ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖଟିକୁ ସାରା ବିଶ୍ୱରେ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶ୍ୱର ଜଣେ ପ୍ରତିଷ୍ଠିତ ନାଟ୍ୟ ବ୍ୟକ୍ତିତ୍ୱଙ୍କଠାରୁ ଏକ ବାର୍ତ୍ତା ସଂଗୃହୀତ ହୋଇ ତାହା ସେହି ବର୍ଷର ବିଶ୍ୱ ନାଟ୍ୟ ସନ୍ଦେଶ ଭାବେ ବିଭିନ୍ନ ଭାଷାରେ ଅନୁଦିତ ହୋଇ ପ୍ରସାରିତ ହୋଇଥାଏ । ୨୦୨୧ ମସିହାର ବିଶ୍ସ ନାଟ୍ୟ ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରଖ୍ୟାତ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନଙ୍କୁ ମନୋନୀତ କରାଯାଇଛି । ସେ ଦେଇଥିବା ବାର୍ତ୍ତାଟି ନିମ୍ନ ପ୍ରକାରେ : “ଜୀବନ୍ତ ପରିବେଷଣ ପାଇଁ ଏହା ଏକ ଅତି କଠିନ ସମୟ ଓ ଅନେକ କଳାକାର, ଟେକନିସିଆନ, କୁଶଳୀ କାରିଗର ଏବଂ ମହିଳା ଏ ପରି ଏକ ବୃତ୍ତିରେ ସଂଘର୍ଷ କରି ଚାଲିଛନ୍ତି ଯାହା ପୂର୍ବରୁ ମଧ୍ୟ ଅସୁରକ୍ଷାରେ ଭରା । ହୁଏତ ସବୁବେଳେ ରହି ଆସିଥିବା ଏହି ଅସୁରକ୍ଷାର ଭାବନା ସେମାନଙ୍କୁ ମହାମାରୀ ସମୟରେ ନିଜ ବୁଦ୍ଧି ଓ ସାହସର ଉପଯୋଗ କରି ତିଷ୍ଠି ରହିବାକୁ ଅଧିକ ସାମର୍ଥ୍ୟ ପ୍ରଦାନ କରିଛି । ଇତିମଧ୍ୟେ ଏହି ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ କଳ୍ପନା, ସନ୍ଧାନୀ, ମନୋରଞ୍ଜକ ହୋଇ ଯୋଗଯୋଗର ଚଳମାନ ଉପାୟଗୁଡିକୁ ଖୋଜି ବାହାର କରି ପାରିଛି, ଅବଶ୍ୟ ଏଥିପାଇଁ ଇଣ୍ଟରନେଟକୁ ଅନେକଟା ଶ୍ରେୟ ଦେବାକୁ ହେବ । ମଣିଷ ଯେବେଠାରୁ ଏଇ ଧରାପୃଷ୍ଠରେ ଅଛି, ସେବେଠାରୁ ପରସ୍ପରକୁ କାହାଣୀ ଶୁଣାଇ ଆସିଛି...