ଅମୃତସର ବିମାନବନ୍ଦରଠାରେ ୨୦୨୫ ମସିହା ଫେବୃଆରୀ ୫ ତାରିଖରେ ଆମେରିକା ବିମାନବାହିନୀର ଏକ ମାଲବୁହା ବିମାନ ଅବତରଣ କଲା । ସେଥିରୁ ଓହ୍ଲାଇଲେ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟ । ୪୦ ଘଣ୍ଟାର ସୁଦୀର୍ଘ ବିମାନଯାତ୍ରାର ସମ୍ପୂର୍ଣ୍ଣ ସମୟ ତକ ସେମାନଙ୍କ ହାତରେ ପଡ଼ିଥିଲା କଡ଼ି ଓ ଗୋଡ଼ରେ ଥିଲା ବେଡ଼ି । ଏହା ଥିଲା ଭାରତରେ କୌଣସି ବିଦେଶୀ ସାମରିକ ମାଲବୁହା ବିମାନରେ ହାତକଡ଼ି ପିନ୍ଧା ଭାରତୀୟମାନେ ଲଦା ହୋଇଆସିବାର ପ୍ରଥମ ଘଟଣା । ଏହାଦ୍ୱାରା ମର୍ଯ୍ୟାଦାହାନି ଘଟି ଦେଶର ଛବି ମଳିନ ହୋଇଛି ବୋଲି ସଂସଦରେ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କଲେ । କିନ୍ତୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଥିପାଇଁ ଆମେରିକାର ସମାଲୋଚନା ନ କରି ଅବୈଧ ପ୍ରବାସୀଙ୍କୁ ବହିଷ୍କାର କଲାବେଳେ ହାତକଡ଼ି ପିନ୍ଧାଇ ଆଣିବା ସେହି ଦେଶର ଏସ.ଓ.ପି. ବା ସ୍ୱୀକୃତ ପ୍ରକ୍ରିୟା ବୋଲି ସଫେଇ ଦେଇଥିଲେ । ୨୦୦୯ ମସିହାରୁ ୧୫୭୫୬ ଜଣ ଅବୈଧ ପ୍ରବାସୀ ଭାରତୀୟ ଆମେରିକା ଦ୍ୱାରା ନିର୍ବାସିତ ହୋଇଛନ୍ତି । ହେଲେ କେବେ ବି ଏଭଳି ଘଟି ନାହିଁ । ପୂର୍ବରୁ ସେମାନଙ୍କୁ ଯାତ୍ରୀବାହୀ ବିମାନ ଯୋଗେ ପଠାଯାଇ ଆସୁଥିଲା । ଏବେ ସେମାନଙ୍କୁ ଆମେରିକୀୟ ସାମରିକ ମାଲବୁହା ବିମାନରେ ଅତି ଦୟନୀୟ ଭାବେ ପଠାହେବା ସହ ସେମାନଙ୍କ ହାତରେ କଡ଼ି ଗୋଡ଼ରେ ବେଡ଼ି ପକାଇ ନିର୍ବାସନ କରାଯାଉଥିବାର ଭିଡିଓ ଭାଇରାଲ ହେବା ଲଜ୍ଜାଜନକ । ପ୍ରଶ୍ନ ଉଠୁଛି କଲମ୍ୱିଆ, ପରି ଛୋଟ ଦେଶ ଯଦି ଆମେରି...