Skip to main content

Posts

Showing posts from March, 2022

ଗୋଆରେ ବାଜି ଛଡେଇ ନେଲା ବିରୋଧୀଙ୍କ ଭୁଲ ରଣନୀତି

ପାଞ୍ଚଟି ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିଲା ବେଳେ ଅନ୍ୟ ଚାରୋଟି ରାଜ୍ୟରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି । ତେବେ ଜାତୀୟ ଗଣମାଧ୍ୟମରେ ଅନେକ ନିର୍ବାଚନ ବିଶ୍ଳେଷକ ଏହାକୁ ବିଜେପି ସପକ୍ଷରେ ‘ପ୍ରଚଣ୍ଡ ଜନମତ’ ବୋଲି ଅଭିହିତ କରିଛନ୍ତି । ନିର୍ବାଚନ ଜିତିବା ଓ ଜନମତ ହାସଲ କରିବା ଦୁଇଟି ଭିନ୍ନ କଥା ହୋଇପାରେ । ତା’ ଛଡା ବ୍ୟବସ୍ଥା ବିରୋଧୀ ଜନମତ ସତ୍ତ୍ୱେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି କିପରି ଛଡାଇ ନେଇପାରେ ଜିତୁଥିବା ବାଜି, ତାହା ସମ୍ପ୍ରତି ଗୋଆ ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ଜଣାପଡେ । ଗୋଆ ଏକ ଛୋଟ ରାଜ୍ୟ ଯାହାର ବିଧାନସଭାରେ ମାତ୍ର ୪୦ଚି ଆସନ ରହିଛି । ଚଳିତ ନିର୍ବାଚନରେ ସେଠାରେ ୭୯ ପ୍ରତିଶତ ମତଦାତା ଭୋଟ ଅଧିକାର ସାବ୍ୟସ୍ତ କରିବା ସତ୍ତ୍ୱେ ସେମାନଙ୍କ ସଂଖ୍ୟା ମାତ୍ର ୯.୩୦ ଲକ୍ଷରେ ସୀମିତ ଥିଲା । ନିର୍ବାଚନ ମଣ୍ଡଳୀଗୁଡିକର ଆକାର ଛୋଟ ହୋଇଥିବାରୁ ସେଗୁଡିକରେ ସର୍ବନିମ୍ନ ପ୍ରାୟ ୧୬ ହଜାରରୁ ସର୍ବୋଚ୍ଚ ୩୦ ହଜାର ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ । ଫଳରେ ନବେଲିମ ଆସନରେ ବିଜୟୀ ପ୍ରାର୍ଥୀ ମାତ୍ର ୫୧୬୮ ଭୋଟ ପାଇଥିବା ବେଳେ ପୋରିଏମ ଆସନରୁ ବିଜୟୀ ପ୍ରାର୍ଥୀ ସର୍ବାଧିକ ୧୭୮୧୬ ଭୋଟ ପାଇଥିଲେ । ସ୍ୱାଭାବିକ ଭାବେ ଅନେକ ଆସନରେ ହାରଜିତର ଫଇସଲା ଅତି କମ ଭୋଟ...

