Skip to main content

Posts

Showing posts from 2026

ଦେଶ ସ୍ୱାର୍ଥରକ୍ଷା ଆଢ଼ୁଆଳରେ ଦୁର୍ନୀତି

ପ୍ରତ୍ୟେକ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇ ଦେଶର ସ୍ୱାର୍ଥରକ୍ଷା ହେବା ସହିତ ଜନସ୍ୱାର୍ଥ ସୁରକ୍ଷିତ ରହିବା ସମସ୍ତଙ୍କର କାମ୍ୟ। ତେବେ ଦେଶର ସ୍ୱାର୍ଥରକ୍ଷା ଆଢ଼ୁଆଳରେ ଦୁର୍ନୀତି ମୁଣ୍ଡ ଟେକିଲେ, ତାହା ଉଭୟ ଦେଶ ଓ ଜନସ୍ୱାର୍ଥ ବିରୋଧୀ ହୋଇଥାଏ। ଇସ୍ପାତ କ୍ଷେତ୍ରରେ ହୋଇଥିବା ଏପରି ଏକ ବଡ଼ ଧରଣର ଦୁର୍ନୀତି ଏବେ ‘କମ୍ପିଟିସନ କମିସନ’ ମାଧ୍ୟମରେ ଜଣାପଡ଼ିଛି, ଯାହା ଅତ୍ୟନ୍ତ ଉଦବେଗଜନକ।  ଊନବିଂଶ ଶତାବ୍ଦୀର ଶେଷ ଦଶକ ବେଳକୁ ଆମେରିକାରେ ବଡ଼ ବଡ଼ ଶିଳ୍ପ ଟ୍ରଷ୍ଟଗୁଡିକ ଏତେ ଅଧିକ ଶକ୍ତିଶାଳୀ ହୋଇଯାଇଥିଲେ ଯେ ସେମାନଙ୍କ ମନମୁଖୀ ଓ ଏକଚାଟିଆ କାର୍ଯ୍ୟରେ ସାଧାରଣ ଗ୍ରାହକ ଅତିଷ୍ଠ ହେଲେ। ତେଣୁ କମ୍ପାନୀଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମାଧ୍ୟମରେ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଲାଗି ୧୮୯୦ ମସିହାରେ ‘ସେରମାନ ଆକ୍ଟ’ କାର୍ଯ୍ୟକାରୀ ହେଲା। ଏହା ଥିଲା ଏକ ଏଣ୍ଟିଟ୍ରଷ୍ଟ ବା ଏକଚାଟିଆ-ବିରୋଧୀ ଆଇନ। ସମୟ କ୍ରମେ ବିଭିନ୍ନ ଦେଶରେ ଏପରି ଏକଟାଟିଆ ବିରୋଧୀ ଆଇନର ପ୍ରଣୟନ ହେବାକୁ ଲାଗିଲା। ଭାରତରେ ୧୯୬୯ ମସିହାରେ ପ୍ରଣୀତ ଏହି ଆଇନର ନାମ ଥିଲା ‘ମନୋପଲିଜ୍ ଆଣ୍ଡ ରେଷ୍ଟ୍ରିକ୍ଟିଭ ଟ୍ରେଡ ପ୍ରାକ୍ଟିସେସ’ (ଏମଆରଟିପି)। ତେବେ, ୨୦୦୨ ମସିହାରେ ଏହା ସ୍ଥାନରେ ପ୍ରଣୀତ ହୋଇଛି ‘କମ୍ପିଟିସନ ଆଇନ’। ଏହି ଆଇନର ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତା ବିରୋଧୀ କାର୍ଯ୍ୟକଳାପ ଓ ଆଧିପତ୍ୟର ଅପବ୍ୟବହାରକୁ ପ୍ରତିରୋଧ କରି...