Skip to main content

Posts

Showing posts from May, 2020

ଆଗକୁ ଭାରତୀୟ ଅର୍ଥନୀତିର ସଙ୍କୁଚନର ଦିନ

ଦୀର୍ଘ ଦିନ ଧରି ଭାରତୀୟ ଅର୍ଥନୀତିର ଦୁଃସ୍ଥିତିକୁ ନେଇ ସରକାର ପ୍ରତ୍ୟକ୍ଷ ଭାବେ ସ୍ୱୀକାର କରୁ ନ ଥିଲେ ବି ଗତ ମେ ୨୨, ୨୦୨୦ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଯେତେବେଳେ ଆର୍ଥିକ ନୀତି ଘୋଷଣା କରିବା  ଅବସରରେ କହିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତି ସଙ୍କୁଚନର ସମ୍ମୁଖୀନ ହେବାକୁ ଯାଉଛି ବୋଲି ସେତେବେଳେ ଦେଶର ଅର୍ଥନୀତିର ଦୟନୀୟ ବାସ୍ତବ ସ୍ଥିତି ସମ୍ପର୍କରେ ସର୍ବସାଧାରଣଙ୍କ ବୁଝିବାକୁ ଆଉ କିଛି ଅସୁବିଧା ରହିଲା ନାହିଁ । ଅବଶ୍ୟ ଇତିମଧ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଜିଡିପିର ଅଭିବୃଦ୍ଧି ନ ହୋଇ ସଙ୍କୁଚନ ହେବ ବୋଲି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀ ୟ  ରେଟିଙ୍ଗ ସଂସ୍ଥା ପୂର୍ବାନୁମାନ କରି ସାରିଥିଲେ ଯେପରି ବର୍ଣ୍ଣଷ୍ଟେନ (-୭%), ଇକରା (-୫%) ନୋମୁରା (-୫.୨%), ଏସ ଆଣ୍ଡ ପି ଗ୍ଲୋବାଲ ରେଟିଙ୍ଗସ (- ୫%), ଫିଚ ରେଟିଙ୍ଗସ (-୫%), କ୍ରିସିଲ (-୫%), ଫିଚ ସଲ୍ୟୁସନ୍ସ (-୪.୨%), କେୟାର ରେଟିଙ୍ଗସ (-୧.୫%) ।  କିଂତୁ  ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ମଇ ୨୬, ୨୦୨୦ରେ ପ୍ରକାଶିତ ‘ଇକୋରାପ’ ରିପୋର୍ଟରେ ଏହି ସଙ୍କୁଚନ ମାଇନସ ବା ବିଯୁକ୍ତ ୬.୮ ପ୍ରତିଶତ ହୋଇପାରେ ବୋଲି ପୂର୍ବାନୁମାନ ପ୍ରକାଶ ପାଇବା ପରେ ଦେଶର ଅର୍ଥନୀତି ଯେ ଅତ୍ୟଧିକ ଚାପଗ୍ରସ୍ତ, ତାହା ସହଜରେ ଅନୁମେୟ ।      ଷ୍ଟେଟ ବ୍ୟାଙ୍କର ‘ଇକୋରାପ’ ରିପୋର୍ଟରେ ୨୦୧୯-୨୦ ଓ ୨୦୨୦-୨୧ ଆର୍...

