Skip to main content

Posts

Showing posts from May, 2025

ଭାରତର ଅର୍ଥନୀତି ନେଇ ଦୁଇ ଖବର

ଏଇ ସପ୍ତାହକ ଭିତରେ ଦେଶର ଅର୍ଥନୀତିକୁ ନେଇ ଦୁଇଟି ବଡ଼ ଖବର ପ୍ରକାଶ ପାଇଛି। ପ୍ରଥମଟି, ଜାପାନକୁ ପଛରେ ପକାଇ ଭାରତ ଚତୁର୍ଥ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବା ସହ ଏହାର ଅର୍ଥନୀତିର ଆକାର ୪ ଟ୍ରିଲିଅନ୍ (ଲକ୍ଷ କୋଟି) ଡଲାର ଟପିଯାଇଛି।, ଏକ ଉଲ୍ଲସିତ ହେଲା ଭଳି ଖବର। କୁହାଯାଉଛି ଯେ ଭାରତର ସର୍ବମୋଟ ଘରୋଇ ଉତ୍ପାଦ ବା ଜାତୀୟ ଆୟ (ଜି.ଡି.ପି)ର. ବୃଦ୍ଧି ହାର ୬ ପ୍ରତିଶତରୁ ସାମାନ୍ୟ ଅଧିକ ରହିଲେ ଏହା ୨୦୨୮ ମସିହା ସୁଦ୍ଧା ତୃତୀୟ ସ୍ଥାନରେ ଥିବା ଜର୍ମାନୀକୁ ମଧ୍ୟ ଟପିବା ସହ ୫ ଟ୍ରିଲିଅନ୍ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ ହେବ। ତେବେ ମୁଣ୍ଡପିଛା ଆୟ ଦୃଷ୍ଟିରୁ ବିଶ୍ୱରେ ୧୯୪ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୬। କାରଣ ଭାରତର ମୁଣ୍ଡପିଛା ଆୟ ମାତ୍ର ୨୮୮୦ ଡଲାର। ଏବେ ମଧ୍ୟ ଏହା ଏକ ନିମ୍ନ-ମଧ୍ୟମ ଆୟ ବର୍ଗର ଦେଶ ହୋଇ ରହିଛି। ମୁଣ୍ଡପିଛା ଆୟ ଆହୁରି ୫୫ ପ୍ରତିଶତ ବୃଦ୍ଧି ପାଇ ୪୪୬୬ ଡଲାର ହେଲେ ଯାଇ ଏହା ଏକ ଉଚ୍ଚ-ମଧ୍ୟମ ଆୟ ବର୍ଗର ଦେଶରେ ପରିଣତ ହେବ। ଦ୍ୱିତୀୟଟି ହେଲା ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୫ ଆର୍ଥିକ ବର୍ଷରେ ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫଡିଆଇ)ର ନିଟ୍ ପ୍ରବାହ (ନେଟ୍ ଇନଫ୍ଲୋ)  ପୂର୍ବ ବର୍ଷ ତୁଳନାରେ ୯୬ ପ୍ରତିଶତରୁ ଅଧିକ ହ୍ରାସ ପାଇବା, ଯାହା ଏକ ଉଦବେଗଜନକ ସୂଚନା। ନିଯୁକ୍ତି ଓ ରୋଜଗାର କ୍ଷେତ୍ର ଉପରେ ଦ୍ୱିତୀୟ ଖବରଟିର ସିଧାସଳଖ ପ୍ରଭାବ ...

ଭାରତ-ପାକ ସଂଘର୍ଷ: ବିଦେଶୀ ଶକ୍ତିଙ୍କ ଭୂମିକା

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଘମାଘୋଟ ସଂଘର୍ଷକୁ ମାତ୍ର ତିନି ଦିନ ହୋଇଥାଏ। ଭାରତର ସ୍ଥିତି ଅପେକ୍ଷାକୃତ ଭଲ ଜଣାପଡ଼ୁଥାଏ। ହଠାତ୍ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ଏକ ଟ୍ୱିଟ୍ ଆସିଲା। ଠିକ୍ ତାପରେ ଉଭୟ ଦେଶ ତୁରନ୍ତ ଅସ୍ତ୍ରବିରତି ଘୋଷଣା କଲେ। ଅନେକ ଲୋକ ଏଥିରେ ବିସ୍ମିତ ହେଲେ। ଯୁଦ୍ଧ ଚାହୁଁଥିବା ଲୋକେ ଏଥର ନିର୍ଣ୍ଣାୟକ ଲଢ଼େଇ ହୋଇ ପି.ଓ.କେ. ଭାରତ ଦଖଲକୁ ଆସିବ ଓ ବେଲୁଚିସ୍ତାନ ପାକିସ୍ତାନଠାରୁ ଅଲଗା ହେବ ବୋଲି ଆଶା ବାନ୍ଧିଥିଲେ। ଯୁଦ୍ଧ ଚାହୁଁ ନଥିବା ଲୋକେ ଅସ୍ତ୍ରବିରତିରେ ଆଶ୍ୱସ୍ତ ହେଲେ। ତେବେ, ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତିର ଘୋଷଣାକୁ ନେଇ ଲୋକେ କ୍ଷୋଭ ପ୍ରକଟ କଲେ। କାଶ୍ମୀର ମାମଲାରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ସ୍ୱୀକାର କରିନାହିଁ। ଏହା ସତ୍ତ୍ୱେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ବିଭିନ୍ନ ଦେଶ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାଠାରୁ ଆରମ୍ଭ କରି ମଧ୍ୟସ୍ଥତା କରିବାର ପ୍ରସ୍ତାବ ଦେବାକୁ ପଛାଇନାହାନ୍ତି। ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲେ ତାହା ଭୟଙ୍କର ରୂପ ଧାରଣ କରିପାରେ ବୋଲି ଉତ୍ତେଜନା ହ୍ରାସ କରିବାର ଭଲ ଉଦ୍ଦେଶ୍ୟ ରଖି ହୁଏତ କିଛି ଦେଶ ପ୍ରୟାସ କରିଥିବେ। କିନ୍ତୁ, ଏ ପ୍ରସଙ୍ଗରେ ବିଭିନ୍ନ ଦେଶଙ୍କ ଆଚରଣ ଓ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ବୁଝିବାର ଆବଶ୍ୟକତା ରହିଛି। ...