କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କର ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ଅନ୍ୟତମ ସଦସ୍ୟ ରଥୀନ ରାୟ ଭାରତର ଅର୍ଥନୀତି ଢା ଞ୍ଚା ଗତ ସଙ୍କଟ ଆଡକୁ ଗତି କରୁଥିବାରୁ ଆଉ ଉଚ୍ଚ ବିକାଶ ଦର ହାସଲ କରିବାକୁ ଅସମର୍ଥ ହୋଇ ଦେଶ ମଧ୍ୟମ ଆୟ ଯନ୍ତାରେ ପଡିବାର ଆଶଙ୍କା ଯଥେଷ୍ଟ ବେଶି ବୋଲି ସତର୍କ ବାଣୀ ଶୁଣାଇବା ପରେ ଅର୍ଥନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଲଗାତର ଭାବେ ଉଚ୍ଚ ବିକାଶ ଦର ହାସଲ କରି ଆସିଥିବା ଏକ ବିକାଶଶୀଳ ଦେଶ ପକ୍ଷରେ ଉଚ୍ଚ ଆୟକାରୀ ଦେଶର ସ୍ତରକୁ ଉନ୍ନୀତ ହୋଇ ନ ପାରି ମଧ୍ୟମ ଆୟ ଯନ୍ତାରେ ପଡିବା, ବାସ୍ତବିକ ଦୁର୍ଭାଗ୍ୟଜନକ । ବିଶ୍ୱ ବ୍ୟାଙ୍କ ୧୯୯୩ ମସିହାରୁ ପ୍ରତିଟି ଦେଶର ଡଲାର ଭିତ୍ତିରେ ହେଉଥିବା ମୋଟ ଜାତୀୟ ଆୟ ଅନୁସାରେ ମୁଣ୍ଡ ପିଛା ଆୟକୁ ଆଧାର କରି ଦେଶଗୁଡିକୁ ନିମ୍ନ ଆୟ, ମଧ୍ୟମ ଆୟ ଓ ଉଚ୍ଚ ଆୟକାରୀ ଦେଶ ଭାବେ ବର୍ଗୀକରଣ କରିଆସୁଛି । ବ୍ୟାଙ୍କ ଦ୍ୱାରା ୨୦୧୯ ମସିହା ପାଇଁ ନିର୍ଦ୍ଧାରିତ ପରିମାପକ ଅନୁଯାୟୀ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୫ ଡଲାରରୁ କମ ଥିବା ଦେଶଗୁଡିକ ନିମ୍ନ ଆୟ ବର୍ଗର ହୋଇଥିବା ବେଳେ, ୧୨୩୭୬ ଡଲାର ବା ତାଠାରୁ ଅଧିକ ଆୟ ଥିବା ଦେଶଗୁଡିକ ଉଚ୍ଚ ଆୟ ବର୍ଗର ଦେଶ ଭାବରେ ବିବେଚିତ । ତେଣୁ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୬ ଡଲାରରୁ ୧୨୩୭୫ ଡଲାର ମଧ୍ୟରେ ଥିବା ଦେଶଗୁଡିକ ମଧ୍ୟମ ଆୟ ବର୍ଗର ଦେଶ ଭାବେ ପରିଗଣିତ ହୋଇଥାନ୍ତି । ତେବେ ଏହି ବର୍ଗର ଦେଶଗୁଡିକ ମଧ୍ୟରୁ ୩୯୯୫ ଡଲା...