Skip to main content

Posts

Showing posts from September, 2024

ମୁକୁଳିପାରୁନି ପଞ୍ଜୁରିରୁ ଶୁଆ !

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଦୀର୍ଘ ୧୭୭ ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି । ଜାମିନ ଆଦେଶରେ ସୁପ୍ରିମକୋର୍ଟର ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଉଲ୍ଲେଖ କରିଛନ୍ତି, “ବେଶି ଦିନ ଆଗରୁ ନୁହେଁ, ସିବିଆଇକୁ ‘ପିଞ୍ଜରାବଦ୍ଧ ଶୁଆ’ ସହ ତୁଳନା କରି ଏହି ଅଦାଲତ ଭର୍ତ୍ସନା କରିଥିଲେ । ସିବିଆଇ ଏକ ପି଼ଞ୍ଜରାବଦ୍ଧ ଶୁଆ ବୋଲି ଧାରଣାଟିକୁ ଦୂରୀଭୁତ କରିବା ଅପରିହାର‌୍ୟ୍ୟ ଅଟେ । ବରଂ ଏହା ଏକ ପିଞ୍ଜରାମୁକ୍ତ ଶୁଆ ବୋଲି ଧାରଣାଟିଏ ସୃଷ୍ଟିହେବା ଆବଶ୍ୟକ ।“ ଏଥିରୁ ସ୍ପଷ୍ଟ ଯେ ଅନ୍ତତଃ ସୁପ୍ରିମକୋର୍ଟଙ୍କ ଦୃଷ୍ଟିରେ ସିବିଆଇ ଏବେ ମଧ୍ୟ ନିଜ ମୁନିବ ନିର୍ଦ୍ଦେଶରେ ପରିଚାଳିତ ହୋଇ ପିଞ୍ଜରାବଦ୍ଧ ଶୁଆଟିଏ ପରି ଆଚରଣ କରୁଛି । ଏକ ସମ୍ମାନଜନକ ଜାତୀୟ ଅନୁଷ୍ଠାନ ପ୍ରତି ସୁପ୍ରିମକୋର୍ଟଙ୍କ ଏଭଳି କଟୁ ମନ୍ତବ୍ୟ ବିଚଳିତ କଲା ଭଳି ହୋଇଥିଲେ ବି ଏହା ପଛରେ କାରଣ ରହିଛି । ସିବିଆଇ ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ସେପ୍ଟେମ୍ୱର ୧୩ ତାରିଖରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଭିଯୋଗପତ୍ର ଦାଖଲ ହୋଇ ସାରିଥିବାରୁ ଓ ବିଚାର ପ୍ରକ୍ରିୟା ନିକଟ ଭବିଷ୍ୟତରେ ସମାପ୍ତ ହେବାର ସମ୍ଭାବନା ନ ଥିବାରୁ କେଜ୍ରିୱାଲଙ୍କୁ ଜେଲରେ ଅଟକ ରଖିଲେ ସମ୍ୱିଧାନର ଅନୁଚ

ଭଲ ଛୁଆଁ, ଖରାପ ଛୁଆଁ

ନିକଟରେ ଜଣେ ସିନେମା ପ୍ରଯୋଜକ ସର୍ବସମକ୍ଷରେ ଜଣେ କାର୍ଯ୍ୟରତ ସାମ୍ୱାଦିକାଙ୍କୁ ପିଠି ଓ ଗାଲରେ ଆଘାତ ଦେଇଥିବା ଅଭିଯୋଗ ପରେ ସାମ୍ୱାଦିକାଙ୍କ ଏତଲା କ୍ରମେ ତାଙ୍କୁ ହାଜତ ଯିବାକୁ ପଡ଼ିଥିଲା । ତେବେ ଉପଲବ୍ଧ ସିସିଟିଭି ଫୁଟେଜ ଆଧାରରେ କେହି କେହି ଯୁକ୍ତି ବାଢ଼ିଲେ ଯେ ସେ ସାମ୍ୱାଦିକାଙ୍କୁ ଆକ୍ରମଣ କରି ନଥିଲେ ବରଂ ଉଭୟ ପୂର୍ବରୁ ପରିଚିତ ହୋଇଥିବାରୁ ସେ ସ୍ନେହରେ ତାଙ୍କ ପିଠି ଓ ଗାଲକୁ ଥାପୁଡ଼ାଇ ଦେଇଥିଲେ, ଯାହା ଜେଲ୍ ଗଲା ଭଳି ଏକ ଅପରାଧ ନୁହେଁ କି ସେ ଜଣେ ଅପରାଧୀ ନୁହନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନିନ୍ଦା କରୁଥିବା କିଛି ବ୍ୟକ୍ତିଙ୍କର ଯୁକ୍ତି ଥିଲା, କର୍ମଜୀବୀ ମହିଳାମାନଙ୍କ ପ୍ରତି ସର୍ବସମକ୍ଷରେ ଏ ଭଳି ଅପରାଧ ସଂଘଟିତ ହେଲେ ସେମାନେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିଜକୁ ସୁରକ୍ଷିତ ମଣିବେ କିପରି ? ଏଥିରୁ ଜଣାପଡ଼ୁଛି ଯେ ମହିଳାଙ୍କୁ ଛୁଇଁବା ଗ୍ରହଣୀୟ କି ନୁହେଁ ଓ ଛୁଇଁବାର ଲକ୍ଷ୍ମଣରେଖା କ'ଣ ସେ ନେଇ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି । ମହିଳା ଜଣଙ୍କୁ ଚାପୁଡ଼ା ମରାଯାଇଥାଉ କି ଗେହ୍ଲାରେ ଥାପୁଡ଼ାଇ ଦିଆଯାଇଥାଉ, ସେ କର୍ମଜୀବୀ ମହିଳା ହୋଇଥାଆନ୍ତୁ କି ଜଣେ ସାଧାରଣ ଗୃହିଣୀ, ପ୍ରତ୍ୟେକ ମହିଳାଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ତାଙ୍କ ସମ୍ମତି ବିନା ଅନ୍ୟ କେହି ତାଙ୍କ ଶରୀରକୁ ସ୍ପର୍ଶ କରିବା ତାଙ୍କର ସେହି ଅଧିକାରର ଉଲ୍ଲଂଘନ ଭାବେ ଗ୍ରହଣ କରାଯାଇପାରେ । ତେବେ