ମହାମାରୀ ଓ ବିପର୍ଯ୍ୟୟ ପରିଚାଳନାରେ ସ୍ୱଚ୍ଛତା

ସେ ଦିନ ଜଣେ ଅନୁସନ୍ଧିତ୍ସୁ ପାଠକ ଫୋନରେ ପଚାରିଲେ, “ବିଭିନ୍ନ କମ୍ପାନୀଙ୍କ ସିଏସଆର ଆର୍ଥିକ ସହାୟତାରେ ରାଜ୍ୟସାରା ଏତେଗୁଡିଏ କୋଭିଡ ହସପିଟାଲ ତିଆରି ହୋଇଛି, ଯେଉଁଥିରୁ ଅଧିକାଂଶ ଘରୋଇ ହସପିଟାଲଙ୍କ ଦ୍ୱାରା ପରିଚାଳିତ । ମୁଁ ଶୁଣିଲି, ସେହି ହସପିଟାଲରେ ରୋଗୀ ଥାନ୍ତୁ କି ନଥାନ୍ତୁ, ସରକାର କୁଆଡେ ବେଡ ପିଛା ଦୈନିକ ୩,୫୦୦ ଟଙ୍କା ଦେଉଛନ୍ତି ବୋଲି । ଏହା କଣ ସତ ?” ମୋ ନିକଟରେ ସେ ସମ୍ପର୍କରେ ଅଧିକ ତଥ୍ୟ ଥିବାର ଆଶାରେ ହୁଏତ ସେ ମୋତେ ଏ ପ୍ରଶ୍ନ ପଚାରି ଥାଇ ପାରନ୍ତି । ତେବେ କୋଭିଡ ହସପିଟାଲ ପ୍ରତିଷ୍ଠା ସଂକ୍ରାନ୍ତୀୟ ଚୁକ୍ତିଗୁଡିକ ସାଧାରଣରେ ଉପଲବ୍ଧ ନ ଥିବାରୁ ତହିଁର ସ ର୍ତ୍ତା ବଳୀ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ମୁଁ, ସେ ନେଇ କୌଣସି ମତାମତ ଦେବାକୁ ଉଚିତ ମନେ କଲିନାହିଁ । ପାଠକ ଜଣଙ୍କ ଉପରୋକ୍ତ ଧାରଣା ଠିକ ହୋଇ ପାରେ ବା ଭୁଲ । ତେବେ ଏ କଥା ସତ ଯେ ଏ ସମ୍ପର୍କରେ ଯେ ପର୍ଯ୍ୟନ୍ତ ବିଶ୍ୱାସଯୋଗ୍ୟ ସୂତ୍ରରୁ ସବିଶେଷ ତଥ୍ୟ ଓ ସୂଚନା ସାଧାରଣଙ୍କ ଗୋଚରାର୍ଥେ ଉପଲବ୍ଧ କରା ନ ଯାଇଛି, ଗୁଜବ ମାଧ୍ୟମରେ ଲୋକଙ୍କ ନିକଟରେ ଭୁଲ ତଥ୍ୟ ପହ ଞ୍ଚି  ଅଧିକ କ୍ଷତିସାଧିତ ହେବ । ସେହିପରି କିଛି ଦିନ ତଳେ ଜଣେ ଟିଭି ଆଙ୍କର ଏକ ସାକ୍ଷାତକାରରେ ପରବ ର୍ତ୍ତୀ  ସମୟରେ କୋଭିଡ ହସପିଟାଲର ମାଲିକାନା କାହା ପାଖରେ ରହିବ ବୋଲି ପଚାରିଥିବା ପ୍ରଶ୍ନଟି କେତେକଙ୍କୁ ଭଲ ଲାଗି ନଥିଲା । ‘ସବୁ ପ୍ରଶ୍ନ ପଚାରିବାର ଗୋଟେ ସ...

କେନ୍ଦ୍ର-ରାଜ୍ୟ ସମ୍ପର୍କ : ତିକ୍ତତାର ନୂଆ କାରଣ ଜିଏସଟି

କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟମାନଙ୍କ ବ୍ୟୟ ଆଶାତୀତ ବୃଦ୍ଧି ପାଇଥିବା ବେଳେ ‘ଲକଡାଉନ’ କାରଣରୁ ଦୋକାନ ବଜାର, ଶିଳ୍ପ, ବାଣିଜ୍ୟ ବନ୍ଦ ହୋଇ ରାଜସ୍ୱ ଆଦାୟ ଯଥେଷ୍ଟ ହ୍ରାସ ପାଇଥିବାରୁ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ତୁରନ୍ତ ସେମାନଙ୍କ ଜିଏସଟି ବାବଦ ବକେୟା ପ୍ରାପ୍ୟ ପଇଠ କରିବା ଉଚିତ ବୋଲି ଦାବି ଉଠୁଛି । ଜିଏସଟି ପ୍ରଚଳନ ବେଳେ ‘ ଓ୍ଵା ନ ନେସନ ଓାନ ଟ୍ୟାକ୍ସ’ର ସ୍ଳୋଗାନ ଦିଆଯାଇ ଏହା ଭାରତରେ ଟ୍ୟାକ୍ସ ବ୍ୟବସ୍ଥାର ସରଳୀକରଣ କରି କର ଆଦାୟ ବଢାଇବା ସହ ଖାଉଟି, ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ ପାଇଁ ଲାଭଦାୟକ ହେବ ବୋଲି କୁହା ଯାଉଥିଲା । ଅନେକ କାରଣରୁ ଏ ଯାଏଁ ଆହୁରି ଖାଉଟି ଓ ବ୍ୟବସାୟୀ ଜିଏସଟିର ସୁଫଳ ପାଇବାକୁ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାରମାନେ କେନ୍ଦ୍ର ସରକାରଙ୍କଠାରୁ ଠିକ ସମୟରେ ଜିଏସଟି କ୍ଷତି  ଭରଣା  ରାଶି ନ ପାଇ ଚିନ୍ତିତ । ଜିଏସଟି ପ୍ରଣୟନ ହେଲା ପରେ ରାଜ୍ୟଗୁଡିକର ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ଥିବାରୁ ସମସ୍ତ ସମ୍ଭାବିତ କ୍ଷତିର ୫ ବର୍ଷ ଯାଏଁ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆଶ୍ୱସ୍ତ କଲେ । ତଦନୁସାରେ ୨୦୧୫-୧୬ ଆର୍ଥିକ ବର୍ଷକୁ ମୂଳ ବର୍ଷ ଭାବେ ଧରି ପ୍ରତି ବର୍ଷ ରାଜସ୍ୱ ୧୪ ପ୍ରତିଶତ ହାରରେ ବୃଦ୍ଧି ହେବ ବୋଲି ଗ୍ରହଣ କରି ରାଜ୍ୟର ଜିଏସଟି ଆଦାୟରେ ହେଉଥିବା କ୍ଷତିର ଭରଣା କରିବା ଲାଗି ...

ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ ମନୋନୟନ ବିବାଦ ଓ ରାଜ୍ୟପାଳ

ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱ ହରାଇବା ଆଶଙ୍କାରେ ୨୦୧୯ ନଭେମ୍ବର ୨୮ରେ ଶପଥ ନେଇଥିବା ମହାରାଷ୍ଟ୍ର ବିକାଶ ଆଘାଡି ସରକାର ପ୍ରତି ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସେଠାରେ ବିଧାନ ପରିଷଦ ପାଇଁ ନିର୍ବାଚନ ଘୋଷଣା ସହ ଆପାତତଃ ଟଳି ଯାଇଥିବା ପରି ମନେ ହେଉଛି । ତେବେ ଏଥି ପୂର୍ବରୁ ତରବରିଆ ଭାବେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇ ବିବାଦ ଭିତରକୁ ଆସିଥିବା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଭୂମିକା ଏହି ପ୍ରକରଣରେ ମଧ୍ୟ ପୁଣି ଥରେ ବିବାଦ ଘେରକୁ ଆସିଛି । ରାଜ୍ୟପାଳଙ୍କ ଆଚରଣ ରାଜ୍ୟରେ ଏକ ରାଜନୈତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଥିବାରୁ ବିଧାନ ପରିଷଦ ପାଇଁ ସଦସ୍ୟ ମନୋନୟନ କ୍ଷେତ୍ରରେ ରାଜ୍ୟପାଳଙ୍କ କ୍ଷମତା ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ବେଳକୁ ସେ ମହାରାଷ୍ଟ୍ରର ବିଧାନସଭା ବା ବିଧାନ ପରିଷଦ ମଧ୍ୟରୁ କୌଣସିଟିର ସଦସ୍ୟ ନଥିଲେ ।  ନିୟମ  ଅନୁସାରେ ଦାୟିତ୍ୱ ଗ୍ରହଣର ଛଅ ମାସ ମଧ୍ୟରେ, ଅର୍ଥାତ ୨୦୨୦, ମେ ୨୭ ସୁଦ୍ଧା ତାଙ୍କୁ ଯେ କୌଣସି ଗୋଟିଏ ସଦନର ସଦସ୍ୟ ହେବାକୁ ହେବ । ମହାରାଷ୍ଟ୍ର ବିଧାନ ପରିଷଦର ଖାଲି ପଡିଥିବା ୯ଟି ଆସନ ଲାଗି ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସଦସ୍ୟତା ହାସଲ କରିବା ଲାଗି ଉଦ୍ଧବ ଠାକରେ ସ୍ଥିର କରିଥିଲେ । ହେ...

ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପର ଔଚିତ୍ୟ

ଦେଶବାସୀଙ୍କ ଧ୍ୟାନ କରୋନା ମହାମାରୀ ଉପରେ କେନ୍ଦ୍ରିତ ଥିଲା ବେଳେ ଏହି ବିପ ତ୍ତି  ସମୟରେ ଦିଲ୍ଲୀରେ ପ୍ରସ୍ତାବିତ ସେ ଣ୍ଟ୍ରା ଲ ଭିସ୍‌ଟା ପ୍ରକଳ୍ପକୁ ଆଗେଇ ନେବା ପାଇଁ ସମ୍ପୃକ୍ତ ଅ ଞ୍ଚ ଳରେ ଜମି ବ୍ୟବହାରର କିସମ ପରିବ ର୍ତ୍ତ ନ ପାଇଁ ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ତତ୍ପରତା ପ୍ରଦର୍ଶିତ ହେଲା, ତାହା ଅନେକଙ୍କୁ ବିସ୍ମିତ କଲା । ଦେଶ ଏକ ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ ଏ ଭଳି ଏକ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ଔଚିତ୍ୟକୁ ନେଇ ବିରୋଧୀ ଦଳ ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବାରୁ ଏହି ପ୍ରସ୍ତାବିତ ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ଆବଶ୍ୟକ । ନୂଆଦିଲ୍ଲୀର ପ୍ରସିଦ୍ଧ ରାଜପଥ ସଂଲଗ୍ନ ଉଭୟ ପା ର୍ଶ୍ଵ  ତଥା ଆଖପାଖ ଅ ଞ୍ଚ ଳରେ ପ୍ରସ୍ତାବିତ ସେ ଣ୍ଟ୍ରା ଲ ଭିସ୍‌ଟା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଅଧୀନରେ ଯେଉଁ ସବୁ ନିର୍ମାଣ କାର୍ଯ୍ୟର ପରିକଳ୍ପନା କରାଯାଇଛି ସେଗୁଡିକ ମଧ୍ୟରେ ପ୍ରମୁଖ ହେଉଛି ଏବର ସଂସଦ ଭବନକୁ ଲାଗି ଏକ ନୂଆ ତିନିକୋଣିଆ ସଂସଦ ଭବନର ନିର୍ମାଣ । ଏଥିରେ ଲୋକସଭା ପାଇଁ ୯୦୦ରୁ ୧୦୦୦ ସଦସ୍ୟ ବସି ପାରିବା ଭଳି ଏକ କକ୍ଷ ନିର୍ମାଣ ହେବ । ଆବଶ୍ୟକ ସ୍ଥଳେ ଲୋକସଭା ଓ ରାଜ୍ୟସଭାର ଯୌଥ ଅଧିବେଶନ ଏହି କକ୍ଷରେ ଆୟୋଜନ କରାଯାଇ ପାରିବ, ଯାହା ବ ର୍ତ୍ତ ମାନ ସଂସଦ...