Skip to main content

Posts

Showing posts from September, 2025

ୟୁରିଆ ସଙ୍କଟ ଓ ସମାଧାନର ରାସ୍ତା

ଏ ବର୍ଷ ଖରିଫ ଚାଷ ଲାଗି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ପରିମାଣରେ ୟୁରିଆ ସାର ସୁଲଭ ମୂଲ୍ୟରେ ମିଳୁ ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିବାର ଖବରମାନ ନିତି ଶୁଣିବାକୁ ମିଳୁଛି। ଫଳରେ କଳାବଜାରୀ ବୃଦ୍ଧି ହେବା ସହ ଅସାଧୁ ବ୍ୟବସାୟୀମାନେ ଏହି ସୁଯୋଗର ଅପବ୍ୟବହାର କରି ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ସେଭଳି କରୁଥିବା ଅନେକ ବ୍ୟବସାୟୀଙ୍କ ଗୋଦାମକୁ ଇତିମଧ୍ୟରେ ସିଲ୍ କରି ସେମାନଙ୍କୁ ଦଣ୍ଡିତ ମଧ୍ୟ କରାଯାଇଛି। ସାର ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ନ ଦେଲେ ଚାଷକାମରେ ଗୁରୁତର ବିଭ୍ରାଟ ସୃଷ୍ଟି ହେବା ସହ ଏହାଦ୍ୱାରା ଉତ୍ପାଦନ ଓ ଚାଷୀଙ୍କ ଜୀବିକା ପ୍ରଭାବିତ ହେବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି ଯେ ୨୦୧୮ ମସିହାରେ ତାଳଚେର ସାର କାରଖାନାର ଶିଳାନ୍ୟାସ ହେବାର ୭ ବର୍ଷ ପରେ ମଧ୍ୟ  ସେଠାରୁ ଉତ୍ପାଦନ ହୋଇ ପାରିନାହିଁ, ଯାହା ପରିତାପର ବିଷୟ। ଏଣୁ ନିଃସନ୍ଦେହ କୁହାଯାଇପାରେ ଯେ ଏହା ପଛର କାରଣଗୁଡ଼ିକୁ ଅନୁଧ୍ୟାନ କରି ଦୀର୍ଘମିଆଦି ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ। କେବଳ ଓଡ଼ିଶା ନୁହେଁ ଏ ବର୍ଷ ପଞ୍ଜାବ, ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସମେତ ଭାରତର ପ୍ରାୟ ସବୁ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟରେ ଖରିଫ ଋତୁରେ ୟୁରିଆର ଉତ୍କଟ ଅଭାବ ଦେଖାଦେଇଛି। ୨୦୨୪-୨୫ରେ ୟ...