ୟୁକ୍ରେନ ଉପରେ ଆକ୍ରମଣ ଓ ଭାରତର ପକ୍ଷ

କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣର କରୁଣ ଦୃଶ୍ୟ ସଂଘଟିତ ହେଉଥିଲା ବେଳେ ସେଠାରେ ଉପସ୍ଥିତ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟଙ୍କ ପରି ଜ୍ଞାନୀ, ଗୁଣୀ, ମହାବୀରମାନେ ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ସେହି ଅନ୍ୟାୟର ପ୍ରତିବାଦ କରିବାକୁ ଅସମର୍ଥ ହୋଇ ନୀରବ ରହିଥିଲେ, ଯେଉଁଥିପାଇଁ ସେମାନେ ଆଜି ବି ନିନ୍ଦିତ । ୟୁକ୍ରେନ ଯୁଦ୍ଧର ବିଭୀଷିକା ଲାଗି ରହି ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହେବା, ହଜାର ହଜାର ଶିଶୁ ଅନାଥ ହେବା, ଶହ ଶହ କୋଠାବାଡି ଧ୍ୱଂସ ହୋଇ ମାନବତାର ବସ୍ତ୍ରହରଣର କରୁଣ ଦୃଶ୍ୟକୁ ବିଶ୍ୱବାସୀ ଟିଭି ପରଦାରେ ପ୍ରତ୍ୟକ୍ଷ କରୁଥିଲେ ବି ଯୁଦ୍ଧ ବନ୍ଦ କରିବା ଲାଗି ରାଷ୍ଟ୍ରନାୟକମାନେ ନିଜ ନିଜ ଦେଶର ସ୍ୱାର୍ଥରକ୍ଷା ଲାଗି ସତେ ଯେମିତି ନୀରବ । ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ୧୪୧ଟି ଦେଶ ରୁଷିଆର ୟୁକ୍ରେନ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିବା ବେଳେ ଯେଉଁ କେତୋଟି ଦେଶ ଭୋଟଦାନରୁ ବିରତ ରହି ରୁଷିଆକୁ ପରୋକ୍ଷରେ ସମର୍ଥନ ଜଣାଇଲେ ସେମାନଙ୍କ ମଧ୍ୟରେ ଥିଲା ଭାରତ । ଏଥି ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟଦାନରେ ମଧ୍ୟ ଭାରତ ଅନୁରୂପ ଆଚରଣ କରିଥିଲା । ଗଣତନ୍ତ୍ର ଓ ସାର୍ବଭୌମତ୍ୱର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଭାରତ ୟୁକ୍ରେନ ଭଳି ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶର ଆକ୍ରମଣ ପରେ ନୀରବ ରହିବା ଅନେକଙ୍କୁ ବ୍ୟଥିତ କଲା । ଅବଶ୍ୟ ରୁଷିଆ ସହ ଭାରତର ଦୀର୍...

କରୋନା ପରେ ବାଳିକା ଶିକ୍ଷା ପ୍ରତି ଆହ୍ୱାନ

କୋଭିଡ ମହାମାରୀ ବ୍ୟାପିବା ପରେ ସଂକ୍ରମଣ ବୃଦ୍ଧି ଭୟରେ ସ୍କୁଲଗୁଡିକୁ ବନ୍ଦ କରି ଦିଆ ଯାଇଥିଲା । ଫଳରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଜୁଆଳିଆ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ କୌଶଲ୍ୟା ଅନ୍ୟ ପିଲାମାନଙ୍କ ପରି ଘରେ ବସି ରହିଥିଲା । କୌଶଲ୍ୟାର ବାପା ଗଣେଶ୍ୱର ଜଣେ ଦିନ ମଜୁରିଆ । ସ୍କୁଲ ଦ୍ୱାରା ଅନଲାଇନରେ ପାଠ ପଢାଯିବା ନିଷ୍ପତ୍ତି ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା । କରୋନା ସଂକ୍ରମଣ ବ୍ୟାପିବା ପରେ ସେ ବି ରୋଜଗାର ହରାଇଥିଲେ । ସ୍ମାର୍ଟ ଫୋନ କିଣିବା ପାଇଁ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନ ଥିବାରୁ ସେ କ’ଣ କରିବେ କିଛି ଭାବି ପାରୁ ନ ଥିଲେ । ଇଆଡେ ଅନଲାଇନରେ ପାଠପଢା ଆରମ୍ଭ ହୋଇ ଯାଇଥିଲେ ବି ସେଥିରେ କୌଶଲ୍ୟା ଅଂଶ ଗ୍ରହଣ କରି ପାରୁ ନ ଥିଲା । ତଥାପି ସେ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ଥିବାରୁ ବାପାଙ୍କୁ ଫୋନ କିଣି ଦେବା ଲାଗି ଜିଦ୍ କରି ପାରୁ ନ ଥିଲା । କୌଶଲ୍ୟା ପରି ଗୋଟିଏ ଭଲ ଛାତ୍ରୀ ପାଠ ପଢି ନ ପାରି ଘରେ ବସି ରହିଥିବା ଦେଖି ଗଣେଶ୍ୱର ଦୁଃଖିତ ଓ ବିଚଳିତ ହେଉଥିଲେ । ମାଆ ମଞ୍ଜୁଲତା ଘରେ ରଖିଥିବା ଗାଈଟିର ସେବାଯତ୍ନ କରି ତା’ କ୍ଷୀର ବିକି ଦୁଇ ପଇସା ରୋଜଗାର କରୁଥିଲେ । ଶେଷରେ ସେମାନଙ୍କର ଏକମାତ୍ର ମୂଲ୍ୟବାନ ସମ୍ପତ୍ତି ଗାଈଟିକୁ ବିକ୍ରି କରିବା ଲାଗି ସେମାନେ ସ୍ଥିର କଲେ । ଗାଈଟିକୁ ୬୫୦୦ ଟଙ୍କାରେ ବିକ୍ରି କଲା ପରେ ବି ଟଙ୍କା ନିଅଣ୍ଟ ହେବାରୁ ତାଙ୍କୁ ଜଣେ ସ...

ସିଏଏ ଆନ୍ଦୋଳନ ମାମଲା : ଅଭିଯୋଗକାରୀ, ବିଚାରକ ଓ ଦଣ୍ଡଦାତା

ଦେଶବ୍ୟାପୀ ସିଏଏ ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭମାନ ଚାଲିଥିବା ବେଳେ ଉତ୍ତର ପ୍ରଦେଶରେ ଦେଶର ସର୍ବାଧିକ ମୃତ୍ୟୁ ଓ ହିଂସା ହୋଇଥିବାର ସୂଚନା ମିଳିଥିଲା । ଡିସେମ୍ୱର ୨୦୧୯ରେ ଲକ୍ଷ୍ନୌ ସହର ସମେତ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ହିଂସା ସହ ଘରୋଇ ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା, ପୋଡାଜଳା ହୋଇଥିଲା, ଯେଉଁଥିପାଇଁ ପୋଲିସ ଶତାଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା । ଏହା ପରେ ଦଙ୍ଗାକାରୀଙ୍କୁ ନାମିତ ଓ ଲଜ୍ଜିତ କରିବା ପାଇଁ ସରକାରଙ୍କ ତରଫରୁ ସେମାନଙ୍କ ଫଟୋ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରି ସେମାନଙ୍କଠାରୁ କ୍ଷତିପୂରଣ ଅସୁଲ କରାଯିବା ଳକ୍ଷ୍ୟ ରଖି ଲକ୍ଷ୍ନୌ ସହରର ସର୍ବସାଧାରଣ ସ୍ଥାନମାନଙ୍କରେ ରାସ୍ତା କଡରେ ବଡ ବଡ ବ୍ୟାନରମାନ ଲଗାଯାଇଥିଲା । ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଆବଶ୍ୟକ ହୋଇଥିଲେ ବି ରାଜ୍ୟ ସରକାର ପ୍ରତିଶୋଧପରାୟଣ ହୋଇ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଚର୍ଚ୍ଚା ହେଲା । ରାଜ୍ୟ ସରକାରଙ୍କ ଏହି ଗର୍ହିତ କାର୍ୟ୍ୟର ସ୍ୱତଃ ସଂଜ୍ଞାନ ନେଇ ଆଲାହାବାଦ ହାଇକୋର୍ଟ ନିଜ ତରଫରୁ ଜନସ୍ୱାର୍ଥ ସୁରକ୍ଷା ମାମଲା ରୁଜ୍ଜୁ କରିଥିଲେ, କାରଣ ଏ ଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ବୈଧ ଆଇନ ନ ଥିବାରୁ ସରକାର ସେଥିପାଇଁ ଅଧିକୃତ ନ ଥିଲେ । ଏହି ପଦକ୍ଷେପ ରାଜ୍ୟ ଦ୍ୱାରା ଜନସାଧାରଣଙ୍କ ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଦର୍ଶାଇ ଏହା ସମ୍ୱିଧାନର ଧାରା ୨...