୁ ପ୍ରଦୂଷଣ ସମସ୍ୟା ଓ ସଙ୍କଟ ଦ୍ୱାରା ଆକ୍ରାନ୍ତ। ବସ୍ତୁତଃ ବିଶ୍ୱର ସର୍ବାଧିକ ବାୟୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ରହିଛି ଭାରତର ଅଧିକ ସହର। ସେହି କାରଣରୁ ସେହି ସବୁ ସହରରେ ନୀଳ ଆକାଶର ଦୃଶ୍ୟ ଏବେ ଦୁର୍ଲଭ। ଏଥି ଯୋଗୁଁ ଆଗାମୀ ଦିନରେ ଲୋକଙ୍କ ସ୍ୱାସ୍ଥ୍ୟ ଓ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେବାକୁ ଯାଉଛି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ.ଇ.ପି.) ଅନୁଯାୟୀ ବାୟୁ ପ୍ରଦୂଷଣ ପ୍ରତିବର୍ଷ ନିରବରେ ପ୍ରାୟ ୮୧ ଲକ୍ଷ ଲୋକଙ୍କ ପ୍ରାଣ ନେବାରେ ଲାଗିଛି, ଯାହା ହେଉଛି ଆମ ସମୟର ସର୍ବାଧିକ ପରିବେଶଜନିତ ସ୍ୱାସ୍ଥ୍ୟ ବିପଦ। ବାୟୁରେ ମଣିଷର ସ୍ୱାସ୍ଥ୍ୟ ଓ ପରିବେଶ...
ଇତିମଧ୍ୟରେ ଭାରତୀୟ ଅର୍ଥନୀତିର ଚଳନ୍ତି ଦୁଃସ୍ଥିତିକୁ ରେଖାଙ୍କିତ କରି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏପରି ଦୁଇଟି ଅପ୍ରିୟ ଟିପ୍ପଣୀ ଦେଇଛନ୍ତି, ଯାହା ଉଦବେଗଜନକ। ସରକାରୀ ଭାବେ ସେପ୍ଟେମ୍ୱର ତ୍ରୈମାସ ବା ଚଉଠ ଲାଗି ଜାରି ହୋଇଥିବା ଜିଡିପି ବୃଦ୍ଧି ହାର ୮.୨ ପ୍ରତିଶତ ଦର୍ଶାଯାଇଛି। ଠିକ୍ ଏତିକିବେଳେ ଆନ୍ତ୍ରର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ତରଫରୁ ଭାରତର ଜାତୀୟ ଆକାଉଣ୍ଟସ ପରିସଂଖ୍ୟାନ ତଥ୍ୟର ନିର୍ଭରଯୋଗ୍ୟତାକୁ ପ୍ରଶ୍ନ କରି ଏହାର ସ୍ତରକୁ ‘ଖ’ ବର୍ଗରୁ ‘ଗ’ ବର୍ଗକୁ ଖସାଇଦିଆଯାଇଛି। କାରଣ ଦର୍ଶାଯାଇଛି ଯେ ଖାଉଟି ଓ ନିଯୁକ୍ତି ଭଳି କେତେକ ପ୍ରସଙ୍ଗରେ ଏବେ ମଧ୍ୟ ୨୦୧୧-୧୨କୁ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇ ତଥ୍ୟ ବ୍ୟବହାର କରାଯାଉଥିବାରୁ ଜିଡିପି ଆକଳନ ତ୍ରୁଟିଶୂନ୍ୟ ହୋଇ ନପାରେ। ଅର୍ଥାତ୍ ଭାରତର ଜିଡିପି ବୃଦ୍ଧି ହାର ଠିକ୍ ନୁହେଁ ବୋଲି ସିଧାସଳଖ କୁହାଯାଇ ନଥିଲେ ବି ପରୋକ୍ଷରେ ସେହି ଇଙ୍ଗିତ ଦିଆଯାଇଛି। ଆଇଏମଏଫର ଦ୍ୱିତୀୟ ଟିପ୍ପଣୀଟି ନିମ୍ନଗାମୀ ଟଙ୍କାର ପ୍ରକୃତ ମୂଲ୍ୟକୁ ନେଇ। ଡିସେମ୍ୱର ୩ ତାରିଖରେ ଡଲାର ପିଛା ଟଙ୍କାର ମୂଲ୍ୟ ପ୍ରଥମ ଥର ଲାଗି ୯୦ ଟଙ୍କାର ସୀମାକୁ ଟପିଯାଇଥିଲା। ଟଙ୍କାର ଏଭଳି ମୂଲ୍ୟ ହ୍ରାସ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଅବଶ୍ୟ ଏଥି ପୂର୍ବରୁ ଆଇଏମଏଫ ତାଙ୍କ ଟିପ୍ପଣୀରେ ଉଲେଖ କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଝି...