Skip to main content

Posts

Showing posts from November, 2025

ଚରମ ଦାରିଦ୍ର୍ୟରୁ ମୁକ୍ତି

ଅନେକଙ୍କ ଧାରଣା ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାରଙ୍କ ଏତେ ଯୋଜନା କାର୍ଯ୍ୟକାରୀ ହେଉଛି ଯେ ବୋଧହୁଏ ଦେଶରେ ଆଉ କେହି ଗରିବ ଲୋକ ନ ଥିବେ। ତେବେ ବାସ୍ତବତା ହେଉଛି ଦାରିଦ୍ର୍ୟର ବ୍ୟାପକତା ହ୍ରାସ ପାଇଥିଲେ ବି ଏବେ ମଧ୍ୟ ଅନେକ ପରିବାର ନଗଡ଼ା ଲୋକଙ୍କ ଭଳି ଚରମ ଦାରିଦ୍ର୍ୟରେ କାଳାତିପାତ କରୁଛନ୍ତି। ଯୋଜନାଗୁଡ଼ିକର ଲାଭ ଦାରିଦ୍ର‌୍ୟ ସିଡ଼ିର ଉପର ପାହାଚରେ ଥିବା ଲୋକଙ୍କ ନିକଟରେ ଏମିତି ଅଟକିଯାଉଛି ଯେ ବିଭିନ୍ନ କାରଣରୁ ତାହା ତଳ ପାହାଚର ଲୋକଙ୍କ ଯାଏଁ ପହଞ୍ଚି ପାରୁନାହିଁ। ତେବେ ନଭେମ୍ୱର ୧ ତାରିଖରେ ଦେଶର ପ୍ରଥମ ରାଜ୍ୟ ରୂପେ କେରଳ ଚରମ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବାର ବିରଳ କୃତିତ୍ୱ ହାସଲ କରିଛି। ଚୀନ ପରେ ଏହା ଚରମ ଦାରିଦ୍ର୍ୟ ଦୂର କରିଥିବା ବିଶ୍ୱର ଦ୍ୱିତୀୟ ଅଞ୍ଚଳ ହେଲା। ‘ଜଣେ ହେଲେ ପଛେଇ ନ ରହୁ’- ଏହି ଲକ୍ଷ୍ୟ ସହ ସମାବେଶୀ ବିକାଶ ପ୍ରତି କଟିବଦ୍ଧ କେରଳ ସରକାର ରାଜ୍ୟରୁ କିପରି ଚରମ ଦାରିଦ୍ର‌୍ୟର ଉନ୍ମୁଳନ କରିବାକୁ ସମର୍ଥ ହେଲେ, ତାହା ଅନୁଧ୍ୟାନଯୋଗ୍ୟ ଓ ଅନୁକରଣୀୟ ମଧ୍ୟ। ଦାରିଦ୍ର୍ୟର ସ୍ୱରୂପ ଅନେକ। ଅନେକ ବିକଶିତ ଦେଶରେ ମଧ୍ୟ, ତୀବ୍ର ଭାବେ ନ ହେଲେ ବି, ଦାରିଦ୍ର୍ୟ ରହିଛି। ସାଧାରଣତଃ ଦାରିଦ୍ର୍ୟକୁ ମାପିବା ଲାଗି ଜଣେ ବ୍ୟକ୍ତି ବା ପରିବାର ନିକଟରେ ଥିବା ଆର୍ଥିକ ସମ୍ୱଳକୁ ବିବେଚନାକୁ ନିଆଯାଇଥାଏ, ଯେମିତି କି ତା’ର ରୋଜଗାର କେତେ, ସେ କେତେ ଖର୍ଚ୍ଚ କରିପାରୁଛି ଇତ୍ୟାଦି। । କିନ୍ତୁ ସେହି ରୋ...

‘ଦନ୍ତହୀନ’ ନ ହେଉ ଲୋକପାଳ

ଭାରତୀୟ ଲୋକପାଳର ଅଧ୍ୟକ୍ଷ ଓ ଅନ୍ୟ ୬ ଜଣ ସଦସ୍ୟଙ୍କ ଲାଗି ୭ଟି ‘ବିଏମଡବଲ୍ୟୁ ୩ ସିରିଜ ୩୩୦ ଏଲଆଇ’ ବିଳାସପୂର୍ଣ୍ଣ କାର୍ କିଣିବା ଲାଗି ଦିଆଯାଇଥିବା ଏକ ବିଜ୍ଞାପନ ଏବେ ବିବାଦର ବିଷୟ ହୋଇଛି। ସ୍ୱଦେଶୀ ଜିନିଷ କିଣିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଉଥିବା ବେଳେ ଲୋକପାଳ ସଦସ୍ୟମାନଙ୍କ ଲାଗି ଜର୍ମାନୀ ତିଆରି ଏହି ସୌଖୀନ କାର କିଣାଯିବା ପ୍ରସଙ୍ଗ ଭ୍ରୁକୁଞ୍ଚନ ସୃଷ୍ଟି କରିବା ସହ ଅନେକ ପ୍ରଶ୍ନ ଉତ୍ଥାପନ କରିଛି। ଉଲ୍ଲେଖଯୋଗ୍ୟ ଯେ ଏଭଳି ପ୍ରତିଟି କାରର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା। ଟିକସଦାତାଙ୍କ ଅର୍ଥର ଏଭଳି ଅପଚୟ ଅନ୍ତତଃ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କ ନିକଟରୁ ଆଶା କରାଯାଏ ନାହିଁ। ଦେଶରେ ଲୋକପାଳ ବ୍ୟବସ୍ଥା କାର୍ଯ୍ୟ କରୁଛି କି ନାହିଁ; ସେ ନେଇ ଅନେକଙ୍କର ସନ୍ଦେହ ଥିଲା। ଏହି କାର କିଣା ବିବାଦ ପରେ ଲୋକପାଳର କାର‌୍ୟ୍ୟଶୈଳୀ ଓ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଲା ଏବଂ ସାଧାରଣରେ ଆଲୋଚିତ ହେଲା। ଲୋକେ ପ୍ରଶ୍ନ କରୁଛନ୍ତି ଯେ ଯେଉଁ ମହାନ୍ ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା, ସେ ଉଦ୍ଦେଶ୍ୟ କ’ଣ ସାଧିତ ହୋଇଛି? କହିବା ଅନାବଶ୍ୟକ ଯେ ଭାରତର ପ୍ରଗତିରେ ଯଦି କେଉଁ ଗୋଟିଏ କଥା ସର୍ବାଧିକ ବାଧକ ସାଜିଥାଏ, ତାହା ଦୁର୍ନୀତି ବା ଭ୍ରଷ୍ଟାଚାର। ଏହାର କୁପ୍ରଭାବ ସର୍ବବ୍ୟାପୀ ହୋଇ ବ୍ୟକ୍ତି, ସମାଜ ଓ ଦେଶକୁ ଗଭୀର ଭାବେ ଆକ୍ରାନ୍ତ କରୁଛି। ଆବଶ୍ୟକତାନୁସାରେ ଏହା ବିବିଧ ରୂପ ...